ଭୁବନେଶ୍ୱର,୧୦ା୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ରାଜ୍ୟର ୭ ଜିଲାରେ ତରଳ ମେଡିକାଲ ଅକ୍ସିଜେନ ପ୍ଲାଣ୍ଟ ଏବଂ ୭ଟି ପିଏସ୍ଏ ବ୍ୟବସ୍ଥାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିସହିତ ବାଲେଶ୍ବରରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍ଓ) ସହାୟତାରେ ଏକ ଅତିରିକ୍ତ ସ୍ବାସ୍ଥ୍ୟ ସୁବିଧା କେନ୍ଦ୍ର, ଡେଙ୍ଗୁ ଓ ଡାଇରିଆ ୱାର୍ଡ, ରକ୍ତ ବର୍ଗୀକରଣ ୟୁନିଟ୍, କଟକରେ ଫୁସ୍ଫୁସ ରୋଗର ଚିକିତ୍ସା ପାଇଁ ଉତ୍କର୍ଷ କେନ୍ଦ୍ର ଏବଂ ନବରଙ୍ଗପୁରରେ ଆର୍ଟି-ପିସିଆର ଟେଷ୍ଟ ଲାବୋରେଟୋରିର ଲୋକାର୍ପଣ କରିଛନ୍ତି। ଏହି ସମସ୍ତ ସ୍ବାସ୍ଥ୍ୟ ଭିତ୍ତିଭୂମି ପାଇଁ ୨୯ କୋଟି ୪୧ ଲକ୍ଷ ଟଙ୍କା ବିନିଯୋଗ କରାଯାଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ, କରୋନାର ଦ୍ବିତୀୟ ଲହରରେ ମେଡିକାଲ ଅକ୍ସିଜେନ ଆବଶ୍ୟକତା ବହୁତ ବଢ଼ିଯାଇଥିଲା। ଏହି ସମୟରେ ଓଡ଼ିଶା ନିଜର ଆବଶ୍ୟକତା ପୂରଣ କରିବା ସହ ଦେଶର ୧୭ ରାଜ୍ୟକୁ ଅକ୍ସିଜେନ ଯୋଗାଇ ଅନେକ ମୂଲ୍ୟବାନ ଜୀବନ ରକ୍ଷା କରିପାରିଛି। ପ୍ରତି ଓଡ଼ିଆଙ୍କ ପାଇଁ ଏହା ଆତ୍ମସନ୍ତୋଷର ବିଷୟ। ଅକ୍ସିଜେନ ଉତ୍ପାଦନଠାରୁ ଆରମ୍ଭ କରି ରୋଗୀଙ୍କ ପାଖରେ ପହଞ୍ଚତ୍ାଇବା ଏକ ଜଟିଳ ପ୍ରକ୍ରିୟା। ଏଥିରେ ଅନେକ ଯନ୍ତ୍ରପାତି, ଯାନବାହନ, ନିରନ୍ତର ତଦାରଖ ଏବଂ ଅନ୍ୟାନ୍ୟ ବ୍ୟବସ୍ଥାର ଆବଶ୍ୟକତା ଜରୁରୀ। ଦ୍ୱିତୀୟ ଲହର ମୁକାବିଲା ଲାଗି ଓଡ଼ିଶାକୁ ଦେଶର ବିଭିନ୍ନ ସ୍ଥାନ ସମେତ ଚାଇନାରୁ ଅକ୍ସିଜେନ ସିଲିଣ୍ଡର ଅଣାଯାଇଛି। ଏହାଦ୍ୱାରା ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଅଧିକ ସୁଦୃଢ଼ ହୋଇଛି। କରୋନା ଭୂତାଣୁ ସଂକ୍ରମଣର ଗତି ଅନିଶ୍ଚିତ। ଏଥିଲାଗି ଆମକୁ ପ୍ରସ୍ତୁତ ରହିବାକୁ ହେବ। ରାଜ୍ୟର ସ୍ବାସ୍ଥ୍ୟ ଭିତ୍ତିଭୂମି, ସ୍ବାସ୍ଥ୍ୟ କର୍ମଚାରୀ ଓ ପ୍ରଶିକ୍ଷଣ ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ କାମ କରାଯାଉଛି। ପ୍ରମୁଖ ହସ୍ପିଟାଲଗୁଡ଼ିକରେ ତରଳ ମେଡିକାଲ ଅକ୍ସିଜେନ ପ୍ଲାଣ୍ଟ ନିର୍ମାଣ କରାଯାଉଛି। ଆଜିର ନୂଆ ବ୍ୟବସ୍ଥା ଲୋକଙ୍କୁ ଖୁବ୍ଶୀଘ୍ର ସେବା ଯୋଗାଇବ। ଭିତ୍ତିଭୂମି ବିକାଶରେ କର୍ପୋରେଟ କ୍ଷେତ୍ରରୁ ଅକୁଣ୍ଠ ସହାୟତା ମିଳିଛି। ଏଥିଲାଗି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ରଜ, ସାବିତ୍ରୀ ଭଳି ଉତ୍ସବ ସମୟରେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।
କାର୍ଯ୍ୟକ୍ରମରେ ଝାରସୁଗୁଡ଼ାରୁ ଯୋଗ ଦେଇ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଛନ୍ତି, ଅକ୍ସିଜେନ କ୍ଷେତ୍ରରେ ଓଡ଼ିଶା ଦେଶ ପାଇଁ ନୂଆ ଆଶା ହୋଇପାରିଛି। ଆଜିର ଭିତ୍ତିଭୂମି ବ୍ୟବସ୍ଥା ଦ୍ବାରା ରାଜ୍ୟ ତୃତୀୟ ଲହରର ସଫଳ ମୁକାବିଲା କରିପାରିବ ବୋଲି ସେ ଆଶାପ୍ରକାଶ କରିଛନ୍ତି। ବଲାଙ୍ଗୀରରୁ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ, ଭୁବନେଶ୍ବରରୁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶୋକ ପଣ୍ଡା ପ୍ରମୁଖ ଯୋଗଦେଇ ସ୍ବାସ୍ଥ୍ୟ ଭିତ୍ତିଭୂମି କ୍ଷେତ୍ରରେ ଓଡ଼ିଶାର ଉଲ୍ଲେଖନୀୟ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱକୁ ପ୍ରଶଂସା କରିଥିଲେ। ସ୍ବାଗତ ଭାଷଣ ଦେଇ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର କହିଲେ, ନବରଙ୍ଗପୁରକୁ ମିଶାଇ ରାଜ୍ୟର ୧୭ ଜିଲାରେ ଆର୍ଟି-ପିସିଆର ଟେଷ୍ଟ ଲାବୋରେଟୋରି କରାଯାଇଛି। ରାଜ୍ୟର ସବୁ ଜିଲାରେ ଏହି ବ୍ୟବସ୍ଥା କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
