ପ୍ୟାରିସ୍,୬।୬: ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ୍ ଓପନ ଶନିବାର ସପ୍ତମ ଦିବସରେ ପ୍ରବେଶ କରିଛି। ପୁରୁଷ ସିଙ୍ଗଲ୍ସରେ ଟପ୍ସିଡ୍ ସର୍ବିୟାର ନୋଭାକ ଜୋକୋଭିଚ୍, ତୃତୀୟ ସିଡ୍ ସ୍ପେନର ରାଫାଲ ନାଡାଲ, ଇଟାଲୀର ଅଣସିଡ୍ ଖେଳାଳି ଲୋରେଞ୍ଜୋ ମୁସେଟି, ଆମେରିକାର ୧୮ତମ ସିଡ୍ ଖେଳାଳି ଜାନିକ ସିନର, ଜର୍ମାନୀର ଜାନ ଲେନାର୍ଡ ଷ୍ଟ୍ରଫ୍, ଦଶମ ସିଡ୍ ଆର୍ଜେଣ୍ଟିନାର ଡିଏଗୋ ସ୍ବାର୍ଜମ୍ୟାନ ସେମାନଙ୍କ ତୃତୀୟ ରାଉଣ୍ଡ ମ୍ୟାଚ୍ରେ ବିଜୟୀ ହୋଇ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି।
ନାଡାଲ ତୃତୀୟ ରାଉଣ୍ଡରେ ବ୍ରିଟେନର କାମେରନ ନୋରିଙ୍କୁ ୬-୩, ୬-୩, ୬-୩ ସେଟ୍ରେ ହରାଇ ଚତୁର୍ଥ ରାଉଣ୍ଡକୁ ଉଠିଛନ୍ତି। ଜୋକୋଭିଚ ୬-୧, ୬-୪, ୬-୧ ସେଟ୍ରେ ଲିଥୁଆନିଆର ୯୩ ର଼୍ୟାଙ୍କ୍ର ଖେଳାଳି ରିକାର୍ଡାସ ବେରନାକିସ୍ଙ୍କୁ ପରାସ୍ତ କରି କ୍ରମାଗତ ଦ୍ୱାଦଶ ବର୍ଷ ପାଇଁ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଏଥର ସଫଳ ହେଲେ ଜୋକୋଭିଚ୍ ଦ୍ୱିତୀୟଥର ପାଇଁ ଫ୍ରେଞ୍ଚ୍ ଓପନ ଓ ମୋଟ ଉପରେ ୧୯ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିବେ। ସେହିପରି ମୁସେଟି ୩-୬, ୬-୪, ୬-୩, ୩-୬, ୬-୩ ସେଟ୍ରେ ଇଟାଲୀର ମାର୍କୋ ସେକିନାଟୋଙ୍କୁ ହରାଇ ଅଗ୍ରଗତି କରିଛନ୍ତି। ଇସ୍ନର ୬-୧, ୭-୫, ୬-୩ ସେଟ୍ରେ ସ୍ବିଡେନର ଓ୍ବାଇମେରଙ୍କୁ ୬-୧, ୭-୫, ୬-୩ ସେଟ୍ରେ ହରାଇ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଷ୍ଟ୍ରଫ୍ ୬-୪, ୭-୬, ୬-୨ ସେଟ୍ରେ ସ୍ପେନର ଅଲକାରାଜ ଗାର୍ଭିଆଙ୍କୁ ତୃତୀୟ ରାଉଣ୍ଡରେ ହରାଇ ଆଗକୁ ବଢିଛନ୍ତି। ସେହିପରି ସ୍ବାର୍ଜମ୍ୟାନ ୬-୪, ୬-୨, ୬-୧ ସେଟ୍ରେ ଜର୍ମାନୀର ଫିଲିପ୍ କୋହେଲସ୍କ୍ରେଇବରଙ୍କୁ ହରାଇ ଅଗ୍ରଗତି କରିଛନ୍ତି।
