ନୂଆଦିଲ୍ଲୀ,୭।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଜାରି ରହିଛି। ଦେଶରେ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭାକ୍ସିନ୍ ସହିତ ସିରମ୍ ଇନଷ୍ଟିଚ୍ୟୁଟ ଦ୍ୱାରା ତିଆରି ହୋଇଥିବା କୋଭିଶିଲ୍ଡ ଟିକା ଲୋକଙ୍କୁ ଦିଆଯାଉଛି। ତେବେ କୋଭାକ୍ସିନ୍ ତୁଳନାରେ କୋଭିଶିଲ୍ଡ ଡୋଜ୍ ଯୋଗୁ ଶରୀରରେ ଅଧିକ ଆଣ୍ଟିବିଡ଼ି ସୃଷ୍ଟି ହେଉଛି। ଏନେଇ କରାଯାଇଥିବା ଏକ ଗବେଷଣା ରିପୋର୍ଟ ଏହା ଉଲ୍ଲେଖ କରାଯାଇଛି। ଟିକାର ପ୍ରଥମ ଡୋଜ୍ ନେଇଥିବା ଲୋକଙ୍କ ଉପରେ ପରୀକ୍ଷା କରାଯାଇ ଏହା ଜଣାପଡ଼ିଛି। ସେରୋପଜିଟିଭ୍ ରେଟ୍ ଏବଂ ଆଣ୍ଟି ସ୍ପାଇକ୍ ଆଣ୍ଟିବଡ଼ି ସଂଖ୍ୟା କୋଭିଶିଲ୍ଡ ଡୋଜ୍ ନେଇଥିବା ବ୍ୟକ୍ତିଙ୍କଠାରେ ଅଧିକ ସୃଷ୍ଟି ହେଉଥିବା ସମ୍ପର୍କରେ କରୋନା ଭାଇରସ୍ ଭାକ୍ସିନ୍ ଇଣ୍ଡ୍ୟୁସ୍ଡ ଆଣ୍ଟିବଡ଼ି ଟାଇଟ୍ରି (କୋଭାଟ୍)ଦ୍ୱାରା ହୋଇଥିବା ଗବେଷଣା ରିପୋର୍ଟରେ ଦର୍ଶାଯାଇଛି। କୋଭାକ୍ସିନ୍ ଏବଂ କୋଭିଶିଲ୍ଡ୍ ଟିକାର ଦୁଇଟି ଡୋଜ୍ ନେବା ଦ୍ୱାରା ଶରୀରର ରୋଗପ୍ରତିରୋଧକ ଶକ୍ତି ଉପରେ ଭଲ ପ୍ରଭାବ ପଡୁଛି। ତେବେ କୋଭିଶିଲ୍ଡ ଯୋଗୁ ସେରୋପଜିଟିଭ୍ ରେଟ୍ରେ ବୃଦ୍ଧି ଘଟୁଥିବା ରିପୋର୍ଟରେ କୁହାଯାଇଛି। ୫୫୨ ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ କୋଭାକ୍ସିନ୍ ଏବଂ କୋଭିଶିଲ୍ଡ୍ ଟିକା ଦିଆଯାଇଥିଲା। ସେଥିମଧ୍ୟରେ ୩୨୫ ପୁରୁଷ ଏବଂ ୨୨୭ ମହିଳା ସ୍ବାସ୍ଥ୍ୟକର୍ମୀ ଥିଲେ। ସେମାନଙ୍କ ମଧ୍ୟରୁ ୪୫୬ଜଣଙ୍କୁ କୋଭିଶିଲ୍ଡ ଏବଂ ୯୬ ଜଣଙ୍କୁ କୋଭାକ୍ସିନ୍ର ପ୍ରଥମ ଡୋଜ୍ ଦିଆଯାଇ ଥିଲା। ଟିକା ନେବା ଦ୍ୱାରା ହାରାହାରି ୭୯.୩ ପ୍ରତିଶତ ସିରୋପଜିଟିଭ୍ ରେଟ୍ ରହିଥିଲା। କୋଭିଶିଲ୍ଡ୍ର ଡୋଜ୍ ଯୋଗୁ ୮୬.୮ ପ୍ରତିଶତ ଆଣ୍ଟି ସ୍ପାଇକ୍ ଆଣ୍ଟିବଡ଼ି ସୃଷ୍ଟି ହୋଇଥିବାବେଳେ କୋଭାକ୍ସିନ୍ ଯୋଗୁ ୪୩.୮ ପ୍ରତିଶତ ଆଣ୍ଟି ସ୍ପାଇକ୍ ଆଣ୍ଟିବଡ଼ି ଶରୀରରେ ତିଆରି ହୋଇଥିବାର ଦେଖାଯାଇଥିଲା।
Posted inକରୋନା ଭାଇରସ୍, ଜାତୀୟ View All
ପୂର୍ବତନ ଗୃହମନ୍ତ୍ରୀଙ୍କ ଘରେ ଇଡିର ଚଢ଼ାଉ
ମୁମ୍ବାଇ,୨୫।୬: ପଦ ଛାଡ଼ିବା ପରେ ବି ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିବାଦ ଥମିବାର ନା ନେଉନି। ଶୁକ୍ରବାର ଅନୀଲ ଦେଶମୁଖଙ୍କ ବାସଭବନରେ ପ୍ରବର୍ତ୍ତନ...
