ନୂଆଦିଲ୍ଲୀ,୭।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଲକ୍ଡାଉନ୍ ପ୍ରଭାବରୁ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା କମିବାରେ ଲାଗିଛି। ୬୧ ଦିନ ପରେ ଦେଶରେ ନୂଆ କରୋନା ଆକ୍ରାନ୍ତ ସର୍ବନିମ୍ନରେ ପହଞ୍ଚିଛି। ରବିିବାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧୪ ହଜାର ୪୬୦ ଥିବାବେଳେ ମୃତକଙ୍କ ସଂଖ୍ୟା ୨,୬୭୭ ଥିଲା । ତେବେ ସୋମବାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ସହିତ ମୃତକଙ୍କ ସଂଖ୍ୟା କମିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୬୩୬ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୨,୪୨୭ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୧ ଲକ୍ଷ ୭୪ ହଜାର ୩୯୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅପରପକ୍ଷରେ ୧୪ ଲକ୍ଷ ୧ ହଜାର ୬୦୯ ଜଣ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ୨୩ କୋଟି ୨୭ ଲକ୍ଷ ୮୬ ହଜାର ୪୮୨ ଲୋକଙ୍କୁ ଟିକାଦାନ କରାଯାଇ ସାରିଛି। ଅପରପକ୍ଷରେ ୩୬ କୋଟି ୬୩ ଲକ୍ଷ ୩୪ ହଜାର ୧୧୧ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍ଆର ପକ୍ଷରୁ କୁହାଯାଇଛି।
Posted inକରୋନା ଭାଇରସ୍, ଜାତୀୟ View All
ମୁଁ ସିଂହର ପୁଅ: ଚିରାଗ
ନୂଆଦିଲ୍ଲୀ, ୧୬।୬: ମୁଁ ଅସୁସ୍ଥ ଥିଲା ବେଳେ ମୋ ପଛରେ ଷଡ଼ଯନ୍ତ୍ର ଚାଲିଥିଲା। ଦଳରେ ଫାଟ ସୃଷ୍ଟି ହେବା ପରେ ପ୍ରଥମ ଥର ପାଇଁ ବୁଧବାର...
ୟୁପିରେ ଲଗାଣ ବର୍ଷା ସାମ୍ନାକୁ ଆଣିଲା ଆଉ ଏକ କବରସ୍ଥାନ
ଲକ୍ଷ୍ନୌ, ୨୪।୬: ମୌସୁମୀ ବର୍ଷା ଯୋଗୁ ବୃଦ୍ଧିପାଇଛି ଗଙ୍ଗାନଦୀର ଜଳସ୍ତର। ଏଥି ଯୋଗୁ ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ପ୍ରୟାଗରାଜରେ ଲୁକାୟତ ଥିବା ଆଉ ଏକ କବରସ୍ଥାନ।...
ଟିକା ଯୋଗୁ ଦେଶରେ ଗଲା ପ୍ରଥମ ଜୀବନ
ନୂଆଦିଲ୍ଲୀ,୧୫।୬: ଦେଶରେ କରୋନା ଟିକାକରଣ ପ୍ରକ୍ରିୟା ଜାରି ରହିଛି। ଜାନୁଆରୀ ୧୬ରୁ ଭାରତରେ କରୋନା ଟିକାକରଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏପର୍ଯ୍ୟନ୍ତ ପ୍ରାୟ ୨୬କୋଟିରୁ...
‘ଲୋକପ୍ରିୟତା ପାଇବା ପାଇଁ ଆବେଦନ କରିଥିଲେ ଜୁହି’
ନୂଆଦିଲ୍ଲୀ,୪।୬ : ଦେଶରେ ୫ଜି ନେଟୱର୍କ ବ୍ୟବସ୍ଥା ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ବଲିଉଡ ଅଭିନେତ୍ରୀ ଜୁହି ଚାୱଲା ଆବେଦନ କରିଥିଲେ। ଏହି ଆବେଦନକୁ ଶୁକ୍ରବାର କୋର୍ଟ...
ଭାରତର ପ୍ରତିନିଧିତ୍ୱ କରିବେ କିନ୍ନର ଶ୍ରୁତି
ଏକାଧିକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ବିଜୟୀ ହୋଇଥିବା କେରଳର ଟ୍ରାନ୍ସଜେଣ୍ଡର ମଡେଲ ଶ୍ରୁତି ସିତାରା ଆଉ ଏକ ସଫଳତା ହାସଲ କରିଛନ୍ତି। ଲଣ୍ଡନରେ ଆସନ୍ତା ୧୨ ତାରିଖରେ...
ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୩୦୦୦ ଟପିଲା
ଭୁବନେଶ୍ୱର,୭ା୬(ବ୍ୟୁରୋ): ସୋମବାର ରାଜ୍ୟରୁ ୪୧ ଜଣଙ୍କ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୦୩୫କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...
ଦ୍ୱାଦଶ ପରୀକ୍ଷା ବାତିଲ କରିବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ, ୧।୬: ଦ୍ୱାଦଶ ବୋର୍ଡ ପରୀକ୍ଷା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ବୈଠକ ବସିବ। ଏଥିରେ ପରୀକ୍ଷା ହେବ କି...
ମିନେରାଲ ବଦଳରେ ଗ୍ରାହକଙ୍କୁ ଏସିଡ୍ ଦେଲେ ଦୋକାନୀ
କୁଲଗାମ(କଶ୍ମୀର),୯।୬ : ଦକ୍ଷିଣ କଶ୍ମୀରର କୁଲଗାମ ଜିଲାର ଜଣେ ତହସିଲଦାର ବୁଧବାର ଏକ ଦୋକାନରୁ ମିନେରାଲ ପାଣି ବୋତଲ କିଣିଥିଲେ। କିନ୍ତୁ ପାଣି ବଦଳରେ ଭୁଲ...


