ପୁରୀ ଅଫିସ, ୮।୬: ବାଲେଶ୍ୱର ଜିଲାର ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକଙ୍କ ବିରୋଧରେ ସୋମବାର ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି। ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଏହି ଏତଲା ଦେବା ସହ ବିଧାୟକ ନାୟକଙ୍କୁ ଗିରଫ କରାଯିବାକୁ ଦାବି କରିଛନ୍ତି। ପଟ୍ଟନାୟକ କହିଛନ୍ତି, ମହାପ୍ରଭୁଙ୍କ ନୀତିକାନ୍ତିକୁ ଗୁରୁତ୍ୱ ଦେଇ ସୁପ୍ରିମକୋର୍ଟ ଗତବର୍ଷ ପୁରୀ ରଥଯାତ୍ରା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଜିଲା ପ୍ରଶାସନ ଓ ରାଜ୍ୟ ସରକାର ଉତ୍ତମ ପରିଚାଳନା ଦ୍ୱାରା ବିନା ଭକ୍ତରେ ରଥଯାତ୍ରା କରାଇଥିଲେ। ଏପରିସ୍ଥଳେ ବିଧାୟକ ନାୟକ ନୀଳଗିରି ରଥଯାତ୍ରା ବନ୍ଦ କରିବା ପାଇଁ ବାଲେଶ୍ୱର ଜିଲାପାଳଙ୍କୁ ଚିଠି ଲେଖିବା ସମୀଚୀନ ହୋଇନାହିଁ। ବିଧାୟକ ନାୟକଙ୍କ ଏହି କାର୍ଯ୍ୟ ଧର୍ମ ବିରୋଧୀ ସଦୃଶ। ତେଣୁ ତାଙ୍କ ବିରୋଧରେ ଦଫା ୨୯୫, ୨୯୫ (କ), ୨୯୬, ୨୯୭, ୨୯୮ ଓ ୧୨୦ (ଖ)ରେ ଏକ ମାମଲା ରୁଜୁ ସହ ତାଙ୍କୁ ଗିରଫ କରିବା ପାଇଁ ପଟ୍ଟନାୟକ ଦାବି କରିଛନ୍ତି। ତେବେ ଏ ନେଇ ବିଧାୟକ ନାୟକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ସୂଚନାଯୋଗ୍ୟ, ଗତବର୍ଷ କୋଭିଡ କଟକଣା ମଧ୍ୟରେ ନୀଳଗିରିରେ ରଥ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା। ଏ ବାବଦରେ ୭ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। ଶେଷରେ ରଥଯାତ୍ରା ହୋଇ ପାରି ନ ଥିଲା। ଚଳିତବର୍ଷ ମଧ୍ୟ କୋଭିଡ୍ କଟକଣା ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନିକ ଅଧିକାରୀମାନଙ୍କ ବିନା ଅନୁମତିରେ ଠାକୁରମାହାଲ ରାଜକୋଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ନ କରିବା ପାଇଁ ଗତ ୫ ତାରିଖରେ ବାଲେଶ୍ୱର ଜିଲାପାଳ, ୫-ଟି ସଚିବ, ଦେବୋତ୍ତର ବିଭାଗକୁ ନାୟକ ଚିଠି ଲେଖିଥିଲେ।
ବିବାହରେ ବିଳମ୍ବ ଯୋଗୁ ହାତ କାଟିଲେ ପ୍ରେମିକା
ଖଇରା, ୨୨।୬: ବିବାହ କରିବାରେ ବିଳମ୍ବ କରୁଥିଲେ ପ୍ରେମିକ। ଆଉ ଘର ଲୋକ ଅନ୍ୟତ୍ର ବିବାହ ପାଇଁ ଚାପ ପକାଉଥିଲେ। ଏଥିଯୋଗୁ ମାନସିକ ଭାରସାମ୍ୟ ହରାଇ...
ବିଦେଶରେ ମୟୂରଭଞ୍ଜ ଛତୁ
ବାରିପଦା ଅଫିସ,୧୧।୬-ରାଜ୍ୟ ତଥା ବିଦେଶକୁ ଏବେ ରପ୍ତାନୀ ହେଉଛି ‘ମୟୂରଭଞ୍ଜ ମସୃମ’। ଜିଲା ତଥା ରାଜ୍ୟ ବାହାରେ ଛତୁ ଓ ମଞ୍ଜିର ବେଶ୍ ଚାହିଦା ରହଛି।...
ରଘୁନାଥଙ୍କ ସ୍ଥାନରେ ମହେଶ ଜେଠମାଲାନି ରାଜ୍ୟସଭାକୁ ମନୋନୀତ
ମୁମ୍ବାଇ, ୧।୬: ବିଶିଷ୍ଟ ଆଇନଜୀବୀ ମହେଶ ଜେଠମାଲାନିଙ୍କୁ ରାଜ୍ୟ ସଭାକୁ ମନୋନୀତ କରାଯାଇଛି। କେନ୍ଦ୍ର ସରକାରଙ୍କ ସୁପାରିଶ ପରେ ସ୍ବର୍ଗତ ଆଇନଜୀବୀ ତଥା ପୂର୍ବତନ ଆଇନ...
ରାଜ୍ୟରେ ୟୁଜି-ପିଜି ଫାଇନାଲ ପରୀକ୍ଷା ହେବ; ଘରେ ରହି ଛାତ୍ରୀଛାତ୍ର ଦେଇପାରିବେ…
ଭୁବନେଶ୍ୱର,୧୮।୬(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ବୋର୍ଡ ଏବଂ ଯୁକ୍ତ ୨ ପରୀକ୍ଷାକୁ ବାତିଲ କରିଦିଆଯାଇଥିଲା। ଏବେ ୟୁଜି ଏବଂ ପିଜି ପରୀକ୍ଷା ନେଇ...
ସାଇକେଲ ଚାଳନା ପ୍ରସାର ଉପରେ ଗୁରୁତ୍ୱ
ଭୁବନେଶ୍ୱର, ୫।୬(ବ୍ୟୁରୋ): ରୋଟାରୀ କ୍ଲବ୍ ଇକୋ ପକ୍ଷରୁ ଅନ୍ଲାଇନ୍ ଜରିଆରେ ଶୁକ୍ରବାର ବିଶ୍ୱ ସାଇକେଲ ଦିବସ ପାଳିତ ହୋଇଯାଇଛି। ଏଥିରେ ରୋଟାରୀ କ୍ଲବ ଇକୋର ସଭାପତି...
ଏନ୍କାଉଣ୍ଟରରେ ମହିଳା ମାଓବାଦୀ ନିହତ
ମାଲକାନଗିରି/ଏମ୍ଭି୭୯,୧୮ା୬: ପୋଲିସ ଏନ୍କାଉଣ୍ଟରରେ ଶୁକ୍ରବାର ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରୁ ବନ୍ଧୁକ ସମେତ ବହୁ ମାଓବାଦୀ ସାମଗ୍ରୀ ପୋଲିସ ଜବତ କରିଛି। ମିଳିଥିବା...
ରାଜ୍ୟରେ ଆଜି ୫,୨୩୫ ସଂକ୍ରମିତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୧୧।୬(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ଶୁକ୍ରବାର ରାଜ୍ୟରେ ୫,୨୩୫କରୋନା ଆକ୍ରାନ୍ତ ଚିହ୍ନଟ...
ରାଜଧାନୀରୁ ଆଉ ୯୭୪ ସଂକ୍ରମିତ ଚିହ୍ନଟ: ଜାଣନ୍ତୁ କେଉଁଠୁ କେତେ…
ଭୁବନେଶ୍ୱର,୧।୬(ବ୍ୟୁରୋ): ସଂକ୍ରମଣରେ ରୋକ୍ ଲାଗୁନି। ରାଜଧାନୀ ଭୁବନେଶ୍ୱରରେ ମଙ୍ଗଳବାର ଆଉ ୯୭୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୭୦ଜଣ କ୍ୱାରାଣ୍ଟାଇନ୍ରୁ ଥିବା ବେଳେ...


