ସଜନାଗଡ଼, ୯।୬(ଡି.ଏନ.ଏ.)-ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ(ଇସ୍ରୋ)ର ବୈଜ୍ଞାନିକ ଭାବେ ଯୋଗଦେବେ ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳର ଅଭିଷେକ ପରିଡ଼ା। ମାର୍ଚ୍ଚରେ ଅନୁଷ୍ଠିତ ଏ ସମ୍ପର୍କିତ ପରୀକ୍ଷାରେ ସେ ସର୍ବଭାରତୀୟ ସ୍ତରରେ ୪ର୍ଥ ସ୍ଥାନ ଅଧିକାର କରି ନୀଳଗିରି ତଥା ବାଲେଶ୍ୱର ଜିଲା ପାଇଁ ଗୌରବ ଆଣି ଦେଇଛନ୍ତି। ଏହି ସଫଳତା ପାଇଁ ବୁଧବାର କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଗୋପୀନାଥପୁରସ୍ଥିତ ତାଙ୍କ ବାସଭବନକୁ ଡକାଇ ଅଭିଷେକଙ୍କୁ ସମ୍ବର୍ଦ୍ଧିତ କରିବା ସହ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି ।
ନୀଳଗିରିରେ ଜନ୍ମିତ ଅଭିଷେକ କୁପାରୀ କଲେଜ ପ୍ରିନ୍ସିପାଲ ଡ. ଗଜେନ୍ଦ୍ର ପ୍ରସାଦ ପରିଡ଼ା ଓ ଶିକ୍ଷୟିତ୍ରୀ ମା’ ମିନାକ୍ଷୀ ନଳିନୀ ରାଉତଙ୍କ ବଡ଼ ପୁଅ। ସେ ଗାଁ ସ୍କୁଲରେ ୧ମରୁ ୮ମ ଯାଏ ପଢ଼ିବା ପରେ ୯ମ ଓ ୧୦ମ ବାଲେଶ୍ୱରରେ ପଢ଼ିଥିଲେ। ବାଲେଶ୍ୱର ଏଫ୍ଏମ୍ କଲେଜରେ ଯୁକ୍ତ ୨ ଶିକ୍ଷା ଶେଷ କରି ବ୍ରହ୍ମପୁରସ୍ଥିତ ପାରଳା ମହାରାଜା ସରକାରୀ କଲେଜରୁ ସଫଳତାର ସହ ବି.ଟେକ୍ ଡିଗ୍ରୀ ହାସଲ କରିଥିଲେ। ଏହାପରେ ଭୁବନେଶ୍ୱର ଆଇଆଇଟି (ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି)ରୁ ଏମ.ଟେକ୍ରେ ଟପ୍ପର ହେବାର ସୌଭାଗ୍ୟ ଅର୍ଜନ କରିଥିଲେ। ଚେନ୍ନାଇସ୍ଥିତ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ ଇଞ୍ଜିନିୟର ଭାବେ ନିଯୁକ୍ତି ପାଇଥିଲେ। ତେବେ ମହାକାଶବିଜ୍ଞାନୀ ହେବାକୁ ତାଙ୍କ ମନରେ ସ୍ବପ୍ନ ଉଙ୍କି ମାରିଥିଲା। ସ୍ବପ୍ନକୁ ସାକାର କରିବା ଲାଗି ସେ ଚଳାଇଥିଲେ ଉଦ୍ୟମ। ତାହା ଏବେ ବାସ୍ତବ ରୂପ ନେଇଛି। ସଫଳତାର ଶ୍ରେୟ ମାତାପିତା, ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଦେଇଛନ୍ତି ୨୬ବର୍ଷୀୟ ଅଭିଷେକ।
Posted inଆମ ଜିଲା ଖବର, ବାଲେଶ୍ୱର, ରାଜ୍ୟ View All
ଦୋକାନରୁ ଚୋରି କରୁଥିବା ବେଳେ ୨ଜଣଙ୍କୁ ଗିରଫ କଲା ପୋଲିସ
ପାଟଣା,୧୯।୬(ସ୍ବ.ପ୍ର.): କରୋନା ଲକ୍ଡାଉନ ସମୟରେ ବଢ଼ୁଛି କ୍ରାଇମ୍। କାମଧନ୍ଦା ଅଭାବରୁ ଲୋକମାନେ ଭୁଲ୍ ବାଟକୁ ଆପଣାଉଛନ୍ତି। କିଛି ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲା ସାହାରପଡା...
