E-Paper
  • logo
  • Saturday 28th March 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଫୁରସତ

ସୁନ୍ଦର ପକ୍ଷୀ
1:17 pmJune 6, 2021

ଭଗବାନଙ୍କ ଦ୍ୱାରା ସୃଷ୍ଟି ଏ ବିଶ୍ୱବ୍ରହ୍ମାଣ୍ଡରେ ଅନେକ ସୁନ୍ଦର ସୁନ୍ଦର ଜିନିଷ ସବୁ ରହିଛି, ଯାହାର ସୌନ୍ଦର୍ଯ୍ୟ ବେଶ୍‌ ମନଲୋଭା ହୋଇଥାଏ; ଯେମିତି କି ପକ୍ଷୀ। ବିଶ୍ୱ ନିୟନ୍ତାଙ୍କ ଦ୍ୱାରା ସୃଷ୍ଟି ସେମିତି କେତୋଟି ସୁନ୍ଦର ପକ୍ଷୀଙ୍କ ସମ୍ପର୍କରେ…

ମୟୂର: ସୁନ୍ଦର ପକ୍ଷୀଙ୍କ କଥା ଉଠିଲେ, ଆଖି ସାମ୍ନାରେ ପ୍ରଥମେ ଯାହାର ରୂପ ନାଚିଉଠେ ସେ ହେଉଛି ଆମ ଜାତୀୟ ପକ୍ଷୀ ମୟୂରର। ଆକାଶରେ କଳା ହାଣ୍ଡିଆ ମେଘ ଘନେଇ ଆସିଲେ ଏହା ଯେବେ ନିଜ ରଙ୍ଗବେରଙ୍ଗର ପୁଚ୍ଛକୁ ମେଲାଇ ଆକର୍ଷଣୀୟ ନୃତ୍ୟ କରିବାକୁ ଲାଗେ, ସେତେବେଳେ ଏହାର ସୌନ୍ଦର୍ଯ୍ୟ ଦେଖିବା ଯୋଗ୍ୟ ହୋଇଥାଏ। ପୃଥିବୀ ପୃଷ୍ଠରେ ମୁଖ୍ୟତଃ ତିନି ପ୍ରଜାତିର ମୟୂର ଦେଖାଯାଇଥାନ୍ତି; ତନ୍ମଧ୍ୟରୁ ଭାରତରେ ଦେଖିବାକୁ ମିଳୁଥିବା ମୟୂର ସବୁଠାରୁ ଆକର୍ଷକ ଓ ସୁନ୍ଦର ହୋଇଥାନ୍ତି।
ସ୍କାର୍ଲେଟ୍‌ ମକାଓ: ଏହା ଦୁନିଆର ସବୁଠାରୁ ସୁନ୍ଦର ତଥା ରଙ୍ଗିନ ପକ୍ଷୀ ମଧ୍ୟରୁ ଗୋଟିଏ; ଯାହା ମୁଖ୍ୟତଃ ଆମେରିକା, ବ୍ରାଜିଲ୍‌, ମେକ୍ସିକୋ, ଆମାଜନ୍‌ ଜଙ୍ଗଲରେ ଅଧିକ ଦେଖିବାକୁ ମିଳିଥାନ୍ତି। ଏମାନେ ଏକ ପ୍ରକାର ଶୁଆ, ସେଥିପାଇଁ ଏମାନଙ୍କର ଥଣ୍ଟ ସାମାନ୍ୟ ବଙ୍କା ହୋଇଥାଏ। ତା’ଛଡ଼ା ଏମାନଙ୍କ ଆଖି ତଳେ ରହିଥିବା ଧଳା ଦାଗ ହିଁ ଏମାନଙ୍କୁ ଅଧିକ ଆକର୍ଷଣୀୟ କରିଥାଏ। ସୂଚନାନୁଯାୟୀ, ଏହି ପକ୍ଷୀମାନେ ପ୍ରାୟ ୪୦/୫୦ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିବା ସହ ଘଣ୍ଟା ପ୍ରତି ପ୍ରାୟ ୬୦ କି.ମି. ବେଗରେ ଉଡ଼ିପାରନ୍ତି।
