ମାଡ୍ରିଡ୍,୨୫।୬: ଆଣ୍ଟିଭାଇରସ୍ ଜଗତର ଜଣାଶୁଣା ନାମ ଜନ୍ ମେକେଫିଙ୍କ ମୃତ୍ୟୁ ଘଟିଛି। ବ୍ରିଟେନ ଜନ୍ମିତ ଏହି ଆମେରିକୀୟ କମ୍ପ୍ୟୁଟର ପ୍ରୋଗ୍ରାମର୍ଙ୍କ ଝୁଲନ୍ତା ମୃତଦେହ ସ୍ପେନ୍ର ବାର୍ସିଲୋନାସ୍ଥିତ ଏକ ଜେଲରେ ବୁଧବାର ଠାବ କରାଯାଇଛି। ତାଙ୍କୁ ବଞ୍ଚାଇବା ପାଇଁ ସବୁ ଉଦ୍ୟମ କରାଯାଇଥିଲା। କିନ୍ତୁ ବଞ୍ଚାଯାଇପାରି ନାହିଁ ବୋଲି ସ୍ପେନ୍ର ଜଷ୍ଟିସ୍ ଡିପାର୍ଟମେଣ୍ଟ ପକ୍ଷରୁ କୁହାଯାଇଛି। ସେ ନିଜ ବେକରେ ଦଉଡ଼ି ଲଗାଇ ଆମତ୍ହତ୍ୟା କରିଥିବା ସନ୍ଦେହ କରାଯାଉଛି।
ଜନ୍ ଡେଭିଡ୍ ମେକେଫି ଆଣ୍ଟିଭାଇରସ୍ ସଫ୍ଟଓ୍ବେର ମେକେଫି ଆସୋସିଏଟ୍ସର ପ୍ରତିଷ୍ଠାତା ଥିଲେ। ତାଙ୍କ ବିରୋଧରେ ଆମେରିକାରେ ଟିକସ ଠକେଇ ଅଭିଯୋଗ ରହିଥିଲା। ୭୫ ବର୍ଷୀୟ ମେକେଫିଙ୍କ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ସ୍ପେନ୍ର ନ୍ୟାଶନାଲ
ଜେଲରେ ଜନ୍…
କୋର୍ଟ ଆମେରିକାକୁ ତାଙ୍କ ପ୍ରତ୍ୟର୍ପଣ ପାଇଁ ଅନୁମତି ଦେଇଥିଲେ। କାଟାଲୋନିଆର ପ୍ରିଜନ ସିଷ୍ଟମ୍ ମୁଖପାତ୍ର ଏହି ବିଷୟ ସ୍ପଷ୍ଟ କରିଛନ୍ତି।
ମାମଲା କ’ଣ?
ଟେକ୍ ଓ୍ବାଲର୍ଡରେ ମେକେଫି ଜଣେ ବିବାଦୀୟ ବ୍ୟକ୍ତିତ୍ୱ ଥିଲେ। ତାଙ୍କ କମ୍ପାନୀ ପ୍ରଥମ କମର୍ସିଆଲ୍ ଆଣ୍ଟିଭାଇରସ୍ ସଫ୍ଟଓ୍ବେର ଲଞ୍ଚ କରିଥିଲା। ବିଶ୍ୱର ନୂଆ ଇଣ୍ଡଷ୍ଟ୍ରି ଛିଡ଼ା ହେବାରେ ଏହା ସହାୟକ ହୋଇଥିଲା। ପରେ ମେକେଫି
ସଫ୍ଟଓ୍ବେର
ଟେକ୍ କମ୍ପାନୀ ଇଣ୍ଟେଲକୁ ବିକ୍ରି କରିଦେଇଥିଲେ। ୨୦୨୦ ଅକ୍ଟୋବରରେ ମେକେଫି ସ୍ପେନ୍ରୁ ତୁର୍କୀର ଇସ୍ତାନବୁଲ୍ ଅଭିମୁଖେ ଯାତ୍ରା ପାଇଁ ବାର୍ସିଲୋନା ବିମାନବନ୍ଦରରେ ଥିବାବେଳେ ତାଙ୍କୁ ଗିରଫ କରାଯାଇଥିଲା। ଗିରଫ ହେବା ପରଠାରୁ ସେ ସ୍ପେନ୍ରେ ଥିଲେ। ସେ କନ୍ସଲଟାଣ୍ଟ ଓ ପବ୍ଲିକ୍ ସ୍ପିକର ଭାବେ ମଧ୍ୟ ଭଲ ଆୟ କରିଥିଲେ। କ୍ରିପ୍ଟୋ କରେନ୍ସିରେ ନିବେଶ କରିବା ଓ ନିଜ ଆମତ୍ଜୀବନୀର ଅଧିକାର ବିକ୍ରି କରି ବିପୁଳ ଅର୍ଥ ଆୟ କରିବା ସତ୍ତ୍ୱେ ସେ ୨୦୧୪ରୁ ୨୦୧୮ ପର୍ଯ୍ୟନ୍ତ ଜାଣିଶୁଣି ଟ୍ୟାକ୍ସ ରିଟର୍ନ ଫାଇଲ୍ କରି ନ ଥିଲେ। ଦୋଷ ପ୍ରମାଣିତ ହୋଇଥିଲେ ତାଙ୍କୁ ୩୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଦିଆଯାଇଥାଆନ୍ତା। ଗତ ନଭେମ୍ବରରେ ତାଙ୍କ ପ୍ରତ୍ୟର୍ପଣ ରିକ୍ୱେଷ୍ଟ ଫାଇଲ୍ ହୋଇଥିଲା। ଏହା ଅନୁସାରେ ମେକେଫି ଏହି ୪ ବର୍ଷ ଭିତରେ ବେଆଇନ ଭାବେ ୨ ନିୟୁତ ଡଲାରରୁ ଊର୍ଦ୍ଧ୍ୱ ଆୟ କରିଥିଲେ। କିନ୍ତୁ ଟ୍ୟାକ୍ସ ରିଟର୍ନ ଫାଇଲ କରି ନ ଥିଲେ। ସ୍ପେନ୍ କୋର୍ଟ ବୁଧବାର ମେକେଫିଙ୍କୁ ଆମେରିକାକୁ ପ୍ରତ୍ୟର୍ପଣ ଲାଗି ଅନୁମତି ଦେଇଥିଲେ। ତେବେ ଏହି ରାୟକୁ ଚ୍ୟାଲେଞ୍ଜ କରାଯାଇପାରିଥାଆନ୍ତା। ପ୍ରତ୍ୟର୍ପଣ ପାଇଁ ସ୍ପାନିଶ୍ କ୍ୟାବିନେଟର ମଞ୍ଜୁରୀ ମଧ୍ୟ ଆବଶ୍ୟକ ହୋଇଥାଆନ୍ତା।
କହିଥିଲେ ଅବସୋସ ନାହିଁ:
ଜନ୍ ମେକେଫି ୧୯୮୦ରେ ନିଜ ଆଣ୍ଟିଭାଇରସ୍ ସଫ୍ଟଓ୍ବେରରୁ ବିପୁଳ ଅର୍ଥ ଆୟ କରିଥିଲେ। ଗତ କିଛି ବର୍ଷ ମଧ୍ୟରେ ସେ କ୍ରିପ୍ଟୋକରେନ୍ସିର ଏକପ୍ରକାର ଆମତ୍ଘୋଷିତ ଗୁରୁ ପାଲଟିଯାଇଥିଲେ। ସେ ଦିନକୁ ୨୦୦୦ ଡଲାର ଆୟ କରୁଥିବା ଦାବି କରିଥିଲେ। ଟୁଇଟରରେ ତାଙ୍କର ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଫଲୋୟର୍ସ ଅଛନ୍ତି। ଜୁନ୍ ୧୬ରେ ତାଙ୍କର ଏକ ଟୁଇଟ୍ ଆସିଥିଲା। ମେକେଫି ସେଥିରେ କହିଥିଲେ, ଆମେରିକୀୟ କର୍ତ୍ତୃପକ୍ଷଙ୍କୁ ମନେହେଉଛି ଯେ ସେ କ୍ରିପ୍ଟୋକରେନ୍ସି ଲୁଚାଇ ରଖିଛନ୍ତି। କିନ୍ତୁ ପ୍ରକୃତରେ ତାଙ୍କ ପାଖରେ କିଛି ବଞ୍ଚତ୍ନାହିଁ। ଅବଶିଷ୍ଟ ସମ୍ପତ୍ତିକୁ ବାଜ୍ୟାପ୍ତ କରାଯାଇଛି। ତଥାପି କୌଣସି ବିଷୟକୁ ନେଇ ତାଙ୍କର ଅବସୋସ ନାହିଁ।
Posted inଅନ୍ତର୍ଜାତୀୟ View All
ଚତୁର୍ଥୀ ରାତିରେ ଚାଲିଗଲା କନ୍ୟାଙ୍କ ଜୀବନ, ଜାଣିଲେ…
ବ୍ରାସିଲିଆ,୧୬ା୬: ବିବାହ ପରେ ବରକନ୍ୟାଙ୍କ ଜୀବନରେ ପ୍ରଥମ ରାତିକୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ମାତ୍ର ବ୍ରାଜିଲରେ ଏକ ନବଦମ୍ପତିଙ୍କ ସହ ଏମିତି ଘଟିଛି ଯାହା...
