ଓଣ୍ଟାରିଓ, ୭ା୬: କାନାଡା ଓଣ୍ଟାରିଓର ଜଣେ ଗଣିତ ଶିକ୍ଷୟିତ୍ରୀ ୧୧ ସହ ଯେକୌଣସି ସଂଖ୍ୟାର ଗୁଣନ ମାତ୍ର କିଛି ସେକେଣ୍ଡରେ କରିବା ପାଇଁ ଏକ ସରଳ କୌଶଳ ବାହାର କରିଛନ୍ତି। ସାଇଲେଣ୍ଟ ମାଥ୍ ନାମରେ ସେ ଏହି ଟ୍ରିକ୍କୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ପ୍ରାୟ ୩ କୋଟି ଲୋକ ଏହାକୁ ଦେଖି ସାରିଲେଣି। ତାଙ୍କ ଟ୍ରିକ୍ ଅନୁସାରେ ୧୧ ସହ ଗୁଣିବାକୁ ଥିବା ସଂଖ୍ୟାଟିକୁ ପ୍ରଥମେ ଅଲଗା କରିବାକୁ ପଡ଼ିବ। ପରେ ସେହି ସଂଖ୍ୟାର ଅଙ୍କଗୁଡ଼ିକୁ ମିଶାଇ ଯୋଗଫଳକୁ ସଂଖ୍ୟା ମଝିରେ ରଖିଦେଲେ ଗୁଣଫଳ ବାହାରିଯିବ। ଯଦି ୧୧ ସହ ୩୨ର ଗୁଣନ କରିବାକୁ ଚାହୁଁଛନ୍ତି ତେବେ ୩ ଓ ୨ ମଝିରେ (୩+୨=୫) ୫କୁ ରଖିଲେ ଗୁଣଫଳ ୩୫୨ ବାହାରିବ। ୧୧ ଓ ୪୬ର ଗୁଣଫଳ ବାହାର କରିବାକୁ ହେଲେ ୪ ଏବଂ ୬ର ଯୋଗଫଳ ୧୦ ସଂଖ୍ୟାର ୦କୁ ଏହି ଅଙ୍କ ଦୁଇଟି ମଝିରେ ରଖିବାକୁ ହେବ। ବଳକା ଥିବା ୧କୁ ୪ ସହ ମିଶାଯିବା ପରେ ଫଳାଫଳ ୫୦୬ ବାହାରିବ। ୯୯ ସହ ମଧ୍ୟ ଯେ କୌଣସି ସଂଖ୍ୟାର ଗୁଣନ କୌଶଳ ସେ ୟୁଟ୍ୟୁବ୍, ଇନ୍ଷ୍ଟାଗ୍ରାମ ଆଦିରେ ଶେୟାର କରିଛନ୍ତି।
Posted inଅନ୍ତର୍ଜାତୀୟ, ଫୁରସତ View All
ଆତଙ୍କବାଦୀ ହାଫିଜ୍ ସୟିଦ୍ଙ୍କ ଘର ପାଖରେ ବିସ୍ଫୋରଣ: ୧୦ ଆହତ
ଲାହୋର,୨୩।୬: ପାକିସ୍ତାନ ଲାହୋରର ଜୋହର ଟାଉନ ଅଞ୍ଚଳରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ବିସ୍ଫୋରଣର ଶବ୍ଦ ଏତେ ଜୋରରେ ଥିଲା ଯେ, ଆଖପାଖ ଘରର...
ନାଇଟ୍ ପାର୍ଟି ପାଇଁ ସରକାର ଦେଉଛନ୍ତି ଲକ୍ଷାଧିକ ଟଙ୍କା, ଏବେ ବିବାଦରେ
ଲଣ୍ଡନ,୧୯ା୬: ଇଂଲଣ୍ଡରେ ନାଇଟ୍ ପାର୍ଟି କରାଉଥିବା ଏକ କମ୍ପାନୀକୁ ସରକାରଙ୍କ ପକ୍ଷରୁ ୩୬୦୦୦ ପାଉଣ୍ଡ ଅର୍ଥାତ୍ ୩୭ ଲକ୍ଷ ଟଙ୍କା ମିଳୁଛି। ଏପରି ନିଷ୍ପତ୍ତି ପାଇଁ...
