ଯାଜପୁର ଅଫିସ/କଳିଙ୍ଗନଗର (ଡି.ଏନ.ଏ.),୧୮ା୬: କଳିଙ୍ଗନଗର ଶିଳ୍ପାଞ୍ଚଳର ମେସ୍କୋ ଷ୍ଟିଲ ପରିସରରେ ଥିବା ରେଲୱେ ସାଇଡିଂ ଉପରେ ଗୁରୁବାର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍ପିସିବି)ର କଳିଙ୍ଗନଗର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ବିଭାଗୀୟ ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ସାଇଡିଂ ପରିଦର୍ଶନରେ ଯାଇ କାଗଜପତ୍ର ଯାଞ୍ଚ କରିବା ସହ ନିରୀକ୍ଷଣ କରିଥିଲେ। ଏଥିରେ ଆବଶ୍ୟକ ଅନୁମତି ନ ଥିବା ଅଧିକାରୀମାନେ ଜାଣିବାକୁ ପାଇଛନ୍ତି ବୋଲି ସୂଚନା ମିଳିଛି।
ମେସ୍କୋ ରେଲୱେ ସାଇଡିଂ ବେଆଇନ ଭାବେ ଚାଲିବା ନେଇ ଧରିତ୍ରୀରେ ଗତ ୧୨ ତାରିଖରେ ଖବର ପ୍ରକାଶ ପାଇଥିଲା। ଏନେଇ କଳିଙ୍ଗନଗର ଶ୍ରମିକ ସଂଘ ପକ୍ଷରୁ ଏସ୍ପିସିବି ଅଧ୍ୟକ୍ଷ ଓ ସଦସ୍ୟ ସଚିବଙ୍କୁ ଅଭିଯୋଗ କରାଯାଇଥିଲା। ରେଲୱେ ସାଇଡିଂ ଅତି ପ୍ରଦୂଷଣକାରୀ ୟୁନିଟ। ଏହାକୁ ଲାଲ ବର୍ଗ (ରେଡ କ୍ୟାଟେଗୋରୀ) ୟୁନିଟ୍ ଭାବେ ଧରାଯାଏ। ତେଣୁ ଏସ୍ପିସିବିଠାରୁ ଏହି ୟୁନିଟ୍ ସ୍ଥାପନ ଓ ପରିଚାଳନା ଅନୁମତି ନିହାତି ଆବଶ୍ୟକ। କିନ୍ତୁ ବିନା ଅନୁମତିରେ ରେଲୱେ ସାଇଡିଂ ଚଳାଇଥିବାବେଳେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ସାଇଡିଂରେ ବିଷାକ୍ତ କ୍ଲିଙ୍କର, ଜିପ୍ସମ ଆଦି ପରିବହନ ହେଉଛି। କଳିଙ୍ଗନଗରର କେତେକ ସିମେଣ୍ଟ କାରଖାନା ନିଜର ସ୍ବାର୍ଥକୁ ଆଗରେ ରଖି ପ୍ରଭାବିତ ଲୋକଙ୍କ ସମସ୍ୟାକୁ ଦୂରେଇ ଦେଇ ଏଭଳି ବେଆଇନ କାର୍ଯ୍ୟ ଚଳାଇଛନ୍ତି ବୋଲି ମତ ପ୍ରକାଶ ପାଇଛି। ତେଣୁ ଏଥିରେ ସଂପୃକ୍ତ କାରଖାନା କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ସାଇଡିଂର ୧ କିମି ବ୍ୟାସାର୍ଦ୍ଧରେ ବସବାସ କରୁଥିବା ଖୁରୁଣ୍ଟି, ମାନପୁର ଓ ନୀଳବସ୍ତି ବାସିନ୍ଦା ବାୟୁ ପ୍ରଦୂଷଣରେ ପ୍ରଭାବିତ ହେଉଛନ୍ତି। ଏ ସଂକ୍ରାନ୍ତରେ ଏସ୍ପିସିବିର ଆଞ୍ଚଳିକ ଅଧିକାରୀ ବେହେରା କହିଛନ୍ତି, ସାଇଡିଂର ତଦନ୍ତ କରାଯାଇ କାଗଜପତ୍ର ଜବତ କରାଯାଇଛି। ଅଧିକ ଜାଣିବା ପାଇଁ ଆହୁରି କାଗଜପତ୍ର ମଗାଯାଇଛି। ରିପୋର୍ଟ ପ୍ରସ୍ତୁତ କରି ସଦସ୍ୟ ସଚିବଙ୍କୁ ଦିଆଯିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।
Posted inଆମ ଜିଲା ଖବର, ଯାଜପୁର View All
୨ ବିଭାଗର ଅବହେଳାରୁ ଦନ୍ତା ମୃତ
ଭଞ୍ଜନଗର,୭।୬: ଗଞ୍ଜାମ ଜିଲା ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ଢଉପଲ୍ଲୀ ନିକଟ କାଜୁ ଜଙ୍ଗଲରେ ରବିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ୧୧...
