ବେଜିଂ,୯।୬: ଏବେ ସୋସିଆଲ ମିଡ଼ିଆରେ ଚାଇନାର ଏକ ହାତୀପଲ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲଗେିଛି। ୧୫ ଜଣିଆ ହାତୀପଲ ଦୀର୍ଘ ଏକବର୍ଷ ଧରି ନିଜ ବାସସ୍ଥାନ ଛାଡ଼ି ଘୁରି ବୁଲୁଛନ୍ତି। ହାତୀପଲଙ୍କର ୨୫,୦୦୦ ଫଟୋ ସୋସିଆଲ୍ ମିଡ଼ିଆରେ ଅପଲୋଡ୍ କରାଯାଇଛି। ଏହାକୁ ଇତିମଧ୍ୟରେ ବିଶ୍ୱବ୍ୟାପୀ ୟୁଜର ୨୦ କୋଟିରୁ ଅଧିକ ଥର ଦେଖିସାରିଛନ୍ତି। ହାତୀପଲ ଏବେ ଟୁଇଟର ଏବଂ ୟୁଟ୍ୟୁବ୍ରେ ଭାଇରାଲ ହେବାରେ ଲାଗିଛି। ହାତୀପଲ ଶୋଇଥିବାରୁ ଫଟୋ ଓ ଭିଡ଼ିଓକୁ ଅଧିକ ୟୁଜର ପସନ୍ଦ କରିଛନ୍ତି। ହାତୀପଲ ଜିଶୁଆଙ୍ଗ୍ବନ୍ନା ସୀମାରେ ଥିବା ରିଜର୍ଭ ଜଙ୍ଗଲରେ ବାସ କରୁଥିଲେ। ତେବେ ଏବେ ହାତୀପଲ ୫୦୦ କିଲୋମିଟର ଦୂର ୟୁନାନା ପ୍ରଦେଶର କୁନ୍ମିଙ୍ଗ୍ ଅଞ୍ଚଳରେ ପହଞ୍ଚିଛନ୍ତି। ଯାତ୍ରା ଆରମ୍ଭ କରିବା ସମୟରେ ହାତୀପଲରେ ୧୬ ହାତୀଥିଲେ। ତେବେ ପରବର୍ତ୍ତୀ ସମୟରେ ୨ଟି ହାତୀ ଘରକୁ ଫେରିଯାଇଥିଲେ। ସେହିପରି ଗୋଟିଏ ହାତୀ ଛୁଆ ମଧ୍ୟ ଜନ୍ମ ହୋଇଥିଲା। ଏବେ ପଲରେ ୬ଟି ମାଈ ହାତୀ, ୩ଟି ଅଣ୍ଡିରା ହାତୀ, ୩ଟି ଛୋଟ ହାତୀ ଏବଂ ୩ଟି ଛୁଆ ହାତୀ ରହିଥିବା ସରକାରୀ ରିପୋର୍ଟରୁ ଜଣାପଡ଼ିଛି। ହାତୀପଲ ଚାଷ ଜମିରେ ପଶି ଫସଲ ନଷ୍ଟ କରୁଛନ୍ତି। କିଛି ଦିନ ତଳେ ଗୋଟିଏ ହାତୀ ପଚାସଢ଼ା ଖାଦ୍ୟଶସ୍ୟ ଖାଇଥିଲା। ଫଳରେ ହାତୀଟି ନିଶାଗ୍ରସ୍ତ ହୋଇ ବହୁ ଭଙ୍ଗାରୁଜା କରିଥିବା ସ୍ଥାନୀୟ ଜଙ୍ଗଲ ଅଧିକାରୀ ପ୍ରକାଶ କରିଛନ୍ତି।
Posted inଅନ୍ତର୍ଜାତୀୟ, ଫୁରସତ View All
ପୁଅ ବାହା ହେବାକୁ ମନା କରିବାରୁ ମା-ବାପା ନେଲେ ଏମିତି ଚରମ ପଦକ୍ଷେପ, ଜାଣିଲେ ହେବେ ଆଶ୍ଚର୍ଯ୍ୟ
ତେହେରାନ,୯ା୬: ଇରାନରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ବୃଦ୍ଧ ଦମ୍ପତି ତାଙ୍କର ୪୭ ବର୍ଷୀୟ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ଜଣକ ଫିଲ୍ମନିର୍ମାତା...
