ବାଲେଶ୍ୱର ଅଫିସ,୧୭।୬: ବାଲେଶ୍ବର ଜିଲା ସୋର ଥାନା ବ୍ରାହ୍ମଣସାହି ଗାଁରେ ବୁଧବାର ବିଳମ୍ବିତ ରାତିରେ ଲୁଟ୍ ହୋଇଛି। କେତେକ ଦୁର୍ବୃତ୍ତ ଘରେ ପଶି ପରିବାର ଲୋକଙ୍କୁ ନିଶା ଦ୍ରବ୍ୟ ସିଞ୍ଚି ମାରି ଅଚେତ କରାଇ ଦେଇ ୨୦ ଲକ୍ଷ ଟଙ୍କାର ଗହଣା ନେଇ ଯାଇଛନ୍ତି।
ସୂଚନାନୁସାରେ, ବ୍ରାହ୍ମଣସାହି ଗାଁର ସୂର୍ଯ୍ୟକାନ୍ତ ପଣ୍ଡା ଓ ତାଙ୍କ ସ୍ତ୍ରୀ ଘରେ ଶୋଇଥିବା ବେଳେ ବୁଧବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ତାଙ୍କ ଘରର ସ୍କାଏଲାଇଟ ଭାଙ୍ଗି ଘରେ ପଶିଥିଲେ । ଦମ୍ପତିଙ୍କୁ ନିଶା ସ୍ପ୍ରେ କରି ଆଲମାରୀ ଭାଙ୍ଗି ୨୦ ଲକ୍ଷରୁ ଊଦ୍ଧର୍ବ ଟଙ୍କାର ଗହଣା ଲୁଟ କରିଥିଲେ । ପରେ ସେମାନେ ଘରର ବାହାର ପଟୁ ଲକ୍ କରି ଚମ୍ପଟ ମାରିଥିଲେ । ଗୁରୁବାର ପୂର୍ବାହ୍ନରେ ପଡ଼ିଶା ଘର ଲୋକେ କବାଟ ଖୋଲିବା ପରେ ସୂର୍ଯ୍ୟକାନ୍ତ ଘରେ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ। ଏନେଇ ସୂର୍ଯ୍ୟକାନ୍ତ ସୋର ଥାନାରେ ଅଭିଯୋଗ କରିବା ପରେ ସୋର ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାପଡିଛି ।
Posted inଆମ ଜିଲା ଖବର, ବାଲେଶ୍ୱର View All
ଜୁଏଲାରି ମାଲିକଙ୍କ ଘରେ ପଶିଲେ ଦୁର୍ବୃତ୍ତ: ୧୦ ରାଉଣ୍ଡ ଗୁଳି ଚାଳନା, ୩ ଗୁରୁତର ୩ ଆହତ
ବାହାନଗା, ୨।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ସାଉଡୁ ଗ୍ରାମର ଜଣେ ଜୁଏଲାରି ମାଲିକଙ୍କ ଘରୁ ଚୋରି ହୋଇଛି। ୬ ଜଣ ଦୁର୍ବୃତ୍ତ ଘର ଭିତରେ...
ନୂଆବଜାର ଅଞ୍ଚଳରେ ବିଦେଶୀ ପକ୍ଷୀ
ବାଲେଶ୍ୱର ଅଫିସ, ୧୫।୬-ବାଲେଶ୍ୱର ସହରସ୍ଥିତ ନୂଆବଜାର ଅଞ୍ଚଳ ଏବେ ବିଦେଶୀ ପକ୍ଷୀଙ୍କ କିଚିରିମିଚିରି ଶବ୍ଦରେ ପ୍ରକମ୍ପିତ ହୋଇଉଠୁଛି। ସହର ନିକଟରେ କୌଣସି ହ୍ରଦ କିମ୍ବା ମୁହାଣ...
