ବାଉଁଶରେ ତିଆରି କଳାକୃତି ହେଉ କି ପାରମ୍ପରିକ ବିଭିନ୍ନ କୃଷି ସାମଗ୍ରୀ । କାହିଁ କେଉଁକାଳରୁ ଲୋକଙ୍କ ଗୃହ ଉପକରଣ ଭାବେ ଏହାର ବ୍ୟବହାର ହୋଇଆସୁଛି। ଓଡ଼ିଶାର ପୁରପଲ୍ଲୀରେ ଘରେ ଘରେ ବାଉଁଶରେ ତିଆରି ବିଭିନ୍ନ ଘରକରଣା ଜିନିଷ ଦେଖିବାକୁ ମିଳିଥାଏ। ଓଡ଼ିଶାରେ ବାସ କରୁଥିବା ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକମାନେ ବାଉଁଶରେ ନାନା ପ୍ରକାର ଉପକରଣ ତିଆରିକରି ଜୀବିକାଅର୍ଜନ କରିଥାନ୍ତି। ବିଭିନ୍ନବର୍ଗର ଲୋକମାନଙ୍କ ଚାହିଦା ଅନୁସାରେ ସେମାନେ ଆବଶ୍ୟକ ବାଉଁଶ ସାମଗ୍ରୀକୁ ସୁଲଭ ଦରରେ କିଣିଥାନ୍ତି, ଗ୍ରାମୀଣ ଅର୍ଥନୀତିରେ ବାଉଁଶର ସ୍ଥାନ ସ୍ବତନ୍ତ୍ର। ମାତ୍ର କରୋନା ମହାମାରୀ ସମୟରେ ବାଉଁଶଶିଳ୍ପ ଉପରେ ନିର୍ଭରଶୀଳ ଅନେକ କାରିଗରଙ୍କ ଚଳଣିରେ ବହୁ ଅଭାବ ଅସୁବିଧା ଦେଖାଦେଇଛି । ସେମିତି କେତେ ଜଣ ବାଉଁଶ କାରିଗରଙ୍କ ସମ୍ପର୍କରେ…
ଜିଲାର ଚିଲିକା ବ୍ଲକ ଅନ୍ତର୍ଗତ ସୋରଣ ଘୋଡ଼ାଦୌଡ଼ ପେଣ୍ଠଠାରେ ରହିଛନ୍ତି ୨୦ଟି ପରିବାର। ସେମାନେ ଦୀର୍ଘବର୍ଷ ଧରି ବାଉଁଶରେ ମାଛଝୁଡ଼ି, ବୋଝ, ଚିଡ଼େଇ ଆଦି ସାମଗ୍ରୀ ତିଆରି କରି ପରିବାର ପ୍ରତିପୋଷଣ କରିଥାନ୍ତି। କିନ୍ତୁ ଏବେ କରୋନା ତାଙ୍କ ପାଇଁ ସମସ୍ୟା ହୋଇ ଛିଡାହୋଇଛି। ଏ ସମ୍ପର୍କରେ କୈଳାସ ବେହେରା କୁହନ୍ତି, ଆମେ ଜେଜେଙ୍କ ଅମଳରୁ ବାଉଁଶକାମ କରିଆସୁଛୁ। ପ୍ରାୟ ୩୦ବର୍ଷ ତଳେ ବହୁଳ ପରିମାଣରେ ବାଉଁଶ ତଲେଇ, ଝୁଡ଼ି, ତାଟି ଇତ୍ୟାଦିକୁ ଏହି ଅଞ୍ଚଳର ମତ୍ସ୍ୟଜୀବୀମାନେ ନେଉଥିଲେ। କାରଣ ଚିଲିକାରେ ବ୍ୟବହୃତ ଦେଶୀଡ଼ଙ୍ଗାରେ ବାଉଁଶ ପାତିଆରେ ତିଆରି ତଲେଇକୁ ବ୍ୟବହାର କରାଯାଉଥିଲା। । ଅବଶ୍ୟ ସମୟକ୍ରମେ ତାହା ବଦଳି ଗଲାଣି। ମାଛ ରଖିବାପାଇଁ କିମ୍ବା ରାଜ୍ୟ ବାହାରକୁ ମାଛକୁ ପଠେଇବା ପାଇଁ ବାଉଁଶ ଝୁଡ଼ିର ଆବଶ୍ୟକତା ପଡ଼ୁଥିଲା। ସେତେବେଳେ ବାଉଁଶଝୁଡ଼ି ତିଆରିକରି ଭଲ ରୋଜଗାର କରିପାରୁଥିଲୁ । ଆଜିକାଲି