ମେକ୍ସିକୋ ସିଟି,୧୩ା୬: ସରକାରଙ୍କ ପକ୍ଷରୁ ଅଣାଯାଇଥିବା ଅଭିଯୋଗ ସତ କି? ତୁମେ ଡ୍ରଗ୍ସ କିଙ୍ଗ୍ଙ୍କୁ ଜେଲରୁ ଫେରାର ହେବାରେ ସାହାଯ୍ୟ କରିଥିଲ କି ବୋଲି ଫେଡେରାଲ କୋର୍ଟରେ ବିଚାରପତି ପ୍ରଶ୍ନ କରିଥିଲେ। ଜେଲର ଗ୍ରୀନ୍ ୟୁନିଫର୍ମ ପିନ୍ଧି କାଠଗଡ଼ାରେ ଛିଡ଼ା ହୋଇଥିବା ୩୧ ବର୍ଷୀୟା ସୁନ୍ଦରୀ ଜଣକ ଟ୍ରାନ୍ସଲେଟରଙ୍କ ଜରିଆରେ ଉତ୍ତର ଦେଇଥିଲେ ‘ହଁ’।
ଓଠରେ ଲାଲ୍ ଲିପ୍ଷ୍ଟିକ୍, ବେକରେ ହୀରା ଅଳଙ୍କାର ଓ ଦେହରେ ଟାଇଟ୍ ଫିଟିଙ୍ଗ୍ ଜିନ୍ସ। ଉତ୍ତର-ଆମେରିକୀୟ ରାଷ୍ଟ୍ର ମେକ୍ସିକୋରେ ଡ୍ରଗ୍ସ କିଙ୍ଗ୍ପିନ୍ଙ୍କ ଏଭଳି ବେଶଧାରୀ ପ୍ରେମିକାଙ୍କୁ ‘ବ୍ୟୁକୋନା’ କୁହାଯାଏ। କୁଖ୍ୟାତ୍ ଡ୍ରଗ୍ସ ମାଫିଆ ଜୋଆକ୍ୱିନ୍ ‘ଏଲ୍ ଚାପୋ’ ଗୁଜ୍ମ୍ୟାନ୍ଙ୍କ ସ୍ତ୍ରୀ ଏମା କୋରୋନେଲ ଏସ୍ପୁରୋ ମଧ୍ୟ ଜଣେ ବ୍ୟୁକୋନା। ସେ ନ୍ୟୁୟର୍କରେ ବିଳାସପୂର୍ଣ୍ଣ ଜୀବନ ବିତାଉଥିଲେ। ଡ୍ରଗ୍ସ ମାଫିଆଙ୍କ ସ୍ତ୍ରୀ ହିସାବରେ ଏହାକୁ ତାଙ୍କର ଫାଇଦା ବୋଲି କୁହାଯାଇପାରେ। ସେହି ଡ୍ରଗ୍ସ ମାଫିଆଙ୍କ ପ୍ରତି ନିଜ ଆନୁଗତ୍ୟ ଯୋଗୁ ଏବେ ଏହି ୩୧ ବର୍ଷୀୟା ବ୍ୟୁଟି କୁଇନ କାଳ କୋଠାରିରେ ବନ୍ଦୀ।
ତାଙ୍କୁ ହୁଏତ କାରାଗାରରେ ଆଜୀବନ ରହିବାକୁ ପଡ଼ିପାରେ। ଏସ୍ପୁରୋଙ୍କ ବ୍ୟକ୍ତିଗତ ଜୀବନ କାହାଣୀରୁ ଡ୍ରଗ୍ସ କାର୍ଟେଲର ରହସ୍ୟମୟ ଦୁନିଆ ଏବଂ ସେଥିରେ ସାମିଲ ଥିବା ମହିଳାମାନଙ୍କ ସମ୍ପର୍କରେ ଅନେକ ଗହନ କଥା ଜାଣିବାକୁ ମିଳେ।