ସରକାରୀ ଜମି ହଡ଼ପ ଅଭିଯୋଗରେ ବାପା-ପୁଅ ଗିରଫ
ଦାରିଙ୍ଗବାଡ଼ି୨୮ା୬(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ବେଧଡ଼କ ଚାଲିଛି ସରକାରୀ ଜମି ହଡ଼ପ। ବିଭିନ୍ନ ସ୍ଥାନରେ ସରକାରୀ ଜମିକୁ ହଡ଼ପ କରିବା ସହ ବିକ୍ରିବଟା କରାଯାଉଥିବା...
ଗାଁରେ ପଶିଲା ହାତୀ, ଗ୍ରାମବାସୀ ଭୟଭୀତ
ରୂପ୍ସା,୨୫ା୬(ଡି.ଏନ୍.ଏ.): ବାଲେଶ୍ୱର ଜିଲା ରୂପସା ଥାନା ଗଡ଼ପଦା ପଞ୍ଚାୟତ ଅନ୍ତର୍ଗତ ଜହତା ଗ୍ରାମରେ ଶୁକ୍ରବାର ସକାଳେ ଏକ ଦନ୍ତାହାତୀ ପଶି ଆସିଥିବା ଦେଖିବାକୁ ମିଳିଛି। ଜଣେ...
ଟିକା ନେବାର ୨୪ ଘଣ୍ଟାରେ ଗଲା ନବବଧୂଙ୍କ ଜୀବନ
ଆର.ଉଦୟଗିରି,୨୬ା୬: ଗଜପତି ଜିଲା ମୋହନା ଥାନା ଚାନ୍ଦିପୁଟର ଜଣେ ନବ ବିବାହିତା ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ହରିଶଙ୍କର ପୃଷ୍ଟିଙ୍କ ସ୍ତ୍ରୀ ଜେ.ଲକ୍ଷ୍ମୀ ଆଚାରୀ।...
ଇ-ବର୍ଜ୍ୟବସ୍ତୁରେ ସୁଉଚ୍ଚ ରୋବଟ
ଭୁବନେଶ୍ୱର(ବ୍ୟୁରୋ)/ବ୍ରହ୍ମପୁର ଅଫିସ୍, ୬।୬ରାଜ୍ୟର ବିଭିନ୍ନ ସହରରେ ଇ-ବର୍ଜ୍ୟବସ୍ତୁର ବୋଝ ଦିନକୁ ଦିନ ବଢ଼ିବାରେ ଲାଗିଛି। ବ୍ରହ୍ମପୁର ଆଇଟିଆଇର ଦକ୍ଷ ପ୍ରଫେଶନାଲ ଏନେଇ ଉଦ୍ବେଗ ପ୍ରକାଶ କରିବା...
ଚୋରା ମଦ ବେପାରୀଙ୍କୁ ସୁହାଉଛି ଲକ୍ଡାଉନ
ବୋଲଗଡ଼/ନିରାକାରପୁର/ବାଣପୁର,୯ା୬(ଡି.ଏନ୍.ଏ.):କରୋନା ପାଇଁ ରାଜ୍ୟରେ ଲକ୍ଡାଉନ ଜାରି ରହିଛି। ଏହି ସମୟରେ ବୋଲଗଡ଼ ଅଞ୍ଚଳରେ ଚୋରା ମଦ ବେପାରୀମାନେ ସକ୍ରିୟ ହୋଇ ଉଠିଛନ୍ତି। ବୋଲଗଡ଼ ପୋଲିସ ମଙ୍ଗଳବାର...
ବାଲେଶ୍ୱରର ଜଣେ ବରିଷ୍ଠ ଶିକ୍ଷାବିତଙ୍କ ପରଲୋକ
ବାଲେଶ୍ବର ଅଫିସ,୧୭।୭: ବାଲେଶର ଜିଲାର ଜଣେ ବରିଷ୍ଠ ଶିକ୍ଷାବିତ ଓ ସତ୍ୟସାଇ ଇଞ୍ଜିନିୟରିଂ କଲେଜର ପରିଚାଳନା ନିର୍ଦ୍ଦେଶକ ତଥା ଯୁବ ନେତା ବେଣୁମାଧବ ପଣ୍ଡାଙ୍କ ପରଲୋକ...


