ନୂଆଦିଲ୍ଲୀ,୨୬।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ୫ ଦିନ ପରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ୫୦ ହଜାର ତଳେ ରହିଛି। ଏହା ପୂର୍ବରୁ ଜୁନ୍ ୨୧ରେ ଏହା ୪୮ ହଜାର ୬୪୦ ରହିଥିଲା। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମି ୪୮ ହଜାର ୬୯୮ ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୧,୧୮୩ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୬୪ ହଜାର ୮୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅପରପକ୍ଷରେ ୫ ଲକ୍ଷ ୯୫ ହଜାର ୫୬୫ ଜଣ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ୩୧ କୋଟି ୫୦ ଲକ୍ଷରୁ ଅଧିକ ଲୋକଙ୍କୁ ଟିକାଦାନ କରାଯାଇ ସାରିଛି। ଅପରପକ୍ଷରେ ୪୦ କୋଟିରୁ ଅଧିକ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍ଆର ପକ୍ଷରୁ କୁହାଯାଇଛି। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୩ ଲକ୍ଷ ୯୪ ହଜାର ୪୯୩ ଛୁଇଁଛି।
Posted inକରୋନା ଭାଇରସ୍, ଜାତୀୟ View All
ଥରିଲା ଆସାମ: ଉତ୍ତର-ପୂର୍ବ ଅଞ୍ଚଳରେ ଗତ ୨୪ଘଣ୍ଟାରେ ୫ଥର ଭୂକମ୍ପ
ଗୁଆହାଟି,୧୯।୬: ଆସାମରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ରହିଛି। ଉତ୍ତର-ପୂର୍ବ ଅଞ୍ଚଳରେ ଗତ ୨୪ ଘଣ୍ଟାରେ ଏହା ପଞ୍ଚମ...
ଡେଲ୍ଟା ପ୍ଲସ୍ ଭାରିଆଣ୍ଟ୍ ନେଲା ପ୍ରଥମ ଜୀବନ…
ନୂଆଦିଲ୍ଲୀ,୨୪।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଶେଷ ନ ହେଉଣୁ ପୁଣି ନୂଆ ବିପଦ ସମ୍ପର୍କରେ ବିଶେଷଜ୍ଞ ସୂଚନା ଦେଇଛନ୍ତି। ଡେଲ୍ଟା ଭାରିଆଣ୍ଟ୍ର...
୮୮ ଦିନ ପରେ ସର୍ବନିମ୍ନ ନୂଆ ଆକ୍ରାନ୍ତ ଚିହ୍ନଟ…
ନୂଆଦିଲ୍ଲୀ,୨୧।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଲକ୍ଡାଉନ୍ ପ୍ରଭାବରୁ ସଂକ୍ରମଣ କମିବାରେ ଲାଗିଛି। ୮୮ ଦିନ ପରେ ସୋମବାର ଦେଶରେ...
ମୂଲ୍ୟାୟନ ସୂତ୍ରକୁ ବିରୋଧ
ନୂଆଦିଲ୍ଲୀ, ୨୨ା୬: କରୋନା ଯୋଗୁ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ ହୋଇଥିବାବେଳେ ସିବିଏସ୍ଇ ଏବଂ ସିଆଇଏସ୍ସିଇର ଫଳାଫଳ ମୂଲ୍ୟାୟନ ସୂତ୍ରକୁ ନେଇ କେତେଜଣ ଛାତ୍ରୀଛାତ୍ର...
ଭାକ୍ସିନ୍ ନ ନେଲେ ମୋବାଇଲ୍ ସିମ୍ କାର୍ଡ ହେବ ବ୍ଲକ୍, କଡ଼ା ନିର୍ଦ୍ଦେଶ ଜାରି କଲେ ସରକାର…
କରାଚି,୨୨।୬: କରୋନା ମହ।ମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ପାକିସ୍ତାନର...
ଗଞ୍ଜେଇରେ ପ୍ରସ୍ତୁତ ହେଉଥିଲା କେକ୍
ମୁମ୍ବାଇ,୧୩।୬: ମୁମ୍ବାଇର ଏକ କେକ୍ ବେକିଂ ବେକେରୀରେ ପ୍ରସ୍ତୁତ ହେଉଥିଲା ଗଞ୍ଜେଇ ମିଶ୍ରିତ କେକ୍। ଖବର ପାଇ ଶନିବାର ରାତିରେ ଚଢ଼ାଉ କରିଥିଲା ନାର୍କୋଟିକ କଣ୍ଟ୍ରୋଲ...
ନକଲି ଭାକ୍ସିନ୍ ନେଇ ଟିଏମ୍ସି ଏମ୍ପି ଅସୁସ୍ଥ…
କୋଲକାତା,୨୬।୬: ନକଲି ଭାକ୍ସିନ୍ ନେଇ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ(ଟିଏମ୍ସି) ଏମ୍ପି ତଥା ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ ଅସୁସ୍ଥ ହୋଇପଡ଼ିଛନ୍ତି। ଶନିବାର ସକାଳେ ସେ ଅସୁସ୍ଥ ହୋଇପଡ଼ିବାରୁ...
ମୁଖ୍ୟମନ୍ତ୍ରୀଙ୍କ ପାଦ ଛୁଇଁଲେ ଜିଲାପାଳ: ଉଠିଲା ବିବାଦ
ହାଇଦ୍ରାବାଦ,୨୧।୬: ତେଲଙ୍ଗାନାରେ ସିଦ୍ଦିପେଟ ଜିଲାପାଳ ଭେଙ୍କଟାରାମ ରେଡ୍ଡୀ ଉଚ୍ଚ ପଦାଧିକାରୀ ତଥା ଜନ ପ୍ରତିନିଧୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର୍)ଙ୍କ ପାଦ ଛୁଇଁଛନ୍ତି। ଏହାକୁ...


