ଜୋହାନ୍ସବର୍ଗ,୬।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ କରୋନା ଭୂତାଣୁ କିଭଳି ଜଣେ ୩୬ ବର୍ଷ ବୟସ୍କା ଏଚ୍ଆଇଭି ପଜିଟିଭ୍ ମହିଳାଙ୍କ ଶରୀରରେ ୨୧୬ ଦିନ ରହି ୩୦ ଥର ମ୍ୟୁଟେଶନ କରିଛି ସେନେଇ ଏକ ରିପୋର୍ଟ ଭାଇରାଲ ହେବାରେ ଲାଗିଛି। ମହିଳା ଜଣକ ଦକ୍ଷିଣ ଆଫ୍ରିକାରେ ବାସିନ୍ଦା। ବିଜ୍ନେସ୍ ଇନସାଇଡ଼ର ପକ୍ଷରୁ ମେଡ୍ରେକ୍ସିଭି ପତ୍ରିକାରେ ପ୍ରକାଶିତ ତଥ୍ୟ ଆଧାରରେ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଲସ୍ ଏଞ୍ଜେଲସ୍ ଟାଇମ୍ସ୍ ସହିତ ସାକ୍ଷାତ୍କାର ସମୟରେ ଷ୍ଟଡିର ଲେଖକ ଟୁଲଓ ଡି ଓଲଓ୍ବିରା କହିଛନ୍ତି ଯେ, ଏଭଳି ଅଧିକ ଘଟଣା ଚିହ୍ନଟ ହେଲେ ଗବେଷକଙ୍କ ପାଇଁ ନୂଆ ପରୀକ୍ଷାର ରାସ୍ତା ପ୍ରଶସ୍ତ ହେବ। ଏଚ୍ଆଇଭି ଆକ୍ରାନ୍ତଙ୍କ ଶରୀର କରୋନା ଭୂତାଣୁର ସୋର୍ସ ଭାବେ କାର୍ଯ୍ୟ କରୁଥିବା ଏହା ପ୍ରମାଣିତ ହୋଇପାରିବ। ସମ୍ପୃକ୍ତ ମହିଳାଙ୍କଠାରେ କରୋନା ସଂକ୍ରମଣର ସାଧାରଣ ଲକ୍ଷଣ ପ୍ରକାଶ ପାଇବା ପରେ ତାଙ୍କର ନମୁନା ପରୀକ୍ଷା କରାଯାଇଥିଲା। ଏହାପରେ ତାଙ୍କ ଶରୀରରେ କରୋନା ଭୂତାଣୁର ସ୍ପାଇକ୍ ପ୍ରୋଟିନ୍ର ୧୩ ଥର ମ୍ୟୁଟେଶନ ହୋଇଥିଲା। ୩୦୦ ଜଣ ଏଚ୍ଆଇଭି ପଜିଟିଭ୍ ବ୍ୟକ୍ତିଙ୍କ ପରୀକ୍ଷା ସମୟରେ ମହିଳାଙ୍କଠାରେ କରୋନା ଭୂତାଣୁ ବାରମ୍ବାର ମ୍ୟୁଟେଶନ କରିଥିବା ଜଣାପଡ଼ିଥିଲା। ଚିକିତ୍ସା ପରେ ମଧ୍ୟ ସମ୍ପୃକ୍ତ ମହିଳାଙ୍କ ଶରୀରରେ କରୋନା ଭୂତାଣୁ ରହିଥିଲା। ଏହାଦ୍ୱାରା କରୋନା ସଂକ୍ରମଣ ସଙ୍କଟ ଅଧିକ ଗୁରୁତର ହେବାର ଆଶଙ୍କା ରହିଛି ବୋଲି ଓଲଓ୍ବିରା କହିଛନ୍ତି। ଦକ୍ଷିଣ ଆଫ୍ରିକାରେ ଏଚ୍ଆଇଭି ପଜିଟିଭ୍ଙ୍କ ସଂଖ୍ୟା ୭୮ ଲକ୍ଷ ଥିବାବେଳେ ୩ ଲକ୍ଷ ଟିବି ସମସ୍ୟା ଭୋଗୁଥିବା ବ୍ୟକ୍ତି ଅଛନ୍ତି। ଏମାନଙ୍କଠାରେ କରୋନା ସଂକ୍ରମଣ ଆଶଙ୍କା ଅଧିକ ରହିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।
Posted inଅନ୍ତର୍ଜାତୀୟ, କରୋନା ଭାଇରସ୍ View All
‘ଟିକା ନ ନେଲେ ଭାରତ ଯାଅ’
ମାନିଲା, ୨୪।୬: ଯେଉଁମାନେ କୋଭିଡ୍ ଟିକା ନେବାକୁ ଅନିଚ୍ଛୁକ ସେମାନଙ୍କୁ ଗିରଫ କରାଯିବ ବୋଲି ଫିଲିପାଇନ୍ସ ରାଷ୍ଟ୍ରପତି ରୋଡ୍ରିଗୋ ଡୁଟେର୍ଟେ ଏକ ଟେଲିଭିଜନ ବାର୍ତ୍ତାରେ କହିଛନ୍ତି।...
