ନୂଆଦିଲ୍ଲୀ,୧୯।୬: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଶେଷ ନ ହେଉଣୁ ପୁଣି ନୂଆ ବିପଦ ମାଡ଼ି ଆସୁଥିବା ନେଇ ଏମ୍ସ୍ ପକ୍ଷରୁ ସୂଚନା ଦିଆଯାଇଛି। ଆଉ ୬ରୁ ୮ ସପ୍ତାହ ମଧ୍ୟରେ ଦେଶରେ କରୋନା ମହାମାରୀର ତୃତୀୟ ଲହର ଦେଖାଯିବ ବୋଲି ଏମ୍ସ୍ର ମୁଖ୍ୟ ଡ. ରଣଦୀପ୍ ଗୁଲେରିଆ କହିଛନ୍ତି। ଭାରତରେ କରୋନା ମହାମାରୀର ତୃତୀୟ ଲହର ନିଶ୍ଚିତ ଆସିବ। ଏହାକୁ ଏଡାଇ ଦେଇ ହେବ ନାହିଁ। ଦେଶରେ ଭାକ୍ସିନ୍ ଡୋଜ୍ ପ୍ରଦାନ କାର୍ଯ୍ୟ ଏକ ଆହ୍ବାନ ହୋଇଥିବାରୁ ସଂକ୍ରମଣକୁ ରୋକିକା ସମ୍ଭବ ହେବ ନାହିଁ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ଦେଶରେ ଏବେ ଅନ୍ ଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଫଳରେ ଲୋକେ ମାର୍ଗଦର୍ଶିକା ପାଳନ ନ କରିବାର ଯଥେଷ୍ଟ ଆଶଙ୍କା ରହିଛି। ଏହା ଯୋଗୁ ତୃତୀୟ ଲହର ଦେଖାଯିବ ବୋଲି ସେ କହିଛନ୍ତି। ଇତିମଧ୍ୟରେ ଦେଶର ୫ ପ୍ରତିଶତ ଜନସଂଖ୍ୟାଙ୍କୁ ଭାକ୍ସିନ୍ର ଉଭୟ ଡୋଜ୍ ପ୍ରଦାନ କରାଯାଇଛି। ସରକାର ଚଳିତ ବର୍ଷ ଶେଷ ସୁଦ୍ଧା ୧୩୦ କୋଟି ଜନସଂଖ୍ୟାଙ୍କ ମଧ୍ୟରୁ ୧୦୮ କୋଟିଙ୍କୁ ଭାକ୍ସିନ୍ ଦେବା ଲାଗି ଯୋଜନା କରିଛନ୍ତି। କରୋନାର ନୂଆ ଲହର ପାଇଁ ୩ ମାସ ସମୟ ଆବଶ୍ୟ। ମାତ୍ର ତୃତୀୟ ଲହର ଏହାଠାରୁ କମ୍ ସମୟ ମଧ୍ୟରେ ଆସିବାର ଆଶଙ୍କା ଥିବା ସେ କହିଛନ୍ତି।
Posted inକରୋନା ଭାଇରସ୍, ଜାତୀୟ View All
ଟିକା ନେବା ସତ୍ତ୍ୱେ ୨୭୪ ଆକ୍ରାନ୍ତ
ଭୁବନେଶ୍ୱର, ୨୬।୬(ବ୍ୟୁରୋ): ଟିକା ନେବା ପରେ କରୋନାରେ ଆକ୍ରାନ୍ତଙ୍କ ସମ୍ପର୍କରେ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆର୍ଏମ୍ଆର୍ସି) ଏକ ଗବେଷଣା କରିଥିଲା। ରାଜ୍ୟର ପ୍ରମୁଖ ସ୍ବାସ୍ଥ୍ୟକେନ୍ଦ୍ରରୁ...
