ବ୍ରହ୍ମପୁର ଅଫିସ,୧୭ା୬: ବ୍ରହ୍ମପୁର ବଡ଼ ମେଡିକାଲରେ ବୁଧବାର ଏକ ଅଦ୍ଭୁତ ଶିଶୁ ଜନ୍ମ ହୋଇଛି। ଶିଶୁର ନାକ ନ ଥିବା ବେଳେ ଗୋଟିଏ ଜାଗାରେ ଦୁଇଟି ଆଖି ରହିଛି। ଶିଶୁକନ୍ୟାଟି ମୃତ ଅବସ୍ଥାରେ ଜନ୍ମ ହୋଇଥିବା ଏମ୍କେସିଜି ମେଡିକାଲ ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡା.ସୁନୀଲ କୁମାର ଅଗ୍ରୱାଲ୍ ସୂଚନା ଦେଇଛନ୍ତି। ଏଭଳି ଅଦ୍ଭୁତ ଶିଶୁ ଜନ୍ମଗ୍ରହଣ ଏମ୍କେସିଜି ମେଡିକାଲରେ ପ୍ରଥମ ବୋଲି କୁହାଯାଉଛି। ଜେନେଟିକ୍ ସମସ୍ୟା ଯୋଗୁ ଶରୀର ଗଠନରେ ଅସୁବିଧା ଦେଖାଯିବା ସହ ଏଭଳି ସମସ୍ୟା ହୋଇଥାଏ ବୋଲି ଡା. ଅଗ୍ରୱାଲ କହିଛନ୍ତି। କନ୍ଧମାଳ ଜିଲା କ.ନୂଆଗଁା ଥାନା ଅନ୍ତର୍ଗତ ଡାମେରକିଆ ଗ୍ରାମର ଗୌତମ ଦୀପ୍ଙ୍କ ସ୍ତ୍ରୀ ଯସ୍ମିନ୍ଙ୍କୁ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତି କରାଯାଇଥିଲା। ବୁଧବାର ମଧ୍ୟାହ୍ନରେ ସେ ପ୍ରସବ ବେଦନା ଅନୁଭବ କରିବାରୁ ତାଙ୍କୁ ଲେବର୍ ରୁମ୍କୁ ନିଆଯାଇଥିଲା। ସେଠାରେ ଡାକ୍ତରଙ୍କ ପରୀକ୍ଷା ପରେ ଗର୍ଭରେ ଥିବା ସନ୍ତାନର ସେଭଳି କୌଣସି ପ୍ରତିକ୍ରିୟା ଜଣାପଡ଼ୁ ନ ଥିଲା। ଏଣୁ ଶିଶୁଟିର ମୃତ୍ୟୁ ଘଟିଥିବା ଡାକ୍ତରମାନେ ଅନୁମାନ କରିଥିଲେ। ମା’ର ଜୀବନ ବଞ୍ଚାଇବା ପାଇଁ ଶେଷରେ ଅସ୍ତ୍ରୋପଚାର କରାଯାଇଥିଲା। ପରେ ଡାକ୍ତରମାନେ ଶିଶୁକୁ ମୃତ ଘୋଷଣା କରିଥିଲେ।
Posted inଆମ ଜିଲା ଖବର, ଗଞ୍ଜାମ, ରାଜ୍ୟ View All
ଲଘୁଚାପ: ଗୁରୁବାରଠାରୁୁ ବର୍ଷିବ
ଭୁବନେଶ୍ୱର, ୯।୬(ବ୍ୟୁରୋ): ଉତ୍ତର ବଙ୍ଗୋପସାଗର ଏବଂ ତାର ଆଖପାଖ ଅଞ୍ଚଳରେ ଆସନ୍ତା ୧୧ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏଥିସହ...
ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ
ଭୁବନେଶ୍ୱର,୨୩ା୬(ବ୍ୟୁରୋ): ୨୦୨୨ ମାର୍ଚ୍ଚ ୧୦ରେ ପଞ୍ଚାୟତ ପ୍ରତିନିଧିଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ମାତ୍ର ଏ ପର୍ଯ୍ୟନ୍ତ ରାଜ୍ୟ ସରକାର ଓ୍ବାର୍ଡ ପୁନର୍ଗଠନ ଓ ସ୍ଥାନ...
ରାଜ୍ୟରେ କରୋନାର ଭୟଙ୍କର ସ୍ଥିତି: କେବଳ ଖୋର୍ଦ୍ଧାରୁ…
ଭୁବନେଶ୍ୱର,୧।୬(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଛି। ପରିସ୍ଥିତି ଭୟଙ୍କର ହେବାରେ ଲାଗିଛି। ମଙ୍ଗଳବାର ରାଜ୍ୟରେ ୮,୭୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।...
ମାଓବାଦୀ ଦମ୍ପତିଙ୍କ ଆତ୍ମସମର୍ପଣ
ଏମ୍ଭି ୭୯,୧୩ା୬: ମାଲକାନଗିରି ସୀମାନ୍ତ ଛତିଶଗଡ଼ର କାଣ୍ଡକାପାରା ପୋଲିସ ନିକଟରେ ଶନିବାର ଅପରାହ୍ନରେ ଏକ ମାଓବାଦୀ ଦମ୍ପତି ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ କୋରସା ଲାଚୁ(୩୨)...
ଥମୁନି ମୃତ୍ୟୁ ସଂଖ୍ୟା: ଦିନକରେ କରୋନା ନେଲା ୪୪ ଜୀବନ
ଭୁବନେଶ୍ୱର,୧୬।୬(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ୪୪ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୦୪୩୨ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର...
ନିଜ ଦରମାରୁ ରନ୍ଧାଖାଦ୍ୟ ଦେଉଛନ୍ତି କୃଷ୍ଣଚନ୍ଦ୍ର
ଭୁବନେଶ୍ୱର,୭ା୬(ବ୍ୟୁରୋ): କରୋନା ସଙ୍କଟ ଭିତରେ ଓଡ଼ିଶା, ଭାରତ ସମେତ ସମଗ୍ର ବିଶ୍ୱ ଫସି ରହିଛି। ଲକ୍ଷ ଲକ୍ଷ ଲୋକ ରୋଜଗାର ହରାଇ ଭୋକରେ ରହୁଥିବାବେଳେ ଏଭଳି...
ମହିଳା ଉଦ୍ୟୋଗୀଙ୍କ ପାଇଁ ଋଣ ଉପରେ ୫% ସୁଧ ଛାଡ଼ ହେବ
ଭୁବନେଶ୍ୱର,୨୩ା୬(ବ୍ୟୁରୋ): କୋଭିଡ୍-୧୯ ମହାମାରୀରେ ଗୁରୁତର ଭାବେ ପ୍ରଭାବିତ ହୋଇଥିବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ଉପରୁ ରାଜ୍ୟ ସରକାର ଋଣ ଭାର କମ୍...
ତୈଳ, ଗ୍ୟାସ ବିତରଣକାରୀଙ୍କୁ ଟିକା
ଭୁବନେଶ୍ୱର,୩।୬(ବ୍ୟୁରୋ): ଭୁବନେଶ୍ୱରଠାରେ ଇଣ୍ଡିଆନ ଅଏଲ ଏବଂ ଆପୋଲୋ ହସ୍ପିଟାଲ ସହଯୋଗରେ ଆୟୋଜିତ ୭ଦିନିଆ ‘କୋଭିଡ୍-୧୯ ଟିକାକରଣ ଶିବିର’କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଉଦ୍ଘାଟନ କରିଛନ୍ତି...


