ଓ୍ବାଶିଂଟନ, ୧ା୬: କୋଭିଡ୍-୧୯ର ମୂଳ ଖୋଜି ବାହାର କରିବା ସହ ଭବିଷ୍ୟତ ମହାମାରୀ ଆଶଙ୍କାକୁ ରୋକିବାକୁ ହେବ। ଏଥିପାଇଁ ସାରା ବିଶ୍ୱ ଚାଇନା ସରକାରଙ୍କ ସହଯୋଗ ଚାହେଁ ବୋଲି ଆମେରିକାର ପ୍ରମୁଖ ରୋଗ ବିଶେଷଜ୍ଞ କହିଛନ୍ତି। ଚାଇନାର ଉହାନ୍ ଗବେଷଣାଗାରରୁ ସାର୍ସ-କୋଭ-୨ ଭୂତାଣୁ ବାହାରିଥିବା ସୂତ୍ର ପ୍ରତି ସମର୍ଥନ ବଢ଼ୁଥିବା ଆମେରିକାର ଖାଦ୍ୟ ଓ ଡ୍ରଗ୍ ପ୍ରଶାସନର ପୂର୍ବତନ କମିଶନର ସ୍କଟ୍ ଗୋଟ୍ଟଲିଏବ୍ କହିଛନ୍ତି। ତେବେ ଏହାକୁ ଭୁଲ୍ ପ୍ରମାଣିତ କରିବା ଲାଗି ଚାଇନା ଏପର୍ଯ୍ୟନ୍ତ ଯଥେଷ୍ଟ ତଥ୍ୟ ପ୍ରମାଣ ଦେଇନାହିଁ। ବନ୍ୟପ୍ରାଣୀଠାରୁ କୋଭିଡ୍ ଭୂତାଣୁ ସୃଷ୍ଟି ସମ୍ପର୍କରେ ମଧ୍ୟ ପ୍ରମାଣ ମିଳିପାରି ନ ଥିବା ଗୋଟ୍ଟଲିଏବ୍ ସିବିଏସ୍ ନ୍ୟୁଜ୍ର ‘ଫେସ୍ ଦି ନେଶନ’କୁ କହିଛନ୍ତି।
ଅନ୍ୟପକ୍ଷରେ ମହାମାରୀ କିପରି ଆରମ୍ଭ ହେଲା ଏବଂ ଏହା ଜଣା ନ ପଡ଼ିଲେ, ଭବିଷ୍ୟତରେ ଏଭଳି ମହାମାରୀର ଭୟ ରହିବ ବୋଲି ଟେକ୍ସାସ୍ ଚିଲ୍ଡ୍ରେନ୍ସ ହସ୍ପିଟାଲ ସେଣ୍ଟର ଫର୍ ଭାକ୍ସିନ ଡେଭେଲପମେଣ୍ଟର ସହନିର୍ଦ୍ଦେଶକ ପିଟର ହୋଟେଜ୍ କହିଛନ୍ତି। କୋଭିଡ୍-୧୯ର ମୂଳ ସମ୍ପର୍କରେ ସମ୍ପୂର୍ଣ୍ଣ ବୁଝି ନ ପାରିଲେ ଆମକୁ କୋଭିଡ୍-୨୬ ଏବଂ କୋଭିଡ୍-୩୨ ଭଳି ମହାମାରୀର ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି ସେ ଏନ୍ବିସିର ‘ମିଟ୍ ଦି ପ୍ରେସ୍’ କାର୍ଯ୍ୟକ୍ରମରେ କହିଛନ୍ତି।
ଦେଢ଼ ବର୍ଷ ପୂର୍ବେ ଚାଇନାର ଉହାନସ୍ଥିତ ସାମୁଦ୍ରିକ ଖାଦ୍ୟ ବଜାରରେ କରୋନା ଭୂତାଣୁ ପ୍ରଥମେ ଚିହ୍ନଟ ହୋଇଥିଲା, ଯାହାର ମୂଳ ଉତ୍ସ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଏହା ବନ୍ୟପ୍ରାଣୀଠାରୁ ମାନବ ଶରୀରକୁ ଆସିଥିବାର ସର୍ବାଧିକ ସମ୍ଭାବନା ରହିଥିବା ବୈଜ୍ଞାନିକମାନେ ପରିକଳ୍ପନା କରୁଛନ୍ତି। ତେବେ ଗବେଷଣା ଲାବ୍ରୁ ଭୁଲ୍ବଶତଃ ଉକ୍ତ ଭୂତାଣୁ ବାହାରକୁ ଆସିଥିବା ନେଇ ଆମେରିକା ଅଭିଯୋଗ କରିଆସୁଛି। ତୁରନ୍ତ ଭୂତାଣୁର ମୂଳ ଖୋଜି ବାହାର କରି ୯୦ ଦିନ ମଧ୍ୟରେ ରିପୋର୍ଟ ଦେବା ଲାଗି ଗତ ବୁଧବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଗୋଇନ୍ଦା ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ।
Posted inଅନ୍ତର୍ଜାତୀୟ, କରୋନା ଭାଇରସ୍ View All
୧୧ ସହ ଗୁଣନର ସରଳ ଟ୍ରିକ୍
ଓଣ୍ଟାରିଓ, ୭ା୬: କାନାଡା ଓଣ୍ଟାରିଓର ଜଣେ ଗଣିତ ଶିକ୍ଷୟିତ୍ରୀ ୧୧ ସହ ଯେକୌଣସି ସଂଖ୍ୟାର ଗୁଣନ ମାତ୍ର କିଛି ସେକେଣ୍ଡରେ କରିବା ପାଇଁ ଏକ ସରଳ...
