E-Paper
  • logo
  • Monday 15th June 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଫୁରସତ

ମହିଳାଙ୍କ ପାଇଁ ସୁରକ୍ଷିତ ପର୍ଯ୍ୟଟନସ୍ଥଳୀ
2:57 pmJune 6, 2021

ଭାରତରେ ଏମିତି କେତେକ ସ୍ଥାନ ଅଛି, ଯେଉଁଠାରେ ରାତି କଥା ତ ଛାଡ଼ ଦିନରେ ବି ମହିଳାମାନଙ୍କୁ ଏକୁଟିଆ କୁଆଡ଼େ ଯିବାବେଳେ ବେଶ୍‌ ସାବଧାନତା ଅବଲମ୍ବନ କରିବାକୁ ହୋଇଥାଏ। ହେଲେ ଏଠାରେ ଏପରି କିଛି ସ୍ଥାନ ସମ୍ପର୍କରେ ଉଲ୍ଲେଖ କରାଯାଉଛି, ଯେଉଁଠାକୁ ମହିଳାମାନେ ଏକୁଟିଆ ଗଲେ ବି ନିଜକୁ ସୁରକ୍ଷିତ ମନେ କରିବା ସହ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିପାରିବେ…

ଆଜିର ଏହି ଆଧୁନିକ ଯୁଗରେ ଯୁବତୀ ହୁଅନ୍ତୁ ବା ମହିଳାମାନେ ପାଠଶାଠ ପଢି ଯେତେ ସ୍ମାର୍ଟ ଓ ଆଡଭାନ୍ସ ହେଲେ ବି ସେମାନଙ୍କ ଭବିଷ୍ୟତ ଆଉ ସୁରକ୍ଷାକୁ ନେଇ ମା’ବାପାମାନେ ସବୁବେଳେ ଚିନ୍ତାରେ ଥାନ୍ତି। ଝିଅକୁ ଏକୁଟିଆ କୁଆଡ଼େ ଛାଡିଲାବେଳେ ସେ କେମିତି ଭଲରେ ଭଲରେ ଘରକୁ ଫେରି ଆସିବ ସେ ନେଇ ସେମାନେ ଭଗବାନଙ୍କୁ ପ୍ରାର୍ଥନା କରୁଥାନ୍ତି। ହେଲେ ଏମିତି ବି କିଛି ଯୁବତୀ ଅଛନ୍ତି, ଯେଉଁମାନେ ଖୁବ୍‌ ସାହସୀ ହେବା ସହ ନିଜ ସୁରକ୍ଷା କଥା ନିଜେ ବେଶ୍‌ ଭଲ ଭାବରେ ବୁଝିବାରେ ଧୁରନ୍ଧର ହୋଇଥାନ୍ତି। ଓଲଟା ସେମାନେ ମା’ବାପାଙ୍କୁ ସାହସ ଦେଇଥାନ୍ତି ତାଙ୍କ ବିଷୟରେ ଆଦୌ ଚିନ୍ତା ନ କରିବା ପାଇଁ। ସେମାନେ ଏକା ଏକା କୁଆଡ଼େ ବି ବୁଲିବାକୁ ଯାଇପାରନ୍ତି। ଅନ୍ୟପକ୍ଷେ ଆଉ କିଛି ଯୁବତୀ ଅଛନ୍ତି, ଯେଉଁମାନେ ଇଚ୍ଛା ଥିଲେ ବି ଦୁନିଆର ରୀତିନୀତିକୁ ଦେଖି ଏକା ଏକା ଘରୁ ପାଦ କାଢିବାକୁ ଡରିଥାନ୍ତି। ଏଠାରେ ଆମେ ସେମିତି କେତେକ ସ୍ଥାନ ସମ୍ପର୍କରେ ଉଲ୍ଲେଖ କରୁଛୁ, ଯେଉଁଠାକୁ ଯୁବତୀମାନେ ଚାହିଁଲେ ଆରାମରେ ଏକା ଏକା ଯାଇ ସେଠାକାର ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିପାରିବେ। କହିବାକୁ ଗଲେ ଏହି ସବୁ ସ୍ଥାନ ହେଉଛି ଖାସ୍‌ କରି ମହିଳାମାନଙ୍କ ପାଇଁ ସୁରକ୍ଷିତ ପର୍ଯ୍ୟଟନସ୍ଥଳୀ।
