ସାନ୍ ସାଲଭେଡର, ୯।୬: ସେଣ୍ଟ୍ରାଲ ଆମେରିକାର ଦେଶ ଏଲ ସାଲଭେଡର ଭର୍ଚୁଆଲ କରେନ୍ସି ବିଟ୍କଏନ ବୈଧ କରିବାକୁ ଯୋଜନା ହୋଇଛି। ପୂର୍ବରୁ ରାଷ୍ଟ୍ରପତି ନାଏବ ବୁକେଲେ ଏ ନେଇ କଂଗ୍ରେସରେ ବିଲ ଆଣିବେ ବୋଲି ମିଆମିରେ ଅନୁଷ୍ଠିତ ବିଟ୍କଏନ-୨୦୨୧ କନଫରେନ୍ସରେ ଏକ ଭିଡିଓ ବାର୍ତ୍ତାରେ କହିଥିଲେ। ଏପରି ହେଲେ ବିଟ୍ କଏନକୁ ବୈଧ କରିବାରେ ଏଲ ସାଲଭେଡର ବିଶ୍ୱର ପ୍ରଥମ ଦେଶ ହେବ। ବିଟ୍କଏନ ଟେକ୍ନୋଲୋଜି ବ୍ୟବହାର କରି ଆଧୁନିକ ଆର୍ଥିକ ଭିତ୍ତିଭୂମି ର୍ନିମାଣ ପାଇଁ ଦେଶ ଡିଜିଟାଲ ୱାଲେଟ କମ୍ପାନୀ ଷ୍ଟ୍ରାଇକ ସହ ସହଭାଗିତା କରୁଥିବା ସେ କହିଛନ୍ତି। ଏଲ ସାଲଭେଡରରେ ଅଧିକାଂଶ ନଗଦ ଟଙ୍କା କାରବାର ହୋଇଥାଏ। ସେଠାରେ ପ୍ରାୟ ୭୦ ପ୍ରତିଶତ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ନାହିଁ। ଭର୍ଚୁଆଲ କରେନ୍ସି ବିଟ୍କଏନ ଦ୍ୱାରା ଏଲ ସାଲଭେଡରର ବାର୍ଷିକ ୬ ବିଲିୟନ୍ ଡଲାର ରିମିଟାନ୍ସ୍ ସହଜରେ ହୋଇପାରିବ। ଏହାଦ୍ୱାରା ଦୋରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହିତ ଆର୍ଥିକ ଅନ୍ତର୍ଭୁକ୍ତିକରଣ ବୃଦ୍ଧି ପାଇବ।
Posted inଅନ୍ତର୍ଜାତୀୟ, ବାଣିଜ୍ୟ View All
ଆଇଜାକ୍ ହର୍ଜୋଗ୍ ଇସ୍ରାଏଲ ରାଷ୍ଟ୍ରପତି
ଜେରୁଜେଲମ, ୩ା୬: ଇସ୍ରାଏଲରେ ବୁଧବାର ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ଅଭିଜ୍ଞ ରାଜନେତା ଆଇଜାକ୍ ହର୍ଜୋଗ୍ ବିଜୟୀ ହୋଇଛନ୍ତି। ଇସ୍ରାଏଲ ପାର୍ଲାମେଣ୍ଟ ‘ନେସେଟ୍’ରେ ୧୨୦ ଜଣ ସଦସ୍ୟ...
ଉହାନ ଲାବ୍ ପ୍ରଘଟ ସୂତ୍ର ବିଶ୍ୱସନୀୟ ହେଲା କିପରି
ଓ୍ବାଶିଂଟନ,୨୫।୬: କରୋନା ମହାମାରୀ ସାରା ବିଶ୍ୱରେ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଲାଣି। ତେବେ ଏହି ଭୂତାଣୁର ମୂଳ ଉତ୍ସ ଏବେ ବି ରହସ୍ୟାବୃତ...
