ଜେରୁଜେଲମ୍୍,୧୯।୬: କରୋନା ସଙ୍କଟରେ ଭେଦଭାବ ଭୁଲି ଜଣେ ଶତ୍ରୁ ଅନ୍ୟ ଜଣଙ୍କୁ ସହାୟତାର ହାତ ବଢ଼ାଇଛି। ପାଲେଷ୍ଟାଇନ୍ ଏବଂ ଇସ୍ରାଏଲ୍ ମଧ୍ୟରେ ଦୀର୍ଘଦିନ ଧରି ଲଢ଼େଇ ଜାରି ରହିଛି। ତେବେ ଏବେ କରୋନା ମହାମାରୀ ସଂକ୍ରମଣ ସମୟରେ ପାଲେଷ୍ଟାଇନ୍କୁ ୧୪ ଲକ୍ଷ ଫାଇଜର ଭାକ୍ସିନ୍ ପଠାଇବାକୁ ଘୋଷଣା କରିଛି। ଏସବୁ ଭାକ୍ସିନ୍ କିଛି ଦିନ ପରେ ଏକ୍ସପାୟର ହୋଇଯିବ। ତେଣୁ ଏହାକୁ ନଷ୍ଟ ନ କରି ପଡୋଶୀ ପାଲେଷ୍ଟାଇନ୍ ଦେବା ପାଇଁ ଇସ୍ରାଏଲ୍ର ନୂଆ ସରକାର କହିଛନ୍ତି। ଇତିମଧ୍ୟରେ ଇସ୍ରାଏଲ୍ର ୮୦ ପ୍ରତିଶତ ଜନସଂଖ୍ୟାଙ୍କର ଟିକାଦାନ ଶେଷ ହୋଇଛି। ତେଣୁ ନୂଆ ସରକାର ପାଲେଷ୍ଟାଇନ୍ ପ୍ରତି ଉଦାର ମନୋଭାବ ପୋଷଣ କରିଛନ୍ତି। ୧୯୪୮ ରେ ଇଂରେଜମାନେ ପାଲେଷ୍ଟାଇନ୍ର ଦୁଇଭାଗ କରି ଦେଇଥିଲେ। ଏହାର ୫୫ ପ୍ରତିଶତ ପାଲେଷ୍ଟାଇନ୍କୁ ପ୍ରଦାନ କରାଯାଇଥିଲା। ଅପରପକ୍ଷରେ ୪୫ ପ୍ରତିଶତ ଭୂଭାଗ ଇସ୍ରାଏଲ୍ ପାଖରେ ରହିଥିଲା। ୧୯୪୮ ମେ’ ୧୪ରେ ଇସ୍ରାଏଲ୍ ନିଜକୁ ଏକ ସ୍ବାଧୀନ ରାଷ୍ଟ୍ର ଭାବେ ଘୋଷଣା କରିଥିଲା। ତେବେ ଉଭୟ ଦେଶ ଜେରୁଜଲମ୍କୁ ନିଜର ରାଜଧାନୀ କରିବାକୁ ଚାହୁଁ ଥିବାରୁ ବିବାଦ ଲାଗି ରହିଥିଲା। ୧୯୫୬, ୧୯୬୭, ୧୯୭୩, ୧୯୮୨ରେ ଦୁଇଦେଶ ମଧ୍ୟରେ ଯୁଦ୍ଧ ହୋଇଛି। ଫଳରେ ପାଲେଷ୍ଟାଇନ୍ର ଭୂଭାଗ ୫୫ ପ୍ରତିଶତରୁ ୪୮ ପ୍ରତିଶତ ପରେ ୨୨ ଏବଂ ଏହାପରେ ୧୨ ପ୍ରତିଶତରେ ପହଞ୍ଚିଛି। ତେବେ ଜେରୁଜେଲମ୍କୁ ବାଦ୍ ଦେଇ ଇସ୍ରାଏଲ୍ ପାଲେଷ୍ଟାଇନ୍ର ୮୦ ପ୍ରତିଶତ ଜମି ଅଧିକାର କରିସାରିଛି। ପାଲେଷ୍ଟାଇନ୍ ପାଖରେ ଏବେ ଗାଜା ଏବଂ ଓ୍ବେଷ୍ଟ ବ୍ୟାଙ୍କ୍ ଅଞ୍ଚଳ ରହିଛି। ମାତ୍ର ଜମି ବିବାଦକୁ ଭୁଲି ଏବେ ଇସ୍ରାଏଲ୍ ପାଲେଷ୍ଟାଇନ୍ ପ୍ରତି ସହଯୋଗର ହାତ ବଢ଼ାଇଛି।
Posted inଅନ୍ତର୍ଜାତୀୟ, କରୋନା ଭାଇରସ୍ View All
ଚାଇନା ଆପ୍ ଉପରୁ ପ୍ରତିବନ୍ଧକ ହଟାଇଲେ ବାଇଡେନ୍
ଓ୍ବାଶିଂଟନ,୧୦ା୬: ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନ୍ ତାଙ୍କର ପ୍ରଥମ ବିଦେଶ ଗସ୍ତ ପୂର୍ବରୁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ଚାଇନିଜ ଆପ ଉପରେ ଥିବା ପ୍ରତିବନ୍ଧକକୁ...
