ବର୍ମିଂହାମ, ୧୦।୬(ପି.ଟି.)- ନ୍ୟୁଜିଲାଣ୍ଡ କ୍ରିକେଟ ଅଧିନାୟକ କେନ୍ ଓ୍ବିଲିୟମସନ ଆହତ ସମସ୍ୟା ଯୋଗୁ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରୁ ଓହରି ଯାଇଛନ୍ତି। ଗୁରୁବାରଠାରୁ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ। ଓ୍ବିଲିୟମସନ ବାମ କହୁଣିରେ ଯନ୍ତ୍ରଣା ଅନୁଭବ କରୁଛନ୍ତି। ତେବେ ସେ ଭାରତ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲରେ ଖେଳିବେ। ଓ୍ବିଲିୟମସନଙ୍କ ସ୍ଥାନରେ ବାମହାତୀ ବ୍ୟାଟ୍ସମ୍ୟାନ ଟମ୍ ଲଥାମ ଦ୍ୱିତୀୟ ଟେଷ୍ଟରେ ଅଧିନାୟକ ଦାୟିତ୍ୱ ତୁଲାଇବେ। ଲଥାମ ତୃତୀୟ ଥରପାଇଁ ନ୍ୟୁଜିଲାଣ୍ଡ ଦଳର ନେତୃତ୍ୱ ନେବାକୁ ଯାଉଥିବାବେଳେ ଓ୍ବିଲିୟମସନଙ୍କ ସ୍ଥାନରେ ଓ୍ବିଲ୍ ୟଙ୍ଗ୍ ପ୍ଲେଇଂ ଇଲେଭେନରେ ସାମିଲ ହୋଇଛନ୍ତି। ନ୍ୟୁଜିଲାଣ୍ଡ କ୍ରିକେଟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ଓ୍ବିଲିୟମସନଙ୍କ କହୁଣି ଯନ୍ତ୍ରଣା ବହୁ ପୁରୁଣା। ଏଥିପାଇଁ ସେ ଗତ ମାର୍ଚ୍ଚରେ ମଧ୍ୟ ମ୍ୟାଚ ମିସ୍ କରିଥିଲେ। କୋଚ୍ ଗ୍ୟାରୀ ଷ୍ଟେଡ୍ ମଧ୍ୟ ଏହି କଥାକୁ ଦୋହରାଇଛନ୍ତି। ୩୦ ବର୍ଷୀୟ ଓ୍ବିଲିୟମସନଙ୍କୁ ଏହି ସମସ୍ୟା ଅନେକ ସମୟରେ ଅସୁବିଧାରେ ପକାଇ ଆସୁଛି ବୋଲି ଷ୍ଟେଡ କହିଛନ୍ତି। ତାଙ୍କ କହୁଣିରେ ଇଞ୍ଜେକ୍ସନ ଦିଆ ଯାଇଛି। ପରେ ସେ ଆଶ୍ୱସ୍ତ ଅନୁଭବ କରୁଛନ୍ତି ଏବଂ ତାଙ୍କ ଚିକିତ୍ସା ଜାରି ରହିଛି । ତେବେ ଜୁନ ୧୮ରେ ସାଉଥାମ୍ପଟନରେ ଆରମ୍ଭ ହେବାକୁ ଯାଉଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ବେଳକୁ ସେ ସମ୍ପୂର୍ଣ୍ଣ ଫିଟ୍ ହୋଇଯାଇଥିବେ ବୋଲି ଷ୍ଟେଡ ଆଶା ପ୍ରକାଶ କରିଛନ୍ତି। ଆଗାମୀ ଗୁରୁତ୍ୱପୂର୍ଣ୍ଣ ଫାଇନାଲକୁ ଦୃଷ୍ଟିରେ ରଖି ଦ୍ୱିତୀୟ ଟେଷ୍ଟ ପାଇଁ ରୋଟେଶନ ଭିତ୍ତିରେ ପେସ୍ ବୋଲରଙ୍କୁ ବିଶ୍ରାମ ଦିଆଯିବ ବୋଲି ଲଥାମ ସୂଚନା ଦେଇଛନ୍ତି।
ଆଇସିୟୁରେ ମିଲ୍ଖାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଫୋନ୍ରେ କଥା ହେଲେ ପ୍ରଧାନମନ୍ତ୍ରୀ
ଚଣ୍ଡିଗଡ,୫।୬(ପି.ଟି.): କିମ୍ବଦନ୍ତୀ ଭାରତୀୟ ଆଥଲେଟ୍ ମିଲ୍ଖା ସିଂ କୋଭିଡ୍-୧୯ ଲଢେଇ ଜାରି ରଖିଛନ୍ତି। ସ୍ଥାନୀୟ ପିଜିଆଇଏମ୍ଇଆର ହସ୍ପିଟାଲର ଇଣ୍ଟେନସିଭ କେୟାର ୟୁନିଟ୍ (ଆଇସିୟୁ)ରେ ତାଙ୍କୁ ଭର୍ତ୍ତି...
