କଟକ ଅଫିସ, ୨୬।୬: ଭିଜିଲାନ୍ସ ନିର୍ଦ୍ଦେଶକଭାବେ ବରିଷ୍ଠ ଆଇପିଏସ୍ ଅଫିସର ଯଶୱନ୍ତ ଜେଠୱା ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ସେ ବିଭାଗର ପୂର୍ବତନ ନିର୍ଦ୍ଦେଶକ ସ୍ବର୍ଗତ ଦେବାଶିଷ ପାଣିଗ୍ରାହୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ନିର୍ଦ୍ଦେଶାଳୟର ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।
ଗତ ୧୮ ତାରିଖରେ ଦେବାଶିଷଙ୍କ ଦେହାନ୍ତ ପରେ ଏହି ପଦବୀ ଖାଲି ପଡିଥିଲା। ଗୁରୁବାର ରାଜ୍ୟ ସରକାର ୧୯୯୪ ବ୍ୟାଚ୍ର ଆଇପିଏସ୍ ଅଫିସର ଜେଠୱାଙ୍କୁ ନିଯୁକ୍ତି ଦେଇଛନ୍ତି। ଯଶୱନ୍ତ ପୂର୍ବରୁ ଅତିରିକ୍ତ ଡିଜି (ଆଇନ ଶୃଙ୍ଖଳା) ସହ ଅତିରିକ୍ତ ଭାବେ କ୍ରାଇମବ୍ରାଞ୍ଚ ଏଡିଜି ଦାୟିତ୍ୱ ସମ୍ଭାଳିଥିଲେ। ଏହି ସମୟରେ ସେ ବାହାର ରାଜ୍ୟକୁ ଅମ୍ଳଜାନ ଯୋଗାଣର ଗୁରୁଦାୟିତ୍ୱ ସୁଚାରୁରୂପେ ତୁଲାଇଥିଲେ। ସେହିପରି କଟକରେ ନକଲି କରୋନା ଔଷଧ ବିକ୍ରି ମାମଲାରେ ଔଷଧ ବିତରଣ କମ୍ପାନୀ ମେଡିଲଏଡ ମେଡିକାମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ଶିବପ୍ରସନ୍ନ ଜେନା, ନିର୍ଦ୍ଦେଶିକା ଶୁଭଲକ୍ଷ୍ମୀ ଜେନା ଓ ୨ ସହଯୋଗୀଙ୍କୁ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଗିରଫ କରିଥିଲା। ଏଥିରେ ଯଶଓ୍ବନ୍ତଙ୍କ ଭୂମିକା ରହିଥିଲା। ଏଥିସହ ସେ ଦକ୍ଷିଣ-ପଶ୍ଚିମାଞ୍ଚଳ ରେଞ୍ଜ ଆଇଜି ଥିବାବେଳେ ବହୁ ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇ ପାରିଥିଲେ। ସେହିପରି ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କ ପରି ଭିଭିଆଇପିଙ୍କ ପାଇଁ ନିୟୋଜିତ ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ୍(ଏସ୍ପିଜି)ର ଆଇଜି ଭାବେ ସୁଚାରୁରୂପେ ଦାୟିତ୍ୱ ନିର୍ବାହ କରିଥିଲେ।
Posted inଆମ ଜିଲା ଖବର, କଟକ View All
‘ଆହାର’ ରିହାତି ଚଳୁ
କଟକ ଅଫିସ, ୨୩ା୬:ଗରିବ ଓ ନିରାଶ୍ରୟଙ୍କୁ ସ୍ବଳ୍ପ ମୂଲ୍ୟରେ ଖାଦ୍ୟ ଯୋଗାଇବାକୁ ରାଜ୍ୟ ସରକାର ବିଭିନ୍ନ ସହରାଞ୍ଚଳରେ ୨୦୧୫ ଏପ୍ରିଲ ୧ରୁ ଆହାର ଯୋଜନା ଆରମ୍ଭ...