୩.୫ ଘଣ୍ଟାରେ ନ୍ୟୁୟର୍କରୁ ଲଣ୍ଡନ
ନ୍ୟୁୟର୍କ, ୫।୬: ଆମେରିକାର ନ୍ୟୁୟର୍କରୁ ବ୍ରିଟେନ ରାଜଧାନୀ ଲଣ୍ଡନକୁ ବିମାନରେ ଯାତ୍ରା କରିବାକୁ ହେଲେ ମାତ୍ର ୩.୫ ଘଣ୍ଟା ଲାଗିବ। ଏହି ଅନ୍ତର୍ଜାତୀୟ ଯାତ୍ରାକୁ ସୁଗମ...
ସାତ ଫେରା ନେବାବେଳେ ଧୀରେ ଧୀରେ ଚାଲୁଥିଲେ କନ୍ୟା: ଆଉ ତା’ପରେ ଘଟିଲା ଏମିତି
ବିବାହ ଅବସରରେ ଏପରି ଅନେକ ରୀତିନୀତି ଅଛି, ଯାହା ସମ୍ପୂର୍ଣ୍ଣ ହେବାକୁ ପ୍ରାୟ ୨-୪ ଘଣ୍ଟା ଲାଗେ। ଏହି ସମୟରେ ପରିବାର ସଦସ୍ୟଙ୍କଠାରୁ ଆରମ୍ଭ କରି...
କରୋନା ମହାମାରୀ ଭୟ ଶୂନ: ଚାଇନାରେ ପାଳନ କରାଯାଉଛି ‘କୁକୁର ମାଂସ ଉତ୍ସବ’; ହଜାର ହଜାର…
ସାରା ବିଶ୍ୱ ମହାମାରୀ କରୋନା ସହ ଲଢ଼ୁଥିବା ବେଳେ ଏବେ ତୃତୀୟ ଲହର ପାଇଁ ଚେତାବନୀ ଦିଆଯାଇଛି। ଏଭଳି ସଙ୍କଟମୟ ପରିସ୍ଥିତିରେ ଲୋକଙ୍କୁ ପହଞ୍ଚାଇବା ପଛରେ...
ଏମିତି ଦେଶ, ଯାହାର ନୌସେନା ନାହିଁ କି ବାୟୁସେନା, ଏପରି ହୋଇଥାଏ ଦେଶ ସୁରକ୍ଷା
ସାଧାରଣତଃ ଦେଶର ସୁରକ୍ଷା ପାଇଁ ଜଳ, ସ୍ଥଳ, ବାୟୁ ସେନା ଗଠନ କରାଯାଇଥାଏ। କାରଣ ଶତ୍ରୁ ଦେଶ ସହ କଡ଼ା ମୁକାବିଲା କରିବା ପାଇଁ ଏପରି...
ଅଧା ପୃଥିବୀ ବୁଲି ରେକର୍ଡ କଲା ଗ୍ରେ ହ୍ବେଲ୍…
ଓ୍ବିଣ୍ଡ୍ହୋକ୍,୧୦।୬: ପୃଥିବୀର ବୃହତ୍ ସ୍ତନ୍ୟପାୟୀ ପ୍ରାଣୀ ଅଧା ପୃଥିବୀ ବୁଲି ଏବେ ରେକର୍ଡ କରିଛି। ଏହି ହେଉଛି ଏକ ଗ୍ରେ ହ୍ବେଲ୍(ଧୂସର ତିମି)। ଇତିମଧ୍ୟରେ ତିମିଟି...
ବସ୍-ବନ୍ଦ ଘରେ କରୋନା ସଂକ୍ରମଣ ଆଶଙ୍କା ଅଧିକ…
ଲଣ୍ଡନ/ନୂଆଦିଲ୍ଲୀ,୩।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ କରୋନା ସଂକ୍ରମଣ କେଉଁଠି ଅଧିକ ହୋଇଥାଏ ସେ ନେଇ ଏକ ରିପୋର୍ଟ...