ଗୋଆ: ମହିଳା ଏବଂ ବାଳ ବିକାଶ ମନ୍ତ୍ରଣାଳୟ ତଥା ପ୍ଲାନ ଇଣ୍ଡିଆ ଦ୍ୱାରା ଜାରି କରାଯାଇଥିବା ଏକ ରିପୋର୍ଟ ଅନୁସାରେ, ଗୋଆ ହେଉଛି ଏମିତି ଏକ ସ୍ଥାନ ଯେଉଁଠାରେ ମହିଳାମାନଙ୍କ ସୁରକ୍ଷା ପ୍ରତି ଏବେ ସବୁଠୁ ଅଧିକ ଗୁରୁତ୍ୱ ଦିଆଯାଉଛି; ଯଦ୍ଦ୍ବାରା ଏଠାକୁ ଏକାଏକା ବୁଲିବାକୁ ଆସୁଥିବା ମହିଳାମାନେ ନିଜକୁ ବେଶ୍‌ ସୁରକ୍ଷିତ ମଣୁଛନ୍ତି। ଏଠାକାର ଆକର୍ଷଣୀୟ ବିଚ୍‌ରେ ବୁଲି ନିଆରା ଅନୁଭୂତି ସାଉଁଟିବା ସହ ମହିଳାମାନେ ଏଠାରେ ଚାହିଁଲେ ଅନେକ ଦୁଃସାହସିକ କ୍ରୀଡ଼ା ତଥା ବିଚ୍‌ ପାର୍ଟିର ଭରପୂର ମଜା ଉଠାଇପାରିବେ।
ଲଦାଖ: ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟର କୌଣସି ତୁଳନା ନାହିଁ। ସ୍ଥାନୀୟ ଲୋକେ ଖୁବ୍‌ ପରୋପକାରୀ। ଖାସ୍‌କରି ମହିଳାମାନଙ୍କ ପ୍ରତି ସେମାନଙ୍କ ମନରେ ରହିଛି ଯଥେଷ୍ଟ ସମ୍ମାନ। ମହିଳାମାନଙ୍କୁ କୌଣସି ଅସୁବିଧାରେ ପଡିଥିବାର ଦେଖିଲେ, ସେମାନେ ତାଙ୍କୁ ସାହାଯ୍ୟ କରିବାକୁ ବେଶ୍‌ ଆଗଭର ଥାନ୍ତି। ସ୍ଥାନୀୟ ଟୁରିଷ୍ଟ ରେକର୍ଡରୁ ଯାହା ଜଣାଯାଏ, ଗତ କିଛିବର୍ଷ ହେବ ଲଦାଖରେ ପର୍ଯ୍ୟଟକଙ୍କ ସଂଖ୍ୟା କ୍ରମେ ବୃଦ୍ଧି ପାଇବାରେ ଲାଗିଥିଲେ ହେଁ ଏଠାକାର ସୌନ୍ଦର୍ଯ୍ୟରେ କିଛି ବି ଫିକ୍‌କା ପଡିନାହିଁ । ଖାସ୍‌କରି ଏଠାକାର ଶାନ୍ତ ପରିବେଶ ସାଙ୍ଗକୁ ଆକର୍ଷଣୀୟ ଝରଣା ତଥା ପାହାଡ ଆଦି ପର୍ଯ୍ୟଟକଙ୍କୁ ବେଶ୍‌ ଆକର୍ଷିତ କରିଥାଏ।
ଶିଲଂ: ମେଘାଳୟ ଏକ ସ୍ତ୍ରୀ ପ୍ରଧାନ ସମାଜ । ଏଠାକାର ବଜାରରେ ମହିଳାମାନେ ହିଁ ଅଧିକ ସଂଖ୍ୟାରେ ବେପାର କରୁଥିବାର ଦେଖିବାକୁ ମିଳିଥାଏ। ଏହିଥିରୁ ଅନୁମାନ କରିହୁଏ ଯେ, ମେଘାଳୟରେ ମହିଳାମାନଙ୍କୁ କେତେ ସମ୍ମାନ କରାଯାଏ, ଆଉ ଏଠାରେ ସେମାନଙ୍କର କେମିତି ଗୁରୁତ୍ୱ ଥାଏ। ତେଣୁ ଏଠାରେ ମହିଳାମାନେ ଏକାକୀ ବୁଲିବାରେ ସେମିତି କିଛି ବିଶେଷ ଅସୁବିଧା ହୁଏ ନାହିଁ। ଶିଲଂ ଯେହେତୁ ମେଘାଳୟର ରାଜଧାନୀ ଏବଂ ଏକ ଶୈଳନିବାସ, ତେଣୁ ଏଠାରେ ମଧ୍ୟ ମହିଳାମାନଙ୍କ ସୁରକ୍ଷା ପ୍ରତି ଯଥେଷ୍ଟ ଗୁରୁତ୍ୱ ଦିଆଯାଇଥାଏ; ଯଦ୍ଦ୍ବାରା ମହିଳା ପର୍ଯ୍ୟଟକ ଏଠାକୁ ବହୁ ସଂଖ୍ୟାରେ ଆସି ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ସ୍ଥାନୀୟ ଲୋକକଳା, ସଂସ୍କୃତି ଓ ପରମ୍ପରାକୁ ଖୁବ୍‌ ନିକଟରୁ ଜାଣିବାକୁ ଚେଷ୍ଟା କରିଥାନ୍ତି।
ଗୁଆହାଟି: ଏହି ସହର କାମାକ୍ଷା ମାତାଙ୍କ ନାମରେ ମଧ୍ୟ ବେଶ୍‌ ପ୍ରସିଦ୍ଧି ଲାଭ କରିପାରିଛି। ସେଥିପାଇଁ ଏଠାରେ ମହିଳାମାନଙ୍କୁ ବହୁ ସମ୍ମାନ ଦିଆଯିବା ସହ ସେମାନଙ୍କ ସୁରକ୍ଷା ପ୍ରତି ଯଥେଷ୍ଟ ଗୁରୁତ୍ୱ ଦିଆଯାଇଥାଏ। ଏଠାକୁ ମହିଳା ପର୍ଯ୍ୟଟକ ଆସିଲେ ସେମାନଙ୍କର କିଛି ବି ଅସୁବିଧା ହୁଏ ନାହିଁ। ବ୍ରହ୍ମପୁତ୍ର ନଦୀ କୂଳରେ ଅବସ୍ଥିତ ଏହି ସହରରେ ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ରହିଛି ଅନେକ ଧାର୍ମିକସ୍ଥଳୀ, ଗୁଆହାଟି ପ୍ଲାନେଟାରିୟମ୍‌, ଆସାମ ଷ୍ଟେଟ୍‌ ମ୍ୟୁଜିୟମ୍‌ ଇତ୍ୟାଦି।
ଉଦୟପୁର: ଅପୂର୍ବ ସଂସ୍କୃତି ପାଇଁ ବେଶ୍‌ ପ୍ରସିଦ୍ଧି ଲାଭ କରିଥିବା ରାଜସ୍ଥାନର ଏହି ସହର ଯେମିତି ଅଦ୍ଭୁତ ସେମିତି ସୁରକ୍ଷିତ ମଧ୍ୟ। ଏଠାକୁ ଏକାକୀ ବୁଲି ଆସୁଥିବା ମହିଳା ପର୍ଯ୍ୟଟକଙ୍କୁ କୌଣସିି ଅସୁବିଧାର ସମ୍ମୁଖୀନ ହେବାକୁ ପଡି ନ ଥାଏ। ମହିଳାଙ୍କ ସୁରକ୍ଷା ପ୍ରତି ଏଠାରେ ଯଥେଷ୍ଟ ଧ୍ୟାନ ଦିଆଯାଇଥାଏ। ବିଶେଷକରି ଏଠାକାର ଝରଣା, ଆକର୍ଷଣୀୟ ମହଲ ତଥା ମନ୍ଦିର ଆଦି ପର୍ଯ୍ୟଟକଙ୍କୁ ବେଶ୍‌ ଆକର୍ଷିତ କରିଥାଏ। ଶପିଂ ପାଇଁ ବି ଏଠାରେ ଅନେକ ସୁବିଧା ରହିଛି।
ଏହିସବୁ ସ୍ଥାନ ବ୍ୟତୀତ ପୁଡୁଚେରୀରେ ବି ମହିଳା ପର୍ଯ୍ୟଟକଙ୍କ ପାଇଁ ବେଶ୍‌ ସୁବିଧା ସୁଯୋଗ ରହିଛି। କିନ୍ତୁ ଏଠାରେ କହି ରଖିବା ଠିକ୍‌ ହେବ ଯେ, ଯେତେ ସୁବିଧା ଥିଲେ ବି ମହିଳାମାନେ ନିଜ ସୁରକ୍ଷା ପ୍ରତି ନିଜେ ଯେତେ ସଚେତନ ହେବେ ତାହା ସେମାନଙ୍କ ପାଇଁ ଲାଭଦାୟକ ହେବ।


