କାଠମାଣ୍ଠୁ,୯।୬: ନେପାଳ ସରକାର ଦେଶରେ ପତଞ୍ଜଳି ଦ୍ୱାରା ପ୍ରସ୍ତୁତ କରୋନିଲ କିଟ୍ର ବିତରଣ ଉପରେ ରୋକ ଲଗାଇଛନ୍ତି। ଯୋଗ ଗୁରୁ ରାମଦେବଙ୍କ କମ୍ପାନୀ ପତଞ୍ଜଳି ଉପହାର ସ୍ବରୂପ କରୋନିଲଙ୍କ କିଟ ନେପାଳକୁ ପଠାଇଥିଲା। କିନ୍ତୁ ନେପାଳ ସରକାର କହିଛନ୍ତି ଯେ, କୋଭିଡ-୧୯ ଉପରେ କରୋନିଲ ପ୍ରଭାବୀ ହେଉଥିବାର ପ୍ରମାଣ ଅଭାବରୁ ଏହାର ବିତରଣ ଉପରେ ରୋକ ଲାଗିଛି। ନେପାଳର ଆୟୁର୍ବେଦ ଓ ବିକଳ୍ପ ଔଷଧ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶରେ କୁହାଯାଇଛି ଯେ, କରୋନିଲ୍ର ୧୫୦୦ କିଟ୍ କିଣିବା ସମୟରେ ଆବଶ୍ୟକ ପ୍ରକ୍ରିୟାକୁ ପାଳନ କରାଯାଇନାହିଁ।
ସୂଚନାଯୋଗ୍ୟ,ଯୋଗ ଗୁରୁ ରାମଦେବ ଗତ ବର୍ଷ ଜୁନ ୨୩ ରେ ଆୟୁର୍ବେଦ ଭିତ୍ତିକ କରୋନିଲ କିଟ ଲଞ୍ଚ କରିଥିଲେ। କରୋନା ସହ ଲଢିବାକୁ କରୋନିଲ୍ କ୍ଷମତା ରଖିଛି ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି।
Posted inଅନ୍ତର୍ଜାତୀୟ, ଜାତୀୟ View All
ଅମ୍ରିତସରରେ ‘ସିଦ୍ଧୁଙ୍କ ନିଖୋଜ’ ପୋଷ୍ଟର
ଅମ୍ରିତସର,୨।୬ : କଂଗ୍ରେସ ବିଧାୟକ ନବଜୋତ ସିଂ ସିଦ୍ଧୁ ନିଖୋଜ ଥିବା ପୋଷ୍ଟର ଅମ୍ରିତସରର ପୂର୍ବ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଲଗାଯାଇଛି। ଏକ...
ପରିବେଶ ସୁରକ୍ଷା ସହିତ ଆର୍ଥିକ ବିକାଶ ହିଁ ଭାରତର ଲକ୍ଷ୍ୟ: ମୋଦି…
ନୂଆଦିଲ୍ଲୀ,୫।୬: ପୃଥିବୀରେ ଜଳବାୟୁ ପରିବର୍ତ୍ତନ ଯୋଗୁ ସୃଷ୍ଟି ହେଉଥିବା ବହୁବିଧ ସମସ୍ୟା ପ୍ରତି ଭାରତ ସଚେତନ ରହିଛି। ଏକ୍ଷେତ୍ରରେ ଭାରତ ସକ୍ରିୟ ଭାବେ କାର୍ଯ୍ୟ ଜାରି...
କଫି ୭ ହଜାର, କଦଳୀ ୩ ହଜାର
ପୋଙ୍ଗ୍ୟାଙ୍ଗ୍, ୨୦ା୬: ଉତ୍ତର କୋରିଆରେ ଦେଖାଦେଇଛି ଉତ୍କଟ ଖାଦ୍ୟ ସଙ୍କଟ । କରୋନାଜନିତ କଟକଣା ଯୋଗୁ ସୀମା ବନ୍ଦ କରିଥିବା ଏହି ଦେଶରେ ବାହାରୁ ଖାଦ୍ୟ...
‘ପୁରୁଷଙ୍କ ପାଇଁ ଘରୋଇ ହିଂସା ଆଇନ ନ ଥିବା ଦୁର୍ଭାଗ୍ୟଜନକ’
ଚେନ୍ନାଇ, ୩ା୬: ଘରୋଇ ହିଂସାର ଶିକାର ହେଉଥିବା ପୁରୁଷମାନେ ସ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣୁଛନ୍ତି। ହେଲେ ଏ ନେଇ ଆଇନ ନ ଥିବା ଦୁର୍ଭାଗ୍ୟଜନକ ବୋଲି...
ପୋଲିସକୁ ଜଣାଇଥିଲେ, ତଥାପି ଚାଲିଗଲା ଜର୍ନାଲିଷ୍ଟଙ୍କ ଜୀବନ
ଲକ୍ଷ୍ନୌ,୧୪।୬: ରବିବାର ରାତିରେ ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜିଲାରେ ସୁଲଭ ଶ୍ରୀବାସ୍ତବ ନାମକ ଜଣେ ଟିଭି ଜର୍ନାଲଷ୍ଟଙ୍କ ମୃତ୍ୟୁ ଘଟିଛି। ମୋଟରସାଇକେଲ ଦୁର୍ଘଟଣା ତାଙ୍କ ମୃତ୍ୟୁର...
୨୪ ହଜାର ବର୍ଷ ଶୋଇବା ପରେ ବରଫ ତଳୁ ନିଦରୁ ଉଠିଲା ଏହି ପ୍ରାଣୀ…
ମସ୍କୋ,୮।୬: ଦିନେ ଦୁଇ ଦିନ ଅବା ସପ୍ତାହେ ନୁହେଁ। ଏକାଥରେ ୨୪ ହଜାର ବର୍ଷ ଶୋଇବା ପରେ ବରଫ ତଳୁ ନିଦରୁ ଉଠିଛି ଏକ ପ୍ରାଣୀ।...
‘ଜୟ ଶ୍ରୀରାମ’ ନ କହିବାରୁ ମୁସଲିମ ବୃଦ୍ଧଙ୍କୁ ମାଡ଼ ମାରି ଦାଢ଼ି କାଟିଦେଲେ
ନୂଆଦିଲ୍ଲୀ,୧୪।୬: ନମାଜ ପାଠ କରିବା ପାଇଁ ମସ୍ଜୀଦ ଯାଉଥିବା ଜଣେ ମୁସଲିମ ବୃଦ୍ଧଙ୍କୁ ମାଡ଼ ମରାଯିବା ସହ ଦାଢ଼ି କାଟି ଦେଇଛନ୍ତି କିଛି ଦୁର୍ବୃତ୍ତ। ରାଜଧାନୀ...
ବେଜୋସ୍ଙ୍କ ସହ ମହାକାଶ ଯାତ୍ରା: ପାଖ ସିଟ୍ ପାଇଁ ୨୦୫ କୋଟି
ୱାଶିଂଟନ,୧୪।୬: ବ୍ଲ୍ୟୁ ଓରିଜିନ ପ୍ରତିଷ୍ଠାତା ତଥା ଆମାଜନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଜେଫ୍ ବେଜୋସ୍ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଅନ୍ୟତମ। ମହାକାଶ ଯାତ୍ରା...


