ଭୁବନେଶ୍ୱର,୭ା୬(ବ୍ୟୁରୋ): କରୋନା ସଙ୍କଟ ଭିତରେ ଓଡ଼ିଶା, ଭାରତ ସମେତ ସମଗ୍ର ବିଶ୍ୱ ଫସି ରହିଛି। ଲକ୍ଷ ଲକ୍ଷ ଲୋକ ରୋଜଗାର ହରାଇ ଭୋକରେ ରହୁଥିବାବେଳେ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଅନେକ ସହୃଦୟ ବ୍ୟକ୍ତି ଓ ଅନୁଷ୍ଠାନ ସହଯୋଗର ହାତ ବଢାଉଛନ୍ତି। ସେପରି ଜଣେ ବ୍ୟକ୍ତି ହେଉଛନ୍ତି କୃଷ୍ଣ ଚନ୍ଦ୍ର ପ୍ରଧାନ। ଗତବର୍ଷଠାରୁ ସେ କରୋନା ଲଢେଇରେ ସାମିଲ ହୋଇଛନ୍ତି। ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରେ ରହୁଥିବା କୃଷ୍ଣ ଏକ ଘରୋଇ ହସ୍ପିଟାଲରେ କାମ କରୁଛନ୍ତି। ଯାହା ଦରମା ପାଉଛନ୍ତି ସେଥିରେ ନିଜ ଖର୍ଚ୍ଚ ମେଣ୍ଟାଇବା ସହ ଭୋକରେ ରହୁଥିବା ଲୋକଙ୍କୁ ଖାଦ୍ୟ ଦେଉଛନ୍ତି। କୌଣସି ଅନୁଷ୍ଠାନ ସହ ଜଡିତ ନ ହୋଇ ନିଜ ଦରମାରୁ ହିଁ ସମସ୍ତ ଖର୍ଚ୍ଚ ବହନ କରୁଛନ୍ତି। ଗତବର୍ଷ କରୋନା ସମୟରେ ପ୍ରବାସୀ ଓଡ଼ିଆଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରୁଥିଲେ। ପ୍ରବାସୀମାନେ ଆସୁଥିବା ବିଭିନ୍ନ ଗାଡି, ବସ, ଟ୍ରକ୍ ଓ ରେଳ ଷ୍ଟେଶନ ନିକଟରେ ରହି ସେମାନଙ୍କୁ ଖାଇବାକୁ ଦେଉଥିଲେ। ଏହା ବ୍ୟତୀତ ରେଳ ଷ୍ଟେଶନ ଅଞ୍ଚଳରେ ପ୍ରତିଦିନ ପାଖାପାଖି ୩ଶହ ଅସହାୟ ଲୋକଙ୍କୁ ମଧ୍ୟ ଖାଦ୍ୟ ଦେଉଥିଲେ। ଏବର୍ଷ ମଧ୍ୟ କୃଷ୍ଣ କରୋନା ଆକ୍ରାନ୍ତଙ୍କ ଆଟେଣ୍ଡାଣ୍ଟମାନଙ୍କୁ ଖାଇବାକୁ ଦେଉଛନ୍ତି। ଏମ୍ସ ଓ ଏସ୍ସିବି ମେଡିକାଲରେ ଏହି ସେବା ଜାରି ରଖିଛନ୍ତି। ତାଙ୍କର ଏହି ସେବା ମନୋଭାବକୁ ଦେଖି ଏବେ ଆଉ ୩ଜଣ ତାଙ୍କ ସହ ଯୋଡି ହୋଇଛନ୍ତି। ତେବେ ସମସ୍ତ ଖର୍ଚ୍ଚ କୃଷ୍ଣ ବହନ କରୁଥିବାବେଳେ ଅନ୍ୟମାନେ ଖାଦ୍ୟ ରାନ୍ଧିବା ଓ ମେଡିକାଲରେ ନେଇ ପହଞ୍ଚାଇବାରେ ତାଙ୍କୁ ସହଯୋଗ କରୁଛନ୍ତି। ଦିନକୁ ଏବେ ୧୨୦ରୁ ୧୪୦ ଜଣଙ୍କୁ ଖାଇବାକୁ ଦିଅଯାଉଥିବାବେଳେ ରବିବାର ଦିନ ଅଧିକ ରହୁଛି।
କୃଷ୍ଣ କୁହନ୍ତି, ଅନ୍ୟକୁ ସାହାଯ୍ୟ କରିବାର ପ୍ରେରଣା ମୋ ମା’ଠାରୁ ପାଇଥିଲି। ସେ ଗାଁରେ ରହିଲେ ବି ବହୁ ଅସହାୟ ଲୋକଙ୍କୁ ଖାଇବାକୁ ଦିଏ, ସେମାନଙ୍କୁ ସାହାଯ୍ୟ କରେ। ହସ୍ପିଟାଲରେ କାମ କରୁଥିବାରୁ ପ୍ରତ୍ୟେକ ଦିନ ଅନେକ କରୋନା ଆକ୍ରାନ୍ତ ଏଠାକୁ ଆସୁଥିବା ଦେଖୁଥିଲି। ରୋଗୀଙ୍କୁ ହସ୍ପିଟାଲ ପକ୍ଷରୁ ଖାଇବାକୁ ମିଳି ଯାଉଥିଲେ ହେଁ ସେମାନଙ୍କ ଆଟେଣ୍ଡାଣ୍ଟ୍ମାନେ ଖାଇବା ପାଇଁ ବହୁ ହଇରାଣ ହେଉଥିବା ଦେଖିଛି। ତେଣୁ ସେମାନଙ୍କ ପାଇଁ ମାଗଣାରେ ରନ୍ଧା ଖାଦ୍ୟ ଦେବାକୁ ମନସ୍ଥ କରିଥିଲି। ଅନ୍ନଦାନ କରି ପୁଣ୍ୟ ଅର୍ଜନ କରିବା ସହ ନିଜକୁ ଏ ଲଢେଇରେ ସାମିଲ କରିପାରିଥିବାରୁ ଭାରି ଖୁସି ଲାଗୁଛି।
ସୋମବାରଠୁ ଲାଗି ରହିବ ବର୍ଷା
ଭୁବନେଶ୍ବର,୬।୬: କାଳବୈଶାଖି ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ହେବ। ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ସୂଚନା ଦିଆଯାଇଛି।...