ହାଏସିନ୍ଥ ମକାଓ: ବିଶ୍ୱରେ ଯେତେ ପ୍ରଜାତିର ଶୁଆ ଅଛନ୍ତି, ତନ୍ମଧ୍ୟରୁ ଏହି ପ୍ରଜାତିର ଶୁଆମାନେ ଦେଖିବାକୁ ଟିକେ ବଡ଼ ଆଉ ଖୁବ୍‌ ସୁନ୍ଦର ହୋଇଥାନ୍ତି। ନୀଳ ରଙ୍ଗର ଏହି ଶୁଆମାନଙ୍କର ଆଖି ଚାରିପଟେ ଥିବା ହଳଦିଆ ରଙ୍ଗର ପଟି ଓ ତା’ସାଙ୍ଗକୁ ଲମ୍ବା ଲାଞ୍ଜ ହିଁ ଏମାନଙ୍କୁ ଅଧିକ ଆକର୍ଷଣୀୟ କରିଥାଏ।
ଗୋଲ୍ଡେନ୍‌ ଫେଜାଣ୍ଟ: ଏହି ପ୍ରଜାତିର ପକ୍ଷୀମାନେ ନିଜର ଆକର୍ଷଣୀୟ ରଙ୍ଗ ପାଇଁ ଖୁବ୍‌ ସୁନ୍ଦର ଦେଖାଯାଇଥାନ୍ତି। ଚାଇନାର ପାହାଡିଆ ତଥା ଜଙ୍ଗଲିଆ ଅଞ୍ଚଳରେ ଏମାନଙ୍କୁ ମୁଖ୍ୟତଃ ଦେଖିବାକୁ ମିଳିଥାଏ। କାରଣ ଏହି ପକ୍ଷୀଙ୍କର ପାହାଡିଆ ଓ ଜଙ୍ଗଲିଆ ସ୍ଥାନ ଖୁବ୍‌ ପସନ୍ଦ। ଚାଇନା ବ୍ୟତୀତ ଏମାନେ ୟୁକେ, କାନାଡ଼ା, ଆମେରିକା, ମେକ୍ସିକୋ, କଲମ୍ବିଆ, ପେରୁ, ଜର୍ମାନୀ, ବେଲ୍‌ଜିୟମ୍‌, ଫ୍ରାନ୍ସ, ଆୟର୍ଲାଣ୍ଡ, ଅଷ୍ଟ୍ରେଲିଆ, ନ୍ୟୁଜ୍‌ଲାଣ୍ଡ ଓ ଇଂଲଣ୍ଡର ପାହାଡି ଇଲାକାରେ ମଧ୍ୟ ଦେଖାଯାଇଥାନ୍ତି। ପ୍ରକୃତି ଏମାନଙ୍କ ଶରୀରରେ ବିଭିନ୍ନ ରଙ୍ଗ ଭରି ଦେଇଥିବାରୁ ଅନେକେ ଏହାଙ୍କୁ ରେନ୍‌ବୋ ଫେଜାଣ୍ଟ ବୋଲି ମଧ୍ୟ କହିଥାନ୍ତି। ଶରୀର ଅପେକ୍ଷା ଏମାନଙ୍କ ଲାଞ୍ଜ ଅଧିକ ଆକର୍ଷକ ଲାଗିଥାଏ।
ହମିଙ୍ଗ୍‌ ବାର୍ଡ: ଏମାନେ ନିଜର ରଙ୍ଗ ବଦଳାଇବାର କ୍ଷମତା ପାଇଁ ବେଶ୍‌ ଆକର୍ଷକ ଲାଗିଥାନ୍ତି। ଏମାନେ ଯେବେ ମୁଣ୍ଡ ହଲାନ୍ତି, ସେବେ ତାଙ୍କ ଶରୀରର ରଙ୍ଗ ବଦଳିଥାଏ। ତା’ଛଡ଼ା ଏହି କ୍ଷୁଦ୍ର ପକ୍ଷୀଟିର ଉଡିବା ଶୈଳୀ ମଧ୍ୟ ବେଶ୍‌ ଅଜବ ହୋଇଥାଏ। ଏହା ଆଗକୁ ହେଉ ବା ପଛକୁ, ଡାହାଣକୁ ହେଉ ବା ବାମକୁ କିମ୍ବା ଉପରତଳ ସବୁ ଆଡ଼କୁ ସ୍ଥିର ହୋଇ ଉଡିବାରେ ବେଶ୍‌ ମାହିର୍‌। ଏମାନେ ପ୍ରତି ୧୦ ମିନିଟ୍‌କୁ ଥରେ ଖାଦ୍ୟ ଖାଇଥାନ୍ତି। ଫୁଲର ରସ ପିଇବା ଏମାନଙ୍କର ଖୁବ୍‌ ପସନ୍ଦ।
