E-Paper
  • logo
  • Saturday 26th September 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଜାତୀୟ

ବାତ୍ୟା ଚିହ୍ନଟ ପ୍ରଯୁକ୍ତି ବିକଶିତ କଲେ ଓଡ଼ିଆ ବୈଜ୍ଞାନିକ
9:52 amJune 10, 2021

ନୂଆଦିଲ୍ଲୀ, ୧୦।୬: ଜଣେ ଓଡ଼ିଆଙ୍କ ସମେତ ୩ ଭାରତୀୟ ବୈଜ୍ଞାନିକ ଏକ ନୂଆ ପ୍ରଯୁକ୍ତି ବିକଶିତ କରିଛନ୍ତି, ଯାହା ଭାରତ ମହାସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼କୁ ସାଟେଲାଇଟ ଅପେକ୍ଷା ଆଗୁଆ ଠାବ କରିପାରିବ। ଫଳରେ ବାତ୍ୟାଜନିତ କ୍ଷୟକ୍ଷତି ରୋକିବାରେ ବିଭିନ୍ନ ପ୍ରତିକାର ବ୍ୟବସ୍ଥା ଯଥେଷ୍ଟ ପୂର୍ବରୁ ଗ୍ରହଣ କରାଯାଇପାରିବ ବୋଲି କୁହାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ରିମୋଟ ସେନ୍‌ସିଂ ପ୍ରଯୁକ୍ତି ସାମୁଦ୍ରିକ ଝଡ଼କୁ ଯଥେଷ୍ଟ ପୂର୍ବରୁ ଚିହ୍ନଟ କରୁଥିଲେ ହେଁ ଏହା ସମ୍ଭବ ହୋଇଥାଏ, ଯେତେବେଳେ ଉଷ୍ମ ମହାସାଗର ପୃଷ୍ଠରେ ସ୍ପଷ୍ଟ ଲଘୁଚାପ ସିଷ୍ଟମ ବିକଶିତ ହୁଏ। ତେବେ ଉଷ୍ମ ସାଗର ପରିବେଶରେ ସାଇକ୍ଲୋନିକ୍‌ ସିଷ୍ଟମ ସୃଷ୍ଟି ହେବା ପୂର୍ବରୁ ବାୟୁମଣ୍ଡଳୀୟ ଅସ୍ଥିରତା ପ୍ରକ୍ରିୟା ସହିତ ଜଳାବର୍ତ୍ତ ହୋଇଥାଏ, ଯାହା ଉଚ୍ଚତର ବାୟୁମଣ୍ଡଳୀୟ ସ୍ତରରେ ବଢ଼ିଥାଏ। ସମୁଦ୍ର ଉପରେ ଡିପ୍ରେସନ୍‌ ସୃଷ୍ଟି ସମ୍ପର୍କରେ ଜାଣିବାରେ ଏହା ଏକ ମୁଖ୍ୟ ବୈଶିଷ୍ଟ୍ୟ। ଏହାକୁ ବ୍ୟବହାର କରି ଅନେକ ପୂର୍ବରୁ ବାତ୍ୟା ସମ୍ପର୍କରେ ପୂର୍ବାନୁମାନ କରାଯାଇପାରିବ ବୋଲି ବୈଜ୍ଞାନିକମାନେ କହିଛନ୍ତି। ଉକ୍ତ ଟେକ୍‌ନୋଲୋଜିର ବିକାଶ କରିଥିବା ଟିମ୍‌ରେ ଓଡ଼ିଆ ବୈଜ୍ଞାନିକ ବିଷ୍ଣୁପ୍ରିୟା ସାହୁଙ୍କ ସମେତ ଆଇଆଇଟି ଖଡ଼ଗପୁରର ଜିୟା ଆଲବର୍ଟ ଏବଂ ପ୍ରସାଦ କେ. ଭାସ୍କରନ୍‌ ରହିଛନ୍ତି। ଜଳବାୟୁ ପରିବର୍ତ୍ତନ କାର୍ଯ୍ୟକ୍ରମ (ସିସିପି) ଅଧୀନରେ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ସହଯୋଗରେ ସେମାନେ ନୂଆ ପଦ୍ଧତି ବିକଶିତ କରିଛନ୍ତି। ଉକ୍ତ ଗବେଷଣା ନିକଟରେ ଆଟ୍‌ମୋସ୍ପିୟରିକ୍‌ ରିସର୍ଚ୍ଚ ପତ୍ରିକାରେ ପ୍ରକାଶ ପାଇଛି। ସେମାନେ ୨୦୧୩ର ଫାଇଲିନ୍‌ ଏବଂ ବାର୍‌ଡା, ୨୦୧୮ର ଗାଜା ଏବଂ ମାଡ଼ି, ୨୦୧୭ର ମୋରା ଏବଂ ୨୦୦୯ର ଆଇଲା ବାତ୍ୟାକୁ ନେଇ ଅଧ୍ୟୟନ କରିଥିଲେ। ସେମାନଙ୍କ ପଦ୍ଧତିରେ ଉକ୍ତ ସାଇକ୍ଲୋନଗୁଡ଼ିକୁ ଅନୂ୍ୟନ ଆଉ ୪ ଦିନ ଆଗରୁ ଠାବ କରାଯାଇପାରିବ ବୋଲି ବୈଜ୍ଞାନିକମାନେ ଅନୁଭବ କରିପାରିଥିଲେ।
ଭୌତିକ ସମୁଦ୍ରବିଜ୍ଞାନ ଗବେଷିକା ବିଷ୍ଣୁପ୍ରିୟା ଏବେ ଚାଇନାର ୟାଣ୍ଟାଇ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କୋଷ୍ଟାଲ ଜୋନ୍‌ ରିସର୍ଚ୍ଚରେ ଜଣେ ରିସର୍ଚ୍ଚ ସାଇଣ୍ଟିଷ୍ଟ ଭାବେ କାର୍ଯ୍ୟରତ। ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକର ଗୌଡ଼ଗାଁସ୍ଥିତ ବାସିପିଠା ସରକାରୀ ହାଇସ୍କୁଲରେ ଶିକ୍ଷାଗ୍ରହଣ କରିଥିବା ବିଷ୍ଣୁପ୍ରିୟା ଭୁବନେଶ୍ୱର ରମାଦେବୀ ଅଟୋନମସ୍‌ କଲେଜରୁ ଯୁକ୍ତଦୁଇ ବିଜ୍ଞାନ ଓ ବିଏସ୍‌ସି ଡିଗ୍ରୀ ହାସଲ କରି ରାଉରକେଲାର ଏନ୍‌ଆଇଟିରେ ଗଣିତରେ ଏମ୍‌ଏସ୍‌ସି କରିଥିଲେ। ୨୦୧୪ରୁ ୨୦୧୮ ମଧ୍ୟରେ ସେ ଆଇଆଇଟି ଖଡଗପୁରରୁ ଫିଜିକାଲ ଓସନୋଗ୍ରାଫିରେ ପିଏଚ୍‌.ଡି କରିଥିଲେ। ତାଙ୍କ ଘର କଟକ ଜିଲା ବାଙ୍କୀ ସବ୍‌ଡିଭିଜନ ଅନ୍ତର୍ଗତ ପଶାଣିଆ ଗ୍ରାମରେ। ତାଙ୍କ ବାପା ଭଗବାନ ସାହୁ ବାସିପିଠା ଆଶ୍ରମ ସ୍କୁଲର ପ୍ରଧାନଶିକ୍ଷକ ଥିଲେ। ଅବସର ପରେ ଏବେ ସେ ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ ରହୁଛନ୍ତି।


