ଲାଉସାନେ, ୬ା୬(ଏପି)- ୟୁରୋପିଆନ ଓ୍ବେଟ୍ଲିଫ୍ଟିଂ ଚାମ୍ପିୟନ ଦିମିତ୍ରୋ ଚୁମାକ୍ଙ୍କୁ ସାମୟିକ ସସ୍ପେଣ୍ଡ କରାଯାଇଛି। ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ହୋଇଥିବା ଡୋପ୍ ଟେଷ୍ଟରୁ ସେ ନିଜକୁ ଦୂରେଇ ରଖିବା ଲାଗି ପ୍ରୟାସ କରିଥିଲେ। ଏଥିପାଇଁ ସେ ଲାଞ୍ଚ ଯାଚିଥିବା ଇଣ୍ଟରନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଆଇଟିଏ) କହିଛି। ଏପ୍ରିଲରେ ୧୦୯ କେଜି କାଟେଗୋରିରେ ୟୁରୋପିଆନ ଟାଇଟଲ ଜିତିବା ପରେ ୟୁକ୍ରେନ୍ର ଏହି ଭାରୋତ୍ତୋଳକଙ୍କୁ ଟୋକିଓ ଗେମ୍ସ ପାଇଁ ଜଣେ ପଦକ ଦାବିଦାର ବୋଲି ବିବେଚନା କରାଯାଉଛି। ଏହାଥିଲା ତାଙ୍କ କ୍ୟାରିୟରର ତୃତୀୟ ମହାଦେଶୀୟ ସ୍ବର୍ଣ୍ଣ ପଦକ। ଇଣ୍ଟରନ୍ୟାଶନାଲ ଓ୍ବେଟ୍ଲିଫ୍ଟିଂ ଫେଡେରେଶନ ପାଇଁ ଡ୍ରଗ୍ ଟେଷ୍ଟିଂ କାର୍ଯ୍ୟ କରୁଥିବା ଆଇଟିଏର ଅଭିଯୋଗ ଅନୁସାରେ ଚୁମାକ୍ଙ୍କୁ ମେ’ ୬ରେ ଡ୍ରଗ୍ ଟେଷ୍ଟିଂ ସାମ୍ପଲ ପାଇଁ କୁହାଯାଇଥିଲା। ସେ ସାମ୍ପଲ ଦେବାକୁ ମନା କରିବା ସହ ଏହାକୁ ଏଡାଇ ଦେବାକୁ ଚାହିଁଥିଲେ। ଟେଷ୍ଟିଂ କାର୍ଯ୍ୟ ପରିଚାଳନା ଦାୟିତ୍ୱରେ ଥିବା ଡୋପିଂ କଣ୍ଟ୍ରୋଲ ଅଫିସରମାନଙ୍କୁ ସେ ଲାଞ୍ଚ ଯାଚି ପ୍ରଭାବିତ କରିବାକୁ ଚେଷ୍ଟା କରିଥିଲେ। ଏଥିରୁ ସନ୍ଦେହ କରାଯାଉଛି ଯେ ଚୁମାକ୍ ନିଷିଦ୍ଧ ଦ୍ରବ୍ୟ ସେବନ କରିଛନ୍ତି କିମ୍ବା ଚେଷ୍ଟା କରିଛନ୍ତି। ଏହାଛଡ଼ା ଆଣ୍ଟି ଡୋପିଂ ପ୍ରକ୍ରିୟାରେ ଟ୍ୟାମ୍ପରିଂ କରିବା ଲାଗି ପ୍ରୟାସ କରିଛନ୍ତି। ଏହି ସବୁ ଅଭିଯୋଗରୁ ଶୁଣାଣି ହେଲା ପର୍ଯ୍ୟନ୍ତ ୟୁକ୍ରେନର ଏହି ଭାରୋତ୍ତୋଳକ ସସ୍ପେଣ୍ଡ ରହିବେ। ଏହି ଘଟଣାରେ ତାଙ୍କ କୋଚ୍ ମିଖାଇଲୋ ମାତ୍ସୋଖାଙ୍କୁ ମଧ୍ୟ ସସ୍ପେଣ୍ଡ କରାଯାଇଛି। ଟୋକିଓ ଅଲିମ୍ପିକ୍ସ ଜୁଲାଇ ୨୩ରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଦଶନ୍ଧି ଦଶନ୍ଧି ଧରି ଓ୍ବେଟ୍ଲିଫ୍ଟିଂରେ ଷ୍ଟେରଏଡ୍ର ବ୍ୟବହାର ନଜରକୁ ଆସିଛି। ଅଲିମ୍ପିକ୍ସ ଓ କେତେକ ପ୍ରମୁଖ ଇଭେଣ୍ଟରେ ଡୋପିଂ ପାଇଁ କେତେଜଣ ଅଗ୍ରଣୀ ଆଥ୍ଲେଟ୍ ସସ୍ପେଣ୍ଡ ମଧ୍ୟ ହୋଇଛନ୍ତି।
ବିବାହ ମୁଦି କଥା ଭୁଲି ଯାଇଥିଲେ ରୋହିତ୍ ଶର୍ମା: କୋହଲି ଦେଲେ ବଡ଼ ଖବର
ଭାରତୀୟ କ୍ରିକେଟ ଦଳ ସହ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର୍ ଫାଇନାଲ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି ଷ୍ଟାର୍ କ୍ରିକେଟର୍ ରୋହିତ ଶର୍ମା। ଜୁନ ୧୮ରୁ ୨୨...
