ବେଜିଂ, ୭ା୬: ପୂର୍ବ ଲଦାଖ ସୀମାରେ ଭାରତ ବିପକ୍ଷରେ ଗତ ବର୍ଷ ଏପ୍ରିଲ-ମେ’ଠାରୁ ଚାଇନା ୫୦ ହଜାରରୁ ଊର୍ଦ୍ଧ୍ୱ ସୈନ୍ୟଙ୍କୁ ମୁତୟନ କରିଥିବାବେଳେ ସେଠାକାର ଭୀଷଣ ଥଣ୍ଡା ଜଳବାୟୁରେ ସେମାନେ ଖାପଖୁଆଇବା କଷ୍ଟକର ହୋଇଛି। ଫଳରେ ଚାଇନା ବାଧ୍ୟ ହୋଇ ବର୍ଷକରେ ପ୍ରାୟ ୯୦ ପ୍ରତିଶତ ସୈନ୍ୟଙ୍କୁ ସେଠାରୁ ଅଦଳବଦଳ କରିଛି। ତିବ୍ବତ ଅଟୋନମସ୍ ରିଜିଅନ ବାହାରୁ ଏବଂ ଅନ୍ୟ ଅଞ୍ଚଳରୁ ଚାଇନା ନୂଆ ସୈନ୍ୟବାହିନୀ ଆଣିଥିଲା। ରିପୋର୍ଟ ମୁତାବକ, ଗତବର୍ଷ ଭୀଷଣ ଥଣ୍ଡା ପରିବେଶକୁ ସହ୍ୟ କରି ନ ପାରି ଅନେକ ଚାଇନା ସୈନ୍ୟ ଅସୁସ୍ଥ ହୋଇପଡ଼ିଥିଲେ। ତେଣୁ ଚାଇନା ସୈନ୍ୟ ପୂର୍ବ ଲଦାଖ ନିକଟରେ ଜଗି ରହିବା ନିମନ୍ତେ ବିଶେଷ ତାଲିମ ନେଉଥିବା ଜଣାପଡ଼ିଛି।
ମଧ୍ୟ ପ୍ରତିବର୍ଷ ସେଠାରେ ଯବାନଙ୍କ ଅଦଳବଦଳ କରାଇଥାଏ। କିନ୍ତୁ ଏହି ପାର୍ବତ୍ୟାଞ୍ଚଳରେ କାର୍ଯ୍ୟକାଳ ସମୟ ୨ ବର୍ଷ ସ୍ଥିର ଥିବାରୁ ଅଦଳବଦଳ ସଂଖ୍ୟା ୪୦ରୁ ୫୦ ପ୍ରତିଶତ ମଧ୍ୟରେ ରହିଥାଏ। ଅନ୍ୟପକ୍ଷରେ ଭାରତୀୟ ଯବାନଙ୍କ ହାଇ ଅଲ୍ଟିଟ୍ୟୁଡ୍ରେ କାର୍ଯ୍ୟ କରିବାର ବ୍ୟାପକ ଅଭିଜ୍ଞତା ଯୋଗୁ ଚାଇନା ବିପକ୍ଷରେ ପୂର୍ବ ଲଦାଖ ସେକ୍ଟରରେ ମୁତୟନ ହେବାରେ ସେତେମାତ୍ରାରେ ସମସ୍ୟା ଉପୁଜି ନ ଥାଏ।
Posted inଅନ୍ତର୍ଜାତୀୟ View All
ଆତଙ୍କବାଦୀ ହାଫିଜ୍ ସୟିଦ୍ଙ୍କ ଘର ପାଖରେ ବିସ୍ଫୋରଣ: ୧୦ ଆହତ
ଲାହୋର,୨୩।୬: ପାକିସ୍ତାନ ଲାହୋରର ଜୋହର ଟାଉନ ଅଞ୍ଚଳରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ବିସ୍ଫୋରଣର ଶବ୍ଦ ଏତେ ଜୋରରେ ଥିଲା ଯେ, ଆଖପାଖ ଘରର...
ଭାରତ- ଇଣ୍ଟରନେଟ୍ କମ୍ପାନୀ ସହ କାମ କରିବାକୁ ଚାହୁଁଛି ଆମେରିକା
ଓ୍ବାଶିଂଟନ,୧୨ା୬: ଆମେରିକାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଜୋ -ବାଇଡେନ ପ୍ରଶାସନ ଭୁଲ ତଥ୍ୟର ପ୍ରସାରକୁ ମୁକାବିଲା କରିବା ଏବଂ ଅଭିବ୍ୟକ୍ତିର ସ୍ବାଧୀନତାକୁ ସମ୍ମାନ...