ଭାରତକୁ ଚେତାବନୀ ଦେଲା ଡବ୍ଲ୍ୟୁଏଚ୍ଓ: ଶୀଘ୍ର ହଟାଅନି କରୋନା କଟକଣା…
ଜେନେଭା/ନୂଆଦିଲ୍ଲୀ,୮।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ଘୋଷଣା କରାଯାଇଥିବା ଲକ୍ଡାଉନ୍କୁ ଧୀରେଧୀରେ କୋହଳ କରାଯାଉଛି। ତେବେ ଭାରତକୁ ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ) ପକ୍ଷରୁ...
୨୦୨୨ରେ ଭୋଟ୍ ପ୍ରଚାର କରିବ ରୋବୋ
ନୂଆଦିଲ୍ଲୀ, ୨୧।୬: ଗତ ମାର୍ଚ୍ଚ, ଏପ୍ରିଲରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। କୋଭିଡ୍ ମହାମାରୀ ସମୟରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଆୟୋଜିତ...
ଅନିରୁଦ୍ଧ ଜଗନ୍ନାଥଙ୍କ ପରଲୋକ, ଭାରତରେ ରାଷ୍ଟ୍ରୀୟ ଶୋକ
ନୂଆଦିଲ୍ଲୀ,୫ା୬: ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନ୍ନାଥଙ୍କ ବାପା ତଥା ପୂର୍ବତନ ରାଷ୍ଟ୍ରପତି ଅନିରୁଦ୍ଧ ଜଗନ୍ନାଥ(୯୧)ଙ୍କ ଗୁରୁବାର ପରଲୋକ ହୋଇଯାଇଛି। ତାଙ୍କ ସମ୍ମାନରେ ଭାରତରେ ଶନିବାର ଦିନିକିଆ...
ଦିଗ୍ବିଜୟ-ପି.ସି ଶର୍ମା ସମେତ ୩୦ଜଣଙ୍କ ବିରୋଧରେ ମାମଲା ରୁଜୁ
ଭୋପାଳ,୧୧।୬: କଂଗ୍ରେସ ନେତା ଦିଗ୍ବିଜୟ ସିଂହ ଓ ପି.ସି ଶର୍ମାଙ୍କ ସମେତ ୩୦ଜଣଙ୍କ ବିରୋଧରେ ମାମଲା ରୁଜୁ। ସରକାରଙ୍କ ଆଦେଶକୁ ଉଲ୍ଲଂଘନ ଓ ରାଲି ବାହାର...
ରାଜ୍ୟରେ ୬ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ
ଭୁବନେଶ୍ୱର,୮।୬(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଥିବା ବେଳେ ମଙ୍ଗଳବାର ସଂକ୍ରମଣ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ଆଜି ରାଜ୍ୟରେ ୫,୮୯୬ ଜଣ କରୋନା...
କମୁନିିି କରୋନା ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଗଲା ୪୨ ଜୀବନ
ଭୁବନେଶ୍ୱର,୧୯।୬(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗୁରୁବାର ରାଜ୍ୟରେ ଜତ ୨୪ଘଣ୍ଟାରେ...
କୋଭାକ୍ସିନ୍ରେ ନବଜାତ ବାଛୁରୀ ସିରମ୍: ଗୋହତ୍ୟା ଅଭିଯୋଗ ଆଣିଲା କଂଗ୍ରେସ…
ନୂଆଦିଲ୍ଲୀ,୧୬।୬: ଭାରତ ବାୟୋଟକ୍ ଦ୍ୱାରା ତିଆରି ହୋଇଥିବା କୋଭାକ୍ସିନ୍ ଟିକାକୁ ନେଇ ବିବାଦ ସୃଷ୍ଟି ହୋଇଛି। ସୂଚନା ଅଧିକାର ଆଇନ ଅନ୍ତର୍ଗତ ପଚରା ଯାଇଥିବା ଏକ...