୮୦ ଜଣଙ୍କୁ କଞ୍ଚା ଚୋବାଇ ଖାଇଥିଲା ୧୬ ଫୁଟ ଲମ୍ବ କୁମ୍ଭୀର …
କାମ୍ପାଲା,୧୦।୬: ଆଫ୍ରିକାର ଉଗାଣ୍ଡାରେ ଏକ ୧୬ ଫୁଟ ଲମ୍ବ କୁମ୍ଭୀର ଯୋଗୁ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ଘଡ଼ିଆଳ କୁମ୍ଭୀରଟି ୮୦ ଜଣ ଲୋକଙ୍କୁ ଜୀଅନ୍ତା କଞ୍ଚା...
ଇରାନ ନୌସେନା ଜାହାଜ ଜଳିଗଲା
ତେହରାନ, ୩ା୬: ଇରାନ ନୌସେନାର ବୃହତ୍ତମ ଯୁଦ୍ଧ ଜାହାଜରେ ମଙ୍ଗଳବାର ବିଳମ୍ବିତ ରାତିରେ ନିଆଁ ଲାଗିଯିବା ସହ ଏହା ଗଲ୍ଫ ଅଫ୍ ଓମାନରେ ବୁଡ଼ିଯାଇଛି। ଏପରି...
୧୬ ବର୍ଷର ଛାତ୍ରଙ୍କ ପ୍ରେମରେ ପାଗଳ ଶିକ୍ଷୟିତ୍ରୀ, ମାମଲା ପହଞ୍ଚିଲା କୋର୍ଟରେ, ଜାଣିଲେ…
ଓ୍ବାଶିଂଟନ,୨୫ା୬: ଆମେରିକାର ଟେକ୍ସାସରେ ଜଣେ ୧୬ ବର୍ଷୀୟ ଛାତ୍ରଙ୍କ ପ୍ରେମରେ ପାଗଳ ହୋଇ ଶ୍ରେଣୀ ଶିକ୍ଷୟିତ୍ରୀ ହରଡ଼ଘଣାରେ ପଡ଼ିଛନ୍ତି। ଯେତେବେଳେ ଛାତ୍ର ତାଙ୍କ ଗର୍ଲଫ୍ରେଣ୍ଡଙ୍କ ସହ...
ଜେଲରେ ଜନ୍ ମେକେଫି ମୃତ
ମାଡ୍ରିଡ୍,୨୫।୬: ଆଣ୍ଟିଭାଇରସ୍ ଜଗତର ଜଣାଶୁଣା ନାମ ଜନ୍ ମେକେଫିଙ୍କ ମୃତ୍ୟୁ ଘଟିଛି। ବ୍ରିଟେନ ଜନ୍ମିତ ଏହି ଆମେରିକୀୟ କମ୍ପ୍ୟୁଟର ପ୍ରୋଗ୍ରାମର୍ଙ୍କ ଝୁଲନ୍ତା ମୃତଦେହ ସ୍ପେନ୍ର ବାର୍ସିଲୋନାସ୍ଥିତ...
ବାବା ରାମଦେବଙ୍କୁ ଝଟ୍କା ଦେଲା ନେପାଳ
କାଠମାଣ୍ଠୁ,୯।୬: ନେପାଳ ସରକାର ଦେଶରେ ପତଞ୍ଜଳି ଦ୍ୱାରା ପ୍ରସ୍ତୁତ କରୋନିଲ କିଟ୍ର ବିତରଣ ଉପରେ ରୋକ ଲଗାଇଛନ୍ତି। ଯୋଗ ଗୁରୁ ରାମଦେବଙ୍କ କମ୍ପାନୀ ପତଞ୍ଜଳି ଉପହାର...
ଏହି ଦେଶରେ କେବଳ ଶୋଇବା ପାଇଁ ମିଳିଥାଏ ଚାକିରି
ଯେକୌଣସି ମଣିଷ ପାଇଁ ଖାଦ୍ୟ, ବସ୍ତ୍ର ଏବଂ ବାସଗୃହ ନିହାତି ଆବଶ୍ୟକ। ଏହି ଆବଶ୍ୟକତା ପୂରଣ କରିବାକୁ ଲୋକଙ୍କୁ ଚାକିରି କରିବା ଦରକାର। ରୋଜଗାରର ସନ୍ଧାନରେ...
ଭାରତ ସହ ସମ୍ପର୍କ ମଜଭୁତ ହେବ: ନେଫ୍ଟାଲି
ଜେରୁଜେଲମ, ୧୫ା୬: ଇସ୍ରାଏଲ ଓ ଭାରତ ଭଳି ଦୁଇ ଗଣତାନ୍ତ୍ରିକ ରାଷ୍ଟ୍ର ମଧ୍ୟରେ ସମ୍ପର୍କକୁ ଆହୁରି ମଜଭୁତ କରିବା ପାଇଁ ଇସ୍ରାଏଲର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ନେଫ୍ଟାଲି...


