ଓ୍ବିଣ୍ଡ୍ହୋକ୍,୧୦।୬: ପୃଥିବୀର ବୃହତ୍ ସ୍ତନ୍ୟପାୟୀ ପ୍ରାଣୀ ଅଧା ପୃଥିବୀ ବୁଲି ଏବେ ରେକର୍ଡ କରିଛି। ଏହି ହେଉଛି ଏକ ଗ୍ରେ ହ୍ବେଲ୍(ଧୂସର ତିମି)। ଇତିମଧ୍ୟରେ ତିମିଟି ୨୦ ହଜାର କିଲୋମିଟର ସମୁଦ୍ରରେ ବୁଲି ସାରିଲାଣି। ୨୦୧୩ରେ ଏହି ତିମିକୁ ଆଫ୍ରିକାର ନାମ୍ବିଆ ସମୁଦ୍ର ଉପକୂବର୍ତ୍ତୀ ଅଞ୍ଚଳରେ ଦେଖିବାକୁ ମିଳିଥିଲା। ଆଟଲାଣ୍ଟିକ୍ ସାଗରର ଥଣ୍ଡାପାଣିରେ ଏହି ପ୍ରଜାତିର ତିମି ବାସ କରନ୍ତି। ଏହି ପ୍ରଜାତିର ବାୟୋଲୋଜିକାଲ ନାମ ହେଉଛି ଏସ୍କ୍ରିଚିୟସ୍ ରୋବଷ୍ଟସ୍। ତିମିଟି ଉତ୍ତର ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଥିବା ସମ୍ପର୍କରେ ବ୍ରିଟେନ୍ର ଡରହମ ବିଶ୍ୱବିଦ୍ୟାଳୟର ପ୍ରଫେସର ରସ୍ ହୋଲ୍ଜେଲ୍ କହିଛନ୍ତି। ତିମିର ନମୁନା ପରୀକ୍ଷା କରି ଏହା ଜଣାପଡ଼ିଥିବା ସେ କହିଛନ୍ତି।କ ଏହା ଏକ ଅଣ୍ଡିରା ତିମି। ପୃଥିବୀର ପରିଧି ୪୦ ହଜାର କିଲୋମିଟର ଅଧିକ ଥିବାବେଳେ ତିମିଟି ଏହାର ଅଧା ଅତିକ୍ରମ କରିସାରିଛି। ଏହା ପୂର୍ବରୁ ଏକ ବ୍ଲୁ ହ୍ବେଲ୍ ୭ ହଜାର କିଲୋମିଟର ଅତିକ୍ରମ କରିଥିଲା।
Posted inଅନ୍ତର୍ଜାତୀୟ, ଫୁରସତ View All
ବରଙ୍କ ନାମ ସମାଜବାଦ, କନ୍ୟାଙ୍କ ନାମ ମମତା ବାନାର୍ଜୀ; ଜାଣନ୍ତୁ କେବେ ପଡ଼ିବ ହାତଗଣ୍ଠି
ତାମିଲନାଡୁର ସେଲମ ଜିଲାରୁ ଏମିତି ଏକ ବିବାହ ଖବର ସାମ୍ନାକୁ ଆସିଛି ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି। ଚର୍ଚ୍ଚାର ମୁଖ୍ୟ କାରଣ ହେଲା ବର...
୧୮ ହଜାର କିଲୋଗ୍ରାମ୍ର ବିରାଟ ବୋମା ପରୀକ୍ଷା କଲା ଆମେରିକା, ସମୁଦ୍ରରେ ସୃଷ୍ଟି ହେଲା ଭୂକମ୍ପ…
ଓ୍ବାଶିଂଟନ,୨୧।୬: ଚାଇନା ନିଜର ସାମୁଦ୍ରିକ ଶକ୍ତି ବୃଦ୍ଧି କରିବାରେ ଲାଗିଛି। ଏପରିସ୍ଥଳେ ଆମେରିକା ନିଜର ଶକ୍ତି ପ୍ରଦର୍ଶନ କରିବା ସହିତ ସମୁଦ୍ରରେ ୧୮ ହଜାର କିଲୋଗ୍ରାମ୍ର...
ଜେନେଭାରେ ବାଇଡେନ୍-ପୁଟିନ୍ ସମିଟ୍
ଜେନେଭା, ୧୭।୬: ଆମେରିକା ଓ ରୁଷିଆ ମଧ୍ୟରେ ଦୀର୍ଘ ବର୍ଷ ହେଲା ଉତ୍ତେଜନା ଲାଗି ରହିଥିବାବେଳେ ଜେନେଭା ସମ୍ମିଳନୀ ଅବସରରେ ଦୁଇ ରାଷ୍ଟ୍ରପତି ଜୋ ବାଇଡେନ୍...
ବାଘ, ସିଂହର କରୋନା ମୃତ୍ୟୁ
ରାଞ୍ଚି/ଚେନ୍ନାଇ: ତାମିଲନାଡୁର ଭଣ୍ଡାଲୁରସ୍ଥିତ ଆରିଗ୍ନାର ଆନ୍ନା ଜାତୀୟ ଉଦ୍ୟାନରେ ୯ ସିଂହ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୯ ବର୍ଷର ଏକ ମାଈ...
କୋଶଳାଶୁଣୀ ଜଙ୍ଗଲ
ବୃକ୍ଷ ହିଁ ଜୀବନ। ହେଲେ ଦିନକୁ ଦିନ ଜଙ୍ଗଲରୁ ବହୁଳମାତ୍ରାରେ ଗଛ କଟା ହେବା ଯୋଗୁ ଜଙ୍ଗଲ କ୍ଷୟ ହେଉଛି। ଏଥିଯୋଗୁ ପ୍ରକୃତି ତା’ର ଭାରସାମ୍ୟ...
ନେହେରୁଙ୍କ ଚିଠି ଇନ୍ଦିରାଙ୍କ ପାଇଁ…
ବାପା, ନିଜର ଲହୁ ଲୁହକୁ ଏକ କରି ଗଢ଼ନ୍ତି ସନ୍ତାନର ଭବିଷ୍ୟତ। ତାଙ୍କ ଅନୁଶାସନ, ପଥନିଦର୍ଶନ ପାଇଁ ହିଁ ପିଲାମାନେ ପହଞ୍ଚତ୍ପାରନ୍ତି ଲକ୍ଷ୍ୟସ୍ଥଳରେ। ଭାରତର ଲୌହ...
ବାହାର ଲୋକଙ୍କୁ ହଜ୍ ମନା: ସାମିଲ ହେବେ ୬୦ ହଜାର ଲୋକ
ଦୁବାଇ,୧୨ା୬: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ସାଉଦି ଆରବରେ ଅନୁଷ୍ଠିତ ହେବାକୁ ଥିବା ମୁସଲମାନ ସମ୍ପ୍ରଦାୟର ପବିତ୍ର ହଜ୍ ତୀର୍ଥଯାତ୍ରାରେ ୬୦ ହଜାର...
ବିଦ୍ୟୁତ୍ତାରରେ କଳାକୌଶଳ ପ୍ରଦର୍ଶନ କରୁଛି କୁକୁର
ସୋସିଆଲ ମିଡିଆରେ ବେଳେବେଳେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥାଏ ଯାହା କଳ୍ପନା ବାହାରେ ଥାଏ। ସେହିପରି ଟୁଇଟରରେ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।...