ମାସ୍କ୍ ନ ପିନ୍ଧିବା ନିର୍ଦ୍ଦେଶ ପରେ ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା…
ଜେରୁଜେଲମ୍,୨୪।୬: କରୋନା ମହାମାରୀ ଭୂତାଣୁ ବିରୋଧରେ ମାସ୍କ୍ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ସହିତ ନିୟମିତ ବ୍ୟବଧାନରେ ହାତଧୋଇବା ଗୁରୁତ୍ୱପୂର୍ଣ୍ଣ ବୋଲି ବିଶ୍ୱ ସ୍ବାସ୍ଥ୍ୟ...
ବିଲ୍ଡିଂ ଧସିଲା, ୯/୧୧ ମନେପଡ଼ିଲା
ୱାଶିଂଟନ,୨୬ା୬: ଆମେରିକାର ଫ୍ଲୋରିଡାସ୍ଥିତ ମିଆମି ସହରରେ ୧୨ ମହଲା ବିଶିଷ୍ଟ ଏକ ୪୦ ବର୍ଷ ପରୁଣା କୋଠା ଭୁଶୁଡ଼ିପଡ଼ିଛି। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ...
ମହାକାଶକୁ ଯିବେ ବେଜୋସ୍
ଆମାଜନ୍ ପ୍ରତିଷ୍ଠାତା ତଥା ସ୍ପେସ୍ କମ୍ପାନୀ ବ୍ଲୁ ଅରିଜନ୍ର ମାଲିକ ଜେଫ୍ ବେଜୋସ୍ ଜୁଲାଇ ୨୦ରେ ମହାକାଶକୁ ଯିବେ। ବ୍ଲୁ ଅରିଜିନ୍ ଦ୍ୱାରା ପଠାଯାଉଥିବା ପ୍ରଥମ...
ଭାରତୀୟ ସାମଗ୍ରୀ ଉପରେ ଶୁଳ୍କ ବଢ଼ାଇବୁ
ନୂଆଦିଲ୍ଲୀ,୭।୬: ଭାରତ ବିରୋଧରେ ଆମେରିକାର ଟାରିଫ୍ ଯୁଦ୍ଧକୁ ରାଷ୍ଟ୍ରପତି ଜୋ ବାଇଡେନ୍ ପୁଣିଥରେ ବଢ଼ାଇଛନ୍ତି। ଭାରତରୁ ଆମେରିକା ଆମଦାନୀ କରୁଥିତ୍ବା ଚିଙ୍ଗୁଡ଼ି, ବାସମତି ଚାଉଳଠାରୁ ଆରମ୍ଭ...
ବିମାନ ଦୁର୍ଘଟଣାରେ ୭ ମୃତ
ମସ୍କୋ,୧୯।୬: ରୁଷିଆର ସାଇବେରିଆ ଅଧୀନ କେମେରୋଭୋ ଓବ୍ଲାଷ୍ଟଠାରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୧୭ ଜଣ ଆହତ...
ସିଙ୍ଗାପୁରରେ ଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ ୩୦ ବର୍ଷ ଜେଲ୍
ସିଙ୍ଗାପୁର,୨୨।୬: ୪୧ ବର୍ଷୀୟା ଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ ସିଙ୍ଗାପୁରରେ ୩୦ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରାଯାଇଛି। ଘରୋଇ ସହାୟକଙ୍କ ଉପରେ ୧୪ ମାସ ଧରି...
କାନାଡା ସୁପ୍ରିମକୋର୍ଟରେ ଭାରତୀୟ ବଂଶୋଦ୍ଭବ
ଭାରତୀୟ ବଂଶୋଦ୍ଭବ ବିଚାରପତି ମହମଦ ଜମାଲ ପ୍ରଥମ ଅଣଶ୍ୱେତାଙ୍ଗ ଭାବେ କାନାଡା ସୁପ୍ରିମକୋର୍ଟକୁ ମନୋନୀତ ହୋଇଛନ୍ତି। ୨୦୧୯ରୁ ଓଣ୍ଟାରିଓସ୍ଥିତ କୋର୍ଟ ଅଫ୍ ଅପିଲ୍ର ବିଚାରପତି ଥିବା...