ଏଲ୍ ଚାପୋ ହତ୍ୟା, ମନି ଲଣ୍ଡରିଂ, ଡ୍ରଗ୍ସ ଚାଲାଣ, ର଼୍ୟାକେଟିୟରିଂ ଓ ସଙ୍ଗଠିତ ଅପରାଧ ଆଦି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ କଲୋରାଡୋସ୍ଥିତ ଏଡିଏକ୍ସ ଫ୍ଲୋରେନ୍ସ ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ଫେଡେରାଲ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେଶନ (ଏଫ୍ବିଆଇ) ଅଧିକାରୀଙ୍କ ମତରେ ଏସ୍ପୁରୋ କୋକେନ ଡିଷ୍ଟ୍ରିବ୍ୟୁଶନ ଷଡ଼ଯନ୍ତ୍ର ରଚିଥିଲେ। ୨୦୧୫ରେ ମେକ୍ସିକୋ ଜେଲରୁ ସ୍ବାମୀଙ୍କୁ ଖସାଇବା ଯୋଜନାରେ ସେ ସହଯୋଗ କରିଥିଲେ। ଗତ ଫେବୃୟାରୀ ୨୨ରେ ଏସ୍ପୁରୋଙ୍କୁ ଭର୍ଜିନିଆର ଡୁଲେସ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଗିରଫ କରାଯାଇଥିଲା। ସିନାଲୋଆ କାର୍ଟେଲ ଚଳାଇବାରେ ଡ୍ରଗ୍ସ ଲର୍ଡ ସ୍ବାମୀଙ୍କୁ ସହଯୋଗ ଅଭିଯୋଗ ଜୁନ ୧୦ରେ ତାଙ୍କ ବିରୋଧରେ ପ୍ରମାଣିତ ହୋଇଛି। ସବୁଜ ରଙ୍ଗର ଜେଲ ୟୁନିଫର୍ମ ପିନ୍ଧି କୋର୍ଟରୁମ୍କୁ ଆସିଥିବା ଏସ୍ପୁରୋ ନିଜେ ମଧ୍ୟ ଦୋଷ ସ୍ବୀକାର କରିଛନ୍ତି। ତାଙ୍କୁ ମଧ୍ୟ ସ୍ବାମୀଙ୍କ ଭଳି ଆଜୀବନ କାରାଦଣ୍ଡ ହୋଇପାରେ। କଲମ୍ବିଆ ଡିଷ୍ଟ୍ରିକ୍ଟ କୋର୍ଟ ଆସନ୍ତା ସେପ୍ଟେମ୍ବର ୧୫ରେ ଦଣ୍ଡବିଧାନ କରିବେ। ୨୦୧୯ରେ ସ୍ବାମୀଙ୍କ ମାମଲାର ଶୁଣାଣିବେଳେ ଏସ୍ପୁରୋଙ୍କୁ ପ୍ରାୟତଃ ଦାମୀ ଅଳଙ୍କାର ଓ ଆକର୍ଷଣୀୟ ଘଣ୍ଟା ପିନ୍ଧି କୋର୍ଟରୁମ୍ରେ ବସିଥିବା ଦେଖିବାକୁ ମିଳୁଥିଲା। ସେତେବେଳେ ତାଙ୍କ ସୌନ୍ଦର୍ଯ୍ୟର ଚର୍ଚ୍ଚା ସବୁଠି ଚାଲିଥିଲା। ଡ୍ରଗ୍ସ ଦୁନିଆ ଉପରେ ନଜର ରଖୁଥିବା ବିଶ୍ଳେଷକଙ୍କ ମତରେ ଏସ୍ପୁରୋ ଜଣେ ପବ୍ଲିକ ଫିଗର ତଥା ବିଜ୍ନେସ ଓମ୍ୟାନ।