[mc4wp_form id="252536"] All Right Reserved By Dharitri.Com

Posted inଜାତୀୟ View All

ସିବିଏସ୍‌ଇ ପରେ ଏହି ରାଜ୍ୟ ବାତିଲ କଲା ଦ୍ୱାଦଶ ପରୀକ୍ଷା

ଭୋପାଳ,୨।୬: କରୋନା ମହାମାରୀ ଯୋଗୁ ସିବିଏସ୍‌ଇ ଓ ଆଇସିଏସ୍‌ଇ ଦ୍ୱାଦଶ ପରୀକ୍ଷାକୁ ବାତିଲ କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ...

ଶେଷ ହେଲା ହର୍ଷବର୍ଦ୍ଧନଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ,୨।୬: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ)ର କାର୍ଯ୍ୟନିର୍ବାହୀ ବୋର୍ଡର ଅଧ୍ୟକ୍ଷ ଭାବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କ କାର୍ଯ୍ୟକାଳ ବୁଧବାର ଶେଷ ହୋଇଛି। ତାଙ୍କ ସ୍ଥାନରେ କେନିୟା...

ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି: ନେତାନ୍ୟାହୁଙ୍କୁ ବି କଲେ ପ୍ରଶଂସା

ନୂଆଦିଲ୍ଲୀ,୧୪।୬: ଦକ୍ଷିଣପନ୍ଥୀ ୟାମିନା ପାର୍ଟି ନେତା ନାଫ୍‌ଟାଲି ବେନେଟ ଇସ୍ରାଏଲର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଅଭିନନ୍ଦନ...

ତୃତୀୟ ଲହର ମୁକାବିଲା ପ୍ରସ୍ତୁତି: ୫ହଜାର ସ୍ବାସ୍ଥ୍ୟସହାୟକଙ୍କୁ ଦିଆଯିବ ତାଲିମ୍‌

ନୂଆଦିଲ୍ଲୀ,୧୬।୫: କରୋନାର ସମ୍ଭାବ୍ୟ ତୃତୀୟ ଲହର ସହ ମୁକାବିଲା ନେଇ ଦିଲ୍ଲୀ ସରକାର ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଡାକ୍ତରୀ କର୍ମଚାରୀଙ୍କ ଅଭାବକୁ ଧ୍ୟାନରେ ରଖି...

ଟିକା ନୀତି ସ୍ବେଚ୍ଛାଚାରୀ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩ା୬(ପି.ଟି.): କରୋନା କାଳରେ ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତି ଦୋହଲିଯାଇଛି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରି ଟିକା କିଣିବା...

ଟିକାକରଣ ପ୍ରମାଣପତ୍ରରେ ରହିବ ମମତାଙ୍କ ଫଟୋ

କୋଲକାତା,୬ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ଚାଲିଥିବା ଟଣାଓଟରା ଏତେ ଶୀଘ୍ର ଥମିବାର ଆଶା ଦିଶୁନାହିଁ। କାରଣ କୋଭିଡ୍‌-୧୯...

ନୁଶରତ୍‌ ଜାହାଁ ଠକ; ବିବାହ କରି ନଥିଲେ ତ ସିନ୍ଦୁର କାହିଁକି ଲଗାଇଲେ

କୋଲକାତା,୧୧।୬: ତୃଣମୂଳ କଂଗ୍ରେସ ଏମ୍‌ପି ନୁଶରତ୍‌ ଜାହାଁଙ୍କ ବିବାହକୁ ନେଇ ଉପୁଜିଥିବା ବିବାଦ ଥମିବାର ନାଁ ନେଉନାହିଁ। ଏଥିଯୋଗୁ ଭାଜପା ନେତାମାନେ ତାଙ୍କୁ ଟାର୍ଗେଟ କରୁଛନ୍ତି।...

୧୫ ଜୁନ୍‌ରୁ ଲଭ୍‌ ଜିହାଦ୍‌ ଆଇନ: ଦୋଷୀଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍‌…

ଅହମଦାବାଦ,୫।୬: ଲଭ୍‌ ଜିହାଦ୍‌ ଆଇନ୍‌ ଗୁଜରାଟରେ ୧୫ ଜୁନ୍‌ରୁ ପ୍ରଣୟନ ହେବାକୁ ଯାଉଛି। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍‌...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଓ୍ବିଲିୟମସନ ଆହତ, ଦ୍ୱିତୀୟ ଟେଷ୍ଟରୁ ଓହରିଲେ
Next Post Next post:
ଥମୁନି କରୋନା ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଗଲା ୪୪ ଜୀବନ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts