ପାଟନା,୮।୬:ଦେଶରେ କରୋନାର ଦ୍ୱିତୀୟ ଲହରରେ ସଂକ୍ରମଣ କମିବା ପରେ ବିଭିନ୍ନ ରାଜ୍ୟରେ କଟକଣା ସାମାନ୍ୟ କୋହଳ କରାଯାଇଛି। ମଙ୍ଗଳବାର ବିହାରରେ ଲକଡାଉନ୍ କଟକଣା ଉଠାଇ ଦିଆଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସୂଚନା ଦେଇଛନ୍ତି। ଦୀର୍ଘ ମାସେ ପରେ ଏହି ନିଷ୍ପତ୍ତି ନିଆଯାଇଛି। କିନ୍ତୁ ସନ୍ଧ୍ୟା ୭ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରୀ କର୍ଫ୍ୟୁ ଜାରି ରହିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହାସହ ସମସ୍ତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ୫୦ ପ୍ରତିଶତ କର୍ମଚାରୀ ସହ ଅପରାହ୍ନ ୪ ପର୍ଯ୍ୟନ୍ତ ଖୋଲା ରହିବ। ସେହିପରି ଅନ୍ଲାଇନ୍ ଶିକ୍ଷା ମଧ୍ୟ ଚାଲିବ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଲକ୍ଡାଉନ୍ ଯୋଗୁ କରୋନା ସଂକ୍ରମଣ ହ୍ରାସ ପାଇଛି। ତେଣୁ ବଜାରରେ ଭିଡ କରିବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି।
କରୋନାରୁ ଶିଶୁଙ୍କୁ ସୁରକ୍ଷା ଦେବ ମିଳିମିଳା ଟିକା
ନୂଆଦିଲ୍ଲୀ, ୨୩।୬: କରୋନା ସଂକ୍ରମଣର ତୃତୀୟ ଲହର ଶିଶୁଙ୍କୁ ଅଧିକ ପ୍ରଭାବିତ କରିବା ନେଇ ଚିନ୍ତା ପ୍ରକଟ କରାଯାଉଛି। ହେଲେ ମିଳିମିଳା ଟିକା ଏଥିରୁ ସୁରକ୍ଷା...
ଦିଲ୍ଲୀରୁ ଖୁସି ଖବର: କରୋନା ଗ୍ରାଫ୍ ତଳ ମୁହାଁ,ଡେଲ୍ଟା ଭାରିଆଣ୍ଟ୍କୁ ପ୍ରଭାବହୀନ କରିବ ଭାକ୍ସିନ୍…
ନୂଆଦିଲ୍ଲୀ,୧୫।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଲକ୍ଡାଉନ୍ ପ୍ରଭାବରୁ ସଂକ୍ରମଣ କମିବାରେ ଲାଗିଛି। ତେବେ ଦିଲ୍ଲୀରୁ ପୁଣି ଖୁସି ଖବର...
ସହଜ ନୁହେଁ ୨୦୨୨ ନିର୍ବାଚନ
ନୂଆଦିଲ୍ଲୀ/ଲକ୍ଷ୍ନୌ,୫ା୬ କରୋନା ମହାମାରୀ ମୁକାବିଲାରେ ଉତ୍ତରପ୍ରଦେଶ(ୟୁପି)ର ଯୋଗୀ ଆଦିତ୍ୟନାଥ ସରକାରଙ୍କ ବିଫଳତାକୁ ନେଇ ଭାଜପା ଚିନ୍ତିତ। ୨୦୨୨ ବିଧାନସଭା ନିର୍ବାଚନକୁ ଆଉ କିଛି ମାସ ବାକି...
ଦିନେ ଟିକା ନେବାକୁ ମନା କରୁଥିଲେ ଅଖିଳେଶ: ଏବେ କହିଲେ, ମୁଁ ବି ନେବି ଟିକା
ଲକ୍ଷ୍ନୌ,୮।୬: ଶେଷରେ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ମଙ୍ଗଳବାର କରୋନା ଟିକା ନେବେ ବୋଲି ଘୋଷଣା କରିଛନ୍ତି। ସେ ଟୁଇଟ୍ କରି କହିଛନ୍ତି ଯେ...
ଦଳ ଛାଡିଲେ ଆଉ ଜଣେ କଂଗ୍ରେସ ନେତା: ରାହୁଲଙ୍କୁ କଲେ ଟାର୍ଗେଟ
ଗୁଆହାଟୀ,୧୮।୬: କଂଗ୍ରେସରେ ଚାଲିଥିବା ବିବାଦ ଥମିବାର ନାଁ ନେଉନାହିଁ। ଯୁବ ନେତା ସବୁ ଦଳ ଛାଡିବା ପ୍ରକ୍ରିୟା ଜାରି ରହିଛି। ଏବେ ଆସାମ ବିଧାୟକ ରୂପଜ୍ୟୋତି...
ମୋଦିଙ୍କ କ୍ୟାବିନେଟ୍ରେ ସିନ୍ଧିଆ ପାଇବେ ସ୍ଥାନ: ମିଳିପାରେ ରେଳ ମନ୍ତ୍ରଣାଳୟ…
ନୂଆଦିଲ୍ଲୀ,୧୩।୬: ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍ର ସମ୍ପ୍ରସାରଣ କରାଯିବ। ଏଥିରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ସ୍ଥାନ ମିଳିବା ପ୍ରାୟ ନିଶ୍ଚିତ ହୋଇଛି।...
ଗୋଟିଏ ଆମ୍ବର ଦାମ୍ ୨୧ ହଜାର: ସୁରକ୍ଷା ଦାୟିତ୍ୱରେ ୪ ସୁରକ୍ଷାକର୍ମୀ, ୬ କୁକୁର…
ଜବଲପୁର,୧୬।୬: ଗୋଟିଏ ଆମ୍ବର ଦାମ୍ ପୁଣି ୨୧ ହଜାର ଟଙ୍କା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ତେବେ ମଧ୍ୟପ୍ରାଦେଶର ଜବଲପୁରରେ ବାସ କରୁଥିବା...
ସଂସଦରେ ଯୋଗ ଶିକ୍ଷା ଦେବେ ପ୍ରଜ୍ଞା
ଜୁନ୍ ୨୧ରେ ବିଶ୍ୱବ୍ୟାପୀ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବ। ଏହି ଅବସରରେ ଲୋକ ସଭା ସେକ୍ରେଟାରିଏଟ୍ ପକ୍ଷରୁ ସାଂଦସମାନଙ୍କୁ ଯୋଗ ଶିକ୍ଷାର ଆୟୋଜନ କରାଯାଇଛି।...


