ବରପାଲି, ୨୧।୬(ଡି.ଏନ୍.ଏ.): ବରଗଡ଼ ଜିଲାରେ ରବି ଧାନ ବିକ୍ରି ସମସ୍ୟା ଅସମାହିତ ହୋଇ ରହି ଯାଇଛି । ମଣ୍ଡିକୁ ଚାଷୀମାନେ ଧାନ ବିକ୍ରି ପାଇଁ ଆଣୁଥିଲେ ସୁଦ୍ଧା ଟୋକନ ଅବଧି ଶେଷ, ଟୋକନରେ ତୃଟି, ଧାନରେ ଆର୍ଦ୍ରତା, ଟାର୍ଗେଟ ଅଭାବ ଆଦି ଆଳ ଦେଖାଇ ଧାନ କିଣାଯାଉ ନାହିଁ। ଏହାକୁ ନେଇ ଚାଷୀ ଅସନ୍ତୋଷ ବଢି ଚାଲିଛି। ଏହି କ୍ରମରେ ବରପାଲି କୃଷକ ମଞ୍ଚ ନେତୃତ୍ୱରେ ଗତ କିଛିଦିନ ହେଲା ଚାଷୀମାନେ ସ୍ଥାନୀୟ ତହସିଲ ଅଫିସରେ ଧାନ ଗଦା କରି ଧାରଣାରେ ବସିଥିବା ବେଳେ ସୋମବାର ତହସିଲ ଅଫିସ ସମ୍ମୁଖ ବରଗଡ଼ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାଶର୍ବରେ ବହୁ ସଂଖ୍ୟାରେ ଯାନବାହାନ ଅଟକି ରହିଛି। ସ୍ଥାନୀୟ ତହସିଲଦାର ଅକ୍ଷୟ କୁମାର ବାଗ ଆନ୍ଦୋଳନରତ ଚାଷୀଙ୍କ ସହିତ ଆଲୋଚନା କରିଛନ୍ତି। ମାତ୍ର ଆଲୋଚନା ଫଳପ୍ରଦ ହୋଇ ନ ଥିବା ଯୋଗୁ ଆନ୍ଦୋଳନ ଜାରି ରହିଛି।
Posted inଆମ ଜିଲା ଖବର, ବରଗଡ଼ View All
ଭାଇବୋହୂଙ୍କୁ ହତ୍ୟା ଧମକ: ଜେଲ୍ ଗଲେ ଦେଢ଼ଶୁର
ଦିଗପହଣ୍ଡି,୨ା୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କରପଡ଼ା ଗ୍ରାମର ଜଗନ୍ନାଥ ପ୍ରଧାନ ଏବଂ ପ୍ରଶାନ୍ତ ପ୍ରଧାନଙ୍କୁ ବୁଧବାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।...
ବଳାତ୍କାର ପରେ ଅଚେତ ହୋଇଗଲା, ଭୟରେ ତଣ୍ଟି ଚିପିଦେଲି
ନୟାଗଡ଼ ଅଫିସ,୨୦।୬: ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ନୂଆଗାଁ ପଞ୍ଚାୟତ ଧୁନ୍ଦୁଗାଡିଆ ଅଞ୍ଚଳର ଜଣେ ୫ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିଲା ।...
ଘାଟିରେ ଓଲଟିଲା ଅଟୋ, ଜଣେ ଶ୍ରମିକଙ୍କ ଜୀବନ ଗଲା; ୧୨ ଗୁରୁତର
ପାରଳାଖେମୁଣ୍ଡି,୧୬ା୬(ଡି.ଏନ୍.ଏ.): ଗଜପତି ଜିଲା ରାୟଗଡ଼ ଥାନା ଅଧିନସ୍ଥ ରାଶିବାଡ଼ ଘାଟିରେ ଏକ ଡାଲା ଅଟୋ ଓଲଟି ପଡ଼ିଥିବା ଜଣାପଡ଼ିଛି। ଫଳରେ ଘଟଣାସ୍ଥଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ...
ଜେଆଇପିଟିଏଲ୍ ଫାଟକ ସମ୍ମୁଖରେ ମୃତଦେହ ରଖି ଆନ୍ଦୋଳନ
କଣିହାଁ,୭ା୬(ଡି.ଏନ୍.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ଡେରେଙ୍ଗସ୍ଥିତ ଜିନ୍ଦଲ ଇଣ୍ଡିଆ ଥର୍ମାଲ ପାଓ୍ବାର ଲିମିଟେଡ୍ (ଜେଆଇଟିପିଏଲ୍) ଫାଟକ ସମ୍ମୁଖରେ ସୋମବାର ଜନୈକ ବ୍ୟକ୍ତିଙ୍କ ମୃତଦେହ ରଖି...
ଦମ୍ପତିଙ୍କୁ ନିଶା ସ୍ପ୍ରେ ଘରୁ ନେଇଗଲେ ଲକ୍ଷାଧିକ ଟଙ୍କା, ଆଉ ତା ପରେ
ବାଲେଶ୍ୱର ଅଫିସ,୧୭।୬: ବାଲେଶ୍ବର ଜିଲା ସୋର ଥାନା ବ୍ରାହ୍ମଣସାହି ଗାଁରେ ବୁଧବାର ବିଳମ୍ବିତ ରାତିରେ ଲୁଟ୍ ହୋଇଛି। କେତେକ ଦୁର୍ବୃତ୍ତ ଘରେ ପଶି ପରିବାର ଲୋକଙ୍କୁ...
ବିନା ଅନୁମତିରେ ମେସ୍କୋ ରେଲୱେ ସାଇଡିଂ ମାମଲା: ଏସ୍ପିସିବି ପକ୍ଷରୁ ତଦନ୍ତ ଆରମ୍ଭ
ଯାଜପୁର ଅଫିସ/କଳିଙ୍ଗନଗର (ଡି.ଏନ.ଏ.),୧୮ା୬: କଳିଙ୍ଗନଗର ଶିଳ୍ପାଞ୍ଚଳର ମେସ୍କୋ ଷ୍ଟିଲ ପରିସରରେ ଥିବା ରେଲୱେ ସାଇଡିଂ ଉପରେ ଗୁରୁବାର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍ପିସିବି)ର କଳିଙ୍ଗନଗର...
ନଦୀଭିତ୍ତିକ ବନ୍ଦର ସ୍ବପ୍ନ
କେନ୍ଦ୍ରାପଡ଼ା ଅଫିସ, ୧୪।୬: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଖଡାଶାଳି ଗ୍ରାମ ନିକଟ ମହାନଦୀରେ ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର ହେବ। ପବ୍ଲିକ୍-ପ୍ରାଇଭେଟ୍-ପାର୍ଟନରଶିପ୍ (ପିପିପି) ମୋଡ୍ରେ...
ପୁଅର ମୃତଦେହ ଛୁଇଁଲେନି ବାପା
ବୌଦ୍ଧ,୨୧।୬: ପୁଅର ମୃତ୍ୟୁ ପରେ ବାପା ମୃତଦେହ ଛୁଇଁଲେନି କି ସଂସ୍କାର ପାଇଁ ନେଲେନାହିଁ। ଫଳରେ ପୁତ୍ରବଧୂ ଥାନାର ଦ୍ୱାରସ୍ଥ ହୋଇଥିଲେ। ପୋଲିସ ବୁଝାଶୁଝା କରିବାରୁ...