କିଲ୍‌ ବିଲ୍‌ ଟୌକାନ୍‌: ଏମାନେ ମୁଖ୍ୟତଃ ଦକ୍ଷିଣ ଆମେରିକାର ଜଙ୍ଗଲରେ ଦେଖାଯାଇଥାନ୍ତି। ଏମାନଙ୍କର ଓଜନ ପ୍ରାୟ ୧ କି.ଗ୍ରା. ରହୁଥିବାବେଳେ ଲମ୍ବା ପ୍ରାୟ ୫୫ ସେ.ମି. ପର୍ଯ୍ୟନ୍ତ ବଢିଥାଏ। ଏମାନଙ୍କ ଥଣ୍ଟରେ ମୁଖ୍ୟତଃ ଏକାଧିକ ରଙ୍ଗ ଦେଖିବାକୁ ମିଳୁଥିବାରୁ ଅନେକେ ଏମାନଙ୍କୁ ରେନ୍‌ବୋ ବିଲ୍‌ ଟୌକାନ୍‌ ବୋଲି ମଧ୍ୟ କହିଥାନ୍ତି। ତା’ଛଡ଼ା ଶରୀର ତୁଳନାରେ ଏହି ପକ୍ଷୀମାନଙ୍କର ଥଣ୍ଟ ଟିକେ ବଡ଼ ଓ ଆକର୍ଷକ ଲାଗିଥାଏ। ଖାସ୍‌ ସେଥିପାଇଁ ଏହି ପକ୍ଷୀମାନଙ୍କର ଅଧିକ ଶିକାର ମଧ୍ୟ ହୋଇଥାଏ। ତେଣୁ ଏମାନଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଥିବାର ଦେଖିବାକୁ ମିଳୁଛି।
ବ୍ଲୁ ଜେ:ଏମାନେ ମୁଖ୍ୟତଃ ଭାରତ, ଇଣ୍ଡୋନେସିଆ, ଇରାକ୍‌ ଆଦି ସ୍ଥାନରେ ଦେଖାଯାଇଥାନ୍ତି। ନୀଳ ରଙ୍ଗର ଏହି ପକ୍ଷୀଟି ଯେବେ ତା’ର ଡେଣା ମେଲାଇ ଆକାଶରେ ଉଡ଼ି ଯାଉଥାଏ, ସେବେ ଏହାର ରୂପ ବେଶ୍‌ ଆକର୍ଷକ ଲାଗିଥାଏ। ଏମାନଙ୍କର ଲମ୍ବା ୩୦ ସେ.ମି ପର୍ଯ୍ୟନ୍ତ ବଢୁଥିବାବେଳେ ଓଜନ ଅତି ବେଶିରେ ୧୫୦ରୁ ୨୦୦ ଗ୍ରାମ୍‌ ଭିତରେ ରହିଥାଏ। ଏତେ ଛୋଟ ପକ୍ଷୀଟିଏ ହେଲେ ବି ଏହା ନିଜର ଉପସ୍ଥିତ ବୁଦ୍ଧି ଖଟାଇ ଶତ୍ରୁ କବଳରୁ ନିଜକୁ ରକ୍ଷା କରିବାରେ ବେଶ୍‌ ପାରଙ୍ଗମ ହୋଇଥାଏ।
ଫ୍ଲାମିଙ୍ଗୋ: ବିଶ୍ୱରେ ଏମାନେ ପ୍ରାୟ ୪ ପ୍ରଜାତିରେ ଦେଖାଯାଇଥାନ୍ତି ଆଉ ପ୍ରତି ପ୍ରଜାତିର ରଙ୍ଗ ଭିନ୍ନ ଭିନ୍ନ ହୋଇଥାଏ। ଭାରତରେ ଦେଖିବାକୁ ମିଳୁଥିବା ଫ୍ଲାମିଙ୍ଗୋମାନଙ୍କର ରଙ୍ଗ ମୁଖ୍ୟତଃ ଧଳା ଓ ନାରଙ୍ଗୀ ମିଶା ହୋଇଥାଏ, ଯାହା ଖୁବ୍‌ ଆକର୍ଷଣୀୟ ଦେଖାଯାଇଥାଏ। ଏହି ପକ୍ଷୀମାନେ ସଂଘବଦ୍ଧ ହୋଇ ଅଧିକାଂଶ ସମୟ ସମୁଦ୍ର ବା ନଦୀ କୂଳରେ ପାଣିରେ ଗୋଟିଏ ଗୋଡ଼ରେ ଠିଆ ହୋଇ ରହିଥିବାର ଦେଖିବାକୁ ମିଳିଥାନ୍ତି। କୁହାଯାଏ, ଏମିତି କରିବା ଦ୍ୱାରା ତାଙ୍କ ଶରୀରରେ ଉତ୍ତାପ ବୃଦ୍ଧି ପାଇଥାଏ; ଯଦ୍ୱାରା ସେମାନେ ଶିକାର ଅପେକ୍ଷାରେ ଅଧିକ ସମୟ ପାଣି ଭିତରେ ଠିଆ ହୋଇ ରହିବାରେ ସକ୍ଷମ ହୋଇଥାନ୍ତି।