[mc4wp_form id="252536"] All Right Reserved By Dharitri.Com

Posted inଫୁରସତ View All

କୁକୁଡ଼ା ଛୁୁଆକୁ ଦେଖି କୁକୁର ଛୁଆର ଏଭଳି ଅବସ୍ଥା

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ...

ବରଣମାଳା ପାଇଁ ଷ୍ଟେଜ୍‌ରେ ଅପେକ୍ଷା କରିଥିଲେ ବର; ପ୍ରେମିକଙ୍କ ସହ ଫେରାର ହୋଇଗଲେ କନ୍ୟା; ଆଉ ତା’ ପରେ…

ଚିତ୍ରକୂଟ: ଆପଣ ସିନେମାରେ କନ୍ୟା ହଠାତ୍‌ ବିବାହ ମଣ୍ଡପରୁ ପ୍ରେମିକଙ୍କ ସହ ଫେରାର ହେବା ଦୃଶ୍ୟ ଦେଖିଥିବେ ନିଶ୍ଚୟ। ହେଲେ ବାସ୍ତବରେ ମଧ୍ୟ ଏଭଳି ଏକ...

ମହାମାରୀରେ ବଢ଼ିଛି ଡ୍ରଗ୍ସ ସେବନ

ଡ୍ରଗ୍ସ ହେଉଛି ନୀରବ ବିଷ। ଥରେ ଏହାର କବଳିତ ହେବା ପରେ ଏଥିରୁ ମୁକୁଳିବା କାଠିକର ପାଠ। ତଥାପି କୁସଙ୍ଗରେ ପଡ଼ି ଯୁବପିଢ଼ି ଏଭଳି ଘାତକ...

କରୋନା ମହାମାରୀ ଭୟ ଶୂନ: ଚାଇନାରେ ପାଳନ କରାଯାଉଛି ‘କୁକୁର ମାଂସ ଉତ୍ସବ’; ହଜାର ହଜାର…

ସାରା ବିଶ୍ୱ ମହାମାରୀ କରୋନା ସହ ଲଢ଼ୁଥିବା ବେଳେ ଏବେ ତୃତୀୟ ଲହର ପାଇଁ ଚେତାବନୀ ଦିଆଯାଇଛି। ଏଭଳି ସଙ୍କଟମୟ ପରିସ୍ଥିତିରେ ଲୋକଙ୍କୁ ପହଞ୍ଚାଇବା ପଛରେ...

୫ମ ମହାସାଗର ହେଲା ସଦର୍ନ ଓସେନ୍‌

ଦକ୍ଷିଣ ମହାସାଗର ବା ସଦର୍ନ ଓସେନ୍‌କୁ ପୃଥିବୀର ୫ମ ମହାସାଗର ମାନ୍ୟତା ପ୍ରଦାନ କରାଯାଇଛି। ୧୯୧୫ ମସିହାରୁ ଓସେନ୍‌ ମାନଚିତ୍ର ପ୍ରସ୍ତୁତ କରୁଥିବା ନ୍ୟାଶନାଲ ଜିଓଗ୍ରାଫି...

ତଳକୁ ମୁହଁ କରି ଖାଉଥିଲା କୁକୁର: ପଛରୁ ଖୁମ୍ପିଲା କାଉ; ଆଉ ତା’ ପରେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ମନର ଭାବନାକୁ ଜାଣିପାରିବ ଏହି ହେଲ୍‌ମେଟ

ଓ୍ବାଶିଂଟନ୍‌,୧୮।୬: ମନୁଷ୍ୟର ମନର ଭାବନାକୁ ଜାଣିବା ପାଇଁ ଅନେକ ବର୍ଷରୁ ଗବେଷଣା ଚାଲିଛି, ହେଲେ ଏବେ ଯାଇ ଏଥିରେ ସଫଳତା ମିଳିପାରିଛି। କର୍ନେଲ ନାମକ ଜଣେ...

ପାଣି ତଳେ ଧାରଣା ଦେଇ ପ୍ରଶାସକଙ୍କୁ ହଟାଇବା ପାଇଁ ଦାବି…

କାଭର୍ତ୍ତିି,୮।୬: ପ୍ରଶାସକଙ୍କୁ ହଟାଇବା ପାଇଁ ଲୋକେ ପାଣିତଳେ ଧାରଣା ଦେଇଛନ୍ତି। ଏଭଳି ନିଆରା ଘଟଣା ଲାକ୍ଷାଦ୍ୱୀପରେ ଘଟିଛି। ପ୍ରଶାସକ ପ୍ରଫୁଲ୍ଲ ପଟେଲଙ୍କୁ ଦାୟିତ୍ୱରୁ ହଟାଇବା ଲାଗି...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଚିତ୍ର ଆଙ୍କିବାରେ ମନ
Next Post Next post:
ବାଉଁଶ କାରିଗରୀ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts