କଟକ ଅଫିସ,୭।୬: ଚାଉଳିଆଗଞ୍ଜ ପୋଲିସ ୨ଜଣ ସାଇବର ଠକଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଦ୍ୱୟ ହେଉଛନ୍ତି ପୁରୀ ସତ୍ୟବାଦୀ ଥାନା ଅନ୍ତର୍ଗତ ହିରଣପଡ଼ା ଅଞ୍ଚଳର ସୁପ୍ରଭାତ ମହାପାତ୍ର (୨୬) ଏବଂ ଜଗତସିଂହପୁର ବିରିଡ଼ି ଥାନା ଅଧୀନ ମଙ୍ଗୁଳି ଅଞ୍ଚଳର ତନ୍ମୟ କୁମାର ବେହେରା (୨୪)। ପୋଲିସ ସେମାନଙ୍କ ପାଖରୁ ନଗଦ ୧ଲକ୍ଷ ୯ ହଜାର ଟଙ୍କା, ୩ଟି ମୋବାଇଲ ଫୋନ୍, ୪ଟି ସିମ୍ ସମେତ ଗୋଟିଏ ବାଇକ୍ (ନଂ. ଓଡି ୧୩ କେ ୯୩୯୯) ଜବତ କରିଛି।
ଡିସିପି ପ୍ରତୀକ୍ ସିଂଙ୍କ ସୂଚନା ଅନୁଯାୟୀ, ନୂଆବଜାର ଅଞ୍ଚଳର ରବି ନାରାୟଣ ମହାପାତ୍ରଙ୍କ ପାଖକୁ ଗତ ୩ତାରିଖରେ ଏକ ନିର୍ଦ୍ଦିଷ୍ଟ ନମ୍ବରରୁ ଫୋନ୍ କଲ ଆସିଥିଲା। ସମ୍ପୃକ୍ତ ବ୍ୟକ୍ତି ନିଜକୁ ଏସ୍ବିଆଇ ବ୍ରାଞ୍ଚ ମ୍ୟାନେଜର ବୋଲି ପରିଚୟ ଦେବା ସହ ରବିଙ୍କ ନାମରେ ଏକ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଏକ ଇନ୍ସ୍ୟୁରାନ୍ସ ପଲିସି ଚେକ୍ ଆସିଥିବା କହିଥିଲେ। ଏହି ଚେକ୍ କ୍ଲିୟରାନ୍ସ ପାଇଁ ୪୫ ହଜାର ଟଙ୍କା ପଠାଇବାକୁ କହିଥିଲେ। ରବି ତାଙ୍କ କଥାକୁ ବିଶ୍ୱାସ କରି ଦୁଇଟି ଆକାଉଣ୍ଟକୁ ପ୍ରଥମେ ୩୦ହଜାର ଓ ପରେ ୧୫ହଜାର ଟଙ୍କା ପଠାଇଥିଲେ। ସମ୍ପୃକ୍ତ ବ୍ୟକ୍ତି ଟଙ୍କା ପାଇବା ପରେ ଫୋନ୍ ସୁଇଚ୍ ଅଫ୍ କରିଦେଇଥିଲେ ବୋଲି ରବି ତାଙ୍କ ଅଭିଯୋଗପତ୍ରରେ ଦର୍ଶାଇଥିଲେ। ଏ ନେଇ ଚାଉଳିଆଗଞ୍ଜ ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିଲା। ପ୍ରଥମେ ଯେଉଁ ଦୁଇଟି ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଥିଲା ତାହା ସୁପ୍ରଭାତଙ୍କର ବୋଲି ଜଣାପଡ଼ିଥିଲା। ଏହାପରେ ଶନିବାର ଅଭିଯୁକ୍ତ ସୁପ୍ରଭାତ ଓ ତାଙ୍କ ସାଥୀ ତନ୍ମୟଙ୍କୁ ପୋଲିସ ଗିରଫ କରିଥିଲା। ସେମାନଙ୍କ ବିରୋଧରେ କେସ୍ ନଂ. ୪୧୯/୨୧ ଓ ୪୨୦/୨୧ ରୁଜୁ କରାଯାଇଛି। ପୂର୍ବରୁ ସୁପ୍ରଭାତଙ୍କ ନାମରେ ବିଭିନ୍ନ ଥାନାରେ ମୋଟ ୨୪ଟି ମାମଲା ରହିଛି।
Posted inଅପରାଧ, ଆମ ଜିଲା ଖବର, କଟକ View All
୮ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣରେ ବିଳମ୍ବ
ଯାଜପୁର ଅଫିସ,୧୮।୬: ସରକାରୀ ରିପୋର୍ଟ ଅନୁଯାୟୀ ୧୯୯୯ ଅକ୍ଟୋବର ୨୯ ମହାବାତ୍ୟାରେ ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ରାଜ୍ୟ ସରକାର ବାତ୍ୟା...