ଆଉ ୩ ସ୍ଥାନରେ ଡ୍ରାଇଭ୍ ଇନ୍ ଭାକ୍ସିନେଶନ
ଭୁବନେଶ୍ୱର,୧୦ା୬(ବ୍ୟୁରୋ): ଡ୍ରାଇଭ୍ ଇନ୍ ଭାକ୍ସିନେଶନର ସୁଫଳ ମିଳିବା ପରେ ଆଉ ୩ଟି ସ୍ଥାନରେ ଏଭଳି ଟିକାକରଣ କରିବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ବ୍ୟବସ୍ଥା କରିଛି।...
କୋଭିଡ ମୃତ୍ୟୁସଂଖ୍ୟାକୁ ନେଇ ଅସନ୍ତୁଷ୍ଟ ହାଇକୋର୍ଟ
ପାଟନା,୧୨।୬: ବିହାରରେ କରୋନାଜନିତ ହୋଇଥିବା ମୃତ୍ୟୁସଂଖ୍ୟାକୁ ନେଇ ପାଟନା ହାଇକୋର୍ଟ କଡ଼ା ଟିପ୍ପଣୀ ଦେଇଛନ୍ତି। ସରକାର ଦେଇଥିବା ମୃତ୍ୟୁସଂଖ୍ୟା ତଥ୍ୟ ଉପରେ କୋର୍ଟ ଅସନ୍ତୁଷ୍ଟ। ଏହି...
ଦୈନିକ ସଂକ୍ରମଣ ୫୦ ହଜାର ତଳେ…
ନୂଆଦିଲ୍ଲୀ,୨୬।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି।...
ଜି ୭ର ଗ୍ଲୋବାଲ୍ ଇନ୍ଫ୍ରା ପ୍ଲାନ୍
କାର୍ବିିସ ବେ (ବ୍ରିଟେନ), ୧୩।୬: ଚାଇନାର ବେଲ୍ଟ ଆଣ୍ଡ ରୋଡ୍ ଭିତ୍ତିଭୂମି ପ୍ରକଳ୍ପକୁ ଜି୭ ରାଷ୍ଟ୍ରଗୋଷ୍ଠୀ ପକ୍ଷରୁ ବିରୋଧ କରାଯାଇଛି। ଶନିବାର ଏଠାରେ ଅନୁଷ୍ଠିତ ଜି୭...
କରୋନାକୁ ସର୍ଜିକାଲ ଷ୍ଟ୍ରାଇକ୍ କର
ମୁମ୍ବାଇ,୧୦ା୬: କେନ୍ଦ୍ର ସରକାର ସୀମାରେ ଅପେକ୍ଷା କରନ୍ତୁ ନାହିଁ। କରୋନା ଭାଇରସ୍ ଆମର ସବୁଠୁ ବଡ଼ ଶତ୍ରୁ। ଏହାକୁ ଶେଷ କରିବାକୁ ପଡ଼ିବ। କେନ୍ଦ୍ରର ଆଭିମୁଖ୍ୟ...
ଦ୍ୱାଦଶ ପରୀକ୍ଷା ବାତିଲ କରିବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ, ୧।୬: ଦ୍ୱାଦଶ ବୋର୍ଡ ପରୀକ୍ଷା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ବୈଠକ ବସିବ। ଏଥିରେ ପରୀକ୍ଷା ହେବ କି...
ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ ଫର୍ମୂଲା: ୧,୧୫୨ ଅସନ୍ତୁଷ୍ଟ ଛାତ୍ରୀଛାତ୍ର ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ…
ନୂଆଦିଲ୍ଲୀ,୧୯।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସିବିଏସ୍ଇ ଦ୍ୱାଦଶ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ତେବେ ଏହାର ଭାଲ୍ୟୁଏଶନ କିପରି କରାଯିବ ସେ ନେଇ ବିବାଦ ଦେଖାଦେଇଥିଲା।...


