ଲଣ୍ଡନ/ନୂଆଦିଲ୍ଲୀ,୩।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ କରୋନା ସଂକ୍ରମଣ କେଉଁଠି ଅଧିକ ହୋଇଥାଏ ସେ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ଇଂଲଣ୍ଡର ଜନ୍ ହପକିନ୍ସ୍ ବି ବିଦ୍ୟାଳୟ ପକ୍ଷରୁ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ବନ୍ଦ ଘରେ ଏବଂ ପରିବହନ ଯାନରେ ସଂକ୍ରମଣ ହେବାର ଆଶଙ୍କା ଅଧିକ ରହିଥାଏ। ସେଥିମଧ୍ୟରୁ ବସ୍ ଏବଂ ବନ୍ଦ ଘରେ ସର୍ବାଧିକ ସଂକ୍ରମଣ ହୋଇଥାଏ। ତେଣୁ ବନ୍ଦ ଘରେ ନ ରହି ବାୟୁ ଚଳାଚଳକୁ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ବସ୍ରେ ସାମାଜିକ ଦୂରତା ବଜାୟ ରଖିବା ସାଧାରଣତଃ ସମ୍ଭବ ହୋଇ ନ ଥାଏ। ତେଣୁ ବସ୍ରେ ଅଧିକ ସମୟ ଯାତ୍ରା ନ କରିବା ଆବଶ୍ୟକ। ଅପରପକ୍ଷରେ ବିଭିନ୍ନ ପରିବହନ ଯାନ ମଧ୍ୟରୁ ଅଟୋ ରିକ୍ସାରେ କମ୍ ସଂକ୍ରମଣ ଆଶଙ୍କା ରହିଥାଏ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ଦୁଇ ଜଣ ଗବେଷକ ଦର୍ପଣ ଦାସ ଏବଂ ଗୁରୁମୂର୍ତ୍ତି ରାମଚନ୍ଦ୍ରନ ପରିବହନର ୪ଟି ମାଧ୍ୟମ ଟ୍ୟାକ୍ସି, ଅଟୋ ରିକ୍ସା, ବସ୍ ଏବଂ ଏସି ଟ୍ୟାକ୍ସି ସହିତ ବାୟୁ ଚଳାଚଳ ହେଉ ନ ଥିବା ସ୍ଥାନ ଉପରେ ଅଧ୍ୟୟନ କରିଥିଲେ। ଏସି ଟ୍ୟାକ୍ସିରେ ସଂକ୍ରମଣ ଆଶଙ୍କା ୩୦୦ ଗୁଣା ବଢ଼ିଯାଇଥାଏ। ସେହିପରି ବିନା ଏସି ଟ୍ୟାକ୍ସିରେ ସଂକ୍ରମଣ ଆଶଙ୍କା ୨୫୦ ପ୍ରତିଶତ କମ୍ ହୋଇଥାଏ। ଘଣ୍ଟାପ୍ରତି ୧୨୦ କିଲୋମିଟର ପର୍ଯ୍ୟନ୍ତ ବେଗରେ ଗତି କରୁଥିବା ପରିବହନ ଯାନରେ ଅଧିକ ବାୟୁ ଚଳାଚଳ ଯୋଗୁ ସଂକ୍ରମଣ ଆଶଙ୍କା ୭୫ ପ୍ରତିଶତ କମି ଯାଇଥାଏ। ଅନ୍ୟ ପରିବହନ ଯାନ ତୁଳନାରେ ବସ୍ରେ ଅଧିକ ସଂଖ୍ୟକ ଯାତ୍ରୀ ବସୁଥିବାରୁ ସଂକ୍ରମଣ ଆଶଙ୍କା ସର୍ବାଧିକ ରହିଥାଏ ବୋଲି ରିପୋର୍ଟରେ ଦର୍ଶାଯାଇଛି।
Posted inଅନ୍ତର୍ଜାତୀୟ, କରୋନା ଭାଇରସ୍, ଫୁରସତ View All
ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ଏମ୍ସରେ ଭର୍ତ୍ତି
ନୂଆଦିଲ୍ଲୀ,୧।୬: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡା. ରମେଶ ପୋଖରିଆଲଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। କରୋନାରେ ଆକ୍ରାନ୍ତ ହେବାର ପରବର୍ତ୍ତୀ ସମସ୍ୟା ଯୋଗୁ...
