ନୂଆଦିଲ୍ଲୀ,୭।୬: ଶନିବାର ଜି-୭ ରାଷ୍ଟ୍ର ସମୂହର ପ୍ରତିନିଧି ଓ ଅଧିକାରୀଙ୍କ ମଧ୍ୟରେ ଏକ ବିଶେଷ ବୈଠକ ଲଣ୍ଡନରେ ଅନୁଷ୍ଠିତ ହୋଇଯାଇଛି। ଗୁଗଲ, ଆପଲ୍ ଓ ଆମାଜନ ଭଳି ବହୁ ଦେଶୀୟ କମ୍ପାନୀଗୁଡିକ ଉପରେ ଟିକସ ଲାଗୁ କରିବା ଲାଗି ଉକ୍ତ ବୈଠକରେ ଏକ ଐତିହାସିକ ଚୁକ୍ତି ନେଇ ଜି-୭ ରାଷ୍ଟ୍ର ସମୂହ ସହମତି ପ୍ରକାଶ କରିଛନ୍ତି। ଫଳରେ ବହୁ ଦେଶୀୟ କମ୍ପାନୀଗୁଡିକ ଅନ୍ତତଃ ପକ୍ଷେ ୧୫% ଅନ୍ତଃରାଷ୍ଟ୍ରୀୟ କର୍ପୋରେଟ ଟିକସ ଦେବାକୁ ପଡିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଉକ୍ତ ବୈଠକରେ ବ୍ରିଟେନର ଅର୍ଥମନ୍ତ୍ରୀ ଋଷି ସୁନକ ଅଧ୍ୟକ୍ଷତା କରି ବିଭିନ୍ନ ବିଷୟ ଉପରେ ମତାମତ ଲୋଡିଥିଲେ। ଏହାଦ୍ୱାରା ସରକାରୀ ରାଜକୋଷକୁ ଆବଶ୍ୟକ ପରିମାଣର ଟିକସ ଆସିବ। ଫଳରେ ଦେଶଗୁଡିକ ଏହାଦ୍ୱାରା ଲାଭବାନ ହୋଇପାରିବେ ବୋଲି ବୈଠକରେ ଆଲୋଚନା ହୋଇଥିଲା। ଏହି ସର୍ବନିମ୍ନ କର୍ପୋରେଟ ଟିକସକୁ ନେଇ ଆସନ୍ତା ମାସରେ ଏକ ଐତିହାସିକ ରାଜିନାମା ହୋଇପାରେ। ଏହି ନିଷ୍ପତ୍ତି ଫଳରେ ଭାରତ ଲାଭବାନ ହେବ ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି। ସେମାନଙ୍କ କହିବା କଥା ବହୁଦେଶୀୟ କମ୍ପାନୀଗୁଡ଼ିକ ୧୫% ଟିକସ ପ୍ରଦାନ କଲେ ଦେଶର ବିକାଶ କାର୍ଯ୍ୟରେ ତାହା ବିନଯୋଗ ହୋଇପାରିବ।
ଅସନ୍ତୁଳିତ ଆର୍ଥିକ ପୁନରୁଦ୍ଧାର ଚିନ୍ତାଜନକ
ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ଡି. ସୁବାରାଓ ଦେଶ ମଧ୍ୟରେ ଅସନ୍ତୁଳିତ ଆର୍ଥିକ ପୁନରୁଦ୍ଧାରକୁ ନେଇ ଚିନ୍ତାପ୍ରକଟ କରିଛନ୍ତି। କରୋନା ମହାମାରୀ ଯୋଗୁ ଦେଶରେ...
କୋଲ୍ ଇଣ୍ଡିଆ ଦେଇପାରେ ଅତିରିକ୍ତ ଡିଭିଡେଣ୍ଡ
ନୂଆଦିଲ୍ଲୀ: କୋଲ୍ ଇଣ୍ଡିଆ ଏହାର ଅଂଶୀଦାରଙ୍କୁ ୨୦ରୁ ୨୫ ପ୍ରତିଶତ ଅତିରିକ୍ତ ଡିଭିଡେଣ୍ଡ ଦେଇପାରେ। ସୋମବାର ହେବାକୁ ଥିବା କମ୍ପାନୀର ବୋର୍ଡ ବୈଠକରେ ଏ ନେଇ...
