ଲଣ୍ଡନ,୮।୬: ମହିଳାଙ୍କ ଗର୍ଭରେ ଶିଶୁ ସୃଷ୍ଟି ପାଇଁ ପ୍ରକୃତି ସମସ୍ତ ପ୍ରକାର ସୁବିଧା ସୁଯୋଗ ଖଞ୍ଜି ଦେଇଛି। ତେବେ ପୁରୁଷଙ୍କ ଶରୀରରେ ଏଭଳି ସ୍ଥିତି ସୃଷ୍ଟି ହେବା ପ୍ରାୟତଃ ଦେଖାଯାଇ ନ ଥାଏ। ତେବେ ଆଧୁନିକ ବିଜ୍ଞାନ ଯୋଗୁ ଏବେ ସବୁ ସମ୍ଭବ ହେଉଛି। କେତେକ ପୁରୁଷ ମହିଳାଙ୍କ ପରି ଗର୍ଭ ବେଦନା ସହିତ ଅନ୍ୟ ପାରିପାର୍ଶ୍ୱିକ ଅବସ୍ଥାକୁ ସହଜରେ ଅନୁଭବ କରିପାରନ୍ତି। ଏଭଳି ସ୍ଥିତିକୁ ଡାକ୍ତରୀ ଭାଷାରେ କୌଭାଡେ ସିଣ୍ଡ୍ରୋମ୍ କୁହାଯାଇଥାଏ। ଏକ୍ଷେତ୍ରରେ ପୁରୁଷଙ୍କ କ୍ଷେତ୍ରରେ ଗର୍ଭବତୀଙ୍କଠାରେ ଦୃଷ୍ଟିଗୋଚର ହେଉଥିବା ସମସ୍ତ ଲକ୍ଷଣ ମଧ୍ୟ ପରିପ୍ରକାଶ ହୋଇଥାଏ। ଗର୍ଭବତୀଙ୍କ ସହିତ ଅତି ଅନ୍ତରଙ୍ଗ ଭାବେ ଜଡ଼ିତ ଥିବା ପୁରୁଷ ସାଥୀଙ୍କଠାରେ ଗର୍ଭାବସ୍ଥାର ସମସ୍ତ ଲକ୍ଷଣ ପ୍ରକାଶ ପାଇଥାଏ। ଏହାକୁ ସହାନୁଭୁତି ଗର୍ଭବସ୍ଥା ମଧ୍ୟ କୁହାଯାଇଥାଏ। ବର୍ତ୍ତମାନ ସୁଦ୍ଧା ଏଭଳି ଅବସ୍ଥାକୁ ଚିକିତ୍ସା ବିଜ୍ଞାନରେ କୌଣସି ମାନସିକ ଡିଜ୍ଅର୍ଡର ଭାବେ ଗ୍ରହଣ କରାଯାଇ ନାହିଁ। ଲଣ୍ଡନର ସେଣ୍ଟ୍ ଜର୍ଜ ହସ୍ପିଟାଲରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଏସମ୍ପର୍କରେ ଉଲ୍ଲେଖ କରାଯାଇଛି। କୌଭାଡେ ସିଣ୍ଡ୍ରୋମ୍ରେ ପୁରୁଷଙ୍କ ପେଟରେ ଗର୍ଭବତୀଙ୍କ ଭଳି ଯନ୍ତ୍ରଣା ହେବା ସହିତ ପେଟ ଫୁଲିବା, ପିଠି ଯନ୍ତ୍ରଣା, ଆଳସ୍ୟ ବୋଧ, ମର୍ନିଂ ସିକ୍ନେସ୍, ଦାନ୍ତ ଯନ୍ତ୍ରଣା, ଅଧିକ ଭୋକ ଲାଗିବା ଆଦି ଲକ୍ଷଣ ପ୍ରକାଶ ପାଇଥାଏ। ଗର୍ଭବତୀଙ୍କର ପ୍ରସବ ହେବାର କିଛି ଦିନ ପର୍ଯ୍ୟନ୍ତ ମଧ୍ୟ ସମ୍ପୃକ୍ତ ପୁରୁଷ ସାଥୀଙ୍କଠାରେ କେତେକ ଲକ୍ଷଣ ପ୍ରକାଶ ପାଇଥାଏ। ପରବର୍ତ୍ତୀ ସମୟରେ ଏହା ସମ୍ପୂର୍ଣ୍ଣ ଦୂର ହୋଇଥାଏ। ବିକଶିତ ଦେଶରେ କୌଭାଡେ ସିଣ୍ଡ୍ରୋମ୍ ପୁରୁଷଙ୍କଠାରେ ଅଧିକ ଦେଖିବାକୁ ମିଳିଥାଏ। ଆମେରିକା, ସ୍ବିଡେନ୍, ଥାଇଲାଣ୍ଡ୍ ଏବଂ ବ୍ରିଟେନ୍ରେ ପୁରୁଷଙ୍କଠାରେ ଏଭଳି ସ୍ଥିତି ଅଧିକ ଦୃଷ୍ଟି ଗୋଚର ହୋଇଥାଏ। ଗଭବତୀଙ୍କ ସହିତ ଭାବନାତ୍ମକଭାବେ ଅଧିକ ଜଡ଼ିତ ହେବା ଏବଂ ହରମୋନ୍ସ୍ତରରେ କେତେକ ପରିବର୍ତ୍ତନ ଯୋଗୁ କୌଭାଡେ ସିଣ୍ଡ୍ରୋମ୍ ସୃଷ୍ଟି ହୋଇଥାଏ ବୋଲି ରିପୋର୍ଟରେ ଦର୍ଶାଯାଇଛି।
Posted inଅନ୍ତର୍ଜାତୀୟ, ଫୁରସତ View All
ଜାତୀୟତାବାଦର ପଥପ୍ରଦର୍ଶକ-ଶ୍ୟାମାପ୍ରସାଦ
ସ୍ବାଧୀନତା ପରଠାରୁ ଭାରତୀୟ ଜାତୀୟତାବାଦର ଭାବନା ଉଦ୍ରେକ କରିବା, ଜାତୀୟ ଅଖଣ୍ଡତା ବଜାୟ ରଖିବା, ଦେଶରେ ଏକ ଦୃଢ଼ ରାଜନୈତିକ ବିକଳ୍ପର ବୀଜବପନ କରିବାରେ ଯାହାଙ୍କ...
