ପାଟଣା,୧୯।୬(ସ୍ବ.ପ୍ର.): କରୋନା ଲକ୍ଡାଉନ ସମୟରେ ବଢ଼ୁଛି କ୍ରାଇମ୍। କାମଧନ୍ଦା ଅଭାବରୁ ଲୋକମାନେ ଭୁଲ୍ ବାଟକୁ ଆପଣାଉଛନ୍ତି। କିଛି ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲା ସାହାରପଡା ବ୍ଲକ ଖଜିରାପାଟ ପଞ୍ଚାୟତ ପଡିଆପଶିରେ। ପଡିଆପଶି ଛକରେ ଥିବା ଏକ ଭେରାଇଟି ଷ୍ଟୋରରୁ ଶୁକ୍ରବାର ବିଲମ୍ବିତ ରାତିରେ ଲୁଟ ଉଦ୍ୟମ ହୋଇଛି। ଭେରାଇଟି ଷ୍ଟୋରର ଆଜ୍ବେଷ୍ଟସ ଭାଙ୍ଗି ଘର ଭିତରେ ପଶି ଭିତର ପଟୁ କବାଟ ବନ୍ଦ କରି ୩ଜଣ ଚୋରି କରୁଥିଲେ। ସେହି ସମୟରେ ଗ୍ରାମବାସୀ ଓ ପୋଲିସ ତାଙ୍କୁ କାବୁ କରିନେଇଥିଲେ। ହେଲେ ଘଟଣାସ୍ଥଳରୁ ଜଣେ ଚୋର ଫେରାର ହୋଇଯାଇଥିବା ବେଳେ ଆଉ ୨ଜଣ ଚୋରଙ୍କୁ ଗିରଫ କରିଛି ପୋଲିସ। ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯିବ ବୋଲି ତୁରୁମୁଙ୍ଗା ଥାନା ଏସ୍ଆଇ ସୁଶାନ୍ତ ମଣୀ ମହାନ୍ତି ସୂଚନା ଦେଇଛନ୍ତି। ଅନ୍ୟପଟେ ଚୋରଙ୍କ ଛୁରା ମାଡ଼ରେ ତୁରୁମୁଙ୍ଗା ଥାନାର ଏଏସ୍ଆଇ ବିଜୟ ଖଟୁଆ ଆହତ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗିରଫ ହୋଇଥିବା ଚୋର ୨ଜଣ ହେଉଛନ୍ତି ଦୁଆଘାଟ ଗ୍ରାମର ସ୍ମୃତି ରଞ୍ଜନ ଭୂୟାଁ (୨୧) ଓ ସରୋଜ କୁମାର ରାଉତ(୨୭)। ଉଭୟ ଯୋଡାରେ ଏକ କମ୍ପାନୀରେ ସିକ୍ୟୁରୀଟି ଗାର୍ଡ ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି।
Posted inଆମ ଜିଲା ଖବର, କେନ୍ଦୁଝର View All
ବଜ୍ରପାତରେ ଚାଲିଗଲା ଛାତ୍ରଙ୍କ ଜୀବନ
ନିରାକାରପୁର,୨ା୬(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ଅଚ୍ୟୁତପୁର ଗ୍ରାମରେ ବୁଧବାର ଅପରାହ୍ନରେ ବଜ୍ରପାତ ଘଟି ଜଣେ ଛାତ୍ରଙ୍କ ଜୀବନ ଯାଇଛି। ସେ ହେଲେ କୃପାସିନ୍ଧୁ...
ମଣ୍ଡିରୁ ଉଠୁନି ଧାନ: ରାସ୍ତାକୁ ଓହ୍ଲାଇଲେ ଚାଷୀ
ବରପାଲି, ୨୧।୬(ଡି.ଏନ୍.ଏ.): ବରଗଡ଼ ଜିଲାରେ ରବି ଧାନ ବିକ୍ରି ସମସ୍ୟା ଅସମାହିତ ହୋଇ ରହି ଯାଇଛି । ମଣ୍ଡିକୁ ଚାଷୀମାନେ ଧାନ ବିକ୍ରି ପାଇଁ ଆଣୁଥିଲେ...
କୃଷି ଆଇନ ପ୍ରତ୍ୟାହାର ଦାବି ନେଇ ସିଟୁର ପ୍ରତିବାଦ
କେନ୍ଦୁଝର,୨୬ା୬(ସ୍ବ.ପ୍ର.): ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତିର ଆହ୍ବାନ କ୍ରମେ ସ୍ଥାନୀୟ ଢାଙ୍ଗରପଡ଼ା ଏନ୍ଏଚ ୪୯ କଡ଼ରେ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଯାଇଛି।...
ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ
ପୁରୀ ଅଫିସ,୨୦ା୬: ଆସନ୍ତା ଜୁଲାଇ ୧୨ରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ରବିବାର ଆୟୋଜିତ ହୋଇଥିବା...
ସିଏମ୍ସି ପାଇଁ କୋହଳ ନିୟମ
କଟକ ଅଫିସ,୨୩ା୬:ମୋଟର ଯାନ ଆଇନ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରୁଛି କଟକ ମହାନଗର ନିଗମ( ସିଏମ୍ସି)। ସିଏମ୍ସି ପକ୍ଷରୁ ଚାଲୁଥିବା ଆମ୍ବୁଲାନ୍ସ ଦୀର୍ଘ ୯ବର୍ଷ ହେବ...
ଟେରାକୋଟା ଶିଳ୍ପୀଙ୍କୁ ଜୀବିକା ଚିନ୍ତା
ଭଦ୍ରକ ଅଫିସ, ୬।୬- କରୋନା ଯୋଗୁ ସମସ୍ତ ବର୍ଗର ଲୋକେ ପ୍ରଭାବିତ ହୋଇଛନ୍ତି। ଛୋଟ ବଡ଼ ବ୍ୟବସାୟୀମାନେ ମୁଣ୍ଡରେ ହାତ ଦେଲେଣି। ଲକ୍ଡାଉନ ଓ ଶଟ୍ଡାଉନ...
ଏଥର ବି ରଜ ଫିକା
କେନ୍ଦୁଝର, ୧୪।୬ (ସ୍ବ.ପ୍ର.): କରୋନା କଟକଣା ପାଇଁ ଚଳିତବର୍ଷ କେନ୍ଦୁଝର ଜିଲାର ପ୍ରମୁଖ ଗଣପର୍ବ ରଜ ମହୋତ୍ସବ ଫିକା ପଡ଼ିଯାଇଛି । ଏହି ଉତ୍ସବ ପାଳନ...
କୋଭିଡ କଟକଣା ମଧ୍ୟରେ ସରିଲା ମା’ ଭୁଧାରଚଣ୍ଡୀଙ୍କ ଉଡାପର୍ବ
ସଜନାଗଡ,୧୫।୬(ଡି.ଏନ୍.ଏ.): ବାଲେଶ୍ୱର ଜିଲା ନୀଳଗିରିରୁ ପାଞ୍ଚ କି.ମି. ଦୂର ସଜନାଗଡ ଗ୍ରାମରେ ଆମ୍ରକୁଞ୍ଜ ମଧ୍ୟରେ ପ୍ରତିଷ୍ଠିତ ଦେବୀ ମା’ ଭୁଧାରଚଣ୍ଡୀଙ୍କ ଉଡାପର୍ବ ଅନୁଷ୍ଠିତ ହୋଇଯାଇଛି। ମା’ଙ୍କ...


