ଦକ୍ଷିଣ ଆଫ୍ରିକାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଜଣେ ମହିଳା ଏକାଥରକେ ୧୦ ସନ୍ତାନ ଜନ୍ମ ଦେଇ ଏକ ନୂଆ ବିଶ୍ୱ ରେକର୍ଡ କରିଛନ୍ତି। ଗତ ମାସରେ ମୋରକ୍କୋର ଜଣେ ମହିଳା ଏକାଥରକେ ୯ଟି ସନ୍ତାନ ଜନ୍ମ ଦେଇଥିଲେ। ସେ ୯ ସନ୍ତାନ ଜନ୍ମଦେଇ ଗିନିଜ୍ ବୁକ୍ ଅଫ୍ ଓ୍ବାଲର୍ଡ ରେକର୍ଡରେ ସ୍ଥାନ ପାଇଥିଲେ। କିନ୍ତୁ ଏବେ ତାଙ୍କର ଏହି ରେକର୍ଡ ମାତ୍ର ଗୋଟିଏ ମାସ ଭିତରେ ଭାଙ୍ଗିଯାଇଛି। ସୂଚନାଯୋଗ୍ୟ, ଜୁନ୍ ୭ରେ ଗୋସିୟାମୀ ଧମାରା ସିଟ୍ହୋଲ୍ ନାମକ ଏହି ୩୭ ବର୍ଷୀୟା ମହିଳା ଏକାସାଙ୍ଗରେ ୧୦ଟି ସନ୍ତାନ ଜନ୍ମ ଦେଇଥିଲେ। ଏଥିରେ ୭ଟି ପୁଅ ଏବଂ ୩ ଝିଅ ଅଛନ୍ତି। ସବୁ ସନ୍ତାନ ସୁସ୍ଥ ଅଛନ୍ତି। ଅପରେଶନ ଜରିଆରେ ତାଙ୍କର ପ୍ରସବ କରାଯାଇଥିଲା। ପ୍ରସବ ପୂର୍ବରୁ ଡାକ୍ତର ମହିଳାଙ୍କ ପେଟରେ ୬ଟି ସନ୍ତାନ ଥିବା ଆଶା କରିଥିଲେ। ସିଟ୍ହୋଲ୍ଙ୍କ ସ୍ବାମୀଙ୍କୁ ୮ଟି ସନ୍ତାନ ଜନ୍ମ ହେବ ବୋଲି ଭବିଷ୍ୟବାଣୀ କରିଥିଲେ। ଏହି ଦମ୍ପତ୍ତି ୧୦ ସନ୍ତାନ ଜନ୍ମ ହେବାପରେ ବହୁତ ଖୁସି ଅଛନ୍ତି। ୧୦ ସନ୍ତାନ ଜନ୍ମଦେବା ସିଟ୍ହୋଲ୍ଙ୍କ ପାଇଁ ସହଜ ନ ଥିଲା। ଅବରେଶନ ସମୟରେ ଡାକ୍ତରମାନେ ସାବଧାନ ସହକାରେ ପିଲାଙ୍କୁ ଜନ୍ମ ଦେଇଥିଲେ। ସିଟ୍ହୋଲ୍ ଗର୍ଭବସ୍ଥାରେ ଥିବାବେଳେ ବହୁତ ଭୟଭୀତ ଥିଲେ। ସେ ସର୍ବଦା ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି।
ଆଜି ଅନ୍ତର୍ଜାତୀୟ ଯୋଗ ଦିବସ: ମନୁଷ୍ୟର ପ୍ରତିଟି କ୍ରିୟା ‘ଯୋଗ’
ଭୁବନେଶ୍ୱର, ୨୧।୬ (ବ୍ୟୁରୋ): ମନୁଷ୍ୟର ପ୍ରତିଟି କ୍ରିୟା ହେଉଛି ଯୋଗ। ଯୋଗ ଦ୍ୱାରା ଶରୀର ସୁସ୍ଥ ରହିବା ସହ ମାନସିକ ସ୍ତରରେ ଶାନ୍ତି ମିଳିଥାଏ। ନୀରୋଗ...
ମହାକାଶରୁ ଫେରିଥିବା ରେଡ୍ ଓ୍ବାଇନର ଦାମ କେତେ ଜାଣନ୍ତୁ
ଏକ ରକେଟ୍ରେ ୧୪ ମାସ ଧରି ମହାକାଶ ଭ୍ରମଣ କରିଥିବା ରେଡ୍ ଓ୍ବାଇନ ଏବେ ବିକ୍ରି ଅପେକ୍ଷାରେ। ‘ପେଟ୍ରସ ୨୦୦୦’ ନାମକ ରେଡ୍ ଓ୍ବାଇନର ୧୨ଟି...