ଯୋଗାଣ କର୍ମଚାରୀଙ୍କୁ ଅଫିସରୁ ବାହାର କରି ଧାରଣା ଦେଲା ଓକିଲ ସଂଘ
ବରଗଡ଼ ଅଫିସ,୨୩।୬: ବରଗଡ଼ ଜିଲାରେ ରବି ଧାନ ବିକ୍ରି ସମସ୍ୟା ଅସମାହିତ ହୋଇ ରହି ଯାଇଛି । ମଣ୍ଡିକୁ ବିକ୍ରି ପାଇଁ ଚାଷୀମାନେ ଧାନ ଆଣୁଥିଲେ...
ମଉଳିଲା ରଜମଉଜ
କାମାକ୍ଷାନଗର, ୧୬।୬(ଡି.ଏନ.ଏ.) – କରୋନା ଆସିବା ଦିନରୁ ଓଡ଼ିଆ ଘରର ସବୁ ପର୍ବପର୍ବାଣି ମଉଳିଯାଇଛି। ଜନସମାଗମ ଉପରେ କଟକଣା ଜାରି କରାଯାଇଥିବାରୁ ଏକାଠି ହୋଇ ଉତ୍ସବ...
ପାଣି ପିଇ ହେଉନି, ଖାଦ୍ୟ ରୁଚୁନି: ଲୁଣିପାଣି କବଳରେ ବ୍ରାହ୍ମଣୀ, ବିରୂପା ଓ ଗେଙ୍ଗୁଟି ଦ୍ୱୀପାଞ୍ଚଳ
ଯାଜପୁର ଅଫିସ/ବରୀ(ଡି.ଏନ.ଏ.),୬।୬: ଯାଜପୁର ଜିଲା ବରୀ ବ୍ଲକର ବ୍ରାହ୍ମଣୀ, ବିରୂପା ଓ ଗେଙ୍ଗୁଟି ଦ୍ୱୀପାଞ୍ଚଳରେ ମାଟି ଅଳ୍ପ ଖୋଳିଲେ ବାହାରୁଛି ଲୁଣି ପାଣି। ସେହି ପାଣି...
କୋଭିଡ୍ କେୟାର ସେଣ୍ଟର ଉଦ୍ଘାଟନକୁ ନେଇ ବିଜେଡି ଏମ୍ପି-ବିଧାୟକ ମୁହାଁମୁହିଁ
ପାଲଲହଡ଼ା,୫ା୬(ଡି.ଏନ୍.ଏ.): ଶନିବାର ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡ ସଦରମହାକୁମାଠାରେ କୋଭିଡ୍ କେୟାର ସେଣ୍ଟର ଉଦ୍ଘାଟନକୁ ନେଇ ଢେଙ୍କାନାଳ ଏମ୍ପି ମହେଶ ସାହୁ ଏବଂ ପାଲଲହଡ଼ା ବିଧାୟକ...
ବେକରେ ରଶି ଲଗାଇ ଗାଁରେ ବୁଲାଇଲା କଙ୍ଗାରୁ କୋର୍ଟ
ଝାରସୁଗୁଡ଼ା ଅଫିସ,୧୬ା୬: ଦୋଷୀଙ୍କୁ ଦଣ୍ଡ ବିଧାନ ପାଇଁ ଥାନା, କୋର୍ଟ ଆଦିର ବ୍ୟବସ୍ଥା ରହିଛି। କିନ୍ତୁ ଲୋକେ ଏହା ନ କରି ଆଇନ ହାତକୁ ନେଇ...
କିସ୍ତି ଶୁଝିବା ଚିନ୍ତାରେ ଋଣଗ୍ରହୀତା
ପୁରୀ ଅଫିସ,୧ା୬: କିସ୍ତି ଟଙ୍କା ଦେବା ପାଇଁ ଋଣ ଗ୍ରହୀତାମାନେ ଚାପରେ ପଡ଼ି ନୟାନ୍ତ ହେଲେଣି। ଋଣ ଆଦାୟ ପାଇଁ କ୍ଷୁଦ୍ର ଅର୍ଥଲଗାଣକାରୀ ସଂସ୍ଥା ଓ...
ଏନ୍କାଉଣ୍ଟରରେ ମହିଳା ମାଓବାଦୀ ନିହତ
ମାଲକାନଗିରି/ଏମ୍ଭି୭୯,୧୮ା୬: ପୋଲିସ ଏନ୍କାଉଣ୍ଟରରେ ଶୁକ୍ରବାର ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରୁ ବନ୍ଧୁକ ସମେତ ବହୁ ମାଓବାଦୀ ସାମଗ୍ରୀ ପୋଲିସ ଜବତ କରିଛି। ମିଳିଥିବା...