[mc4wp_form id="252536"] All Right Reserved By Dharitri.Com

Posted inଫୁରସତ View All

ଜାଣନ୍ତି ଏହି ସ୍ଥାନରେ ଗ୍ରୀଷ୍ମ ଦିନରେ ବି ହୋଇଥାଏ ପ୍ରବଳ ବର୍ଷା

ସମଗ୍ର ଦେଶରେ ମୌସୁମୀ ଏବଂ ପୂର୍ବ ମୌସୁମୀ ବର୍ଷା ପ୍ରତିଦିନ ହୋଇଥାଏ। ପାଣିପାଗ ବିଭାଗ ଦ୍ୱାରା ପ୍ରତିଦିନ ବର୍ଷା ସତର୍କ ସୂଚନା ଜାରି କରାଯାଉଛି। ବର୍ତ୍ତମାନ...

ଯେଉଁ ଶିକ୍ଷକଙ୍କୁ ପ୍ରେମ କରୁଥିଲେ ଯୁବତୀ, ସେହି ଶିକ୍ଷକଙ୍କ ମୃତ ସ୍ତ୍ରୀ ଦେଖାଦେଲେ ଇନ୍‌ଷ୍ଟାଗ୍ରାମରେ

ମଣିଷ ପ୍ରେମରେ ବେଳେବେଳେ ଏମିତି ଧୋକା ଖାଏ ଯେ, ଚାହିଁଲେ ବି କିଛି କରିବାର କ୍ଷମତା ନ ଥାଏ। ସେମିତି ଏକ ଘଟଣା ଘଟିଛି ଜଣେ...

ଏହି ଦେଶରେ ନାହାନ୍ତି ଗୋଟିଏ ହେଲେ ମଶା, ଜାଣନ୍ତୁ କାରଣ

ମଶା ଯୋଗୁ ସମଗ୍ର ବିଶ୍ୱବାସୀ ଅସୁବିଧାରେ ପଡ଼ନ୍ତି। ମଶା ଘଉଡ଼ାଇବା ପାଇଁ ଲୋକେ ନାନା ପଦକ୍ଷେପ ଅପଣାଇଥାନ୍ତି। ମାତ୍ର ଆଜି ଏମିତି ଏକ ଦେଶ ବିଷୟରେ...

