ନୂଆଦିଲ୍ଲୀ,୯।୬: ଆସନ୍ତା ୨୦୨୨ରେ ଦେଶର ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଭାଜପା ଶକ୍ତି ବୃଦ୍ଧି କରିବା ଲାଗି ଅଣ୍ଟାଭିଡ଼ିବା ଆରମ୍ଭ କରିଛି। ଏହି ମର୍ମରେ ବିରୋଧୀ ଦଳଗୁଡ଼ିକୁ ଦୁର୍ବଳ କରିବା ଲାଗି ଛାମୁଆ ନେତାଙ୍କୁ ଦଳରେ ସାମିଲ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଉଛି। ୨୦୨୨ରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ମଣିପୁର ଏବଂ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାର ଠିକ୍ ପୂର୍ବରୁ ଉତ୍ତରପ୍ରଦେଶର କଂଗ୍ରେସକୁ ଝଟ୍କା ଲାଗିଛି। ବାଡ଼ଡେଇଁ କଂଗ୍ରେସ ନେତା ଜିତିନ ପ୍ରସାଦ କେନ୍ଦ୍ରୀୟ ମନ୍ତ୍ରୀ ପୀୟୂଷ ଗୋଏଲଙ୍କ ଉପସ୍ଥିତିରେ ଭାଜପାରେ ସାମିଲ ହୋଇଛନ୍ତି। ୪୮ ବର୍ଷ ବୟସ୍କ ଜିତିନ ପ୍ରସାଦ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଏବଂ ପି.ଭି. ନରସିଂହ ରାଓଙ୍କର ରାଜନୈତିକ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ। ସେ ଭାଜପାରେ ଯୋଗଦେବା ଦ୍ୱାରା ଉତ୍ତରପ୍ରଦେଶରେ ଦଳର ଶକ୍ତି ବୃଦ୍ଧି ହୋଇପାରିବ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ଭାଜପାରେ ଯୋଗଦେଇ ଜିତିନ୍ କହିଛନ୍ତି ଯେ, ତିନି ପିଢ଼ୀ ଧରି ଆମର ପୂର୍ବପୁରୁଷ କଂଗ୍ରେସରେ ରହି ଆସିଥିଲେ। ତେବେ ଏବେ ଗତ ୮-୧୦ ବର୍ଷ ଧରି ମୁଁ ଅନୁଭବ କରୁଛି ଦେଶର ବିକାଶ ପାଇଁ କାର୍ଯ୍ୟ କରୁଥିବା ଏକମାତ୍ର ରାଜନୈତିକ ଦଳ ହେଉଛି ଭାଜପା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର ବିକାଶ ଧାରା ଜାରି ରହିଛି। ଏପରିସ୍ଥଳେ ସେ ଭାଜପା ପ୍ରତି ଆକର୍ଷିତ ହୋଇଥିବା ଜିତିନ୍ କହିଛନ୍ତି। ଭାଜପାରେ ଜଣେ କଂଗ୍ରେସ ନେତା ସାମିଲ ହେବା ନେଇ ଦଳର ରାଷ୍ଟ୍ରୀୟ ପ୍ରବକ୍ତା ତଥା ଏମ୍ପି ଅନୀଲ ବଲୁନି ବୁଧବାର ପୂର୍ବାହ୍ନ ୧୦ଟା ୪୦ରେ ଟୁଇଟ୍ କରି ସୂଚନା ଦେଇଥିଲେ। ତେବେ ସେ କାହାର ନାମ ସମ୍ପର୍କରେ ସୂଚନା ଦେଇ ନ ଥିଲେ। ଫଳରେ ଏନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା।
ପଞ୍ଜାବରେ ଡେଲ୍ଟା ପ୍ଲସ୍ ଭାରିଆଣ୍ଟର ପ୍ରଥମ ମାମଲା: ମହାରାଷ୍ଟ୍ର-ମଧ୍ୟପ୍ରଦେଶର ଅନେକ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍ ଘୋଷିତ
ଚଣ୍ଡିଗଡ଼/ମୁମ୍ବାଇ/ଭୋପାଳ,୨୫।୬: ଦେଶରେ କରୋନା ଭାଇରସ୍ର ଦ୍ୱିତୀୟ ଲହର ଧୀରେ ଧୀରେ ଏବେ ନିୟନ୍ତ୍ରଣକୁ ଆସୁଛି। କିନ୍ତୁ ଏବେ ବି ସଙ୍କଟ ଜାରି ରହିଛି। ଅନ୍ୟପଟେ ସମ୍ଭାବ୍ୟ...
