ଭୁବନେଶ୍ୱର,୭।୬(ବ୍ୟୁରୋ): ଜଳଛାୟା ଅଞ୍ଚଳରେ ନିରନ୍ତର ଜୀବିକା ସୃଷ୍ଟି ଓ ସମନ୍ବିତ ବିକାଶ ପାଇଁ ରାଜ୍ୟ ସରକାର ନୂଆ ପରିକଳ୍ପନା ଆରମ୍ଭ କରିଛନ୍ତି। ଏହି ପ୍ରକଳ୍ପର ନାଁ ରହିଛି ‘ରିଜୁଭେନେଟିଂ ୱାଟରଶେଡ୍ସ ଫର୍ ଏଗ୍ରିକଲଚରାଲ୍ ରେଜିଲେନ୍ସ ଥ୍ରୋ ଇନୋଭେଟିଭ୍ ଡେଭଲପ୍ମେଣ୍ଟ’ ବା ‘ରିୱାର୍ଡ’। ଏହି ପରିପ୍ରେକ୍ଷୀରେ ରବିବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକ ଭର୍ଚ୍ଚୁଆଲରେ ଅନୁଷ୍ଠିତ ହୋଇଯାଇଛି। ପ୍ରକଳ୍ପର ବିଭିନ୍ନ ଦିଗକୁ ବିଚାର କରି କୃଷକଙ୍କ ନିମନ୍ତେ ନିରନ୍ତର ଜୀବିକା ନିର୍ବାହ ପନ୍ଥା ଏବଂ ଆୟବୃଦ୍ଧି ଉପରେ ଗୁରୁତ୍ୱ ଦେଇ ଯୋଜନା ସ୍ଥିର କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଜଳଛାୟା ପ୍ରକଳ୍ପ ଅନ୍ତର୍ଭୁକ୍ତ ସମସ୍ତ ଅଞ୍ଚଳ ସହ ପ୍ରକଳ୍ପ ସଂଲଗ୍ନ ଅଞ୍ଚଳକୁ ଏହି ଯୋଜନା ସମ୍ପ୍ରସାରିତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।
ତେବେ ଏହି ପ୍ରକଳ୍ପ ପ୍ରଥମେ କୋରାପୁଟ, ନୟାଗଡ଼, ଢେଙ୍କାନାଳ, ଦେବଗଡ଼ ଓ ସମ୍ବଲପୁର ଆଦି ୫ ଜିଲାର ୧.୧୫ ଲକ୍ଷ ହେକ୍ଟର ପରିବ୍ୟାପ୍ତ ‘ଜଳଛାୟା ପ୍ରକଳ୍ପ’ ଅଞ୍ଚଳରେ ପରୀକ୍ଷାମୂଳକ (ପାଇଲଟ୍) ଭାବେ ଆରମ୍ଭ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଏହି ସବୁ ଜିଲାର ୧୫୨ଟି କ୍ଷୁଦ୍ର-ଜଳଛାୟା ପ୍ରକଳ୍ପ ଅଞ୍ଚଳ ଏଥିରେ ସାମିଲ ହେବ। ପ୍ରକଳ୍ପ ସଂଲଗ୍ନ ଅଧିକ ୪.୧୧ ଲକ୍ଷ ହେକ୍ଟର ଜମିକୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯିବ। ଏହି ସମ୍ପ୍ରସାରିତ ଅଞ୍ଚଳରେ ୫୩୩ଟି କ୍ଷୁଦ୍ର ଜଳଛାୟା ପ୍ରକଳ୍ପ ରହିଛି, ଯାହା ନବରଙ୍ଗପୁର ଏବଂ ସୁନ୍ଦରଗଡ଼ ଜିଲାରେ ରହିଛି। ଏହିପରି ଭାବେ ମୋଟ ୭ ଜିଲାର ୬୮୫ କ୍ଷୁଦ୍ର ଜଳଛାୟା ପ୍ରକଳ୍ପ ଅନ୍ତର୍ଗତ ୫.୨୬ ଲକ୍ଷ ହେକ୍ଟର ଭୂସମ୍ପତ୍ତି ଏବଂ ପ୍ରାକୃତିକ ସାଧନକୁ ପ୍ରଥମ ପର୍ଯ୍ୟାୟରେ ପ୍ରକଳ୍ପରେ ସାମିଲ କରିବା ପାଇଁ ନିଷ୍ପତ୍ତି ହୋଇଛି।
ବୈଠକରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ପ୍ରକଳ୍ପର ଆବଶ୍ୟକତା ବିଷୟ ଉପସ୍ଥାପନ କରିଥିଲେ। ପ୍ରକଳ୍ପର ଅବଧି ପ୍ରାୟ ୬ ବର୍ଷ ରହିବ। ପ୍ରକଳ୍ପରେ ପ୍ରାୟ ୨୧୧.୫୭ ମିଲିଅନ ଡଲାର (ପ୍ରାୟ ୧୫୩୮.୩୯ କୋଟି) ବିନିଯୋଗ ହେବାର ଆକଳନ କରାଯାଇଛି। ଏହି ଅର୍ଥ ମଧ୍ୟରୁ ୧୬୨.୫୭ ମିଲିଅନ ଡଲାର (୧୧୮୧.୧୩ କୋଟି) ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନାର ସଂଯୋଜନା ଭିତ୍ତିରେ ଯୋଗାଇବେ ଏବଂ ବିଶ୍ୱବ୍ୟାଙ୍କର ଆନ୍ତର୍ଜାତିକ ପୁନର୍ଗଠନ ଓ ଉନ୍ନୟନ ବ୍ୟାଙ୍କ ୪୯ ମିଲିୟନ ଡଲାର (୩୫୭.୨୫ କୋଟି) ଋଣ ଆକାରରେ ଯୋଗାଇବେ ବୋଲି ବଶିଷ୍ଠ ସୂଚନା ଦେଇଥିଲେ। ବିଶ୍ୱବ୍ୟାଙ୍କର ବରିଷ୍ଠ ଅଧିକାରୀ ପ୍ରୀତି କୁମାର ନିଜ ଟିମ୍ଙ୍କ ସହ ପ୍ରକଳ୍ପର ବୈଷୟିକ, ଆର୍ଥିକ ଓ କାର୍ଯ୍ୟପନ୍ଥା ବିଷୟରେ ସବିଶେଷ ସୂଚନା ଦେଇଥିଲେ। ସେ କହିଥିଲେ, ଜଳଛାୟା ପ୍ରକଳ୍ପ କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଗାମୀ ରାଜ୍ୟ। ସମଗ୍ର ଦେଶରେ କର୍ନାଟକ, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଆଦି ୩ଟି ରାଜ୍ୟରେ ଏହି ରିୱାର୍ଡ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ବିଶ୍ୱବ୍ୟାଙ୍କ ପ୍ରସ୍ତାବ ରଖିଛନ୍ତି। ସେପଟେ ଯୋଜନାର କାର୍ଯ୍ୟାନ୍ବୟନ ଏବଂ ଫଳାଫଳର ନିୟମିତ ମୂଲ୍ୟାୟନ ନିମନ୍ତେ ଏକ ନିର୍ଭରଯୋଗ୍ୟ ବିଶେଷଜ୍ଞ ସଂସ୍ଥା ଚୟନ କରିବା ସହିତ ଜୁଲାଇ ଶେଷ ସୁଦ୍ଧା ପ୍ରକଳ୍ପ ପ୍ରସ୍ତାବ ଏବଂ କାର୍ଯ୍ୟାନ୍ବୟନ ପଦ୍ଧତି ପୂର୍ଣ୍ଣାଙ୍ଗ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର ରାଜ କୁମାର ଶର୍ମା, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ପ୍ରମୁଖ ଉପସ୍ଥିତ ଥିଲେ।
ମ୍ୟାଲେରିଆ ଶୂନ୍ୟ ହେବ ଓଡ଼ିଶା
ଭୁବନେଶ୍ୱର,୨୬।୬(ବ୍ୟୁରୋ): ଓଡ଼ିଶା ମ୍ୟାଲେରିଆ ଶୂନ୍ୟ ରାଜ୍ୟ ଭାବେ ଅଗ୍ରସର ହେବା ଆରମ୍ଭ କରିଛି । ୨୦୧୬ରୁ ୨୦୧୯ ମଧ୍ୟରେ ରାଜ୍ୟରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟାରେ ୯୦...