ସେସବୁ ଆଉ ବିଶେଷ ଚଳୁନି। ଏବେ କିନ୍ତୁ ଅନେକ ମତ୍ସ୍ୟଜୀବୀ ଆମଠାରୁ ବାଉଁଶକିଳାକୁ କିଣି କି ନେଉଛନ୍ତି। କେହି କେହି ବୋଝ, ଝୁଡ଼ି ଆଦି ନେଇଥାନ୍ତି। କିନ୍ତୁ କରୋନା ମହାମାରୀ ପରିସ୍ଥିତିରେ ପ୍ରାୟ ବର୍ଷେ ବିତିଗଲାଣି ହେଲେ କିଛି ଭଲ ବେପାର ହେଉନାହିଁ। ସେହିପରି ଏଠାରୁ କାଳୁପଡ଼ାଘାଟକୁ ଯାଇ ସେଠାରେ ଅର୍ଡ଼ର ଅନୁସାରେ ବାଉଁଶର ସାମଗ୍ରୀ ତିଆରିକରି କିଛିକିଛି ରୋଜଗାର କରୁଛନ୍ତି। । ପାଟ ବେହରା କୁହନ୍ତି- ଆମର ଇଏ କୁଳ ବେଉସା। ଏଥିରୁ ଯାହାକିଛି ରୋଜଗାର ହୁଏ ପରିବାର ଚଳେ। ହେଲେ କରୋନା ଯୋଗୁ ସେମିତି ବିଶେଷ ଗରାଖ ଆସୁନାହାନ୍ତି। ଯାହା ହାତଗଣତି ଭାବେ କେତୋଟି ବୋଝ, କୁଲା, ବିଛଣା ତିଆରି କରୁଛୁ। ଏଠାରେ ବିଞ୍ଚଣା ଗୋଟାକୁ ୨୦ରୁ ୩୦ଟଙ୍କା। ବାଉଁଶିଆ ୫୦ଟଙ୍କା ଓ ଛୋଟବଡ଼ ବୋଝକୁ ଦେଖି ଦର କରିଥାଉ। ସେହିପରି ନୟାଗଡ଼ ଜିଲାର ରଣପୁର ଅଞ୍ଚଳର ରଘୁ ନାୟକ କୁହନ୍ତି- ଆମେ ବୋଝ, ବାଉଁଶିଆ, ଡାଲା,କୁଲା,ଟୋକେଇ ଆଦି ତିଆରିକରି ରଣପୁର ବଜାରରେ ବିକ୍ରି କରିଥାଉ। ପୁଣି ବିଭିନ୍ନ ସମୟରେ ଆଖପାଖ ଅଞ୍ଚଳରେ ପଡ଼ୁଥିବା ଯାନିଯାତରେ ଆମର ବାଉଁଶତିଆରି ପସରା ମେଲାଇଥାଉ। ହେଲେ କରୋନା ଯୋଗୁ କିଛି ବେପାର ନ ହେବାରୁ କିଛିଦିନ ପାଇଁ ଅନ୍ୟର ମୂଲମଜୁରି ଲାଗି ଚଳୁଛୁ। ସେହିପରି ଗୋପାଳପୁରର କାଳିଆ ନାୟକ କୁହନ୍ତି, ଆମ ଅଞ୍ଚଳରେ ବାଉଁଶକାରିଗରଙ୍କ ଅବସ୍ଥା ଏବେ ଭଲନାହିଁ। କାରଣ କରୋନା ମହାମାରୀ ଯୋଗୁ ବିଭିନ୍ନ କଟକଣା ରହୁଛି । କାରିଗରମାନେ ବାଉଁଶରେ ବିଭିନ୍ନ ସାମଗ୍ରୀ ବୁଣିବା କାମକୁ ଅମଙ୍ଗ ହେଉଛନ୍ତି। ଏଥିଯୋଗୁ ବହୁ ପରିବାର ଘର ଚଳାଇବାରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିନ୍ତୁ ଯେଉଁମାନେ କିଛି ବୁଣାବୁଣି କରୁଛନ୍ତି ସେମାନେ ଅର୍ଡ଼ର ଅନୁସାରେ ହିଁ ବାଉଁଶ କାମ କରିଥାନ୍ତି। ସୁନାଖଳା ଅଞ୍ଚଳର ହାଡ଼ୁ ନାୟକ କୁହନ୍ତି, ଆମ ଅଞ୍ଚଳର ବାଉଁଶକାରିଗରଙ୍କ ନାଁ ରହିଛି,ଏମାନେ ସୁନ୍ଦରସୁନ୍ଦର ଡୋଲି ତିଆରିକରି ପ୍ରତିବର୍ଷ ଭଲ ରୋଜଗାର କରିଥାନ୍ତି । ହେଲେ ଏବେ ଏସବୁ ବନ୍ଦ କରି ଦେଇଛନ୍ତି । ପରିବାର ଚଳେଇବା ପାଇଁ ଅନ୍ୟକିଛି ମୂଲମଜୁରିରେ ଯାଉଛନ୍ତି। ଗଞ୍ଜାମ ଜିଲା ଖଲିକୋଟ ତୁଳସୀପୁର ଅଞ୍ଚଳର ସନାତନ ଦାସ କୁହନ୍ତି ଆମ ପରିବାରର ସମସ୍ତେ ବାଉଁଶରେ ବିଭିନ୍ନ ଘରକରଣା ସାମଗ୍ରୀ ତିଆରିକରି ଖଲିକୋଟ, ବାଣପୁର ଓ ବାଲୁଗାଁ ବଜାରକୁ ନେଇ ବିକ୍ରି କରିଥାଉ। ଏବେ ଚାରିଆଡ଼େ ଗାଡ଼ିମୋଟରରେ ଯିବାର ବହୁ କଟକଣା ରହିଛି। ପୁଣି ଅଧିକାଂଶ ବଜାରହାଟ ବନ୍ଦ ରହୁଛି। କରୋନା ମହାମାରୀ ଡରରେ କିଛି ବି ବେଉସା ହୋଇପାରୁନି। ଗାଁରେ ଧାର କରଜ କରି ଚଳୁଛୁ। ତେବେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଛନ୍ତି ଅନେକ ବାଉଁଶ କାରିଗର। ଭାରତରେ ବିଭିନ୍ନ କିସମର ବାଉଁଶଗଛ ରହିଛି।କିନ୍ତୁ ବାଉଁଶ ତିଆରି ସାମଗ୍ରୀ ଆମର ଯେତିକି ବ୍ୟବହାରିକ କାର୍ଯ୍ୟରେ ଆସିଥାଏ, ସେହିପରି ବାଉଁଶଗଛ ୩୫ ପ୍ରତିଶତ ଅମ୍ଳଜାନ ବାୟୁମଣ୍ଡଳକୁ ଛାଡ଼ିଥାଏ। ଅନ୍ୟପକ୍ଷେ ଗ୍ରାମୀଣ ଅର୍ଥନୀତିରେ ବାଉଁଶ ଶିଳ୍ପର ପ୍ରଭାବ ପଡ଼ିଥାଏ । ଏଥିପାଇଁ ରାଜ୍ୟରେ ବାଉଁଶ ଉଦ୍ୟୋଗ ବିକାଶ ଦିଗରେ ଓଡ଼ିଶା ବାମ୍ବୋ ଡେଭଲପମେଣ୍ଟ ଏଜେନ୍ସି ରହିଛି। ରୋଜଗାର ପାଇଁ ବି ଭିନ୍ନ ପରିଚୟ ରହିଛି। ପ୍ରତିବର୍ଷ ସେପ୍ଟେମ୍ବର ୧୮ରେ ବିଶ୍ୱ ବାଉଁଶ ଦିବସ ପାଳିତ ହୋଇଥାଏ । ମାତ୍ର କରୋନା ମହାମାରୀ ସମୟରେ ଅନେକ ଅଞ୍ଚଳର ବାଉଁଶ କାରିଗରମାନଙ୍କ ଅବସ୍ଥା ଜଟିଳ ହୋଇପଡ଼ିଛି।
– ବନବିହାରୀ
ରଣଜିତ୍ ସାହୁ (ଫଟୋ)
ଧୋନୀ ଘୋଡ଼ା ସହିତ ଲଗାଇଲେ ରେସ୍ : ସାକ୍ଷୀ କଲେ ଭିଡ଼ିଓ ଶେୟାର…
ରାଞ୍ଚି,୧୩।୬: ଆପିଏଲ୍ ସ୍ଥଗିତ ହେବା ପରେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିକାୟକ ଏମ୍.ଏସ୍. ଧୋନୀ ରାଞ୍ଚିସ୍ଥିତ ନିଜ ଫାର୍ମ ହାଉସ୍ରେ ଛୁଟି ବିତାଉଛନ୍ତି। ଧୋନୀ ଫାର୍ମରେ...