ମୃତ୍ୟୁସଂଖ୍ୟା ଲୁଚାଇଛି ଏମ୍ପି
ଭୋପାଳ, ୧୩ା୬: ଦେଶରେ କରୋନାଜନିତ ମୃତ୍ୟୁ ତଥ୍ୟ ଲୁଚାଯିବା ଆଉ ନୂଆ କଥା ହୋଇ ନାହିଁ। ବିଭିନ୍ନ ରାଜ୍ୟ ସରକାର ପ୍ରକୃତ ସଂଖ୍ୟା ପ୍ରକାଶ କରୁ...
ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ମୂଲ୍ୟାୟନ ପଦ୍ଧତି ପାଇଁ କମିଟି ଗଠନ
ନୂଆଦିଲ୍ଲୀ, ୫ା୬: ମହାମାରୀ ଯୋଗୁ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ ହେବା ପରେ ଛାତ୍ରୀଛାତ୍ରଙ୍କ ମୂଲ୍ୟାୟନ ପଦ୍ଧତି ନିରୂପଣ ଲାଗି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା...
କରୋନା ମୃତକଙ୍କ ପରିବାରକୁ ଦେଇ ହେବନି ୪ ଲକ୍ଷ ସହାୟତା: ସତ୍ୟପାଠ ଦାଖଲ କଲେ ମୋଦି ସରକାର…
ନୂଆଦିଲ୍ଲୀ,୨୦।୬: କରୋନା ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଦେଇ ହେବନି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ସୁପ୍ରିମ୍କୋର୍ଟରେ...
‘ଜୟ ଶ୍ରୀରାମ’ ନ କହିବାରୁ ମୁସଲିମ ବୃଦ୍ଧଙ୍କୁ ମାଡ଼ ମାରି ଦାଢ଼ି କାଟିଦେଲେ
ନୂଆଦିଲ୍ଲୀ,୧୪।୬: ନମାଜ ପାଠ କରିବା ପାଇଁ ମସ୍ଜୀଦ ଯାଉଥିବା ଜଣେ ମୁସଲିମ ବୃଦ୍ଧଙ୍କୁ ମାଡ଼ ମରାଯିବା ସହ ଦାଢ଼ି କାଟି ଦେଇଛନ୍ତି କିଛି ଦୁର୍ବୃତ୍ତ। ରାଜଧାନୀ...
‘ ଭାଜପାରେ କେହି ରହିବେ ନାହିଁ ’
ନୂଆଦିଲ୍ଲୀ,୧୧।୬ : ବର୍ତ୍ତମାନ ଭାଜପାରେ ଯେଉଁଭଳି ସ୍ଥିତି କେହି ରହିବାକୁ ଚାହୁଁନାହାନ୍ତି। ଭାଜପାରୁ ବାହାରିବା ପରେ ଚିହ୍ନା ଚେହେରା ଦେଖି ଭଲ ଲାଗୁଛି। ଦୀର୍ଘ ୪...
୭୬ ଦିନ ପରେ ଦେଶରେ ଆଜି ସବୁଠୁ କମ୍ କରୋନା ସଂକ୍ରମଣ ଚିହ୍ନଟ: ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍
ନୂଆଦିଲ୍ଲୀ,୧୫।୬: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ କିଛିଟା ଥମିଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା...
ମହିଳା ଆୟୋଗ ସଦସ୍ୟଙ୍କ ବିବାଦୀୟ ମନ୍ତବ୍ୟ: ଝିଅମାନଙ୍କୁ ମୋବାଇଲ୍ ଦେବା ଉଚିତ୍ ନୁହେଁ
ଆଲିଗଡ,୧୦।୬: ଉତ୍ତରପ୍ରଦେଶର ରାଜ୍ୟ ମହିଳା ଆୟୋଗର ସଦସ୍ୟ ମୀନା କୁମାରୀ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ପବ୍ଲିକ ୱାର୍କର୍ସ ଗେଷ୍ଟ ହାଉସରେ ମହିଳାଙ୍କ ଉପରେ...