ବିବାହରେ ବିଳମ୍ବ ଯୋଗୁ ହାତ କାଟିଲେ ପ୍ରେମିକା
ଖଇରା, ୨୨।୬: ବିବାହ କରିବାରେ ବିଳମ୍ବ କରୁଥିଲେ ପ୍ରେମିକ। ଆଉ ଘର ଲୋକ ଅନ୍ୟତ୍ର ବିବାହ ପାଇଁ ଚାପ ପକାଉଥିଲେ। ଏଥିଯୋଗୁ ମାନସିକ ଭାରସାମ୍ୟ ହରାଇ...
ପାହାଡ଼ିଆ ଅଞ୍ଚଳରେ ସୁଧୁରିବ ଜଳ ସମସ୍ୟା
ଖଇରା, ୪।୬-ବାଲେଶ୍ୱର ଜିଲା ଖଇରା ବ୍ଲକର ଉପାନ୍ତ ପାହାଡିଆ ଅଞ୍ଚଳରେ ବସବାସ କରୁଥିବା ଅଧିବାସୀଙ୍କ ପାଇଁ ଖୁସି ଖବର ା ଖୁବଶୀଘ୍ର ବର୍ଷ ବର୍ଷ ଧରି...
ନବମ, ଦଶମ ଶ୍ରେଣୀ ସିଲାବସ୍ କମିବ
ଭୁବନେଶ୍ୱର,୨୩ା୬(ବ୍ୟୁରୋ): କରୋନା ମହାମାରୀ ଯୋଗୁ ଚଳିତବର୍ଷ ବି ନବମ,ଦଶମ ଶ୍ରେଣୀର ସିଲାବସ୍ କମିବ। ନବମ ଓ ଦଶମ ଶ୍ରେଣୀର ୩୦% ସିଲାବସ ହ୍ରାସ କରାଯିବ। ସିଲାବସ୍...
ଅନିଶ୍ଚିତତାରେ ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା
କେନ୍ଦ୍ରାପଡ଼ା ଅଫିସ,୩।୬: ଶ୍ରୀଜଗନ୍ନାଥ ସଂସ୍କୃତିରେ ଶ୍ରୀକ୍ଷେତ୍ର ପରେ ତୁଳସୀକ୍ଷେତ୍ରର ଗୁରୁତ୍ୱ ଯଥେଷ୍ଟ ଅଧିକ। ପୁରୀରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପରଦିନ ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ...
୧ରୁ କାର୍ଯ୍ୟକ୍ଷମ ହେବ ବ୍ରହ୍ମପୁରର ଦ୍ୱିତୀୟ ପୋକ୍ସୋ କୋର୍ଟ
ବ୍ରହ୍ମପୁର ଅଫିସ,୨୫।୬: ବ୍ରହ୍ମପୁରରେ ଦ୍ୱିତୀୟ ପୋକ୍ସୋ କୋର୍ଟ ଆରମ୍ଭ ହେବ। ଜୁଲାଇ ୧ ତାରିଖରେ ଏହି କୋର୍ଟ ଉଦ୍ଘାଟିତ ହେବ। ପୂର୍ବରୁ ଗଞ୍ଜାମ ଜିଲାରେ ସ୍ବତନ୍ତ୍ର...
ପୋଲିସ ଚାକିରି କରିବେ କିନ୍ନର
ଭୁବନେଶ୍ୱର,୧୩ା୬(ବ୍ୟୁରୋ): କରୋନା ମହାମାରୀ ସମୟରେ ଚାକିରି ଅଭାବ ଦେଖାଦେଇଥିବାବେଳେ ରାଜ୍ୟ ପୋଲିସ ବିଭାଗରେ ୪୭୭ ସବ୍ ଇନ୍ସପେକ୍ଟର(ଏସ୍ଆଇ) ଓ ୨୪୪ କନଷ୍ଟେବଳ ପଦବୀ ପୂରଣ ପାଇଁ...
୧୨ ଜେଲରୁ ମୁକ୍ତ ହେବେ ୧୬ କଏଦୀ
ଭୁବନେଶ୍ୱର,୨୨।୬(ବ୍ୟୁରୋ): ସଜା ଅବଧି ପୂର୍ବରୁ ରାଜ୍ୟର ୧୧ ଜେଲ ସମେତ ବିଶାଖାପାଟଣା ଜେଲରୁ ମୁକ୍ତ ହେବେ ୧୬ କଏଦୀ। ଜେଲରେ ଆଜୀବନ ସଜା କାଟୁଥିବାବେଳେ ବ୍ୟବହାରରେ...


