ତୃଣମୂଳ କଂଗ୍ରେସ ଏମ୍ପି ତଥା ବଙ୍ଗୀୟ ଅଭିନେତ୍ରୀ ନୁଶ୍ରତ୍ ଜାହାଁ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ଚଳଚ୍ଚିତ୍ରରେ ସଫଳ କ୍ୟାରିୟର, ନିର୍ବାଚନରେ ଜିତିବା ଏବଂ ନିଖିଲ ଜୈନଙ୍କୁ ଅନ୍ୟ ଧର୍ମରେ ବିବାହ କରିବା ପାଇଁ ଚର୍ଚ୍ଚାରେ ଥିଲେ ନୁଶ୍ରତ୍। ଏବେ ସେ ଏକ ଅନ୍ୟ କାରଣରୁ ଆଲୋଚନାର ବିଷୟବସ୍ତୁ ପାଲଟିଛନ୍ତି। ଏବେ ଚର୍ଚ୍ଚା ହେଉ ନୁଶ୍ରତ୍ କୁଆଡେ ୬ ମାସର ଗର୍ଭବତୀ ଅଛନ୍ତି। କିନ୍ତୁ ତାଙ୍କ ସ୍ବାମୀ ନିଖିଲ ଜୈନଙ୍କୁ ଏହି ଗର୍ଭଧାରଣ ବିଷୟରେ କୌଣସି ସୂଚନା ନାହିଁ। ଏପରିକି ଦାବି ହେଉଛି ଯେ, ନୁଶ୍ରତ୍ ଏବଂ ନିଖିଲଙ୍କ ବିବାହ ମଧ୍ୟ ଭାଙ୍ଗିବା ପର୍ଯ୍ୟାୟରେ ଅଛି। ଏବେ ସୋସିଆଲ ମିଡିଆରେ ଏବଂ ଗଣମାଧ୍ୟମରେ ଏନେଇ ଜୋରଦାର ଚର୍ଚ୍ଚା ହେଉଛି। କିନ୍ତୁ ନୁଶ୍ରତ୍ଙ୍କ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇ ନାହିଁ। ଏକ ସାକ୍ଷାତକାରରେ ନିଖିଲ କହିଛନ୍ତି ଯେ, ସେମାନଙ୍କ ବିବାହ ଭାଙ୍ଗିବାକୁ ଯାଉଛି। ସେ ଗତ ୬ ମାସ ହେବ ନୁଶ୍ରତ୍ଙ୍କ ସହ ରହୁନାହାନ୍ତି। ଏପରିକି ଦୀର୍ଘ ଦିନ ହେବ ତାଙ୍କର ନୁସରତଙ୍କ ମଧ୍ୟରେ କୌଣସି ସମ୍ପର୍କ ନାହିଁ। ଗତ କିଛି ଦିନ ହେବ ବଙ୍ଗଳା ଅଭିନେତା ତଥା ଭାଜପା ନେତା ୟଶ ଦାସଗୁପ୍ତାଙ୍କ ସହ ନୁଶ୍ରତ୍ଙ୍କ ସମ୍ପର୍କ ରହିଛି ବୋଲି ଆଲୋଚନା ଚାଲିଛି। ଉଭୟଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳିଛି ଏବଂ ଚଳିତ ବର୍ଷର ନୂଆବର୍ଷ ଉଭୟ ରାଜସ୍ଥାନରେ ଏକାଠି ପାଳନ କରିଥିଲେ।
ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ କରିବା ପରେ ନୁଶ୍ରତ୍ ୧୯ ଜୁନ ୨୦୧୯ରେ ତୁର୍କୀରେ ନିଖିଲଙ୍କୁ ବିବାହ କରିଥିଲେ। ନୁଶ୍ରତ୍ ଏବଂ ନିଖିଲଙ୍କ ଏହି ବିବାହ ହିନ୍ଦୁ, ଇସଲାମ ଏବଂ ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ କରାଯାଇଥିଲା।
ରାତିଅଧରେ କରନ୍ ଜୋହରଙ୍କ ରୁମ୍କୁ ଯାଇଥିଲେ ଫରାହ ଖାନ୍; ବିବାହ ପାଇଁ କରିଥିଲେ ପ୍ରପୋଜ; ହେଲେ…
ବମ୍ବେ: ବଲିଉଡ୍ର ଖ୍ୟାତନାମା କୋରିଓଗ୍ରାଫରଙ୍କ ମଧ୍ୟରୁ ଫରାହ ଖାନ୍ ଅନ୍ୟତମ। ଏବେ ଯାଏ ସେ ଶହେରୁ ଅଧିକ ଗୀତରେ କୋରିଓଗ୍ରାଫ କରିସାରିଛନ୍ତି। ଏହାଛଡ଼ା ଏକାଧିକ ଫିଲ୍ମରେ...