ଦ୍ୱାଦଶ ପରୀକ୍ଷା ବାତିଲ କରିବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ, ୧।୬: ଦ୍ୱାଦଶ ବୋର୍ଡ ପରୀକ୍ଷା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ବୈଠକ ବସିବ। ଏଥିରେ ପରୀକ୍ଷା ହେବ କି...
ନିର୍ବାଚନ ପୂର୍ବରୁ ବାଡ଼ଡିଆଁ…
ନୂଆଦିଲ୍ଲୀ,୯।୬: ଆସନ୍ତା ୨୦୨୨ରେ ଦେଶର ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଭାଜପା ଶକ୍ତି ବୃଦ୍ଧି କରିବା ଲାଗି ଅଣ୍ଟାଭିଡ଼ିବା ଆରମ୍ଭ କରିଛି।...
ସ୍ନାନଯାତ୍ରାରେ ତ୍ରିସ୍ତରୀୟ ସୁରକ୍ଷା
ପୁରୀ ଅଫିସ, ୧୨ା୬: ଆସନ୍ତା ୨୪ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା ତଥା ସ୍ନାନଯାତ୍ରା ପଡୁଛି। ଚଳିତବର୍ଷ କୋଭିଡ୍ କଟକଣା ମଧ୍ୟରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଆୟୋଜନ ନେଇ...
କରୋନାର ତୃତୀୟ ଲହରକୁ ନେଇ ଶିଶୁଙ୍କ ସ୍ବାସ୍ଥ୍ୟ ଜୋର୍ଦାର ଯାଞ୍ଚ
ବୁଗୁଡ଼ା,୧୩ା୬(ଡି.ଏନ୍.ଏ.): କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ନିର୍ଦ୍ଦେଶ ଅନୁଯାୟୀ ବୁଗୁଡା ବ୍ଲକର ବିଭିନ୍ନ ଗ୍ରାମରେ ଅଙ୍ଗନଓ୍ବାଡ଼ି ଓ ଆଶା କର୍ମୀମାନେ ଘର...
କରୋନା ଗ୍ରାଫ୍ ତଳ ମୁହାଁ…
ନୂଆଦିଲ୍ଲୀ,୧୬।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଲକ୍ଡାଉନ୍ ପ୍ରଭାବରୁ ସଂକ୍ରମଣ କମିବାରେ ଲାଗିଛି। ତେବେ ଦିଲ୍ଲୀରୁ ପୁଣି ଖୁସି ଖବର...
ପୁଲଓ୍ବାମାରେ ପୁଣି ଥରେ ପଡ଼ିଲା ରକ୍ତ ଛିଟା
ଶ୍ରୀନଗର,୬।୬ : ପୁଣି ଥରେ ପୁଲଓ୍ବାମାରେ ପଡ଼ିଛି ରକ୍ତ ଛିଟା। ଜମ୍ମୁ-କଶ୍ମୀରର ପୁଲଓ୍ବାମା ଜିଲାରେ ଗ୍ରେନେଡ୍ ବିସ୍ଫୋରଣ ଘଟିଛି। ଘଟଣାରେ ଅତିକମ୍ରେ ୮ ଜଣ ଆହତ...
ଆଜି ଭାଜପାରେ ଯୋଗ ଦେବେ ଜଣେ ବଡ ନେତା
ନୂଆଦିଲ୍ଲୀ,୯।୬: ବୁଧବାର ନୂଆଦିଲ୍ଲୀ ଭାଜପା କାର୍ଯ୍ୟାଳୟରେ କଂଗ୍ରେସର ଜଣେ ବଡ ନେତା ଭାଜପାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ...


