ଭୁବନେଶ୍ୱର(ବ୍ୟୁରୋ)/ବ୍ରହ୍ମପୁର ଅଫିସ୍, ୬।୬ରାଜ୍ୟର ବିଭିନ୍ନ ସହରରେ ଇ-ବର୍ଜ୍ୟବସ୍ତୁର ବୋଝ ଦିନକୁ ଦିନ ବଢ଼ିବାରେ ଲାଗିଛି। ବ୍ରହ୍ମପୁର ଆଇଟିଆଇର ଦକ୍ଷ ପ୍ରଫେଶନାଲ ଏନେଇ ଉଦ୍ବେଗ ପ୍ରକାଶ କରିବା ସହ ଏହି ପ୍ରସଙ୍ଗ ସମ୍ପର୍କରେ ବିଶ୍ୱ ସମୁଦାୟର ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଛନ୍ତି। ବିଶ୍ୱ ପରିବେଶ ଦିବସ ଅବସରରେ ବ୍ରହ୍ମପୁର ଆଇଟିଆଇ ପକ୍ଷରୁ ଇ-ବର୍ଜ୍ୟବସ୍ତୁରେ ଏକ ଉଚ୍ଚତମ ରୋବଟ ମୂର୍ତ୍ତି ପ୍ରସ୍ତୁତି ଚାଲିଛି। ଭୁବନେଶ୍ୱରଠାରେ ୧୬ ଫୁଟର ଏଭଳି ମୂର୍ତ୍ତି ରହିଥିବାବେଳେ ଆଇଟିଆଇ ପକ୍ଷରୁ ନିର୍ମିତ ମୂର୍ତ୍ତିର ଉଚ୍ଚତା ୨୯ଫୁଟ ରହିଛି। ଏହି ଇ-ବର୍ଜ୍ୟବସ୍ତୁ ରୋବଟ୍ ବିଶ୍ୱର ସବୁଠାରୁ ଅଧିକ ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତି ହେବ ବୋଲି ଅନୁଷ୍ଠାନ ଅଧ୍ୟକ୍ଷ ଡ. ରଜତ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଇ-ବର୍ଜ୍ୟବସ୍ତୁ କେନ୍ଦ୍ରରୁ ପ୍ରାୟ ଏକ ମାସ ପୂର୍ବରୁ ଏହାର ନିର୍ମାଣ ଆରମ୍ଭ ହୋଇଛି। ଏହାକୁ ତିଆରି କରିବା ପାଇଁ ଇଲେକ୍ଟ୍ରିସିିଆନ୍ ଓ ଇନ୍ଷ୍ଟ୍ରୁମେଣ୍ଟ୍ ମେକାନିକ୍ ବିଭାଗର ଛାତ୍ରୀଛାତ୍ର ଓ ଶିକ୍ଷକମାନେ ସାମିଲ ହୋଇଛନ୍ତି। ଏଥିରେ ପ୍ରାୟ ୩ ଟନ୍ର ଇ-ବର୍ଜ୍ୟବସ୍ତୁ ବ୍ୟବହାର ହୋଇଛି। ଏଥିରେ ବହୁ ସଂଖ୍ୟାରେ ଅଚଳ କମ୍ପ୍ୟୁଟର, ମୋବାଇଲ୍, ସିଡି ପ୍ଲେୟାର, ଟିଭି, ଭିସିଆର୍ ଭଳି ଇ-ବର୍ଜ୍ୟବସ୍ତୁ ବ୍ୟବହୃତ ହୋଇଛି। ଏହି ରୋବଟକୁ ଅନୁଷ୍ଠାନର ଇ-ସ୍କ୍ରାପ୍ ପାର୍କ ମଧ୍ୟରେ ସ୍ଥାପନ କରାଯାଇଛି। ଏହା ବିଶ୍ୱର ସବୁଠାରୁ ଉଚ୍ଚତମ ମୂର୍ତ୍ତି ହେବା ସହ ଆଗାମୀ ଦିନରେ ଗିିନିଜ୍ ବୁକ୍ ଅଫ୍ ରେକଡର୍ସରେ ସ୍ଥାନ ହାସଲ ନେଇ ଲକ୍ଷ୍ୟ ରଖାଯାଇଥିବା ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ସମଗ୍ର ବିଶ୍ୱକୁ ଇ-ବର୍ଜ୍ୟବସ୍ତୁ ପ୍ରଦୂଷଣରୁ ରୋକିବାକୁ ହେଲେ ଏହାକୁ କିଭଳି ପୁନଃ ପ୍ରକ୍ରିୟାକରଣ କରାଯିବ ସେ ନେଇ ଏହି ମୂର୍ତ୍ତି ସଚେତନତାର ବାର୍ତ୍ତା ପ୍ରଦାନ କରିବ ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ୨୦୧୬ ବର୍ଜ୍ୟ ପରିଚାଳନା ରୁଲ୍ସ ଅନୁସାରେ ବର୍ଜ୍ୟ ବସ୍ତୁକୁ ବୈଜ୍ଞାନିକ ଉପାୟରେ ଗଚ୍ଛିତ ଏବଂ ନଷ୍ଟ କରାଯିବା ଆବଶ୍ୟକ। ନଚେତ୍ ଏହା ପ୍ରଦୂଷଣ ମାତ୍ରାକୁ ବୃଦ୍ଧି କରିବା ସହ ବିଭିନ୍ନ ପ୍ରକାର ପରିବେଶ ଅସନ୍ତୁଳନ ସୃଷ୍ଟି କରିବ। ୨୦୧୯ରେ ବିଶ୍ୱରେ ୫୩.୬ ମେଟ୍ରିକ ଟନ ଇ-ବର୍ଜ୍ୟ ସୃଷ୍ଟି ହୋଇଥିଲା। ଯାହାର ମାତ୍ରା ମୁଣ୍ଡ ପିଛା ୭.୩ କିଲୋ ରହିଥିଲା। ୨୦୩୦ ବେଳକୁ ଏହା ୭୪.୭ ମେଟ୍ରିକ ଟନରେ ପହଞ୍ଚତ୍ବ ବୋଲି ଆକଳନ କରାଯାଉଛି। ବ୍ରହ୍ମପୁରର ଆଇଟିଆଇ ଟିମ୍ଙ୍କ ମତରେ ଏହି ସୁଉଚ୍ଚ ରୋବର୍ଟ ଲୋକଙ୍କ ମଧ୍ୟରେ ବିଶେଷକରି ପରିବେଶ ପାଇଁ ଚିନ୍ତା କରୁଥିବା ଲୋକଙ୍କ ମଧ୍ୟରେ ଏକ ସଚେତନତା ସୃଷ୍ଟି କରିବ। ଆଇଟିଆଇ ଟିମ୍ ଦ୍ୱାରା ଇ- ବର୍ଜ୍ୟରେ ପ୍ରସ୍ତୁତ ପାର୍କ ଏସିଆର ସର୍ବବୃହତ୍ ଅଟେ। ଏହା ଏସିଆ ବୁକ୍ ଅଫ୍ ରେକର୍ଡରେ ମଧ୍ୟ ସ୍ଥାନ ପାଇଛି।
Posted inଆମ ଜିଲା ଖବର, ଗଞ୍ଜାମ, ମେଟ୍ରୋ, ରାଜ୍ୟ View All
୨ ଦିନ ବର୍ଷା
ଭୁବନେଶ୍ୱର,୨୬ା୬(ବ୍ୟୁରୋ): ଓଡ଼ିଶା ଏବଂ ଝାଡ଼ଖଣ୍ଡ ଉପରେ ଏକ ଟ୍ରପ୍ଲାଇନ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨ ଦିନ ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସହ...
୨୪ ଯାଏ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
ଭୁବନେଶ୍ୱର,୨୨।୬(ବ୍ୟୁରୋ): ବଙ୍ଗୋପସାଗର ଏବଂ ବାଂଲାଦେଶ ଉପକୂଳକୁ ଲାଗି ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି। ଏଥିସହିତ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ସକ୍ରିୟ ରହିଛି। ଏହାର...
୧୯ ଜିଲାରେ ସଂକ୍ରମଣ ହାର ୫ ପ୍ରତିଶତରୁ କମ୍
ଭୁବନେଶ୍ୱର,୨୩।୬(ବ୍ୟୁରୋ): ରାଜ୍ୟରେ ଗତ ୨୪ଘଣ୍ଟାରେ ୬୫,୮୪୫ ନମୂନା ପରୀକ୍ଷା ହୋଇଥିବା ବେଳେ ୩,୪୫୬ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏବେ କରୋନା ତଳମୁହାଁ ହୋଇଥିବା ବେଳେ ୧୯ଟି...
ଆଇୟୁସିଏନ୍ ପୋର୍ଟାଲ୍ରେ ‘ପୃଥିବୀ ମନ୍ଥନ’
ଭୁବନେଶ୍ୱର, ୧୩।୬(ବ୍ୟୁରୋ): ଜାତିସଂଘ ସମର୍ଥିତ ସଂସ୍ଥା ଆଇୟୁସିଏନ୍ର ପୋର୍ଟାଲ୍ରେ ଅରୋମିରା ଏଣ୍ଟରଟେନ୍ମେଣ୍ଟର ଭାଇରାଲ୍ ମ୍ୟୁଜିକ୍ ଭିଡିଓ ‘ପୃଥିବୀ ମନ୍ଥନ’ ସ୍ଥାନ ପାଇଛି। ବିଶ୍ୱ ପରିବେଶ ସୁରକ୍ଷା...
ପୋଲିସ କଲା ରାଜପଥ ମରାମତ
କାମାକ୍ଷାନଗର,୧।୬(ଡି.ଏନ.ଏ.) ମହାମାରୀ ସମୟରେ ଆଗଧାଡ଼ିର ଯୋଦ୍ଧା ଭାବେ ଦିନରାତି କାର୍ଯ୍ୟ କରୁଥିବା ପୋଲିସ ରାଜପଥ ମରାମତି ପରି କାର୍ଯ୍ୟ କରି ବେଶ୍ ପ୍ରଶଂସା ସାଉଣ୍ଟିଛି। ଏହି...
ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦଖଲରେ ନାଳ, ଡ୍ରେନ୍
ଜଗତ୍ସିଂହପୁର ଅଫିସ,୧୮ା୬: ପ୍ରାକୃତିକ ନାଳ, ଡ୍ରେନ୍କୁ ରୋକାଯାଇପାରିବ ନାହିଁ କି ଗତି ବଦଳା ଯିବନି ବୋଲି ନିୟମ ରହିଛି। କେହି ଜବରଦଖଲ କଲେ ଆଇନ ଅନୁଯାୟୀ...
ରସୁଲଗଡ଼ ଓଭରବ୍ରିଜ୍ରେ ଦୁର୍ଘଟଣା: ପିସିଆର ଭ୍ୟାନକୁ ପଛରୁ ପିଟିଲା ଟ୍ରକ, ୨ ପୋଲିସ କର୍ମଚାରୀ ଆହତ
ଭୁବନେଶ୍ୱର,୧୬ା୬(ବ୍ୟୁରୋ): ରସୁଲଗଡ଼ ଓଭରବ୍ରିଜ ଉପରେ ବୁଧବାର ଏକ ଦୁର୍ଘଟଣା ଘଟିଛି। ପିସିଆର ଭ୍ୟାନକୁ ପଛ ପଟୁ ଏକ ମାଲ୍ବୋଝେଇ ଟ୍ରକ୍ ଧକ୍କା ଦେବାରୁ ଦୁର୍ଘଟଣାରେ ୨...
ଘରେ ଶୋଇଥିବାବେଳେ କଳାକନା ବୁଲାଇଲେ ଦୁର୍ବୃତ୍ତ
ଛତ୍ରପୁର,୨୮।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ ରାତିରେ କଳକନା ବୁଲାଇଛନ୍ତି ଦୁର୍ବୃତ୍ତ ।...