ଭାରତୀୟ ଷ୍ଟ୍ରେନ୍କୁ ‘ଡେଲ୍ଟା’ ନାମ ଦେଲା ଡବ୍ଲ୍ୟୁଏଚ୍ଓ…
ଜେନେଭା/ନୂଆଦିଲ୍ଲୀ,୧।୬: ଭାରତରେ ଦେଖାଦେଇଥିବା କରୋନା ମହାମାରୀ ଭୂତାଣୁର ଷ୍ଟ୍ରେନ୍କୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ) ପକ୍ଷରୁ ଗ୍ରୀକ୍ ଅକ୍ଷର ଡେଲ୍ଟଶ ଭାବେ ନାମକରଣ କରାଯାଇଛି। ଅକ୍ଟୋବର ୨୦୨୦ରେ...
ଆବର୍ଜନା ପାହାଡ଼ରେ ପାର୍କ
ରୁଷିଆ ରାଜଧାନୀ ମସ୍କୋରେ ଏଣିକି ଅଳିଆଗଦାରେ ପାର୍କ ଦେଖିବାକୁ ମିଳିବ। ମସ୍କୋ ଓ ଏହାର ଆଖପାଖ ଅଞ୍ଚଳରୁ ଏଠାକୁ ବହୁ ଟନ୍ ଅଳିଆ ଆବର୍ଜନା ଆସିଥାଏ।...
ମହାତ୍ମା ଗାନ୍ଧୀଙ୍କ ଅଣନାତୁଣୀଙ୍କୁ ଜେଲ୍
ଡର୍ବାନ,୮।୬: ମହତ୍ମା ଗାନ୍ଧୀଙ୍କ ଅଣନାତୁଣୀ ଆଶିଷ ଲତା ରାମଗୋବିନଙ୍କୁ ଠକେଇ ମାମଲାରେ ୭ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ଦକ୍ଷିଣ ଆଫ୍ରିକାର ଏକ କୋର୍ଟ।...
୧୫୦ ଛାତ୍ରୀଛାତ୍ରଙ୍କୁ ଅପହରଣ
ଆବୁଜା, ୧ା୬: କେତେଜଣ ବନ୍ଧୁକଧାରୀ ରବିବାର ନାଇଜେରିଆର ନାଇଜର୍ ପ୍ରଦେଶରେ ଥିବା ଏକ ଇସ୍ଲାମିକ୍ ସ୍କୁଲରୁ ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କୁ ଅପହରଣ କରିନେଇଛନ୍ତି। ଏ...
ଜୁନ୍ ୧୫ରୁ ମାସ୍କ ଫ୍ରି ହେବ ଏହି ଦେଶ, ଡିସେମ୍ବରରେ ଆରମ୍ଭ ହୋଇଥିଲା ଟିକାକରଣ
ଜେରୁଜେଲମ,୯ା୬: କରୋନା ଅବଧି ସମୟରେ ଇସ୍ରାଏଲ ବିଶ୍ୱର ପ୍ରଥମ ମାସ୍କ ମୁକ୍ତ ଦେଶ ହେବ। ଏଠାରେ ବନ୍ଦ ସ୍ଥାନରେ ମାସ୍କ ପ୍ରୟୋଗ କରିବାର ନିୟମ ଜୁନ୍...
ଶେଷରେ ମାନିଲା ଚାଇନା: ଗଲଓ୍ବାନ ଘାଟି ସଂଘର୍ଷର ମୃତ ସୈନ୍ୟଙ୍କୁ ପ୍ରଦାନ କଲା ବୀର ପଦକ…
ବେଜିଂ,୧।୬: ପୂର୍ବ ଲଦାଖରେ ଗଲଓ୍ବାନ ଘାଟିରେ ଭାରତୀୟ ସେନା ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ଘଟିଥିବା ହିଂସ୍ର ସଂଘର୍ଷରେ ଏବେ ନୂଅ୍ରା ମୋଡ଼ ଆସିଛି। ପୂର୍ବରୁ...


