ନୂଆଦିଲ୍ଲୀ,୭।୬(ପି.ଟି.): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରବିବାର ସମଗ୍ର ଉତ୍ତରପୂର୍ବାଞ୍ଚଳରେ ପହଞ୍ଚତ୍ଥିବା ଭାରତର ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ କୁହାଯାଇଛି। ଏହା ସ୍ବାଭାବିକ ତାରିଖର ୪ ଦିନ ବିଳମ୍ବରେ ପହଞ୍ଚତ୍ଛି। ସୂଚନାଯୋଗ୍ୟ ଏବର୍ଷ ଦୁଇଦିନ ବିଳମ୍ବ ଅର୍ଥାତ ଜୁନ୍ ୩ରେ ମୌସୁମୀ କେରଳ ଛୁଇଁଥିଲା। ଏହାର ୩ ଦିନ ମଧ୍ୟରେ ମୌସୁମୀ ସକ୍ରିୟ ହୋଇ ସମଗ୍ର କେରଳ, କର୍ନାଟକ, ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାର କେତେକ ଅଞ୍ଚଳରେ ପହଞ୍ଚତ୍ପାରିଛି। ଏବେ ଏହା କେନ୍ଦ୍ରୀୟ ଆରବ ସାଗରର କେତେକ ଅଞ୍ଚଳ, ମହାରାଷ୍ଟ୍ର, କର୍ନାଟକ ଓ ତେଲଙ୍ଗାନାର ଅଧିକାଂଶ ଅଞ୍ଚଳ, ତାମିଲନାଡୁର ସମସ୍ତ ଅଞ୍ଚଳ, ଆନ୍ଧ୍ରପ୍ରଦେଶର ଅନ୍ୟ କେତେକ ଅଞ୍ଚଳ ଓ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଉତ୍ତରପୂର୍ବ ରାଜ୍ୟ ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ଆସାମ, ମେଘାଳୟ ଏବଂ ଅରୁଣାଚଳ ପ୍ରଦେଶରେ ପ୍ରବେଶ କରିଥିବାବେଳେ ପଶ୍ଚିମବଙ୍ଗର ହିମାଳୟ ଅଞ୍ଚଳର ଅଧିକାଂଶ ସ୍ଥାନ ଏବଂ ସିକିମରେ ପହଞ୍ଚତ୍ଥିବା ଆଇଏମ୍ଡି କହିଛି।
ସାଧାରଣତଃ ଜୁନ୍ ୩ରୁ ୧୦ ମଧ୍ୟରେ ମୌସୁମୀ ଉତ୍ତରପୂର୍ବାଞ୍ଚଳର ଅଧିକାଂଶ ଅଞ୍ଚଳକୁ ଛୁଇଁଥାଏ। ଉଦାହରଣ ସ୍ବରୂପ ଅଗରତାଲା, ଆଇଜଲ, ସିଲଂ ଏବଂ ଇମ୍ଫାଲରେ ମୌସୁମୀ ପହଞ୍ଚତ୍ବାର ସ୍ବାଭାବିକ ତାରିଖ ଜୁନ୍ ୧ ହୋଇଥିବାବେଳେ ସିକିମ୍ର ଗାଙ୍ଗଟକ୍ରେ ୧୦ ତାରିଖରେ ପହଞ୍ଚତ୍ଥାଏ। ତେବେ ଆଗାମୀ ଦୁଇଦିନ ମୌସୁମୀ ଅଗ୍ରଗତି ମନ୍ଥର ରହିବ ବୋଲି ଆଇଏମ୍ଡି କହିଛି। ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଥିବାରୁ ମୌସୁମୀ ଅଧିକ ସକ୍ରିୟ ହେବା ଆଶା କରାଯାଉଛି। ଫଳରେ ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ବିହାରର କେତେକ ଅଞ୍ଚଳରେ ଜୁନ୍ ୧୫ ସୁଦ୍ଧା ମୌସୁମୀ ପହଞ୍ଚାଇବାରେ ଏହି ଘୂର୍ଣ୍ଣିବଳୟ ସହାୟକ ହେବ ବୋଲି କୁହାଯାଉଛି। ଚଳିତବର୍ଷ ସ୍ବାଭାବିକ ମୌସୁମୀ ବର୍ଷା ହେବ ବୋଲି ଆଇଏମ୍ଡି ପୂର୍ବାନୁମାନ କରିଥିଲା।
‘ପୁରୁଷଙ୍କ ପାଇଁ ଘରୋଇ ହିଂସା ଆଇନ ନ ଥିବା ଦୁର୍ଭାଗ୍ୟଜନକ’
ଚେନ୍ନାଇ, ୩ା୬: ଘରୋଇ ହିଂସାର ଶିକାର ହେଉଥିବା ପୁରୁଷମାନେ ସ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣୁଛନ୍ତି। ହେଲେ ଏ ନେଇ ଆଇନ ନ ଥିବା ଦୁର୍ଭାଗ୍ୟଜନକ ବୋଲି...
ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ଏମ୍ସରେ ଭର୍ତ୍ତି
ନୂଆଦିଲ୍ଲୀ,୧।୬: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡା. ରମେଶ ପୋଖରିଆଲଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। କରୋନାରେ ଆକ୍ରାନ୍ତ ହେବାର ପରବର୍ତ୍ତୀ ସମସ୍ୟା ଯୋଗୁ...
ପ୍ରେମିକ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବାରୁ ପ୍ରେମିକା କଲେ ଏମିତି ହୃଦୟଥରା କାମ
ଜବଲପୁର,୧୩।୬: ମଧ୍ୟପ୍ରଦେଶର ଜବଲପୁରରେ ଏକ ଅଭାବାନୀୟ ଘଟଣା ଘଟିଛି। ପ୍ରେମିକ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବାରୁ ପ୍ରେମିକା ଏକ ହୃଦୟଥରା କାଣ୍ଡ କରିଛନ୍ତି। ନିଜ...
ବଳଦ ସହ ମିଶି ହଳ ଟାଣୁଛନ୍ତି କୁନି ବାଳକ, କାରଣ ଜାଣିଲେ…
ହାଇଦ୍ରାବାଦ,୧୭ା୬: ମଣିଷ ହଳ ଟାଣୁଥିବାର ବଲିଉଡ୍ର କିଛି ପୁରୁଣା ଫିଲ୍ମରେ ନିଶ୍ଚିତ ଦେଖିଥିବେ। ମାତ୍ର ବାସ୍ତବରେ ମଧ୍ୟ ବଳଦ ନ ଥିଲେ ମଣିଷ ହଳ ଟାଣେ।...
ମନି ଲଣ୍ଡରିଂ ମାମଲା: ସମନ ସତ୍ତ୍ୱେ ଇଡି କାର୍ଯ୍ୟାଳୟରେ ପହଞ୍ଚିଲେନି ଅନୀଲ
ମୁମ୍ବାଇ,୨୬।୬: ମନି ଲଣ୍ଡରିଂ ମାମଲାରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀଙ୍କ ମୁମ୍ବାଇ ଓ ନାଗପୁର ସ୍ଥିତ ବାସଭବନରେ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଚଢ଼ାଉ କରିଥିଲା। ଏହି ଚଢ଼ାଉ...
୧୦ ହଜାରରୁ ଅଧିକ ଘର ଉପରେ ଚାଲିବ ବୁଲ୍ଡୋଜର: ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ…
ଚଣ୍ଡିଗଡ଼,୧୭।୬: ହରିୟାଣାର ଫରିଦାବାଦ୍ ଏବଂ ଆରାବଳୀ ଜଙ୍ଗଲ ଅଞ୍ଚଳରେ ଥିବା ୧୦ ହଜାରରୁ ଅଧିକ ଘର ଉପରେ ବୁଲ୍ଡୋଜର ଚଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ରୋକ...
ବିଧାନସଭା କାର୍ଯ୍ୟରେ ହସ୍ତକ୍ଷେପ କରୁଛନ୍ତି ରାଜ୍ୟପାଳ, ଅଭିଯୋଗ ଆଣିଲେ ବାଚସ୍ପତି…
କୋଲକାତା,୨୩।୬: ବିଧାନସଭା କାର୍ଯ୍ୟ ବାଧା ସୃଷ୍ଟି କରିବା ସହିତ ରାଜ୍ୟପାଳ ଜଗଦୀପ୍ ଧାନଖର ହସ୍ତକ୍ଷେପ କରୁଥିବା ଅଭିଯୋଗ ହୋଇଛି। ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତି ବିମାନ ବାନାର୍ଜୀ...
ମୁଁ ଆଇନକୁ ମାନୁଥିବା ନାଗରିକ- ଚୋକ୍ସି
ନୂଆଦିଲ୍ଲୀ,୬।୬ : ମୁଁ ଜଣେ ଆଇନ ମାନୁଥିବା ନାଗରିକ। କେବଳ ଚିକିତ୍ସା ପାଇଁ ଭାରତ ଛାଡ଼ି ଆଣ୍ଟିଗୁଆ ଆସିଥିଲି ବୋଲି ଦାବି କରିଛନ୍ତି ପଳାତକ ହୀରା...