ସଂକ୍ରମିତ ଶିଶୁଙ୍କ ଚିକିତ୍ସାକୁ ଅଧିକ ଗୁରୁତ୍ୱ
ଭୁବନେଶ୍ୱର,୧୦ା୬(ବ୍ୟୁରୋ): କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିବାବେଳେ ତୃତୀୟ ଲହରକୁ ନେଇ ଚିନ୍ତା ବଢ଼ିଛି। ସେପ୍ଟେମ୍ବର କିମ୍ବା ଅକ୍ଟୋବର ବେଳକୁ ତୃତୀୟ...
ଶ୍ରୀମନ୍ଦିର ହେବ ଆଲୋକୀକରଣ
ପୁରୀ ଅଫିସ,୧୬।୬: ଶ୍ରୀମନ୍ଦିରକୁ ଆଲୋକୀକରଣ କରାଯିବ। ରଙ୍ଗବେରଙ୍ଗ ଆଲୋକରେ ଶ୍ରୀମନ୍ଦିର ଚୂଡ଼ାରୁ ତଳ ଭାଗ ପର୍ଯ୍ୟନ୍ତ ଝଲସିବ। ଏନେଇ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍ଆଇ)ର ପାଞ୍ଚଜଣିଆ...
ଆର୍ପିଡିଏସିକୁ ଡର
ଯାଜପୁର ଅଫିସ,୫।୬:ବିସ୍ଥାପିତ ଓ ଜମିହରାଙ୍କ ସମସ୍ୟାର ପ୍ରତିକାର ଏବଂ ପ୍ରଭାବିତ ଅଞ୍ଚଳର ଉନ୍ନୟନ ପାଇଁ ପୁନର୍ବାସ ଏବଂ ପାରିପାର୍ଶ୍ୱିକ ଉନ୍ନୟନ ଉପଦେଷ୍ଟା କମିଟି (ଆର୍ପିଡିଏସି) ବୈଠକ...
‘ୟାସ୍’ ପ୍ରଭାବିତ ଚାଷୀଙ୍କ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୦ା୬(ବ୍ୟୁରୋ): ରାଜ୍ୟରେ ବାତ୍ୟା ‘ୟାସ୍’ ଅନେକ କ୍ଷତି ଘଟାଇଥିଲା। ଏହି ବାତ୍ୟାରେ ୩୩ ପ୍ରତିଶତ ବା ଅଧିକ କ୍ଷତି ହୋଇଥିବା ଆକଳନ କରାଯାଇଥିଲା। ତେବେ ଗୁରୁବାର...
ନିରଞ୍ଜନ ସେଠୀ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନୂଆ ନିର୍ଦ୍ଦେଶକ
ଭୁବନେଶ୍ୱର,୧।୬(ବ୍ୟୁରୋ): ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ମଙ୍ଗଳବାର ଅବସର ଗ୍ରହଣ କରିଛନ୍ତି। ଏହାପରେ ତାଙ୍କ ସ୍ଥାନରେ ଏବେ ନୀରଞ୍ଜନ ସେଠୀ...
ବୃଦ୍ଧଙ୍କୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ସଂଘବଦ୍ଧ ଆକ୍ରମଣ
ମାହାଙ୍ଗା,୧୨ା୬(ସ୍ବ.ପ୍ର.): ଜଣେ ବୃଦ୍ଧ ଛେଳି ମାରି ଦେଇଥିବା ଅଭିଯୋଗରେ ଗ୍ରାମର କେତେଜଣ ଲୋକ ତାଙ୍କୁ ଏକ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ସଂଘବଦ୍ଧ ଆକ୍ରମଣ କରିଥିବାର ଏକ...
ଟିକା ନେବାର ୨୪ ଘଣ୍ଟାରେ ଗଲା ନବବଧୂଙ୍କ ଜୀବନ
ଆର.ଉଦୟଗିରି,୨୬ା୬: ଗଜପତି ଜିଲା ମୋହନା ଥାନା ଚାନ୍ଦିପୁଟର ଜଣେ ନବ ବିବାହିତା ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ହରିଶଙ୍କର ପୃଷ୍ଟିଙ୍କ ସ୍ତ୍ରୀ ଜେ.ଲକ୍ଷ୍ମୀ ଆଚାରୀ।...