ଏହି କାରଣ ପାଇଁ ଅଭିନେତ୍ରୀ ହେବାକୁ ଚାହୁଁ ନ ଥିଲେ ସୋନମ କପୁର, ପ୍ରଥମ ଫିଲ୍ମ ପାଇଁ ରାଜିହେବାକୁ ଲାଗିଥିଲା ଦେଢ଼ ବର୍ଷ
ବଲିଉଡ୍ ଅଭିନେତ୍ରୀ ସୋନମ କପୁର ୨୦୦୭ ମସିହାରେ ସଞ୍ଜୟ ଲିଲା ଭଁସାଲୀଙ୍କ ଫିଲ୍ମ ସାୱରିୟାରୁ କ୍ୟାରିୟର ଆରମ୍ଭ କରିଥିଲେ । ଏହି ଫିଲ୍ମରେ ତାଙ୍କ ସହ...
ଅଭିନେତାଙ୍କୁ ଭଲ ପାଇ ପଶ୍ଚାତାପ କରୁଛନ୍ତି ଏହି ଅଭିନେତ୍ରୀ, କହିଲେ ଜୀବନରେ ଫିଲ୍ମ ଇଣ୍ଡଷ୍ଟ୍ରିର ଆଉ କାହାକୁ ଭଲ ପାଇବିନି
ମୁମ୍ବାଇ: ଅଭିନେତ୍ରୀ ମିନୀଷା ଲାମ୍ବା ଆଜିକାଲି ପର୍ସନାଲ ଲାଇଫ୍କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ସ୍ବାମୀଙ୍କଠାରୁ ଛାଡ଼ପତ୍ର ପାଇବା ପରେ ଜଣେ ବ୍ୟକ୍ତିଙ୍କ ସହ ରିଲେସନଶିପ୍ରେ ରହୁଥିଲେ।...
ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ପରଲୋକ
ହଲିଉଡ ଅଭିନେତ୍ରୀ ଲିସା ବାନେସଙ୍କ ପରଲୋକ ଘଟିଛି। ନ୍ୟୁୟର୍କ ସହରରେ ଘଟିଥିବା ଏକ ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିଲେ, ପରେ ତାଙ୍କୁ ଗୁରୁତର ଅବସ୍ଥାରେ...
ତୁମ ବିନା ଜୀବନ ନାହିଁ; ଅପେକ୍ଷା କରିଛି ଫେରିଆସ
ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପ୍ରଥମ ମୃତ୍ୟୁ ବାର୍ଷିକୀରେ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଏକ ଭାବପ୍ରବଣ ନୋଟ ଲେଖି ତାଙ୍କୁ ସ୍ମରଣ କରିଛନ୍ତି। ଏହି ପୋଷ୍ଟରେ...
ବିବାହ ପୂର୍ବରୁ ଏହି ଅଭିନେତାଙ୍କ ସହ ଥିଲା ନୁସରତଙ୍କ ସମ୍ପର୍କ
କୋଲକାତା: ବେଙ୍ଗଲି ଅଭିନେତ୍ରୀ ତଥା ଏମ୍ପି ନୁସରତ ଜାହାଁ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ନୁସରତ ନିଖିଲ ଜୈନଙ୍କୁ ବିବାହ କରିଥିବା...
ରଚନାଙ୍କୁ ଦ୍ୱିତୀୟ ବିବାହ କରିବା ବେଳେ ଅସୁବିଧାରେ ପଡ଼ିଥିଲେ ବାବୁଲ ସୁପ୍ରିଓ: ବିରୋଧୀ ସତ୍ତ୍ୱେ ଏଭଳି ସହାୟତା କରିଥିଲେ ମମତା
ବମ୍ବେ: ଅଭିନୟଜଗତରେ ନାମ କମାଇବା ପରେ ରାଜନୀତିକୁ ବାଛି ନିଅନ୍ତି ଅନେକ କଳାକାର। ସେ ଅଭିନେତା ହୁଅନ୍ତୁ ଅବା ଗାୟକ, ରାଜନୀତିରେ ନିଜର ପତିଆରା ବିସ୍ତାର...
ପ୍ରଧାନମନ୍ତ୍ରୀ ହେବେ କି; ଉତ୍ତରରେ ସୋନୁ ସୁଦ୍ କହିଲେ..
କରୋନାର ଦ୍ୱିତୀୟ ଲହର ଦେଶରେ ଆତଙ୍କ ଖେଳାଇ ଦେଇଛି। ଏଭଳି ପରିସ୍ଥିତିରେ ବଲିଉଡ୍ ଅଭିନେତା ସୋନୁ ସୁଦ ଲୋକଙ୍କୁ ସମସ୍ତ ଉପାୟରେ ସାହାଯ୍ୟ କରୁଛନ୍ତି। ଅନେକ...