ପଡ଼ୋଶୀ ଘର ଝିଅଙ୍କ ପ୍ରେମରେ ପଡ଼ିଥିଲେ ପୀୟୁଷ ଚାଓ୍ବଲା: ବାପାଙ୍କୁ ମିଛ କହି ଦିଲ୍ଲୀରେ କିଣିଥିଲେ ଘର
ନୂଆଦିଲ୍ଲୀ,୫।୬: ୨୦୦୭ରେ ଟି୨୦ ବିଶ୍ୱକପ୍ ଖେଳାଯିବା ସମୟରେ ୧୮ ବର୍ଷର ହୋଇଥିଲେ ଭାରତୀୟ ଲେଗ୍ ସ୍ପିନର ପୀୟୁଷ ଚାଓ୍ବଲା। ଏହି ଟୁର୍ନାମେଣ୍ଟରେ ବିଜେତା ହୋଇଥିଲା ଭାରତ।...
ଲେକ୍ରେକ୍ଙ୍କୁ ପୋଲ୍ ପୋଜିଶନ
ବାକୁ, ୬ା୬ (ଏପି)-ଆଜରବୈଜାନ ଫର୍ମୁଲାଓ୍ବାନ ଗ୍ରାଁ ପ୍ରି ପାଇଁ ଶନିବାର ଅନୁଷ୍ଠିତ କ୍ୱାଲିଫାଇଂ ରେସ୍ରେ ଫେରାରିର ଚାଲର୍ସ ଲେକ୍ରେକ୍ ପୋଲ୍ ପୋଜିଶନ ହାସଲ କରିଛନ୍ତି। ଫଳରେ...
ଓ୍ବିମ୍ବେଲଡନ ଡ୍ର’ରେ ପ୍ରଥମ ଚାଇନିଜ୍ ଖେଳାଳି ଝାଙ୍ଗ୍ ଝିଝେନ୍
ଓ୍ବିମ୍ବେଲଡନ,୨୬ା୬(ଏପି)-ଓ୍ବିମ୍ବେଲଡନ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାର ମୁଖ୍ୟ ଡ୍ର’ରେ ସ୍ଥାନ ପାଇବାରେ ଝାଙ୍ଗ୍ ଝିଝେନ୍ ହେଉଛନ୍ତି ଚାଇନାର ପ୍ରଥମ ପୁରୁଷ ଟେନିସ ଖେଳାଳି। ଓ୍ବିମ୍ବେଲଡନ ୧୯୬୮ରେ...
ଫ୍ରେଞ୍ଚ୍ ଓପନ ଟେନିସ: କ୍ରେଜିକୋଭା-ସିନିକୋଭା ଫାଇନାଲରେ
ପ୍ୟାରିସ, ୧୨।୬-ଚଳିତ ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ଡବଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି ଚେରି ରିପବ୍ଲିକ ଯୋଡ଼ି ବାର୍ବରା କ୍ରେଜିକୋଭା ଏବଂ କାଟରିନା ସିନିକୋଭା।...
ଏହି ତାରିଖରୁ ଆରମ୍ଭ ହେବ ଆଇପିଏଲ୍ ୨୦୨୧ର ଅବଶିଷ୍ଟ ମ୍ୟାଚ୍
ନୂଆଦିଲ୍ଲୀ,୭।୬: ଆଇପିଏଲ ୨୦୨୧ର ଅବଶିଷ୍ଟ ମ୍ୟାଚ ପାଇଁ କାର୍ଯ୍ୟସୂଚୀ ଜାରି ହୋଇଛି। ସେପ୍ଟେମ୍ବର ୧୯ରୁ ଏହି ଲିଗ ଆରମ୍ଭ ହେବ। ଫାଇନାଲ ଅକ୍ଟୋବର ୧୫ରେ ଖେଳାଯିବ।...
ମାତ୍ର ୩ ରନ୍ ଯୋଗୁ ଇତିହାସ ରଚିବାରୁ ବଞ୍ଚିତ ହୋଇଥିଲେ ସେହ୍ବାଗ-ଦ୍ରାବିଡ ଯୋଡ଼ି: ହେଲେ ଛିଡ଼ା ହୋଇ ତାଳି ମାରିଥିଲେ ଦର୍ଶକ
ନୂଆଦିଲ୍ଲୀ,୨୫।୬: ୧୫ ବର୍ଷ ପୂର୍ବେ ବିରେନ୍ଦ୍ର ସେହଓ୍ବାଗ୍- ରାହୁଲ ଦ୍ରାବିଡଙ୍କ ଯୋଡ଼ି ପାକିସ୍ତାନ ବିପକ୍ଷରେ ଜାନୁୟାରୀ ୧୭ରେ ଉଲ୍ଲେଖନୀୟ ଓପନିଂ ଭାଗିଦାରୀ କରିଥିଲେ। ଉଭୟଙ୍କ ଖେଳ...
‘ଦି ହଣ୍ଡ୍ରେଡ୍’ରେ ୫ ଭାରତୀୟ ମହିଳା ଖେଳିବେ
ଲଣ୍ଡନ, ୧୧।୬(ପି.ଟି.)- ୟୁନାଇଟେଡ କିଙ୍ଗ୍ଡମ୍ରେ ଚଳିତ ମାସ ୨୧ରୁ ଆରମ୍ଭ ହେବାକୁ ଯାଉଥିବା ‘ଦି ହଣ୍ଡ୍ରେଡ’ କ୍ରିକେଟ ଟୁର୍ନାମେଣ୍ଟରେ ଭାରତର ୫ ମହିଳା ଖେଳାଳି ଅଂଶଗ୍ରହଣ...