ଦଳ ଛାଡିଲେ ଆଉ ଜଣେ କଂଗ୍ରେସ ନେତା: ରାହୁଲଙ୍କୁ କଲେ ଟାର୍ଗେଟ
ଗୁଆହାଟୀ,୧୮।୬: କଂଗ୍ରେସରେ ଚାଲିଥିବା ବିବାଦ ଥମିବାର ନାଁ ନେଉନାହିଁ। ଯୁବ ନେତା ସବୁ ଦଳ ଛାଡିବା ପ୍ରକ୍ରିୟା ଜାରି ରହିଛି। ଏବେ ଆସାମ ବିଧାୟକ ରୂପଜ୍ୟୋତି...
ପୋଲିସକୁ ଜଣାଇଥିଲେ, ତଥାପି ଚାଲିଗଲା ଜର୍ନାଲିଷ୍ଟଙ୍କ ଜୀବନ
ଲକ୍ଷ୍ନୌ,୧୪।୬: ରବିବାର ରାତିରେ ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜିଲାରେ ସୁଲଭ ଶ୍ରୀବାସ୍ତବ ନାମକ ଜଣେ ଟିଭି ଜର୍ନାଲଷ୍ଟଙ୍କ ମୃତ୍ୟୁ ଘଟିଛି। ମୋଟରସାଇକେଲ ଦୁର୍ଘଟଣା ତାଙ୍କ ମୃତ୍ୟୁର...
ମାଲ୍ୟା-ନୀରବ-ଚୋକ୍ସି ମାମଲାରେ ୧୮,୧୭୦ କୋଟି ସମ୍ପତ୍ତି ଜବତ…
ନୂଆଦିଲ୍ଲୀ,୨୩।୬: ବିଜୟ ମାଲ୍ୟା, ନୀରବ ମୋଦି ଏବଂ ମେହୁଲ ଚୋକ୍ସି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ପକ୍ଷରୁ ୮୦.୪୫ ପ୍ରତିଶତ ସମ୍ପତ୍ତି ଜବତ କରାଯାଇଛି। ଏହାର...
ଭାଜପାକୁ ଝଟ୍କା: ଟିଏମ୍ସିକୁ ଫେରିପାରନ୍ତି ମୁକୁଲ ରାୟ
କୋଲକତା,୧୧।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହାରିବା ପରେ ଭାଜପାକୁ ଆଉ ଏକ ଝଟକା ଲାଗିଛି। ଭାଜପା ବଡ ନେତା ମୁକୁଲ ରାୟ ନିଜ ପୁଅ ଶୁଭ୍ରାଂଶୁଙ୍କ...
କରୋନା ଭୂତାଣୁକୁ ନାଶ କରିବ ଏହି ମାସ୍କ
ପୁଣେ,୧୫।୬: କରୋନା ମହାମାରୀର ଦ୍ୱିତୀୟ ଲହର ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଛି। ଦ୍ୱିତୀୟ ଲହର ସମୟରେ କରୋନା ଭୂତାଣୁର ସବୁଠାରୁ ବିପଜ୍ଜନକ ଭାରିଏଣ୍ଟ ଦେଖାଦେଇଛି।...
ପୁଣି ବଢ଼ିଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା…
ନୂଆଦିଲ୍ଲୀ,୧୭।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଲକ୍ଡାଉନ୍ ପ୍ରଭାବରୁ ସଂକ୍ରମଣ କମିବାରେ ଲାଗିଛି। ତେବେ ଦିନେ ନୂଆ ଆକ୍ରାନ୍ତ ଏବଂ...
କରୋନାରେ ୯,୩୪୬ ପିଲା ହୋଇଛନ୍ତି ବେସାହାରା
ନୂଆଦିଲ୍ଲୀ,୩।୬: କରୋନାର ଦ୍ୱିତୀୟ ଲହର ସମଗ୍ର ଦେଶକୁ ପ୍ରଭାବିତ କରିଛି। ମହାମାରୀ ଦ୍ୱାରା ପିଲାମାନେ ଅଧିକ ପ୍ରଭାବିତ ହୋଇଛନ୍ତି। ଏକ ଆକଳନରୁ ଜଣାପଡିଛି ଯେ, ସମଗ୍ର...