ସଂକ୍ରମଣ ଖସୁଛି, ସଞ୍ଜୀବନୀ ବଢ଼ୁଛି
ଅନୁଗୋଳ ଅଫିସ, ୧୯ା୬ ଅନୁଗୋଳ ଜିଲାରେ ହଠାତ୍ ବଢ଼ିଯାଇଥିଲା କରୋନା ସଂକ୍ରମଣ। ପ୍ରଶାସନର ପୂର୍ବ ପ୍ରସ୍ତୁତି ସତ୍ତ୍ୱେ ନିୟନ୍ତ୍ରଣରେ ନ ଥିଲା ପରିସ୍ଥିତି। ଏପରି କି...
ୟୁଟ୍ୟୁବ୍ରେ ପ୍ରଥମରୁ ଦଶମ ପାଠପଢ଼ା ଆରମ୍ଭ
ଭୁବନେଶ୍ୱର,୨୨।୬(ବ୍ୟୁରୋ): ରାଜ୍ୟରେ ସୋମବାରଠାରୁ ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପାଠପଢ଼ା ଆରମ୍ଭ ହୋଇଛି। ୟୁଟ୍ୟୁବ୍ ମାଧ୍ୟମରେ ଶିକ୍ଷାଦାନ କରାଯାଉଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ସକାଳ...
ରାଜ୍ୟରେ ୧ କୋଟି ଟପିଲା ଟିକାକରଣ
ଭୁବନେଶ୍ୱର, ୨୨।୬(ବ୍ୟୁରୋ): ଓଡ଼ିଶାରେ ସୋମବାରଠାରୁ କ୍ୟାମ୍ପେନ୍ ମୋଡ଼ରେ ଟିକାଦାନ ଆରମ୍ଭ ହୋଇଛି। ଦୈନିକ ୩ଲକ୍ଷ ଟିକାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ଲକ୍ଷ୍ୟ ରଖିଥିବାବେଳେ ପ୍ରଥମ ଦିନରେ...
ନକଲି ଡାକ୍ତରଙ୍କ କ୍ଲିନିକ୍ରେ ଚଢ଼ାଉ ଘଟଣା: ଏସ୍ଡିଜେଏମ୍ କୋର୍ଟରେ ମାମଲା
ଭୁବନେଶ୍ୱର,୧୨ା୬(ବ୍ୟୁରୋ): ଶିକ୍ଷାଗତ ଯୋଗ୍ୟତା ନ ଥାଇ ନିଜକୁ ଜଣେ ହୋମିଓପାଥିକ୍ ଡାକ୍ତର କହୁଥିଲେ। ‘ଷ୍ଟପ କରୋନା’ ଔଷଧ ଦେଇ ଲୋକଙ୍କୁ ଠକୁଥିଲେ। ଏପରି ଏକ ସଙ୍ଗିନ...
ଦ୍ୱିତୀୟ ଡୋଜ୍ ଅପେକ୍ଷାରେ ଥିବା ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଘୋଷଣା
ଭୁବନେଶ୍ୱର,୧୧।୬(ବ୍ୟୁରୋ): ପ୍ରଥମ ଡୋଜ ଟିକା ନେଇଥିବା ୧୮ରୁ ୪୪ବର୍ଷର ହିତାଧିକାରୀଙ୍କ ଟିକାକରଣକୁ ନେଇ ବିଏମ୍ସି ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ଅବଧି ଶେଷ ହେଉଥିବାରୁ ଅଗ୍ରାଧିକାର...
ମହିଳାଙ୍କୁ ଗଣବଳାତ୍କାର
କେନ୍ଦୁଝର, ୭ା୬ : କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଞ୍ଚଳର ଜଣେ ବିଧବା ମହିଳାଙ୍କୁ ଗାଡ଼ିରେ ଉଠାଇ ନେଇ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି...
୮ ବର୍ଷ ହେଲା ବନ୍ଦ ଥିବା ଷ୍ଟାଡିୟମ କାମ ଶେଷ କର
ଝାରସୁଗୁଡ଼ା ଅଫିସ,୨୩ା୬: ଏମ୍ସିଏଲ୍ ସିଏସ୍ଆର୍ ପାଣ୍ଠିରୁ ୮କୋଟି ଟଙ୍କା ବ୍ୟୟରେ ୨୦୧୩-୧୪ରୁ ଝାରସୁଗୁଡ଼ା ମାଳିମୁଣ୍ଡାଠାରେ ଷ୍ଟାଡିୟମ ନିର୍ମାଣ ଚାଲିଛି। ଅର୍ଥାଭାବରୁ ଦୀର୍ଘଦିନ ହେଲାଣି ଏହା ଅର୍ଦ୍ଧନିର୍ମିତ...