ବିବାଦରେ ଭାଇରସ୍‌

ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ୍‌ର ଜନ୍ମ ଯେପରି ରହସ୍ୟମୟ, ସେତିକି ବିସ୍ମୟକର । ପୁଣି ତାକୁ ନେଇ ଏବେ ଅସଂଖ୍ୟ ପ୍ରଶ୍ନବାଚୀ…...

ଜୁନ୍‌ ୨୪ରେ ଲାଲ୍‌ ଟହ ଟହ ଷ୍ଟ୍ରବେରୀ ଚନ୍ଦ୍ରମା ! …

ନୂଆଦିଲ୍ଲୀ,୨୨।୬: ଜୁନ୍‌ ୨୪ ଦେବସ୍ନାନ ପୂର୍ଣ୍ଣିମାରେ ଆକାଶରେ ବଡ଼ ଚନ୍ଦ୍ରମାକୁ ଦେଖିବାକୁ ମିଳିବ। ସ୍ବାଭାବିକ ଆକାରଠାରୁ ଏହି ଚନ୍ଦ୍ରମା ଆକାର ଯଥେଷ୍ଟ ବଡ଼ ରହିବା ସହିତ...

୬୫୦୦ ଫୁଟ ଉଚ୍ଚ ପାହାଡ଼ ଉପରେ ଅନ୍ତରଙ୍ଗ ମୁହୂର୍ତ୍ତରେ ମାତିଥିଲେ ପ୍ରେମୀଯୁଗଳ, ଜାଣି ନ ଥିଲେ ଲାଗିଛି ଓ୍ବେବ୍‌ କ୍ୟାମେରା, ଆଉ ତା’ ପରେ…

ପ୍ରେମୀଯୁଗଳ ଉଚ୍ଚ ପାହାଡ଼ ଉପରେ ରୋମାନ୍ସ କରୁଥିଲେ। ଯାହାକି ତାଙ୍କୁ ମହଙ୍ଗା ପଡ଼ିଛି। ଏହି ଯୋଡ଼ି ୬୫୦୦ ଫୁଟ ଉଚ୍ଚରେ ଶାରୀରିକ ସମ୍ବନ୍ଧ ରକ୍ଷା କରିଥିଲେ।...

ଗୁପ୍‌ଚୁପ୍‌ରେ ମୁଦି ରଖି ପ୍ରେମିକାଙ୍କୁ ବିବାହ ପ୍ରସ୍ତାବ ଦେଲେ ପ୍ରେମିକ; ଆଉ ତା’ ପରେ..

ନୂଆଦିଲ୍ଲୀ: ସାଥୀଙ୍କୁ ନିଜର ମନ କଥା କହିବା ଏବଂ ପରେ ବିବାହ ପାଇଁ ପ୍ରପୋଜ କରିବାର ଭିନ୍ନ ଭିନ୍ନ ଉପାୟ ଆପଣ ଦେଖିଥାଇପାରନ୍ତି। କିଏ ଫୁଲତୋଡ଼ା...

୧୫୦ କୋଟି ବର୍ଷ ତଳେ ସମୁଦ୍ରରେ ବୁଡ଼ି ରହିଥିଲା ବଲିଉଡ୍‌…

ମୁମ୍ବାଇ,୧୯।୬: ମହାରାଷ୍ଟ୍ରର ରାଜଧାନୀ ତଥା ବଲିଉଡ୍‌ ମୁମ୍ବାଇର ଆଖପାଖ ଅଞ୍ଚଳ ଦିନେ ସମୁଦ୍ର ତଳେ ବୁଡ଼ି ରହିଥିଲା। ମିଳିଥିବା କେତେକ ଜୀବାଶ୍ମରୁ ଏହା ଜଣାପଡ଼ିଛି। ମୁମ୍ବାଇ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଘରେ ରାଶନ ପହଞ୍ଚାଇବା ଯୋଜନା ନେଇ ମୋଦି-କେଜରିଓ୍ବାଲ ମୁହାଁମୁହିଁ: କେନ୍ଦ୍ର କାହିଁକି କରୁଛି ଝଗଡ଼ା, ମୁଖ୍ୟମନ୍ତ୍ରୀ କଲେ ପ୍ରଶ୍ନ…
Next Post Next post:
ବିବାଦରେ ଭାଇରସ୍‌

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts