ସୁନ୍ଦରଗଡ଼,୧୩।୬(ଡି.ଏନ୍.ଏ.): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ କରମଡିହି ଗ୍ରାମ ନିକଟ ବିଜୁ ଏକ୍ସପ୍ରେସ ଓ୍ବେ ରାଜ୍ୟ ରାଜପଥର ଅନତି ଦୂରରେ ଥିବା ଏକ ପରିତ୍ୟକ୍ତ କୂଅ ମଧ୍ୟରୁ ରବିବାର ଏକ ଗଳିତ ମୃତଦେହ ଜବତ ହୋଇଛି। ଗତ କିଛି ଦିନ ହେବ ଏହି ସ୍ଥାନରୁ ପଚା ଗନ୍ଧ ଆସୁଥିବା ସ୍ଥାନୀୟ ଲୋକଙ୍କ ଠାରୁ ପୋଲିସ ସୂଚନା ପାଇଥିଲା। ପରେ ରବିବାର ପୂର୍ବାହ୍ନରେ ସାଇଣ୍ଟିଫିକ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଗଳିତ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ସୁନ୍ଦର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇ ତଦନ୍ତ ଆରମ୍ଭ କରାଯାଇଛି।
Posted inଆମ ଜିଲା ଖବର, ସୁନ୍ଦରଗଡ଼ View All
ଟିକା ନେବାର ଘଣ୍ଟାକ ପରେ ମୃତ୍ୟୁ ଅଭିଯୋଗ
ଛେଣ୍ଡିପଦା,୧୨ା୬(ସ୍ବ.ପ୍ର.): କୋଭିଡ୍ ଟିକା ନେବାର ଘଣ୍ଟାକ ପରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଶୁକ୍ରବାର ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ମୃତକ ହେଲେ ଅନୁଗୋଳ ଜିଲା ଛେଣ୍ଡିପଦା...
କରୋନା ଜନିତ ମୃତ୍ୟୁରେ ଲାଗୁନି ବ୍ରେକ୍: ପୁଣି ୩ ଜଣଙ୍କ ନେଲା ଜୀବନ
ଛତ୍ରପୁର,୨୬।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନା ଜନିତ ମୃତ୍ୟୁରେ ଲାଗୁନି ବ୍ରେକ । ପୁଣି ଜିଲାରେ ଆଉ ୩ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ...
ବୋମାମାଡ଼ କରି ବିଜେଡି ନେତା ଗିରଫ
ଗୋପାଳପୁର,୧୩ା୬: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ପିତାତଳି ଗ୍ରାମରେ ଗତ ୧୦ ତାରିଖରେ ୨ ଗୋଷ୍ଠୀ ମଧ୍ୟରେ ବୋମାମାଡ଼ ହୋଇଥିଲା। ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ...
ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ବଳାତ୍କାର
ଗୋଲାମୁଣ୍ଡା,୨୧ା୦୬: କଳାହାଣ୍ଡି ଜିଲା ଗୋଲାମୁଣ୍ଡା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ...
ନିଜକୁ ଇଞ୍ଜିନିୟର କହୁଥିଲେ: ମିଛ ଧରାପଡିବା ପରେ ଦେଲେ ଏସିଡ୍ ମାଡ଼ ଧମକ
ଭଦ୍ରକ ଅଫିସ,୬।୬: ଭଦ୍ରକ ଗ୍ରାମାଞ୍ଚଳ ଥାନା ବରପଦା ପଖିଆଗୁଡ଼ି ଅଞ୍ଚଳର ଜଣେ ଯୁବତୀଙ୍କୁ ଚାରିଡିହା ଗ୍ରାମର ଜଣେ ଯୁବକ ବିବାହ କରିବାକୁ ବାଧ୍ୟ କରୁଛନ୍ତି। ତାଙ୍କୁ...
ଗେମ୍ ଖେଳିବାକୁ ମନା କରିବାରୁ ଏଭଳି ନିଷ୍ପତ୍ତି ନେଲେ ସ୍କୁଲ ଛାତ୍ର
ବାହାନଗା,୧୯ା୬: ମୋବାଇଲରେ ଗେମ୍ ଖେଳିବାକୁ ପରିବାର ଲୋକେ ବିରୋଧ କରିବାରୁ ଜଣେ ନାବାଳକ ଛାତ୍ର ଆତ୍ମହତ୍ୟା କରିବା ଘଟଣା ବାଲେଶ୍ୱର ଜିଲା ବାହାନଗା ବ୍ଲକ କୁରୁଡା...
ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ଜେଠୱା
କଟକ ଅଫିସ, ୨୬।୬: ଭିଜିଲାନ୍ସ ନିର୍ଦ୍ଦେଶକଭାବେ ବରିଷ୍ଠ ଆଇପିଏସ୍ ଅଫିସର ଯଶୱନ୍ତ ଜେଠୱା ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ସେ ବିଭାଗର ପୂର୍ବତନ...
ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀକୁ ୨୬ଟ୍ରେନ୍ ବାତିଲ
ଭୁବନେଶ୍ୱର,୨୦।୬(ବ୍ୟୁରୋ): ପୁରୀରେ ଆସନ୍ତା ମାସରେ ରଥଯାତ୍ରା ଅନୁଷ୍ଠିତ ହେବ। ଏହି ସମୟରେ ଯାତ୍ରୀଙ୍କ ସମ୍ଭାବ୍ୟ ଆଗମନକୁ ରୋକିବା ଏବଂ କୋଭିଡ୍-୧୯ ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବା ଉଦ୍ଦେଶ୍ୟରେ...