ରୋନାଲ୍ଡୋଙ୍କ ପରେ ପୋଗ୍ବା କଲେ ସମାନ କାମ: ହଟାଇଲେ ବିୟର ବୋତଲ…
ପ୍ୟାରିସ୍,୧୭।୬: ପର୍ତ୍ତୁଗାଲ ଫୁଟବଲ ଟିମ୍ର ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଭୁଲ୍ ଯୋଗୁ କୋକା କୋଲା କମ୍ପାନୀର ଶେୟାରରେ ଅଳ୍ପ କିଛି ମିନିଟ୍ ମଧ୍ୟରେ ୨୯,୩୦୦ କୋଟି...
କ୍ଷମତାରୁ ଯାଇପାରନ୍ତି ନେତାନ୍ୟାହୁ
ଜେରୁଜେଲମ୍ , ୧।୬: ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ପଦ ହରାଇପାରନ୍ତି ବେଞ୍ଜାମିନ ନେତାନ୍ୟାହୁ। ବିରୋଧୀ ଦଳଗୁଡ଼ିକ ସହଯୋଗରେ ସରକାର ଗଢ଼ିବା ପାଇଁ ଦାବି ଉପସ୍ଥାପନ କରିବେ ବୋଲି...
ଯୁବତୀଙ୍କୁ ବଳାତ୍କାର ଉଦ୍ୟମ କଲେ ବାର୍ ମାଲିକ, ଦେଲେ ଏମିତି ଦଣ୍ଡ; ଜାଣିଲେ…
ବାର୍ସାଲୋନା,୩ା୬: ସ୍ପେନ୍ର ଏକ ବାର୍ରେ କାମ କରୁଥିବା ଜଣେ ଯୁବତୀ ତାଙ୍କ ମାଲିକଙ୍କ ପ୍ରାଇଭେଟ ପାର୍ଟକୁ ଛୁରିରେ କାଟି ଦେଇଛନ୍ତି। କାରଣ ବାର୍ ମାଲିକ ତାଙ୍କୁ...
ବିବାହରେ ବରଣମାଳା ବଦଳରେ ବର-କନ୍ୟା ପରସ୍ପରକୁ ପିନ୍ଧାଇଲେ ମାସ୍କ: ଲୋକେ କହିଲେ…
ନୂଆଦିଲ୍ଲୀ,୧୬।୬: ପ୍ରାୟ ସମୟରେ ସୋସିଆଲ ମିଡିଆରେ ବିବାହକୁ ନେଇ କେତେକ ମଜାଳିଆ ଭିଡିଓମାନ ଭାଇରାଲ ହୋଇଥାଏ। ଆଉ ଏସବୁ ଭିଡିଓକୁ ଲୋକମାନେ ମଧ୍ୟ ବେଶ୍ ପସନ୍ଦ...
ମହିଳାଙ୍କ ପୋଷାକ ପାଇଁ ଦେଶରେ ବଢୁଛି ବଳାତ୍କାର : ପ୍ରଧାନମନ୍ତ୍ରୀ
ଇସ୍ଲାମାବାଦ,୨୧।୬: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ନିଜ ବୟାନକୁ ନେଇ ସବୁବେଳେ ସାରା ବିଶ୍ୱରେ ଚର୍ଚ୍ଚାରେ ରହିଥାନ୍ତି। ହେଲେ ଏବେ ମହିଳାଙ୍କ ଉପରେ ଏକ ବିବାଦୀୟ...
୮୧ ଦିନ ପରେ ୬୦ ହଜାର ତଳକୁ ଖସିଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା…
ନୂଆଦିଲ୍ଲୀ,୨୦।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଲକ୍ଡାଉନ୍ ପ୍ରଭାବରୁ ସଂକ୍ରମଣ କମିବାରେ ଲାଗିଛି। ୮୧ ଦିନ ପରେ ଦେଶରେ ନୂଆ...
ଲକ୍ଷ୍ୟ କେତେ ଦୂର
ନୂଆଦିଲ୍ଲୀ/ କୋଲକାତା,୩ା୬: ୨୦୨୧ ଡିସେମ୍ବର ସୁଦ୍ଧା କେନ୍ଦ୍ର ସରକାର ୧୦୦ କୋଟି ଭାରତୀୟଙ୍କୁ ଟିକା ଦେବା ପାଇଁ ସ୍ଥିର କରିଛନ୍ତି। ତେବେ ବର୍ତ୍ତମାନର ମନ୍ଥର ଟିକାକରଣକୁ...