ଚତୁର୍ଥ ରାଉଣ୍ଡରେ କେନିନ, କ୍ରେଜସିକୋଭା
ମହିଳା ସିଙ୍ଗଲ୍ସରେ ଚତୁର୍ଥ ସିଡ୍ ମାନ୍ୟତାପ୍ରାପ୍ତ ଆମେରିକାର ସୋଫିଆ କେନିନ୍ ଚତୁର୍ଥ ରାଉଣ୍ଡକୁ ଉଠିଛନ୍ତି। ସେ ନିଜ ଦେଶରେ ୨୮ତମ ସିଡ୍ ଜେସିକା ପେଗୁଲାଙ୍କୁ ୪-୬, ୬-୧, ୬-୪ ସେଟ୍ରେ ପରାସ୍ତ କରି ଅଗ୍ରଗତି କରିଛନ୍ତି। ସେହିପରି ଚେକ ଗଣରାଜ୍ୟର ବାରବୋରା କ୍ରେଜିଶୋଭା ୬-୩, ୬-୨ ସେଟ୍ରେ ପଞ୍ଚମ ସିଡ୍ ୟୁକ୍ରେନର ଏଲିନା ଭିଟୋଲିନାଙ୍କୁ ହରାଇ ବିପର୍ଯ୍ୟୟ ଘଟାଇବା ସହ ଅଗ୍ରଗତି କରିଛନ୍ତି। ଫ୍ରେଞ୍ଚ୍ ଓପନ ପ୍ରଥମ ସପ୍ତାହରେ ଭିଟୋଲିନା ସପ୍ତମ ଟପ୍-୧୦ ସିଡ୍ ଖେଳାଳିଭାବେ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ବିଦାୟ ନେଇଛନ୍ତି। ସେହିପରି ଆମେରିକାର ସ୍ଲୋଆନ ଷ୍ଟିଫେନ୍ସ ୬-୩, ୭-୫ ସେଟ୍ରେ କାରୋଲିନା ମୁଚୋଭାଙ୍କୁ ହରାଇ ଅଗ୍ରଗତି କରିଛନ୍ତି। ୟୁକ୍ରେନର ମାର୍ଟା କୋସିଟ୍ୟୁକ ୬-୧, ୬-୨ରେ ଭାରଭାରା ଗ୍ରାଚେଭାଙ୍କୁ ହରାଇ ଅଗ୍ରଗତି କରିଛନ୍ତି।
ଡବ୍ଲ୍ୟୁଟିସି ଫର୍ମାଟରେ ପରିବର୍ତ୍ତନ ଚାହାନ୍ତି ସଚିନ
ନୂଆଦିଲ୍ଲୀ,୧୫।୬: ଆସନ୍ତା ୧୮ ତାରିଖରେ ସାଉଥାମ୍ପଟନଠାରେ ଟେଷ୍ଟ ଫର୍ମାଟର ସବୁଠୁ ବଡ଼ ସମ୍ମାନ ପାଇଁ ଲଢ଼େଇ କରିବେ ନ୍ୟୁଜିଲାଣ୍ଡ ଓ ଟିମ୍ ଇଣ୍ଡିଆ। ବିଜେତାଙ୍କୁ ଟେଷ୍ଟ...
ଭାରତୀୟ ଖେଳାଳିଙ୍କ ହାତରେ ସ୍ବତନ୍ତ୍ର ଆର୍ମବ୍ୟାଣ୍ଡ
ସାଉଥାମ୍ପଟନ,୧୯।୬: ଶୁକ୍ରବାର ରାତିରେ କରୋନା ପରବର୍ତ୍ତୀ ସ୍ବାସ୍ଥ୍ୟ ସମସ୍ୟା କାରଣରୁ ପ୍ରାଣ ହରାଇଛନ୍ତି ‘ଫ୍ଲାଇଂ ଶିଖ’ ଭାବେ ଜଣାଶୁଣା ଅଲିମ୍ପିଆନ ମିଲ୍ଖା ସିଂ। ତାଙ୍କୁ ସମ୍ମାନ...