ଭିନ୍ନ ହେବେ ‘ସ୍ପେସ୍ ବେବି’
ନୂଆଦିଲ୍ଲୀ: ମହାକାଶରେ ଗୁରୁତ୍ୱ ଆକର୍ଷଣ ନାହିଁ। ତେଣୁ ସେଠାରେ ଜଣେ ଗର୍ଭବତୀଙ୍କ ସାମାନ୍ୟ ପ୍ରସବ ଅସମ୍ଭବ। ଯଦିଓ ସ୍ବାସ୍ଥ୍ୟ ବିଜ୍ଞାନର ଅତ୍ୟାଧୁନିକ ଜ୍ଞାନକୌଶଳକୁ ଉପଯୋଗ କରି...
ସ୍ବାମୀ ଅନିଲ ଅମ୍ବାନୀଙ୍କୁ ଜନ୍ମଦିନରେ ଏମିତି ହୃଦୟସ୍ପର୍ଶୀ ବାର୍ତ୍ତା ଲେଖିଲେ ଟିନା
ଆଜି ଅର୍ଥାତ୍ ଜୁନ୍ ୪ରେ ହେଉଛି ବିଶିଷ୍ଟ ଶିଳ୍ପପତି ଅନିଲ ଅମ୍ବାନୀଙ୍କ ଜନ୍ମଦିନ। ଏହି ଅବସରରେ ସ୍ତ୍ରୀ ଟିନା ଅମ୍ବାନୀ ସ୍ବାମୀ ଅନିଲଙ୍କ ପାଇଁ ଜନ୍ମଦିନର...
ଗୁପ୍ଚୁପ୍ରେ ମୁଦି ରଖି ପ୍ରେମିକାଙ୍କୁ ବିବାହ ପ୍ରସ୍ତାବ ଦେଲେ ପ୍ରେମିକ; ଆଉ ତା’ ପରେ..
ନୂଆଦିଲ୍ଲୀ: ସାଥୀଙ୍କୁ ନିଜର ମନ କଥା କହିବା ଏବଂ ପରେ ବିବାହ ପାଇଁ ପ୍ରପୋଜ କରିବାର ଭିନ୍ନ ଭିନ୍ନ ଉପାୟ ଆପଣ ଦେଖିଥାଇପାରନ୍ତି। କିଏ ଫୁଲତୋଡ଼ା...
ମୁଣ୍ଡ ପିଟି ବାହୁନି କାନ୍ଦିଲେ ମା’: ଜୀବନ ଫେରି ପାଇଲେ ୭ ବର୍ଷର ବାଳକ…
ବାହାଦୂରଗଡ଼,୧୭।୬: କୁହାଯାଏ ମା’ ଡାକରେ ଅମୃତ ରହିଛି। ମା’ ଡାକରେ ପିଲା ଆପଣା ଛାଏଁ ଟାଣି ହୋଇ ଚାଲି ଆସିଥାଏ। ଏହାର ସଦ୍ୟତମ ଉଦାହରଣ ହରିୟାଣାର...
ଚାଇନାର ହାତୀପଲ ସୋସିଆଲ ମିଡ଼ିଆରେ ଭାଇରାଲ: ୨୦ କୋଟିରୁ ଅଧିକ ଥର ଦେଖାଗଲାଣି…
ବେଜିଂ,୯।୬: ଏବେ ସୋସିଆଲ ମିଡ଼ିଆରେ ଚାଇନାର ଏକ ହାତୀପଲ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲଗେିଛି। ୧୫ ଜଣିଆ ହାତୀପଲ ଦୀର୍ଘ ଏକବର୍ଷ ଧରି ନିଜ...
ଜାଣନ୍ତି ଏହି ସ୍ଥାନରେ ଗ୍ରୀଷ୍ମ ଦିନରେ ବି ହୋଇଥାଏ ପ୍ରବଳ ବର୍ଷା
ସମଗ୍ର ଦେଶରେ ମୌସୁମୀ ଏବଂ ପୂର୍ବ ମୌସୁମୀ ବର୍ଷା ପ୍ରତିଦିନ ହୋଇଥାଏ। ପାଣିପାଗ ବିଭାଗ ଦ୍ୱାରା ପ୍ରତିଦିନ ବର୍ଷା ସତର୍କ ସୂଚନା ଜାରି କରାଯାଉଛି। ବର୍ତ୍ତମାନ...