ଶାଳୀଙ୍କୁ କୁରାଢ଼ିରେ ହାଣି ହତ୍ୟା କରିବା ପରେ ଶାଶୁଙ୍କୁ ବଳାତ୍କାର କଲେ ଜ୍ୱାଇଁ, ୨୦୦ ଫୁଟ ତଳକୁ ଫିଙ୍ଗିଲେ ମୃତଦେହ
କେନ୍ଦୁଝର,୭ା୬(ସ୍ବ.ପ୍ର.): ଶାଳୀଙ୍କୁ କୁରାଢ଼ିରେ ହାଣି ଜଘନ୍ୟ ହତ୍ୟା ପରେ ଶାଶୁଙ୍କ ହାତ ବାନ୍ଧି ବଳାତ୍କାର କରିଛନ୍ତି ଜ୍ୱାଇଁ। ପରେ ମୃତଦେହକୁ ୨୦୦ ଫୁଟ ଖାଲକୁ ଫିଙ୍ଗି...
ବଞ୍ଚାଇଦେଲା ପୋଷା କୁକୁର
ଢେଙ୍କାନାଳ ଅଫିସ, ୩।୬: କୁହାଯାଏ କୁକୁର ହେଉଛି ଭାରି ବିଶ୍ୱସ୍ତ। ଏହି ଗୃହପାଳିତ ପ୍ରାଣୀର ଉପସ୍ଥିତ ବୁଦ୍ଧି ଯୋଗୁ ଅନେକ ଜୀବନ ବଞ୍ଚତ୍ୟାଇଥିବା ନଜିର ରହିଛି।...
୬ ହାର୍ଡକୋର ମାଓବାଦୀ ମୃତ, ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ
ମାଲକାନଗିରି,୧୬ା୬(ଡି.ଏନ୍.ଏ.): ମାଲକାନଗିରି ଜିଲା ସୀମାନ୍ତ ଆନ୍ଧ୍ର ପ୍ରଦେଶ ବିଶାଖାପାଟଣା ଜିଲା କାୟାଉର ଥାନା ଅନ୍ତର୍ଗତ ମେଟା ଜଙ୍ଗଲରେ ବୁଧବାର ଭୋର୍ରୁ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ...
ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ
ପୁରୀ ଅଫିସ,୨୦ା୬: ଆସନ୍ତା ଜୁଲାଇ ୧୨ରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ରବିବାର ଆୟୋଜିତ ହୋଇଥିବା...
ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮ ଲକ୍ଷ ଟଙ୍କା। ଟାଉନ ଥାନା...
ଟିକା ନେବାକୁ ଡରୁଛନ୍ତି ଲୋକେ
ବୁଗୁଡ଼ା,୧୪ା୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଗୋଲିଆ ପଞ୍ଚାୟତରେ ଟିକା ନେବାକୁ ଲୋକେ ଡରୁଛନ୍ତି l ଏହି ପଞ୍ଚାୟତର ଦୁଇଟି ଆଦିବାସୀ ଗ୍ରାମ ମରେଇପଲ୍ଲୀ...
ୱାର୍ଡମେମ୍ବରଙ୍କ ଘର ଉପରେ ବୋମାମାଡ଼
ସାଲେପୁର, ୮।୬(ଡି.ଏନ୍.ଏ.): ସାଲେପୁର ଥାନା ଅଧୀନ ବାରିଗୋଳ ଗ୍ରାମର ଓ୍ବାର୍ଡମେମ୍ବରଙ୍କ ଘର ଉପରେ ରବିବାର ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି। ଏଥିରେ ମୋକିମ୍ ଖାଁଙ୍କ ଘର...