ସ୍ତ୍ରୀ ଅନ୍ୟ ଜଣଙ୍କୁ ବାହା ହେଉଥିବା ସୋସିଆଲ ମିଡିଆରେ ଦେଖିଲେ ସ୍ବାମୀ, ଆଉ ତା’ ପରେ…
ଚାଇନାର ଜଣେ ମହିଳା ୧୯ ଜଣଙ୍କୁ ବାହା ହୋଇ ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି। ଖାଲି ଏତିକି ନୁହେଁ, ବିବାହ ନାଁରେ ଲୋକଙ୍କୁ ୨ କୋଟିରୁ ଅଧିକ...
କୋଶଳାଶୁଣୀ ଜଙ୍ଗଲ
ବୃକ୍ଷ ହିଁ ଜୀବନ। ହେଲେ ଦିନକୁ ଦିନ ଜଙ୍ଗଲରୁ ବହୁଳମାତ୍ରାରେ ଗଛ କଟା ହେବା ଯୋଗୁ ଜଙ୍ଗଲ କ୍ଷୟ ହେଉଛି। ଏଥିଯୋଗୁ ପ୍ରକୃତି ତା’ର ଭାରସାମ୍ୟ...
ବସ୍-ବନ୍ଦ ଘରେ କରୋନା ସଂକ୍ରମଣ ଆଶଙ୍କା ଅଧିକ…
ଲଣ୍ଡନ/ନୂଆଦିଲ୍ଲୀ,୩।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ କରୋନା ସଂକ୍ରମଣ କେଉଁଠି ଅଧିକ ହୋଇଥାଏ ସେ ନେଇ ଏକ ରିପୋର୍ଟ...
ପାଣି ତଳେ ଧାରଣା ଦେଇ ପ୍ରଶାସକଙ୍କୁ ହଟାଇବା ପାଇଁ ଦାବି…
କାଭର୍ତ୍ତିି,୮।୬: ପ୍ରଶାସକଙ୍କୁ ହଟାଇବା ପାଇଁ ଲୋକେ ପାଣିତଳେ ଧାରଣା ଦେଇଛନ୍ତି। ଏଭଳି ନିଆରା ଘଟଣା ଲାକ୍ଷାଦ୍ୱୀପରେ ଘଟିଛି। ପ୍ରଶାସକ ପ୍ରଫୁଲ୍ଲ ପଟେଲଙ୍କୁ ଦାୟିତ୍ୱରୁ ହଟାଇବା ଲାଗି...
ପ୍ରେମିକାଙ୍କୁ ଭେଟିବା ପାଇଁ ନବବିବାହିତାଙ୍କ ବେଶରେ ପହଞ୍ଚିଲେ ପ୍ରେମିକ; ପରେ ଘଟିଲା କିଛି …
ନୂଆ ନୂଆ ପ୍ରେମରେ ପଡ଼ିଥିବା ବ୍ୟକ୍ତି ସାଥୀଙ୍କୁ ଭେଟିବାକୁ ଆତୁର ହୋଇପଡ଼ନ୍ତି। ହେଲେ ଅନେକ ସମୟରେ ଏହା ମହଙ୍ଗା ପଡ଼ିପାରେ। ଏଭଳି ଏକ ଘଟଣା ଘଟିଛି...
ମହାମାରୀରେ ବଢ଼ିଛି ଡ୍ରଗ୍ସ ସେବନ
ଡ୍ରଗ୍ସ ହେଉଛି ନୀରବ ବିଷ। ଥରେ ଏହାର କବଳିତ ହେବା ପରେ ଏଥିରୁ ମୁକୁଳିବା କାଠିକର ପାଠ। ତଥାପି କୁସଙ୍ଗରେ ପଡ଼ି ଯୁବପିଢ଼ି ଏଭଳି ଘାତକ...
ହାତୀ ଖାଉଛି ହେଲମେଟ୍ : ଭିଡିଓ ଭାଇରାଲ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...