୧୯୮୯ ଜୁଲାଇ ୩ରେ ଆମେରିକାର କାଲିଫର୍ନିଆସ୍ଥିତ ସାନ୍ ଫ୍ରାନ୍ସିସ୍କୋରେ ଏମା ମୋଡେଷ୍ଟା କୋରୋନେଲ ଏସ୍ପୁରୋଙ୍କ ଜନ୍ମ। ଜର୍ନାଲିଜମ୍ ପାଠ ପଢ଼ିଛନ୍ତି। ସେ ଉଭୟ ଆମେରିକା ଓ ମେକ୍ସିକୋର ଦ୍ୱୈତ ନାଗରିକତ୍ୱ ଗ୍ରହଣ କରିଛନ୍ତି। ୨୦୦୭ରେ ମେକ୍ସିକୋର ‘କଫି ଆଣ୍ଡ ଗୁଆଭା ଫେଷ୍ଟିଭାଲ’ରେ ବ୍ୟୁଟି ପିଜେଣ୍ଟ ମୁକୁଟ ପିନ୍ଧିଥିବା ୧୭ ବର୍ଷୀୟା ସୁନ୍ଦରୀଙ୍କୁ ଭେଟିବାକୁ ଯାଇଥିଲେ ୪୯ ବର୍ଷୀୟ ମୋଷ୍ଟ ଓ୍ବାଣ୍ଟେଡ୍ ଡ୍ରଗ୍ସ ବେପାରୀ ଜୋଆକ୍ୱିନ ଆର୍ଚିଭାଲ୍ଡୋ ଗୁଜ୍ମ୍ୟାନ୍ ଲୋଏରା ଓରଫ ‘ଏଲ୍ ଚାପୋ’। ପ୍ରଥମ ଦେଖାରେ ମନ ଦିଆନିଆ, ତା’ପରେ ବିବାହ। ଏଲ୍ ଚାପୋ ଓ ଏସ୍ପୁରୋଙ୍କ ଦୁଇ ଯାଆଁଳା ଝିଅ ଅଛନ୍ତି, ନାମ ମାରିୟା ଖ୍ବାକିନା ଏବଂ ଏମାଲି। ଏସ୍ପୁରୋଙ୍କ ବାପା ଆଇନେସ୍ କୋରୋନେଲ୍ ବାରେରାସ୍ ୨୦୧୩ରେ ଗିରଫ ହେବା ପର୍ଯ୍ୟନ୍ତ ଏଲ୍ ଚାପୋଙ୍କ ଘନିଷ୍ଠ ସହଯୋଗୀ ଥିଲେ। ଉତ୍ତରପଶ୍ଚିମ ମେକ୍ସିକୋସ୍ଥିତ ସିନାଲୋଆ ରାଜ୍ୟର ଏକ ଗରିବ ପରିବାରରୁ ଆସିଥିବା ଏଲ୍ ଚାପୋ ପ୍ରଥମେ ଗଞ୍ଜେଇ ଚାଷ କରିଥିଲେ। ପରେ ତାଙ୍କ ବହୁ କୋଟି ଡଲାରର କଳା ସାମ୍ରାଜ୍ୟ ଏଭଳି ହଟଚମଟ ସୃଷ୍ଟି କରିଥିଲା ଯେ ସେ ୨୦୦୯ରେ ପ୍ରଖ୍ୟାତ ପତ୍ରିକା ଫୋର୍ବସ୍ର ଧନୀ ବ୍ୟକ୍ତିଙ୍କ ତାଲିକାରେ ସ୍ଥାନ ପାଇଥିଲେ। ସେତେବେଳେ ତାଙ୍କ ସମ୍ପତ୍ତିର ମୂଲ୍ୟ ୧ ବିଲିୟନ୍ ଡଲାର ବୋଲି ଆକଳନ କରାଯାଇଥିଲା। ଏଲ୍ ଚାପୋ ସିନାଲୋଆ କାର୍ଟେଲ ଚଳାଇବାବେଳେ ତାଙ୍କୁ କିଏ ଭେଟିପାରିବେ ତାହା ଏସ୍ପୁରୋ ସ୍ଥିର କରୁଥିଲେ। ଡ୍ରଗ୍ସ ଚାଲାଣକାରୀଙ୍କ ସ୍ତ୍ରୀମାନଙ୍କୁ ‘ଅତି କାମୁକ’ ମହିଳା ବିବେଚନା କରାଯାଏ, ଯାହାଙ୍କ ପାଖରେ କିଛି କାମ ନ ଥାଏ। କିନ୍ତୁ ଏସ୍ପୁରୋ ଭିନ୍ନ ଥିଲେ। ମହିଳାମାନେ ମଧ୍ୟ ନିଜ ହାତକୁ କ୍ଷମତା ନେଇପାରନ୍ତି ବୋଲି ସେ ପ୍ରମାଣିତ କରିଥିଲେ। କିନ୍ତୁ ଏକ ଡ୍ରଗ୍ସ କାର୍ଟେଲରେ କ୍ଷମତା ହାସଲ କରିବା କେତେ ବିପଜ୍ଜନକ ବ୍ୟାପାର ତାହା ସେ ଏବେ ଅନୁଭବ କରିପାରୁଛନ୍ତି। ଏସ୍ପୁରୋଙ୍କ କର୍ମ ତାଙ୍କୁ ଭର୍ଜିନିଆର ଆଲେକ୍ଜାଣ୍ଡ୍ରିଆ ସହରସ୍ଥିତ ୱିଲିୟମ୍ ଟ୍ରସ୍ଡେଲ୍ ଆଡଲ୍ଟ ଡେଷ୍ଟିନେଶନ କାରାଗାରକୁ ଟାଣିନେଇଛି। ଏକାନ୍ତ କାରାବାସ ପାଇଁ ଉଦ୍ଦିଷ୍ଟ ଛୋଟ କୋଠାରିଟିର ଝରକାଗୁଡ଼ିକୁ ଆୟତାକାର ଆକାରରେ କାଟି ତା’ ମଧ୍ୟରେ ଏକ ଲାଲ ଇଟା ଗଳିବା ଭଳି ଜାଗା ଛଡ଼ାଯାଇଛି। ସେଠି ସେ ରୋମାଣ୍ଟିକ୍ ଉପନ୍ୟାସ ପଢ଼ି ସମୟ ବିତାଉଛନ୍ତି। ତାଙ୍କ ଓକିଲ ମେରିଏଲ୍ କୋଲୋନ ମିରୋ କହିଛନ୍ତି, ଏସ୍ପୁରୋଙ୍କ ଆଜିର ଜୀବନ ଓ ଅବସ୍ଥା ତାଙ୍କ ପୂର୍ବ ଜୀବନଠାରୁ ସମ୍ପୂର୍ଣ୍ଣ ଓଲଟା। କିଛି ମାସ ତଳେ ସେ ‘ଅଲ୍ ଚାପୋ ଗୁଜ୍ମ୍ୟାନ’ ନାମରେ ଏକ କପଡ଼ା ବ୍ରାଣ୍ଡ ଆରମ୍ଭ କରିବାକୁ ଯୋଜନା କରିଥିଲେ। ମେକ୍ସିକୋରେ ଏହି ଯୋଡ଼ିଙ୍କୁ ଷ୍ଟାଇଲ୍ ଆଇକନ ବିବେଚନା କରାଯାଏ। ତାଙ୍କ ଝିଅ ମଧ୍ୟ ନିଜ ପିତାଙ୍କ ନାଁ ବ୍ୟବହାର କରି ଏକ ଫ୍ୟାଶନ ଇଣ୍ଡଷ୍ଟ୍ରି ଆରମ୍ଭ କରିଛନ୍ତି।
Posted inଅନ୍ତର୍ଜାତୀୟ View All
ପାର୍ଲାମେଣ୍ଟରେ ମରାମରି ହେଲେ ଏମ୍ପି
ଲା ପାଜ୍,୧୦।୬: ପାର୍ଲାମେଣ୍ଟରେ ହୋ ହଲ୍ଲା ଓ ଚପଲ ଫୋପାଡ଼ିବା ଘଟଣା କିଛି ନୂଆ ନୁହେଁ। କିନ୍ତୁ ଚୁଟି ଟଣାଟଣି ସହ ମୁଥ ମରାମରି ହେବା...
୨.୭ କୋଟିର ମୋନାଲିସା ପେଣ୍ଟିଂ
ଲିଓନାର୍ଡୋ ଡା ଭିନ୍ସିଙ୍କ ବିଶ୍ୱପ୍ରସିଦ୍ଧ ମୋନାଲିସା ପେଣ୍ଟିଂର ଅବିକଳ ପ୍ରତିକୃତି ପ୍ୟାରିସ୍ରେ ନିଲାମ ହେଉଥିବାବେଳେ ଏହାକୁ କିଣିବା ପାଇଁ ଲୋକଙ୍କ ମଧ୍ୟରେ କ୍ରେଜ୍ ଦେଖିବାକୁ ମିଳିଛି।...
