ଛତ୍ରପୁର,୧୩।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଅପରପକ୍ଷରେ କରୋନା ଟିକାକରଣ ଉପରେ ଜିଲା ପ୍ରଶାସନ ଗୁରୁତ୍ୱ ଦେଉଛନ୍ତି। ଜିଲାରେ ଶନିବାର ସୁଦ୍ଧା ୬ ଲକ୍ଷ ୪୩ ହଜାର ୮୮୧ ଜଣଙ୍କୁ ଟିକାର ପ୍ରଥମ ଡୋଜ୍ ଦିଆଯାଇଛି। ସେଥିମଧ୍ୟରେ ୫ ଲକ୍ଷ ୧୫ ହଜାର ୧୯୭ ଜଣ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସର ଥିବାବେଳେ ୧ ଲକ୍ଷ ୨୮ ହଜାର ୬୮୪ ଜଣ ୧୮ ରୁ ୪୪ ବର୍ଷ ବୟସର ଅଛନ୍ତି। ଜିଲାର ସବୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ବ୍ରହ୍ମପୁର, ଉପଖଣ୍ଡ ହସ୍ପିଟାଲରେ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସର ଲୋକଙ୍କ ପାଇଁ ଟିକାର ସୁବିଧା ଅଛି। କେବଳ ୧୮ରୁ ୪୪ ବର୍ଷ ବୟସର ଲୋକଙ୍କ ପାଇଁ ଟିକା ନେବା ଲାଗି ବ୍ରହ୍ମପୁର ଓ ଛତ୍ରପୁରରେ ସୁବିଧା ଅଛି। ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ପାଇଁ ଜିଲାରେ ୧୧ ହଜାର ୬୦ଟି ଟିକା ମହଜୁଦ ଥିବା ବେଳେ
୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ୬ ହଜାର ଟିକା ଗଚ୍ଛିତ ଅଛି। ମୋଟ ୧୭ ହଜାର ୬୦ ଟିକା ମହଜୁଦ ରହିଥିବା ସୂଚନା ଦିଆଯାଇଛି।
Posted inଆମ ଜିଲା ଖବର, ଗଞ୍ଜାମ View All
ବଳାତ୍କାର ପରେ ଅଚେତ ହୋଇଗଲା, ଭୟରେ ତଣ୍ଟି ଚିପିଦେଲି
ନୟାଗଡ଼ ଅଫିସ,୨୦।୬: ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ନୂଆଗାଁ ପଞ୍ଚାୟତ ଧୁନ୍ଦୁଗାଡିଆ ଅଞ୍ଚଳର ଜଣେ ୫ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିଲା ।...
ଚାଷୀ ନଥାଇ ଧାନ କିଣା: ୭ ମହିଳା ସଂଘ ନାଁରେ ଅନିୟମିତତା ଅଭିଯୋଗ
ଛତ୍ରପୁର,୨୩।୬(ଡି.ଏନ୍.ଏ): ୨୦୨୦-୨୧ ଆର୍ଥିକ ବର୍ଷରେ ଗଞ୍ଜାମ ଜିଲାରେ ଧାନ କିଣାରେ ୭ ମହିଳା ସ୍ବଂୟ ସହାୟିକା ଗୋଷ୍ଠୀ ଅନିୟମିତତା କରିଥିବା ଯୋଗାଣ ବିଭାଗ ଚିହ୍ନଟ କରିଛି...
ଗାଁ ଛାଡ଼ି ସୁରଟମୁହାଁ ୧୦ ବୁଣାକାର
ରସୁଲପୁର,୨୧।୬(ଡି.ଏନ.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ଅଧୀନ ବୁଣାକାର ଗାଁ ଭାବେ ପରିଚିତ ଗୋପାଳପୁରର ୧୦ ବୁଣାକାର ସୋମବାର ଗାଁ ଛାଡ଼ି ସୁରଟ ମୁହାଁ ହୋଇଛନ୍ତି।...
ଶୀତଳଭଣ୍ଡାରରେ କୋଟପା ଆଇନ
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି। ଜନ ସଚେତନତା ଅଭାବ ସାଙ୍ଗକୁ...
ଉପକୂଳ ଅଞ୍ଚଳ ସୁରକ୍ଷାକୁ ଗୁରୁତ୍ୱ
ବାଲେଶ୍ୱର ଅଫିସ, ୧ା୬: କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ବାଲେଶ୍ୱର ଜିଲାର ବାତ୍ୟା ପ୍ରଭାବିତ ଅଞ୍ଚଳକୁ ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି।...
ଦ୍ୱିତୀୟ ଲହରରେ ଗଞ୍ଜାମରୁ ୩୯ ଜଣଙ୍କ ମୁଣ୍ଡ ନେଲାଣି କରୋନା
ଛତ୍ରପୁର,୪।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଆଉ ୨ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ କରୋନାର ଦ୍ୱିତୀୟ ଲହରରେ ଗଞ୍ଜାମ ଜିଲାରୁ ୩୯ ଜଣଙ୍କ ଜୀବନ...
ସ୍ୟାଟ୍ ଉଚ୍ଛେଦ ନିଷ୍ପତ୍ତି ହାଇକୋର୍ଟରେ କାଏମ
କଟକ ଅଫିସ, ୮।୬: ରାଜ୍ୟ ପ୍ରଶାସନିକ ନ୍ୟାୟାଧିକରଣ(ସ୍ୟାଟ୍) ଉଚ୍ଛେଦ ପାଇଁ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି ଉପରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଦେଇଛନ୍ତି। ଫଳରେ...
ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ନେଇ ଭାଜପାର ବିରୋଧ
ଛତ୍ରପୁର,୨୫।୬(ଡି.ଏନ୍.ଏ.): କେନ୍ଦ୍ର ସରକାର ଦେଶବାସୀଙ୍କୁ ମାଗଣା ଟିକା ଯୋଗାଉଥିବା ବେଳେ ରାଜ୍ୟରେ ବିଜେଡି ନେତୃତ୍ୱଧିନ ସରକାର ହୀନ ରାଜନୀତି କରୁଥିବା ନେଇ ଛତ୍ରପୁର ଭାଜପା ଅଭିଯୋଗ...


