ଭୁବନେଶ୍ୱର,୬।୬(ବ୍ୟୁରୋ): ରାଜ୍ୟରେ ଏବେ ତୃତୀୟ ପର୍ଯ୍ୟାୟ ଟିକାକରଣ ଜାରି ରହିଛି। ଏଥିରେ ୧୮ରୁ ୪୪ ବର୍ଷ ବର୍ଗର ଲୋକଙ୍କୁ ଟିକା ଦିଆଯାଉଛି। ତେବେ ଏହା କେବଳ ମେ’ ମାସରେ ଆରମ୍ଭ ହୋଇଥିଲେ ବି ମାତ୍ର ୫ଟି ମହାନଗର ନିଗମ ଓ ୬ ଜିଲା ସଦର ମହକୁମା ପୌରାଞ୍ଚଳ ଓ ଏନ୍ଏସିରେ ଟିକାକରଣ ଚାଲିଥିଲା। ଏବେ ଏହା ଅଧିକ ଜିଲାକୁ ସମ୍ପ୍ରସାରିତ କରାଯାଇଛି। ଆଉ ୨୨ଟି ଜିଲା ସଦର ମହକୁମା ପୌରାଞ୍ଚଳ ଓ ଏନ୍ଏସିକୁ ସମ୍ପ୍ରସାରିତ କରାଯାଇଛି। ଏ ନେଇ ସ୍ବାସ୍ଥ୍ୟ ବିଭାଗ ଅତରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲାପାଳ, ମହାନଗର ନିଗମ, ଜିଲା ଚିକିତ୍ସାଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି। ଚଳିତ ମାସରେ ରାଜ୍ୟକୁ ୬,୪୫,୭୯୦ ଡୋଜ୍ କୋଭିଶିଲ୍ଡ ଟିକା ଆସୁଛି। ପ୍ରଥମ ଡୋଜ୍ ପାଇଁ ଜିଲାଗୁଡ଼ିକୁ ନିଜ ନିଜର ଆବଶ୍ୟକତା ଅନୁସାରେ ଏହି ଟିକା ବଣ୍ଟନ କରାଯିବ। ଫଳରେ ୧୮ରୁ ୪୪ ବର୍ଷ ବୟସ ବର୍ଗର ଲୋକଙ୍କୁ ଟିକା ଦେବା ସହଜ ହେବ ବୋଲି ଚିଠିରେ ଦର୍ଶାଯାଇଛି।
ଦାନ ମାଝିଙ୍କ ଝିଅ ମାଟ୍ରିକ ପାସ୍ କଲେ
ଭୁବନେଶ୍ୱର,୨୫।୬: ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଶୁକ୍ରବାର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସେସ୍(କିସ୍)ରେ ପଢୁଥିବା ବହୁ...
ନବମ, ଦଶମ ଶ୍ରେଣୀ ସିଲାବସ୍ କମିବ
ଭୁବନେଶ୍ୱର,୨୩ା୬(ବ୍ୟୁରୋ): କରୋନା ମହାମାରୀ ଯୋଗୁ ଚଳିତବର୍ଷ ବି ନବମ,ଦଶମ ଶ୍ରେଣୀର ସିଲାବସ୍ କମିବ। ନବମ ଓ ଦଶମ ଶ୍ରେଣୀର ୩୦% ସିଲାବସ ହ୍ରାସ କରାଯିବ। ସିଲାବସ୍...
ଦିଆସିଲି କାଠିରେ ସାଇକେଲ ପ୍ରତିକୃତି
ପୁରୀ ଅଫିସ,୩।୬: ଜୁନ ୩ ତାରିଖକୁ ସାରା ବିଶ୍ୱରେ ୱାର୍ଲଡ ସାଇକେଲ ଦିବସ ଭାବେ ପାଳନ କରାଯାଏ। ସାଇକେଲ ଚଳାଇବା ଦ୍ୱାରା ସ୍ବାସ୍ଥ୍ୟ ଠିକ ରହିବା...
୧୦ରେ ବର୍ଷର ପ୍ରଥମ, ଶେଷ ବଳୟ ସୂର୍ଯ୍ୟୋପରାଗ
ଭୁବନେଶ୍ୱର, ୬।୬ (ବ୍ୟୁରୋ): ଆସନ୍ତା ୧୦ ତାରିଖରେ ୨୦୨୧ର ପ୍ରଥମ ତଥା ଶେଷ ସୂର୍ଯ୍ୟୋପରାଗ ସଙ୍ଗଠିତ ହେବ। ଏହି ବଳୟ ସୂର୍ଯ୍ୟୋପରାଗ ଉତ୍ତର କାନାଡା, ଗ୍ରୀନ୍ଲାଣ୍ଡ...
ଏମ୍କେସିଜି ମେଡିକାଲରେ ଅଦ୍ଭୁତ ଶିଶୁ ଜନ୍ମ
ବ୍ରହ୍ମପୁର ଅଫିସ,୧୭ା୬: ବ୍ରହ୍ମପୁର ବଡ଼ ମେଡିକାଲରେ ବୁଧବାର ଏକ ଅଦ୍ଭୁତ ଶିଶୁ ଜନ୍ମ ହୋଇଛି। ଶିଶୁର ନାକ ନ ଥିବା ବେଳେ ଗୋଟିଏ ଜାଗାରେ ଦୁଇଟି...
ମଦ୍ରାସା ପରୀକ୍ଷାରେ ସମସ୍ତେ ପାସ୍
ଭୁବନେଶ୍ୱର,୨୫।୬(ବ୍ୟୁରୋ): ଓଡ଼ିଶା ରାଜ୍ୟ ମଦ୍ରାସା ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମୌଲବୀର ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଭୁବନେଶ୍ୱର ୟୁନିଟ୍-୯ ସ୍ଥିତ ଉର୍ଦ୍ଦୁଭବନ ପରିସରରେ...
କିନ୍ନର ଚିନ୍ମୟୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଫୋନ୍, ପ୍ରଶଂସା
ଛେଣ୍ଡିପଦା,୫।୬(ସ୍ବ.ପ୍ର.): ୫୦ କିଲୋମିଟର ଦୂରରେ ଥିଲେ ମଧ୍ୟ ଫୋନ୍ କଲ୍ଟିଏ ପାଇ କୋଭିଡ୍ ସଂକ୍ରମିତଙ୍କ ମୃତଦେହ ସଂସ୍କାର ନିମନ୍ତେ ପହଞ୍ଚିଯାଉଥିବା ଅନୁଗୋଳ ଜିଲା ଜରପଡ଼ାର ସାମାଜିକ...
ଅଖାରେ ପୂରାଇ ଶିଶୁକନ୍ୟାଙ୍କୁ ଫୋପାଡ଼ି ଦେଲେ
ବଡ଼ବିଲ,୯।୬ : କେନ୍ଦୁଝର ଜିଲା ବଡ଼ବିଲ ଥାନା ଭଦ୍ରାସାହି ପଞ୍ଚାୟତ ୪ନଂ. ଓ୍ବାର୍ଡ ଅନ୍ତର୍ଗତ ଭୁଷୁଗାଁରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି। ଏକ ଜରି...