ଦ୍ୱିତୀୟ ଲହର ଯୋଗୁ ଲୋକଙ୍କୁ ମିଳୁନି ଦୁଇମୁଠା ଖାଦ୍ୟ: ଏକ କୋଟିରୁ ଅଧିକ ବେରୋଜଗାର…
ନୂଆଦିଲ୍ଲୀ,୧।୬: କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଦେଶର ସାଧାରଣ ଲୋକଙ୍କ ଆର୍ଥିକ ସ୍ଥିତି ସଙ୍କଟ ଜନକ ସ୍ଥିତିରେ ପହଞ୍ଚିଛି। କରୋନା ମହାମାରୀ ଯୋଗୁ...
କଫି ୭ ହଜାର, କଦଳୀ ୩ ହଜାର
ପୋଙ୍ଗ୍ୟାଙ୍ଗ୍, ୨୦ା୬: ଉତ୍ତର କୋରିଆରେ ଦେଖାଦେଇଛି ଉତ୍କଟ ଖାଦ୍ୟ ସଙ୍କଟ । କରୋନାଜନିତ କଟକଣା ଯୋଗୁ ସୀମା ବନ୍ଦ କରିଥିବା ଏହି ଦେଶରେ ବାହାରୁ ଖାଦ୍ୟ...
କୋଭିଡ୍ ମୂଳକୁ ଖୋଜ
ଓ୍ବାଶିଂଟନ, ୧ା୬: କୋଭିଡ୍-୧୯ର ମୂଳ ଖୋଜି ବାହାର କରିବା ସହ ଭବିଷ୍ୟତ ମହାମାରୀ ଆଶଙ୍କାକୁ ରୋକିବାକୁ ହେବ। ଏଥିପାଇଁ ସାରା ବିଶ୍ୱ ଚାଇନା ସରକାରଙ୍କ ସହଯୋଗ...
ପୁଣି ଘନେଇଲା ବିପଦ, ଆସିଲା କରୋନାର ନୂଆ ରୂପ: ଡେଲ୍ଟା ପ୍ଲସ୍ ଭାରିଆଣ୍ଟ୍ ଅଧିକ ତାଣ୍ଡବ ରଚିବା ଆଶଙ୍କା…
ନୂଆଦିଲ୍ଲୀ,୧୫।୬: କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ଭାରତରେ ସୃଷ୍ଟି ହୋଇଥିବା ଡେଲ୍ଟା ଭାରିଆଣ୍ଟ୍ର ନୂଆ ରୂପ ଡେଲ୍ଟା...
କୋଭିଡ୍ ପରିଚାଳନା ତ୍ରୁଟିପୂର୍ଣ୍ଣ, ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଦୁର୍ବଳ: ନିରଞ୍ଜନ
ଭୁବନେଶ୍ୱର,୧୦ା୬(ବ୍ୟୁରୋ): ଗତ ଦୁଇବର୍ଷ ଧରି ସମଗ୍ର ବିଶ୍ୱ ସମେତ ଭାରତରେ କରୋନା ମହାମାରୀ ଯେପରି ଭାବେ ବ୍ୟାପିଛି ପୃଥିବୀ ଇତିହାସରେ କେବେ ଦେଖାଯାଇ ନ ଥିଲା।...
ଡୋଜ୍ ନେଲା ପରେ ବି ହେଉଛି କରୋନା: ବଢୁଛି ଚିନ୍ତା…
ଓ୍ବାଶିଂଟନ/ଲଣ୍ଡନ/ନୂଆଦିଲ୍ଲୀ,୧୬।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ଦେଖାଦେଇଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ଟିକାକରଣ ଅଭିଯାନ ଜାରି ରହିଛି। ତେବେ ଭାକ୍ସିନ୍ର ଦୁଇ...
ଉଚ୍ଚ କୋଠାରୁ ଓହ୍ଲାଇବାକୁ ମାଙ୍କଡ଼ କରୁଛି ଏମିତି
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...