ରଥରେ ଲାଗିଲା ଅଖ
ପୁରୀ ଅଫିସ,୩ା୬: ଆଜି ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ଉଭଁରୀ ଯାତ୍ରା। ଏହି ଅବସରରେ ପରମ୍ପରା ଅନୁଯାୟୀ ରଥଯାତ୍ରାର ଆଉ ଏକ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି। ମହାପ୍ରଭୁଙ୍କ...
ରଜରେ ନାବାଳିକାଙ୍କୁ ଗଣବଳାତ୍କାର
ବାରିପଦା ଅଫିସ,୧୯।୬: ମୟୂରଭଞ୍ଜ ଜିଲା ରରୁଆଁ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାରେ ସମ୍ପୃକ୍ତ ଥିବା ୨ ଅଭିଯୁକ୍ତଙ୍କୁ...
ପ୍ରେମ ପାଇଁ ୫ ଘଣ୍ଟାର ଆତଙ୍କ
ବଲାଙ୍ଗୀର ଅଫିସ, ୧୬ା୬:ଏକତରଫା ପ୍ରେମକୁ ନେଇ ବଲାଙ୍ଗୀର ସହରରେ ମଙ୍ଗଳବାର ସକାଳେ ଦେଖିବାକୁ ମିଳିଛି ୫ଘଣ୍ଟାର ଆତଙ୍କ। ଜଣେ ବନ୍ଧୁକଧାରୀ ଯୁବକ ଅନ୍ୟ ଜଣେ ବ୍ୟକ୍ତିଙ୍କ...
ଗଞ୍ଜାମର ୬.୪୩ ଲକ୍ଷ ନେଲେଣି ପ୍ରଥମ ଡୋଜ୍ ଟିକା
ଛତ୍ରପୁର,୧୩।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଅପରପକ୍ଷରେ କରୋନା ଟିକାକରଣ ଉପରେ ଜିଲା ପ୍ରଶାସନ ଗୁରୁତ୍ୱ ଦେଉଛନ୍ତି। ଜିଲାରେ...
ଗୋରୁଗାଡି ନେଇଯାଉଥିବା ମାଫିଆଙ୍କ ଆକ୍ରମଣରେ ଯୁବକ ଗୁରୁତର
ବାଲେଶର ଅଫିସ, ୧୬।୬- ବାଲେଶ୍ୱର ଜିଲା ସେରଗଡ ବ୍ରିଜ ଉପରେ ବୁଧବାର ଭୋର ସମୟରେ ଗୋରୁଗାଡି ନେଇଯାଉଥିବା ମାଫିଆଙ୍କ ଆକ୍ରମଣରେ ଯୁବକ ଗୁରୁତର ହୋଇଯାଇଛନ୍ତି। ସମନାଥପୁର...
କେନ୍ଦୁପତ୍ର ବାନ୍ଧି ଶୋଇଥିଲେ: ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
ରେଢ଼ାଖୋଲ,୨୦।୬(ଡି.ଏନ୍.ଏ): ସମ୍ବଲପୁର ଜିଲା ରେଢ଼ାଖୋଲ କେନ୍ଦୁପତ୍ର ଡିଭିଜନ ଅନ୍ତର୍ଗତ ଲୁହାପଙ୍କ ପଞ୍ଚାୟତର ଗାଡୁମୁଣ୍ଡା କେନ୍ଦୁପତ୍ର ଫଡିରେ ଶନିବାର ବିଳମ୍ବିତ ରାତିରେ ଦନ୍ତାହାତୀ ଆକ୍ରମଣରେ ଜଣେ କେନ୍ଦୁପତ୍ର...
କେହି ଶୁଣିଲେନି, କରୋନା ମୃତକଙ୍କୁ କାନ୍ଧ ଦେଲେ ବିଡିଓ, ସରପଞ୍ଚ
ଭଦ୍ରକ ଅଫିସ,୧୭।୬: କରୋନା ଭୟରେ ମୃତଦେହ ପାଖ ମାଡ଼ିଲେନି ସାହି ଭାଇ କିମ୍ବା ସମ୍ପର୍କୀୟ। ଫଳରେ ସ୍ଥାନୀୟ ସରପଞ୍ଚ ଓ ବିଡିଓ ଆଗେଇ ଆସି ମୃତକଙ୍କୁ...


