ପଟ୍ଟାମୁଣ୍ଡାଇ,୭ା୬(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ପୋତା ଗୋବରୀ ନଦୀ ଓ ପଠା ସରକାରୀ ଜମି ପ୍ରଭାବଶାଳୀ ବ୍ୟକ୍ତିମାନେ ହାତେଇ ନେବାରେ ସକ୍ଷମ ହୋଇଛନ୍ତି। ଫଳରେ ପଟ୍ଟାମୁଣ୍ଡାଇରେ ପ୍ରବାହିତ ୨୦କିମି ବ୍ୟାପୀ ଗୋବରୀ ନଦୀ କ୍ରମଶଃ ପୋତି ହୋଇପଡୁଛି। ନଦୀ ପୋତି ହୋଇପଡିଥିବା ବେଳେ ଏହାର ପୁନରୁଦ୍ଧାର ପାଇଁ ଜନସାଧାରଣଙ୍କ ଦାବି ଫଳରେ ଓଡ଼ିଶା ଷ୍ଟେଟ କନ୍ଷ୍ଟ୍ରକଶନ କମ୍ପାନୀ(ଓସିସି) ପକ୍ଷରୁ ଗୋବରୀ ଖନନ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରବାହିତ ଚିରସ୍ରୋତା ବ୍ରାହ୍ମଣୀ ସହ ଗୋବରୀକୁ ସଂଯୋଗ କରିବାକୁ ବର୍ଷ ବର୍ଷ ଧରି ସ୍ଥାନୀୟ ଲୋକଙ୍କ ପକ୍ଷରୁ ଦାବି ହୋଇ ଆସୁଥିଲା। ଏହାର ଗମ୍ଭୀରତା ବିଚାରକୁ ନେଇ ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପିଏଲ୍ଭି ପ୍ରଫୁଲ୍ଲ କୁମାର ଦାଶ, କ୍ଷୀରୋଦ ମଳିକ, ଅଶୋକ କୁମାର ବଳ ଓ ଦେବାଶିଷ ପଣ୍ଡା ପ୍ରମୁଖ ଜାତୀୟ ଆଇନ ସେବା ପ୍ରାଧିକରଣ (ନାଲସା) ନିକଟରେ ଏକ ଜନସ୍ବାର୍ଥ ସମ୍ବଳିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ବିଚାର କରି କେନ୍ଦ୍ରାପଡା ଜିଲା ଆଇନ ସେବା ପ୍ରାଧିକରଣ (ଡିଏଲ୍ଏସ୍ଏ) ବିଚାରପତି ମଳୟ କୁମାର ପ୍ରଧାନ କେସ୍ ନଂ. ୧୦/୨୦୨୧ରେ ଏକ ମାମଲା ଦାଏର କରିଥିଲେ। ଏ ସମ୍ପର୍କରେ ପଦକ୍ଷେପ ନେବାକୁ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଗୋବରୀ ନଦୀ ଜମିକୁ ଚଞ୍ଚକତା କରି ପ୍ରଭାବଶାଳୀ ବ୍ୟକ୍ତିମାନେ ହାତେଇ ନେଇଛନ୍ତି। ଫଳରେ ଚିରସ୍ରୋତା ବ୍ରାହ୍ମଣୀ ସହ ଗୋବରୀକୁ ସଂଯୋଗ ନେଇ ସମସ୍ୟା ଦେଖାଦେଇଛି। ପଟ୍ଟାମୁଣ୍ଡାଇ ଅଞ୍ଚଳବାସୀ, ବୁଦ୍ଧିଜୀବୀ, ସାମାଜିକ କର୍ମୀଙ୍କ ମଧ୍ୟରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସରକାରୀ ଓ ଗୋବରୀ ନଦୀ ଜମିକୁ ଉଦ୍ଧାର କରିବାକୁ ଅଞ୍ଚଳବାସୀ ପ୍ରଶାସନଙ୍କୁ ନିବେଦନ କରିଛନ୍ତି।
ଚିରସ୍ରୋତା ବ୍ରାହ୍ମଣୀ ସହ ଗୋବରୀ ନଦୀ ସଂଯୋଗ ହେଲେ ପଟ୍ଟାମୁଣ୍ଡାଇଠାରୁ ଗଣ୍ଡାକିଆ ପର୍ଯ୍ୟନ୍ତ ପ୍ରାୟ ୨୦ କିମି ନଦୀ ଉପରେ ନିର୍ଭର କରୁଥିବା ଉଭୟପାର୍ଶ୍ୱର ଶତାଧିକ ଗଁାର ଅଧିବାସୀ ଉପକୃତ ହେବେ। ପୂର୍ବରୁ ପଟ୍ଟାମୁଣ୍ଡାଇଠାରେ ପ୍ରବାହିତ ବ୍ରାହ୍ମଣୀ ସହ ଗୋବରୀ ନଦୀରେ ସଂଯୋଗ ହୋଇଥିଲା। ଏହି ନଦୀ ଚିରସ୍ରୋତା ସହ ନୌବାଣିଜ୍ୟ ପରିବହନ ପାଇଁ ଉଦ୍ଦିଷ୍ଟ ଥିଲା। ମାତ୍ର ୬୦ ଦଶକ ପୂର୍ବରୁ କଟକ-ଚାନ୍ଦବାଲି ରାସ୍ତା ତିଆରି ହେବା ସମୟରେ ପଟ୍ଟାମୁଣ୍ଡାଇଠାରେ ବ୍ରାହ୍ମଣୀ-ଗୋବରୀ ନଦୀର ସଂଯୋଗ ପଥକୁ ପୋତି ଦିଆଯାଇଥିଲା। ଏହା ବ୍ରାହ୍ମଣୀ ବନ୍ୟା ନିରୋଧକ ଦଶ ହଜାରି ବନ୍ଧ ଭାବେ ନାମିତ ରହିଛି। ତେବେ ପଟ୍ଟାମୁଣ୍ଡାଇଠାରୁ ଗଣ୍ଡାକିଆ ପର୍ଯ୍ୟନ୍ତ ଗୋବରୀ ନଦୀ କ୍ରମଶଃ ପୋତି ଯାଇଛି। ପଟ୍ଟାମୁଣ୍ଡାଇ ଅଞ୍ଚଳର କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ବଜାର ସଂଲଗ୍ନ ବେଲତଳ, ଦକ୍ଷିଣଦିଆ, ପୋଖରିଆପଡା ପୋତା ଗୋବରୀ ନଦୀର ଦୁଇପାର୍ଶ୍ୱ ଜମିକୁ ୧୯୩୦ରେ ହୋଇଥିବା ବନ୍ଦୋବସ୍ତରେ ହେରଫେର କରି ହାତେଇ ନେଇଛନ୍ତି। ପୋତି ହୋଇ ପଡିଥିବା ଗୋବରୀ ନଦୀ ଜାତୀୟ ସମ୍ପତ୍ତି ହୋଇଥିଲେ ମଧ୍ୟ ଜମିଦାରଙ୍କ ଗୁମାସ୍ତା, ଜମିଦାରଙ୍କ ପୁଅମାନଙ୍କଠାରୁ ହାତଲେଖା ଆଣି କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ତହସିଲ କାର୍ଯ୍ୟାଳୟରୁ ଲିଜ୍ ନେଇ ଭୋଗ ଦଖଲ କରିବା ସହ ଜଳାଶୟକୁ ବିକ୍ରିବଟା କରିଛନ୍ତି। ଜମିଦାରଙ୍କ ହାତଲେଖା ଦେଖାଇ ତହସିଲରେ ନାମ ଦରଜ କରିଥିବା ଲୋକ ୧୯୮୪ ଚକବନ୍ଦୀରେ ନିଜ ନାମରେ ପଟ୍ଟା କରାଇ ନେବାକୁ ସକ୍ଷମ ହୋଇଛନ୍ତି। ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ତହସିଲଦାର ସବୁ ଜାଣି ମଧ୍ୟ କିପରି ଲୋକଙ୍କ ନାମରେ ରେକର୍ଡ କରିଦେଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜବରଦଖଲ ଉଚ୍ଛେଦ ପାଇଁ ସ୍ଥାନୀୟ ଲୋକେ ଆଇନର ଆଶ୍ରୟ ନେବାକୁ ପଛାଇବେ ନାହିଁ ବୋଲି କହିଛନ୍ତି। ନଦୀ ପୋତି ହୋଇଯିବାରୁ ଉଭୟପାର୍ଶ୍ୱରେ ଥିବା ଶତାଧିକ ଏକର ଉର୍ବର ଚାଷଜମି ପାଣି ବିନା ପଡିଆ ପଡୁଛି। ଗୋବରୀ ନଦୀ ସମ୍ପୂର୍ଣ୍ଣ ଖନନ କରାଯାଇ ବ୍ରାହ୍ମଣୀ ସହ ସଂଯୋଗ କରାଗଲେ ପଟ୍ଟାମୁଣ୍ଡାଇ, ମହାକାଳପଡ଼ା, କେନ୍ଦ୍ରାପଡ଼ା ଓ ରାଜନଗର ବ୍ଲକ ଅଞ୍ଚଳର ୫୦ ହଜାର ଚାଷୀଙ୍କ ଅର୍ଥନୈତିକ ଓ ସାମାଜିକ ଉନ୍ନତି ହେବ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।
Posted inଆମ ଜିଲା ଖବର, କେନ୍ଦ୍ରାପଡ଼ା View All
ପରିତ୍ୟକ୍ତ କୂଅରୁ ଆସୁଥିଲା ଦୁର୍ଗନ୍ଧ, ପୋଲିସ ଖୋଜିବା ପରେ ଯାହା ମିଳିଲା…
ସୁନ୍ଦରଗଡ଼,୧୩।୬(ଡି.ଏନ୍.ଏ.): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ କରମଡିହି ଗ୍ରାମ ନିକଟ ବିଜୁ ଏକ୍ସପ୍ରେସ ଓ୍ବେ ରାଜ୍ୟ ରାଜପଥର ଅନତି ଦୂରରେ ଥିବା ଏକ ପରିତ୍ୟକ୍ତ କୂଅ...
ଗଞ୍ଜାମରେ ଥମୁନି କରୋନା ମୃତ୍ୟୁ ସଂଖ୍ୟା: ପୁଣି ନେଲା ୩ ମୁଣ୍ଡ
ଛତ୍ରପୁର,୭।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଥମିବାର ନା ନେଉ ନାହିଁ। ସୋମବାର ପୁଣି ଜିଲାରୁ ୩ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି।...
ଡ୍ରେନେଜ ବ୍ୟବସ୍ଥା ଶୋଚନୀୟ, ରାସ୍ତାରେ ଆବର୍ଜନା
କଟକ ଅଫିସ,୧୯।୬: କଟକ ମହାନଗର ନିଗମ (ସିଏମ୍ସି) ଅଧୀନ ୧୮ ନମ୍ବର ୱାର୍ଡବାସିନ୍ଦା ପରିମଳ ଓ ଡ୍ରେନେଜ୍ ସମସ୍ୟା ଘେରରେ ରହିଛନ୍ତି। ଏହି ୱାର୍ଡର କେତେକ...
ଜୀବନ ସହ ସଂଘର୍ଷ କରୁଛନ୍ତି ଯଦୁମଣି
ବାଣପୁର,୧୩ା୬(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ଆୟତପୁର ପଞ୍ଚାୟତର ପାତ୍ରପୁର ଗ୍ରାମର ଯଦୁମଣି ନାୟକ(୪୫)। ସ୍ତ୍ରୀ ସୁକୁମାରୀ, ଗୋଟିଏ ଝିଅ ଓ ପୁଅ ଏବଂ ବିଧବା...
ଭୁଶୁଡ଼ିଲା ନିର୍ମାଣାଧୀନ ବ୍ରିଜ୍
ଯାଜପୁର ଅଫିସ, ୧ା୬: ଯାଜପୁର ଜିଲା ପାଣିକୋଇଲି ଥାନା ଅଧୀନ ବ୍ରଜନଗର ପାଖରେ ୧୬ ନମ୍ବର ଜାତୀୟ ରାଜପଥରେ ନିର୍ମାଣାଧୀନ ବ୍ରିଜ୍ ସୋମବାର ଅପରାହ୍ନ ପ୍ରାୟ...
୮ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣରେ ବିଳମ୍ବ
ଯାଜପୁର ଅଫିସ,୧୮।୬: ସରକାରୀ ରିପୋର୍ଟ ଅନୁଯାୟୀ ୧୯୯୯ ଅକ୍ଟୋବର ୨୯ ମହାବାତ୍ୟାରେ ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ରାଜ୍ୟ ସରକାର ବାତ୍ୟା...
ପରକୀୟା ପ୍ରୀତି ପାଇଁ ହତ୍ୟା
କଟକ ଅଫିସ,୨୧।୬: ପରକୀୟା ପ୍ରୀତି ମହଙ୍ଗା ପଡ଼ିଲା। ଶୋଇଥିବା ଅବସ୍ଥାରେ ସ୍ତ୍ରୀଙ୍କ ପ୍ରେମିକଙ୍କୁ ସ୍ବାମୀ ଏକ ଛୁରିରେ ହତ୍ୟା କରିଛନ୍ତି। ଏଥିସହ ଆକ୍ରମଣରେ ସ୍ତ୍ରୀ ଗୁରୁତର...
କ୍ୟାନ୍ସର ରୋଗୀଙ୍କୁ ମିଳୁନି କେମୋଥେରାପି
ବରଗଡ଼ ଅଫିସ୍,୨୧।୬: ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ସ୍ଥାନୀୟ କ୍ୟାନ୍ସର ରୋଗୀଙ୍କୁ ମିଳୁଥିବା କେମୋଥେରାପି ଚିକିତ୍ସା ଏବେ ବନ୍ଦ ରହିଛି। ଫଳରେ ଜନସାଧାରଣରେ ପୁଣି ଅସନ୍ତୋଷ...


