କେନ୍ଦୁଝର, ୧୪।୬ (ସ୍ବ.ପ୍ର.): କରୋନା କଟକଣା ପାଇଁ ଚଳିତବର୍ଷ କେନ୍ଦୁଝର ଜିଲାର ପ୍ରମୁଖ ଗଣପର୍ବ ରଜ ମହୋତ୍ସବ ଫିକା ପଡ଼ିଯାଇଛି । ଏହି ଉତ୍ସବ ପାଳନ ନେଇ ପୂର୍ବରୁ ପ୍ରଶାସନ ଗାଇଡଲାଇନ ପ୍ରସ୍ତୁତ କରି ସାର୍ବଜନୀନ ପାଳନ ଏବଂ ସମାବେଶକୁ ବାରଣ କରିଛନ୍ତି । ଫଳରେ ସାମୁହିକ ଭାବରେ ରଜ ମହୋତ୍ସବ, ଦୋଳି ଖେଳ ଓ ଅନ୍ୟାନ୍ୟ ପ୍ରତିଯୋଗିତା ଉପରେ ରୋକ ଲାଗିଯାଇଛି। ଲୋକେ ଘରେ ରହି ଦୋଳି ଖେଳି ଓ ପିଠାପଣା ଖାଇ ରଜ ମନାଇବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଗ୍ରାମାଞ୍ଚଳରେ ଭିଡ଼ ନ କରି କଟକଣା ମଧ୍ୟରେ ଦୋଳି ଖେଳିବା ପାଇଁ ଦୋଳି ନିର୍ମାଣ କରିଛନ୍ତି।
ପ୍ରକାଶ ଯେ, କେନ୍ଦୁଝର ଜିଲାରେ ରଜ ପର୍ବ ୪ ଦିନ ବ୍ୟାପୀ ଆରମ୍ଭ ହୋଇଥାଏ। ପୂର୍ବରୁ ଘରେ ଘରେ ପିଠାପଣା ପ୍ରସ୍ତୁତ ହୋଇ ରଜକୁ ସ୍ବାଗତ କରିଥାନ୍ତି । ରଜ ଦିନ ମାନଙ୍କରେ ସମସ୍ତେ କାମଧନ୍ଦାରୁ କ୍ଷାନ୍ତ ହୋଇ ଏବଂ ରୋଷେଇ ବନ୍ଦ କରି ପ୍ରସ୍ତୁତ ପିଠାପଣା ସାଙ୍ଗକୁ , ଫଳ, ମାଛମାଂସ ଆଜି ସ୍ବାଦିଷ୍ଟ ଖାଦ୍ୟ ଖାଇବା ସହ ଦୋଳି ଖେଳି, ନାଚଗୀତ କରି ଦିନ କଟାଇଥାନ୍ତି। କିନ୍ତୁ ଚଳିତବର୍ଷ କରୋନା ଦ୍ୱିତୀୟ ଲହର ସଂକ୍ରମଣ ପାଇଁ ମହୋତ୍ସବ ବନ୍ଦ ରହିଥିଲେ ହେଁ ଅନେକ ସ୍ଥାନରେ ଗାଇଡଲାଇନ ଅନୁଯାୟୀ ପରମ୍ପରା ରକ୍ଷା ପାଇଁ ପୂଜାର୍ଚ୍ଚନା ଓ ଦୋଳି ଖେଳ ବିନା ଦର୍ଶକ ବା ଲୋକଙ୍କ ଭିଡରେ ଆୟୋଜନ ହେବ। ଜିଲାର ସଦର ବ୍ଲକ ଅନ୍ତର୍ଗତ ପୁଟୁଳିଆରେ ଅନୁଷ୍ଠିତ ହୋଇ ଆସୁଥିବା ବୃହତ୍ତ ଖାଇ ଦୋଳି (ରାମ ଦୋଳି) ଓ ରଜ ମହୋତ୍ସବ ଚଳିତ ବର୍ଷ କଟକଣା ପାଇଁ ବନ୍ଦ ରହିଛି । ସେହିପରି ଘଟଗାଁ ବ୍ଲକ ଅନ୍ତର୍ଗତ ବୀଣାଝରୀ ଗ୍ରାମରେ ହୋଇଆସୁଥିବା ରଜ ମହୋତ୍ସବ ବନ୍ଦ ରହିଛି। ସେଠାରେ ୫୦ରୁ ଉର୍ଦ୍ଧ୍ୱ ପ୍ରକାରର ଦୋଳି ତିଆରି ହୋଇଥାଏ ଏବଂ ବିଭିନ୍ନ ଅଞ୍ଚଳରୁ ଲୋକ ଆସି ଦୋଳି ଖୋଳିଥାନ୍ତି। ସେହିପରି ଘଟଗାଁ ବ୍ଲକ ଐତିହାସିକ ପ୍ରତ୍ନତତ୍ତ୍ୱ ସମୃଦ୍ଧ ସୀତାବିଞ୍ଜରେ ଆଗରୁ ରଜରେ ମେଳା ବସେ। ସେଠାକୁ ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷାଧିକ ଲୋକ ଆସିଥାନ୍ତି । ପ୍ରତ୍ୟେକ ବର୍ଷ ରଜ ଆସିବ । ବଞ୍ଚିଥିଲେ ଆଗକୁ ଦୋଳି ଖେଳି ହେବ । ଏଣୁ ଏଭଳି ପରିବ୍ୟକ୍ତ କରି ଅନେକ ସ୍ଥାନରେ ଆୟୋଜକ ମାନେ ମହୋତ୍ସବକୁ ଚଳିତ ବର୍ଷ ବନ୍ଦ ରଖିଥିବା ବେଳେ ଘରେ ରହି ପରିବାର ଲୋକ ଙ୍କ ସହ ପିଠାପଣା ଖାଇ ଓ ଦୋଳି ଖେଳି ପାଳନ କରିବାକୁ ମାନସିକ ପ୍ରସ୍ତୁତି କରିସାରିଛନ୍ତି।
ଶାଳୀଙ୍କୁ କୁରାଢ଼ିରେ ହାଣି ହତ୍ୟା କରିବା ପରେ ଶାଶୁଙ୍କୁ ବଳାତ୍କାର କଲେ ଜ୍ୱାଇଁ, ୨୦୦ ଫୁଟ ତଳକୁ ଫିଙ୍ଗିଲେ ମୃତଦେହ
କେନ୍ଦୁଝର,୭ା୬(ସ୍ବ.ପ୍ର.): ଶାଳୀଙ୍କୁ କୁରାଢ଼ିରେ ହାଣି ଜଘନ୍ୟ ହତ୍ୟା ପରେ ଶାଶୁଙ୍କ ହାତ ବାନ୍ଧି ବଳାତ୍କାର କରିଛନ୍ତି ଜ୍ୱାଇଁ। ପରେ ମୃତଦେହକୁ ୨୦୦ ଫୁଟ ଖାଲକୁ ଫିଙ୍ଗି...
ରାତିରେ ଶୋଇଥିଲେ, ଦଂଶିଲା ସାପ
ପାଟଣା,୨୧।୬(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ଡିଆନାଳି ଗ୍ରାମର ଜଣେ ୪୫ ବର୍ଷୀୟା ମହିଳାଙ୍କର ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ମୃତ...
ପ୍ରେମ ବିବାଦର ସମାଧାନ କରିବାକୁ ଯାଇ ଅଡ଼ୁଆରେ ବିଧାୟକଙ୍କ ପୁଅ
କେନ୍ଦୁଝର/ଆନନ୍ଦପୁର,୧୬ା୬(ସ୍ବ.ପ୍ର.): ଏକ ପ୍ରେମ ବିବାଦର ସମାଧାନ କରିବାକୁ ଯାଇ କେନ୍ଦୁଝର ଜିଲା ଘଷିପୁରା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ରଙ୍କ...
ଚାଲାଣ ହେଉଥିଲା ବଳଦ ବୋଝେଇ ଗାଡି: ଅଟକ ରଖିଲେ ଗ୍ରାମବାସୀ
ପାଟଣା,୧୧।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଖଜିରାପାଟ ପଞ୍ଚାୟତ ରାମଚନ୍ଦ୍ରପୁର ଗ୍ରାମବାସୀ ଶୁକ୍ରବାର ଏକ ବଳଦ ଚାଲାଣ ହେଉଥିବା ଟାଟା ମ୍ୟାଜିକ୍ ଗାଡିକୁ ଅଟକାଇଥିଲେ। ପରେ...
ବର୍ଷାରେ ଧୋଇଗଲା ଡାଇଭର୍ସନ
କେନ୍ଦୁଝର, ୧୩।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଖଡ଼ିବାହାଳୀ ଛକ ନିକଟସ୍ଥ କଙ୍କଡାନାଳ ରାସ୍ତା ଲଘୁଚାପ ବର୍ଷାରେ ଧୋଇଯାଇଛି। ଏନେଇ ନରଣପୁର ବ୍ରାହ୍ମଣୀପାଳ ଯୋଗାଯୋଗ ବିଚ୍ଛିନ୍ନ...
ପର କଳିରେ ମୁଣ୍ଡ ପୁରାଇ ଗଲା ଜୀବନ
ହାଟଡିହୀ,୨୬l୬: କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଧୀନ ସାଳକଣିଆ ଗାଁରେ ଘଟିଛି ଅଭାବନୀୟ ଘଟଣା । ସମାଧାନ କରିବାକୁ ଯାଇ ପ୍ରାଣ ହରାଇଛନ୍ତି...
ଦୋକାନରୁ ଚୋରି କରୁଥିବା ବେଳେ ୨ଜଣଙ୍କୁ ଗିରଫ କଲା ପୋଲିସ
ପାଟଣା,୧୯।୬(ସ୍ବ.ପ୍ର.): କରୋନା ଲକ୍ଡାଉନ ସମୟରେ ବଢ଼ୁଛି କ୍ରାଇମ୍। କାମଧନ୍ଦା ଅଭାବରୁ ଲୋକମାନେ ଭୁଲ୍ ବାଟକୁ ଆପଣାଉଛନ୍ତି। କିଛି ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲା ସାହାରପଡା...
ସମୟରେ ପହଞ୍ଚି ବଞ୍ଚାଇଲେ ୪ ନାବାଳକଙ୍କ ଜୀବନ
ଆନନ୍ଦପୁର,୨୩।୬: କେନ୍ଦୁଝର ଜିଲା ଆନନ୍ଦପୁର ବୈତରଣୀ ନଦୀରେ ବୁଧବାର ସକାଳେ ୪ ନାବାଳକ ଗାଧୋଉଥିବା ବେଳେ ପ୍ରଖର ସ୍ରୋତରେ ଭାସିଯାଇଥିଲେ। ଅଗ୍ନିଶମ ବିଭାଗ ସମସ୍ତଙ୍କୁ ସୁରକ୍ଷିତ...