୩୫୦୦୦ ଟଙ୍କାର ବେଲ୍ଟ କିଣି ଆଣିଲେ ଝିଅ, ମା’ କହିଲେ…
ରାଞ୍ଚିର ଜଣେ ମହିଳାଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଅନୀତା ଗୁପ୍ତା ନାମକ ଜଣେ ମହିଳାଙ୍କ ଭିଡିଓ ଇନ୍ଷ୍ଟାଗ୍ରାମରେ ଶେୟାର ହୋଇଛି।...
ଉଚ୍ଚ ପୋଲ ପାରି ହେବାକୁ ସିମ୍ପାଞ୍ଜି କରୁଛି ଏପରି, ଭିଡିଓ ଦେଖିଲେ…
ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ...
ଆସୁଛି ଆଉ ଏକ କରୋନା ଟିକା ‘ନୋଭାଭାକ୍ସ’: ୯୦% ପ୍ରଭାବଶାଳୀ
ଓ୍ବାଶିଂଟନ୍,୧୪।୬: ସାରା ବିଶ୍ୱରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ଏହି ଅଜଣା ରୋଗ କୋଟି କୋଟି ଲୋକଙ୍କ ଜୀବନ ନେଇଛି। ଏହାକୁ ରୋକିବା ପାଇଁ...
ସ୍ପେସ୍ ଷ୍ଟେଶନରେ ସୋଲାର ପ୍ୟାନେଲ
ଇଣ୍ଟରନ୍ୟାଶନାଲ ସ୍ପେସ୍ ଷ୍ଟେଶନ(ଆଇଏସ୍ଏସ୍) ବାହାରେ ପ୍ରଥମ ସୋଲାର ପ୍ୟାନେଲ ଲଗାଇବାରେ ମହାକାଶଚାରୀ ସଫଳ ହୋଇଛନ୍ତି। ଏହା ସୌର ଶକ୍ତି ଅବଶୋଷଣ କରି ପ୍ରତିଦିନର ବୈଜ୍ଞାନିକ ଅନୁସନ୍ଧାନ...
ପ୍ରାଣୀଟିଏ ପାଇଁ ଜୀବନକୁ ବାଜି ଲଗାଇ ଦେଉଛନ୍ତି ଯୁବକ,ଭିଡିଓ ଭାଇରାଲ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...
ଚଢ଼େଇ ମଣିଷ ସହିତ ଗୋଟିଏ ଥାଳିରେ କରୁଛି ଭୋଜନ: ଭିଡ଼ିଓ ଭାଇରାଲ…
ନୂଆଦିଲ୍ଲୀ,୧୬।୬: ଏବେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଏକ ହୋଟେଲରେ ଜଣେ ଲୋକଙ୍କ ସହିତ ଗୋଟିଏ ଥାଳିରେ ଚଢ଼େଇ ଭୋଜନ...
ବନ୍ଦ ହେବ ଓ୍ବିଣ୍ଡୋଜ୍ ୧୦
ଜୁନ୍ ୨୪ରେ ଅପରେଟିଂ ସିଷ୍ଟମ୍ ଓ୍ବିଣ୍ଡୋଜ୍ର ନୂଆ ଭର୍ସନ ଆସିଯିବ। ପରେ ୨୦୨୫ ଅକ୍ଟୋବରରେ ମାଇକ୍ରୋସଫ୍ଟ ପକ୍ଷରୁ ଓ୍ବିଣ୍ଡୋଜ୍ ୧୦ ସପୋର୍ଟକୁ ବନ୍ଦ କରିଦିଆଯିବ ବୋଲି...


