ଭଞ୍ଜନଗର,୭।୬: ଗଞ୍ଜାମ ଜିଲା ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ଢଉପଲ୍ଲୀ ନିକଟ କାଜୁ ଜଙ୍ଗଲରେ ରବିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ୧୧ କେ.ଭି. ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଏକ ଦନ୍ତାହାତୀର ଜୀବନ ଯାଇଛି। ସୋମବାର ସକାଳେ ବନ ବିଭାଗ ଓ ବିଦ୍ୟୁତ୍ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ୨ ବିଭାଗର ଅବହେଳାରୁ ହାତୀ ମୃତ୍ୟୁ ଘଟିଥିବା ଜଣାପଡିଛି।
ହାତୀ ଓ ଅନ୍ୟ ବନ୍ୟଜନ୍ତୁ ସୁରକ୍ଷା ପାଇଁ ପ୍ରତି ୨ ମାସରେ ଥରେ ବିଦ୍ୟୁତ୍ ଓ ବନ ବିଭାଗର ସମନ୍ବୟ ବୈଠକ ଅନୁଷ୍ଠିତ ହୁଏ। ହେଲେ ୪ ମାସ ମଧ୍ୟରେ ଥରେ ବି ବୈଠକ ହୋଇ ନାହିଁ। ଫଳରେ ହାତୀ ଚଳପ୍ରଚଳ କରୁଥିବା ଅଞ୍ଚଳରେ ଓହଳି ରହିଥିବା ବିଦ୍ୟୁତ୍ ତାରଗୁଡ଼ିକ ଉପରକୁ ଟଣାଯାଇ ନ ଥିଲା। ଗତ ୩ ଦିନ ହେଲା ୮ଟି ହାତୀ ବାଘୁଆପଲ୍ଲୀ, ବିଭୂତିଆ, ଢଉପଲ୍ଲୀ ଅଞ୍ଚଳରେ ଘୂରି ବୁଲୁଥିଲେ। ସେମାନଙ୍କୁ ଜଙ୍ଗଲକୁ ଘଉଡ଼ାଇବା ପାଇଁ ବିଭିନ୍ନ ସମୟରେ ବନ ବିଭାଗ ପକ୍ଷରୁ ଚେଷ୍ଟା କରାଯାଇଥିଲେ ମଧ୍ୟ ବିଦ୍ୟୁତ୍ ତାର ଉପରକୁ ଉଠାଇବା ପାଇଁ ଗୁରୁତ୍ୱ ଦିଆଯାଇ ନ ଥିଲା। ରବିବାର ରାତି ପ୍ରାୟ ୧୧ଟାରେ ଢଉପଲ୍ଲୀ ଅଞ୍ଚଳରେ ହାତୀ ବୁଲୁଥିବା ଯୋଗୁ କିଛି ଘଣ୍ଟା ବିଦ୍ୟୁତ୍ କାଟ କରାଯାଇ ପୁଣି ସଂଯୋଗ ଦିଆଯାଇଥିଲା। ସୋମବାର ଭୋର୍ରେ ବନପାଳ ଅନିଲ ପଣ୍ଡା ଓ ଅନ୍ୟ କର୍ମଚାରୀ ଜଙ୍ଗଲକୁ ପାଟ୍ରୋଲିଂ ପାଇଁ ଯାଇଥିବା ବେଳେ ଏକ ଦନ୍ତାହାତୀ ମରିପଡ଼ିଥିବା ଦେଖିଥିଲେ। ଖବରପାଇ ଡିଏଫଓ ଅଭୟ କାନ୍ତ ଦଳେଇ, ଏସିଏଫ୍ ସୁଦର୍ଶନ ବାଦୀ, ରେଞ୍ଜର କୁମର ବେହେରା, ବିଦ୍ୟୁତ୍ ବିଭାଗ ନିର୍ବାହୀ ଯନ୍ତ୍ରୀ ଜଗତଜିତ୍ ଦାସ ମହାପାତ୍ର ପହଞ୍ଚି ତଦନ୍ତ କରିଛନ୍ତି। ଉକ୍ତ ଜଙ୍ଗଲରେ ବିଦ୍ୟୁତ୍ ତାର ୧୫ ଫୁଟ ଉଚ୍ଚରେ ରହିବା ବଦଳରେ ୧୨ ଫୁଟ ୬ ଇଞ୍ଚ ଉଚ୍ଚରେ ଥିବା ଦେଖାଯାଇଥିଲା। ହାତୀଟିର ଉଚ୍ଚତା ୮ ଫୁଟ ୮ ଇଞ୍ଚ। ଶୁଣ୍ଢର ଲମ୍ବ ୫ ଫୁଟ ୪ ଇଞ୍ଚ। ବିଦ୍ୟୁତ୍ ତାର ଠିକ୍ ଉଚ୍ଚତାରେ ରହିଥିଲେ ହାତୀ ସୁରକ୍ଷିତ ରହିପାରିଥାନ୍ତା। ଡିଏଫଓ ଦଳେଇ କହିଛନ୍ତି, ଯେଉଁଠି ଦିଦ୍ୟୁତ୍ ତାର ଓହଳି ରହୁଛି, ତାହାକୁ ଟାଣିବା ପାଇଁ ଡିଭିଜନସ୍ତରରେ ପୂର୍ବରୁ ନିର୍ବାହୀ ଯନ୍ତ୍ରୀଙ୍କୁ ଜଣାଇ ଦେଇଛୁ । ହାତୀ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ। ସେହିପରି ଘଟଣାର ତଦନ୍ତ ଚାଲିଥିବା ବିଦ୍ୟୁତ୍ ବିଭାଗ ନିର୍ବାହୀ ଯନ୍ତ୍ରୀ ଦାସ କହିଛନ୍ତି।
Posted inଆମ ଜିଲା ଖବର, ଗଞ୍ଜାମ, ରାଜ୍ୟ View All
ବଡ଼ ଆକ୍ରମଣ ଯୋଜନାରେ ଥିଲେ ମାଓବାଦୀ
ମାଲକାନଗିରି,୨୦ା୬: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ ନାରାୟଣପୁର ଜିଲା ଅନ୍ତର୍ଗତ ଆର୍ଛା ଜଙ୍ଗଲରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ୨ ଜଣ ମାଓବାଦୀ...
ରାଜ୍ୟରେ ଆଜି ୭,୭୨୯ ସଂକ୍ରମିତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୪।୬(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ଶୁକ୍ରବାର ରାଜ୍ୟରେ ୭,୭୨୯କରୋନା ଆକ୍ରାନ୍ତ ଚିହ୍ନଟ...
କରୋନା ପାଇଁ ବୟସ୍କଙ୍କ ପ୍ରତି ଅତ୍ୟାଚାର ଆଶଙ୍କା ବଢ଼ିଛି
ଭୁବନେଶ୍ୱର, ୧୬।୬(ବ୍ୟୁରୋ):‘ବିଶ୍ୱ ବୟସ୍କଙ୍କ ପ୍ରତି ଦୁର୍ବ୍ୟବହାର ସଚେତନତା ଦିବସ’ ଅବସରରେ ମଙ୍ଗଳବାର ହେଲ୍ପ ଏଜ୍ ଇଣ୍ଡିଆର ସର୍ଭେ ରିପୋର୍ଟ ‘ଦ ସାଇଲେଣ୍ଟ ଟର୍ମେଣ୍ଟର୍: କୋଭିଡ୍-୧୯ ଆଣ୍ଡ୍...
ଟ୍ରିବ୍ୟୁନାଲ ଅବଧି ଆଉ ୨ ବର୍ଷ ବଢ଼ିଲା
ଭୁବନେଶ୍ୱର,୧୧ା୬(ବ୍ୟୁରୋ):ମହାନଦୀ ଜଳ ବିବାଦ ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲର ଅବଧି ଆଉ ୨ ବର୍ଷ ପାଇଁ ବୃଦ୍ଧି କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ର ସରକାର ୨୦୧୮...
ଆହୁରି ୩ ଦିନ ବର୍ଷା
ଭୁବନେଶ୍ବର,୨୪।୬: ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା...
ଆଜି ମାଟ୍ରିକ ପରୀକ୍ଷାଫଳ
କଟକ ଅଫିସ,୨୫।୬: ଚଳିତବର୍ଷର ମାଟ୍ରିକ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଗୁରୁବାର ପ୍ରେସ୍ ବିବୃତି ମାଧ୍ୟମରେ ସୂଚନା...
ଓକିଲାତିନାମାରେ ଅତିରିକ୍ତ ଷ୍ଟାମ୍ପ୍ ଫି’ ଲାଗୁ ୬ ସପ୍ତାହ ଘୁଞ୍ଚିଲା
ଭୁବନେଶ୍ୱର,୧୭ା୬(ବ୍ୟୁରୋ): ଓଡ଼ିଶା ଷ୍ଟେଟ୍ ବାର କାଉନ୍ସିଲ ଆଡ୍ଭୋକେଟ୍ସ ଓ୍ବେଲ୍ଫେୟାର କର୍ପସ ଫଣ୍ଡ୍ ଷ୍ଟାମ୍ପ୍ କାର୍ଯ୍ୟକାରିକୁ ସ୍ଥଗିତ ରଖାଯାଇଛି। ପ୍ରତ୍ୟେକ ଓକିଲାତି ନାମାରେ ଏବାବଦକୁ ୧୦୦ ଟଙ୍କାର...
ନିଜ ଦରମାରୁ ରନ୍ଧାଖାଦ୍ୟ ଦେଉଛନ୍ତି କୃଷ୍ଣଚନ୍ଦ୍ର
ଭୁବନେଶ୍ୱର,୭ା୬(ବ୍ୟୁରୋ): କରୋନା ସଙ୍କଟ ଭିତରେ ଓଡ଼ିଶା, ଭାରତ ସମେତ ସମଗ୍ର ବିଶ୍ୱ ଫସି ରହିଛି। ଲକ୍ଷ ଲକ୍ଷ ଲୋକ ରୋଜଗାର ହରାଇ ଭୋକରେ ରହୁଥିବାବେଳେ ଏଭଳି...