ବିରାଟ କୋହଲିଙ୍କ ଏହି କାମ ଦେଖି ଅନୁଷ୍କାଙ୍କ ଆଖିରେ ଆସିଯାଇଥିଲା ଲୁହ
ଲଣ୍ଡନ,୧୬।୬: ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ପାଇଁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଆଜିକାଲି ଇଂଲଣ୍ଡରେ ଅଛନ୍ତି। ଚାରି ମାସର...
ଫିଫା ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ: ଅଷ୍ଟ୍ରେଲିଆ, ଜାପାନ, ଚାଇନା ବିଜୟୀ
ସିଓଲ,୧୭।୬: ୨୦୨୨ ଫିଫା ବିଶ୍ୱକପ୍ର ତୃତୀୟ ରାଉଣ୍ଡ କ୍ୱାଲିଫାଇଂରେ ଚାଇନା କର ବା ମର ସ୍ଥିତିର ସମ୍ମୁଖୀନ ହୋଇଥିଲା। ତେବେ ଚାଇନା ୩-୧ ଗୋଲରେ ସିରିଆକୁ...
ଓ୍ବିମ୍ବେଲଡନରୁ ଓହରିଲେ ସିମୋନା ହାଲେପ୍
ଓ୍ବିମ୍ବେଲଡନ, ୨୬ା୬(ଏପି)-ପେଣ୍ଡାରେ ଆଘାତପ୍ରାପ୍ତ ଥିବାରୁ ଗତଥରର ମହିଳା ସିଙ୍ଗଲ୍ସ ଚାମ୍ପିୟନ ସିମୋନା ହାଲେପ୍ ଓ୍ବିମ୍ବେଲଡନ ଓପନ୍ ଟେନିସ ପ୍ରତିଯୋଗିତାରୁ ଓହରିିଯାଇଛନ୍ତି। ଶୁକ୍ରବାର ଏହି ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ...
ବିବାହ ମୁଦି କଥା ଭୁଲି ଯାଇଥିଲେ ରୋହିତ୍ ଶର୍ମା: କୋହଲି ଦେଲେ ବଡ଼ ଖବର
ଭାରତୀୟ କ୍ରିକେଟ ଦଳ ସହ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର୍ ଫାଇନାଲ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି ଷ୍ଟାର୍ କ୍ରିକେଟର୍ ରୋହିତ ଶର୍ମା। ଜୁନ ୧୮ରୁ ୨୨...
କ୍ରେଜିକୋଭାଙ୍କୁ ଡବଲ ଟାଇଟଲ
ପ୍ୟାରିସ, ୧୪।୬-ଚେକ୍ ରିପବ୍ଲିକ୍ର ବାର୍ବୋରା କ୍ରେଜିକୋଭା ରବିବାର ଶେଷ ହୋଇଥିବା ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସରେ ଡବଲ ଟାଇଟଲ ବିଜୟୀ ହୋଇଛନ୍ତି। ପୂର୍ବରୁ ମହିଳା ସିଙ୍ଗଲ୍ସ...
କୋପା ଆମେରିକା ଫୁଟ୍ବଲ: ଆର୍ଜେଣ୍ଟିନା- ଚିଲି ମ୍ୟାଚ୍ ଡ୍ର
ରିଓ ଡି ଜାନେଇରୋ,୧୬।୬(ଏପି): ଦକ୍ଷିଣ ଆମେରିକାର ସର୍ବବୃହତ୍ ଫୁଟ୍ବଲ ଟୁର୍ନାମେଣ୍ଟ କୋପା ଆମେରିକାରେ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଡ୍ର’ରୁ ଅଭିଯାନ ଆରମ୍ଭ କରିଛି। ମେସିଙ୍କ ଜବରଦସ୍ତ...