ମିରାନଚୁକ୍ଙ୍କ ଗୋଲରେ ଜିତିଲା ରୁଷିଆ
ସେଣ୍ଟ ପିଟର୍ସବର୍ଗ, ୧୭।୬- ଆଲେକ୍ସି ମିରାନଚୁକ୍ଙ୍କ ଗୋଲ ବଳରେ ରୁଷିଆ ଚଳିତ ୟୁରୋ ଫୁଟ୍ବଲ ଚାମ୍ପିୟନଶିପ୍ରେ ବିଜୟ ସ୍ବାଦ ଚାଖିଛି। ବୁଧବାର ଅନୁଷ୍ଠିତ ମ୍ୟାଚରେ ରୁଷିଆ...
ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ଲଢ଼େଇ: ଜାଣନ୍ତୁ କେବେ, କେଉଁଠି ଦେଖିବେ ଏହି ହାଇପ୍ରୋଫାଇଲ ମ୍ୟାଚ୍
ସାଉଥାମ୍ପଟନ,୧୮।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲର ହାଇପ୍ରୋଫାଇଲ ମ୍ୟାଚ୍ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ମୁକାବିଲା ଯିଏ ଜିତିବ ସେ ପ୍ରଥମ ଟେଷ୍ଟ ଚାମ୍ପିୟନ ହେବାର ଗୌରବ...
ପଦାର୍ପଣରେ ଲେଡି ସେହ୍ବାଗଙ୍କ ରେକର୍ଡ
ବ୍ରିଷ୍ଟଲ,୧୮ା୬: ଲେଡି ସେହ୍ବାଗ ଭାବେ ମହିଳା କ୍ରିକେଟରେ ଜଣାଶୁଣା ଟିମ୍ ଇଣ୍ଡିଆର ଓପନର ଶେଫାଳି ବର୍ମା ପଦାର୍ପଣ ଟେଷ୍ଟରେ ଇତିହାସ ରଚିଛନ୍ତି। ୧୭ ବର୍ଷୀୟା ବ୍ୟାଟ୍ସଓମେନ...
ମହଙ୍ଗା ପଡ଼ିଲା ଷ୍ଟମ୍ପକୁ ଗୋଇଠା ମାରିବା
ଢାକା,୧୩।୬: ବାଂଲାଦେଶର ଶାକିବ ଅଲ ହାସନ ଘରୋଇ ଟି୨୦ ମ୍ୟାଚ୍ବେଳେ ଅମ୍ପାୟରଙ୍କୁ ଗାଳି ଗୁଲଜ କରିବା ସହ ଉଇକେଟକୁ ଗୋଇଠା ମାରିବା ମହଙ୍ଗା ପଡ଼ିଛି। ଏହି...
ଭୁଟାନରେ ହଜି ଯାଇଥିଲେ ବିରାଟ, ଡରି ଯାଇଥିଲେ ଅନୁଷ୍କା; କିଛି ଏଭଳି…
ନୂଆଦିଲ୍ଲୀ,୨୩।୬: ଚର୍ଚ୍ଚିତ ସେଲିବ୍ରିଟି କପଲ୍ମାନଙ୍କ ମଧ୍ୟରୁ ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଗୋଟିଏ। ୨୦୧୭ରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।...
ଚୁର୍ମାର୍ ହେଲା କୋହଲିଙ୍କ ସ୍ବପ୍ନ: ଗୋଟିଏ ବି ଆଇସିସି ଟ୍ରଫି ନ ଜିତିପାରି କଲେ ହ୍ୟାଟ୍ରିକ୍
ସାଉଥାମ୍ପଟନ୍,୨୪।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲରେ ନ୍ୟୁଜିଲାଣ୍ଡ ଟିମ ଇଣ୍ଡିଆକୁ ୮ ଉଇକେଟରେ ପରାସ୍ତ କରିଛି। ଫଳରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ପୁଣି ଥରେ...
ଡବ୍ଲ୍ୟୁଟିସି ଫାଇନାଲ୍ର ଏହି ଗୋଟିଏ ମୁହୂର୍ତ୍ତ ସମସ୍ତଙ୍କ ହୃଦୟକୁ ଛୁଇଁଗଲା
ସାଉଥାମ୍ପଟନ୍,୨୪।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲୁଟିସି ଫାଇନାଲ)ର ଫାଇନାଲରେ ଭାରତୀୟ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ମ୍ୟାଚ କିମ୍ବା ଟୁର୍ନାମେଣ୍ଟର ଫଳାଫଳ ଯାହା ହେଉନା...