ମନୋହରପୁର ଖଣିରୁ ଓପିଜିସିକୁ କୋଇଲା ଯୋଗାଣ
ଭୁବନେଶ୍ୱର: ଓଡ଼ିଶା କୋଲ୍ ଆଣ୍ଡ ପାଓ୍ବାର ଲିମିଟେଡ୍ (ଓସିପିଏଲ୍) ମନୋହରପୁର ଖଣିରୁ ଓଡ଼ିଶା ପାଓ୍ବାର ଜେନେରେଶନ କର୍ପୋରେଶନ (ଓପିଜିସି)କୁ କୋଇଲା ଯୋଗାଣ ଶୁଭାରମ୍ଭ ହୋଇଛି। ଓସିପିଏଲ୍...
ଇନ୍ଧନ ଦର ବୃଦ୍ଧିରୁ ସମସ୍ୟା
ଭୁବନେଶ୍ୱର: ଦେଶରେ କ୍ରମାଗତ ଭାବେ ଇନ୍ଧନ ମୂଲ୍ୟ ବୃଦ୍ଧି ପାଇ ଚାଲିଛି। ଫଳରେ ଏହାର ପ୍ରଭାବ ବିଶେଷ ଭାବେ ପରିବହନ ବ୍ୟବସ୍ଥା ଉପରେ ପଡୁଛି। ପରିବହନ ଯୋଗୁ...
ସୁଇସ ବ୍ୟାଙ୍କରୁ ତଥ୍ୟ ମଗାଗଲା
ନୂଆଦିଲ୍ଲୀ: ସୁଇସ୍ ବ୍ୟାଙ୍କରେ ଭାରତୀୟଙ୍କ ଜମା ବଢିଥିବା ଏକ ରିପୋର୍ଟ ନିକଟରେ ଆସିଥିଲା। ଭାରତୀୟଙ୍କ କଳାଧନ ବଢିଥିବା ଏହି ରିପୋର୍ଟକୁ ଆଧାର କରି ସାରା ଦେଶରେ...
ସ୍ବାସ୍ଥ୍ୟ ଭିତ୍ତିଭୂମିରେ ଖର୍ଚ୍ଚ ହୋଇପାରେ ୫୦ ହଜାର କୋଟି
ନୂଆଦିଲ୍ଲୀ,୧୭।୬: ଦେଶର ସ୍ବାସ୍ଥ୍ୟ ଭିତ୍ତିଭୂମିରେ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇପାରେ। କ୍ରେଡିଟ୍ ଇନସେନଟିଭ ବା ଋଣ ପ୍ରୋତ୍ସାହନ ଭାବେ ଏହାକୁ ଖର୍ଚ୍ଚ କରାଯିବ।...
ରେଲଓ୍ବେକୁ ମିଳିବ ୫ ମେଗାହର୍ଜ ସ୍ପେକ୍ଟ୍ରମ
ନୂଆଦିଲ୍ଲୀ: ୭୦୦ ମେଗାହର୍ଜ ବ୍ୟାଣ୍ଡରେ ରେଲଓ୍ବେକୁ ୫ ମେଗାହର୍ଜ ସ୍ପେକ୍ଟ୍ରମ ପ୍ରଦାନ ସଂକ୍ରାନ୍ତ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ବୁଧବାର ମଞ୍ଜୁରୀ ପ୍ରଦାନ କରାଯାଇଛି। ଏଭଳି ପଦକ୍ଷେପ...
ଡାକ ବିଭାଗର ବିଶେଷ ରଦ୍ଦକରଣ କାର୍ଯ୍ୟକ୍ରମ
ଭୁବନେଶ୍ୱର: ଚଳିତ ମାସ ୨୧ରେ ବିଶ୍ୱ ଯୋଗ ଦିବସର ମହତ୍ତ୍ୱ ପ୍ରତିପାଦନ ନିମିତ୍ତ ଭାରତୀୟ ଡାକ ବିଭାଗ ପକ୍ଷରୁ ଏକ ବିଶେଷ ରଦ୍ଦକରଣ (ସ୍ପେଶାଲ କ୍ୟାନସେଲେଶନ)...