୨.୭ କୋଟିର ମୋନାଲିସା ପେଣ୍ଟିଂ
ଲିଓନାର୍ଡୋ ଡା ଭିନ୍ସିଙ୍କ ବିଶ୍ୱପ୍ରସିଦ୍ଧ ମୋନାଲିସା ପେଣ୍ଟିଂର ଅବିକଳ ପ୍ରତିକୃତି ପ୍ୟାରିସ୍ରେ ନିଲାମ ହେଉଥିବାବେଳେ ଏହାକୁ କିଣିବା ପାଇଁ ଲୋକଙ୍କ ମଧ୍ୟରେ କ୍ରେଜ୍ ଦେଖିବାକୁ ମିଳିଛି।...
ଆସ୍ଥାରେ ହାରିଲେ ସୁଇଡେନ ପ୍ରଧାନମନ୍ତ୍ରୀ
ଷ୍ଟକ୍ହୋମ୍, ୨୨ା୬: ସୁଇଡେନ ପ୍ରଧାନମନ୍ତ୍ରୀ ଷ୍ଟିଫାନ ଲୋଫବେନ ସୋମବାର ଆସ୍ଥା ଭୋଟ ହାରିଛନ୍ତି। ସୁଇଡେନର କୌଣସି ପ୍ରଧାନମନ୍ତ୍ରୀ ଆସ୍ଥା ହାରିବାରେ ଏହା ପ୍ରଥମ ଘଟଣା। ବାମ...
ବିଲ୍ଡିଂ ଧସିଲା, ୯/୧୧ ମନେପଡ଼ିଲା
ୱାଶିଂଟନ,୨୬ା୬: ଆମେରିକାର ଫ୍ଲୋରିଡାସ୍ଥିତ ମିଆମି ସହରରେ ୧୨ ମହଲା ବିଶିଷ୍ଟ ଏକ ୪୦ ବର୍ଷ ପରୁଣା କୋଠା ଭୁଶୁଡ଼ିପଡ଼ିଛି। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ...
ଅନିରୁଦ୍ଧ ଜଗନ୍ନାଥଙ୍କ ପରଲୋକ, ଭାରତରେ ରାଷ୍ଟ୍ରୀୟ ଶୋକ
ନୂଆଦିଲ୍ଲୀ,୫ା୬: ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନ୍ନାଥଙ୍କ ବାପା ତଥା ପୂର୍ବତନ ରାଷ୍ଟ୍ରପତି ଅନିରୁଦ୍ଧ ଜଗନ୍ନାଥ(୯୧)ଙ୍କ ଗୁରୁବାର ପରଲୋକ ହୋଇଯାଇଛି। ତାଙ୍କ ସମ୍ମାନରେ ଭାରତରେ ଶନିବାର ଦିନିକିଆ...
ଯେଉଁ ଲ୍ୟାବ୍ରୁ କରୋନା ବ୍ୟାପିଥିଲା, ତାକୁ ମିଳିବ ପୁରସ୍କାର
ବେଜିଂ,୨୪।୬: ସାରା ବିଶ୍ୱରେ କରୋନା ଭାଇରସ ବ୍ୟାପିବାର ଦେଢ ବର୍ଷରୁ ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ମହାମାରୀ କାରଣରୁ କୋଟି କୋଟି ଲୋକଙ୍କ ଜୀବନ...
କୋଭାକ୍ସିନର ଜରୁରିକାଳୀନ ବ୍ୟବହାରକୁ ମଞ୍ଜୁରୀ ଦେଲା ନାହିଁ ଆମେରିକା
ଓ୍ବାଶିଂଟନ୍,୧୧।୬: ଆମେରିକାରେ ଜରୁରିକାଳୀନ ବ୍ୟବହାର ପାଇଁ ସ୍ବଦେଶୀ ଟିକା କୋଭାକ୍ସିନ୍ ନିର୍ମାତା ଭାରତ ବାୟୋଟେକକୁ ଟିକିଏ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ। କୋଭାକ୍ସିନର ଜରୁରିକାଳୀନ...