ଆଡ୍ମିଶନ ପାଇଁ ଯୁବତୀଙ୍କ ସହ ରାତି କାଟିବାକୁ ଅଫର ଦେଉଛି ଏହି ବିଶ୍ୱବିଦ୍ୟାଳୟ, ଜାଣିଲେ କରିବେ ନିନ୍ଦା
ବେଜିଂ,୧୦ା୬: ଚାଇନାର ଏକ ବିଶ୍ୱବିଦ୍ୟାଳୟ ଏବେ କଡ଼ା ବିବାଦର ସମ୍ମୁଖୀନ ହୋଇଛି। ଏହି ବିଶ୍ୱବିଦ୍ୟାଳୟ ଆଡ୍ମିଶନ ପାଇଁ ସୋସିଆଲ ମିଡିଆରେ ଏକ ବିଜ୍ଞାପନ ଦେଇଥିଲା। କିନ୍ତୁ...
ଅନିରୁଦ୍ଧ ଜଗନ୍ନାଥଙ୍କ ପରଲୋକ, ଭାରତରେ ରାଷ୍ଟ୍ରୀୟ ଶୋକ
ନୂଆଦିଲ୍ଲୀ,୫ା୬: ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନ୍ନାଥଙ୍କ ବାପା ତଥା ପୂର୍ବତନ ରାଷ୍ଟ୍ରପତି ଅନିରୁଦ୍ଧ ଜଗନ୍ନାଥ(୯୧)ଙ୍କ ଗୁରୁବାର ପରଲୋକ ହୋଇଯାଇଛି। ତାଙ୍କ ସମ୍ମାନରେ ଭାରତରେ ଶନିବାର ଦିନିକିଆ...
ଜୁନ୍ ୧୫ରୁ ମାସ୍କ ଫ୍ରି ହେବ ଏହି ଦେଶ, ଡିସେମ୍ବରରେ ଆରମ୍ଭ ହୋଇଥିଲା ଟିକାକରଣ
ଜେରୁଜେଲମ,୯ା୬: କରୋନା ଅବଧି ସମୟରେ ଇସ୍ରାଏଲ ବିଶ୍ୱର ପ୍ରଥମ ମାସ୍କ ମୁକ୍ତ ଦେଶ ହେବ। ଏଠାରେ ବନ୍ଦ ସ୍ଥାନରେ ମାସ୍କ ପ୍ରୟୋଗ କରିବାର ନିୟମ ଜୁନ୍...
‘ଆପଲ ଡେଲି’ର ଅପମୃତ୍ୟୁ
ହଂକଂ,୨୪ା୬: ହଂକଂର ନୂଆ ସୁରକ୍ଷା ଆଇନ ଓ ଗଣତନ୍ତ୍ର ସପକ୍ଷବାଦୀ ଲଢ଼େଇ ମଝିରେ ବଳିପଡ଼ିଛି ପ୍ରସିଦ୍ଧ ଦୈନିକ ଖବରକାଗଜ ‘ଆପଲ୍ ଡେଲି’। ୧୯୯୫ ଜୁନ୍ ୨୦ରେ...
୧୦୦ କୋଟି ଡୋଜ୍ ଟିକା ଦେବ ଜି ୭
କାର୍ବିସ୍ ବେ, ୧୪।୬: ବ୍ରିଟେନରେ ଚାଲିଥିବା ଜି ୭ ରାଷ୍ଟ୍ରଗୋଷ୍ଠୀ ସମ୍ମିଳନୀ ରବିବାର ଶେଷ ହୋଇଛି। ଗରିବ ରାଷ୍ଟ୍ରଗୁଡ଼ିକୁ ୧୦୦ କୋଟିରୁ ଊର୍ଦ୍ଧ୍ୱ କୋଭିଡ୍ ଟିକା...
ବନ୍ୟାରେ ଭାସିଗଲା କାର୍, ଉଦ୍ଧାର କରିବା ପାଇଁ ପାଣିକୁ ଡେଇଁଲେ ମହିଳା, ଆଉ ତା’ ପରେ…
ଆମେରିକାର ଟେକ୍ସାସରେ ହୋଇଥିବା ବନ୍ୟା ପାଣିରେ ଏକ କାର୍ ଭାସିଗଲା। ଜଣେ ମହିଳା ଏହି କାର୍କୁ ପାଣିରୁ ଉଦ୍ଧାର କରିବା ପାଇଁ ପାଣିକୁ ଡେଇଁ ପଡ଼ିଥିଲେ।...