କାର୍ଯ୍ୟକ୍ରମରେ ସରକାରୀ ଦଳର ଉପମୁଖ୍ୟ ସଚେତକ, ନବରଙ୍ଗପୁର ଏମ୍ପି, ବିଧାୟକ ବାଲେଶ୍ବର ବିଧାୟକ, କୋରାପୁଟ ବିଧାୟକ, ବଲାଙ୍ଗୀର ବିଧାୟକ, କଟକ-ଚୌଦ୍ବାର ବିଧାୟକ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ୍ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଓଡ଼ିଶା ମେଡିକାଲ କର୍ପୋରେଶନର ପରିଚାଳନା ନିର୍ଦ୍ଦେଶକ ଯାମିନୀ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ।
Posted inକରୋନା ଭାଇରସ୍, ମେଟ୍ରୋ, ରାଜ୍ୟ View All
ଧାନ ବୁଣିବାକୁ କେନ୍ଦ୍ର କରି ଗୋଷ୍ଠି ସଂଘର୍ଷ
ଲୋଇସିଂହା,୨୦।୬: ବଲାଙ୍ଗୀର ଜିଲା ଲୋଇସିଂହା ଥାନା କୁଟୁରାପାଲି ଗ୍ରାମରେ ପୈତୃକ ଜମି ବିବାଦକୁ କେନ୍ଦ୍ର କରି ରବିବାର ଦୁଇପକ୍ଷ ମଧ୍ୟରେ ମାରପିଟରୁ ଜଣଙ୍କର ମୃତ୍ୟୁ ହୋଇଛି।...
ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷାଫଳ: ପାସ ହାର ରହିଛି ୯୭.୮୯%; ଜାଣନ୍ତୁ କେଉଁଠି ଆଉ କେତେବେଳେ ଦେଖିପାରିବେ ମାର୍କ
ଭୁବନେଶ୍ୱର,୨୫।୬(ବ୍ୟୁରୋ): ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ। କରୋନା ଯୋଗୁ ପରୀକ୍ଷା ହୋଇପାରି ନ ଥିବା ବେଳେ ବିକଳ୍ପ ବ୍ୟବସ୍ଥା ଯୋଗେ ପିଲାଙ୍କ...
ପୁଣି ବଢ଼ିଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା: ୨୪ ଘଣ୍ଟାରେ ୬ ହଜାର ଟପିଲା ମୃତ୍ୟୁ ସଂଖ୍ୟା…
ନୂଆଦିଲ୍ଲୀ,୧୦।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ତେବେ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି।...
ଅନିଶ୍ଚିତତାରେ ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା
କେନ୍ଦ୍ରାପଡ଼ା ଅଫିସ,୩।୬: ଶ୍ରୀଜଗନ୍ନାଥ ସଂସ୍କୃତିରେ ଶ୍ରୀକ୍ଷେତ୍ର ପରେ ତୁଳସୀକ୍ଷେତ୍ରର ଗୁରୁତ୍ୱ ଯଥେଷ୍ଟ ଅଧିକ। ପୁରୀରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପରଦିନ ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ...
୧୯ ଜିଲାରେ କାଳବୈଶାଖୀ ଭୟ
ଭୁବନେଶ୍ୱର,୫।୬: ଦକ୍ଷିଣ, ପଶ୍ଚିମ, ଉତ୍ତର ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡ଼ିଶାର ଜିଲାଗୁଡିକରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ପ୍ରଭାବରେ ମଧ୍ୟମଧରଣର ବର୍ଷା କିମ୍ବା ବଜ୍ରପାତ...
ତାରାପ୍ରସାଦ ବାହିନୀପତି ଅସୁସ୍ଥ
ଭୁବନେଶ୍ୱର,୬ା୬(ବ୍ୟୁରୋ): ଜୟପୁର ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ତାରା ପ୍ରସାଦ ବାହିନୀପତି କରୋନାରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ତାଙ୍କୁ ଭୁବନେଶ୍ୱରସ୍ଥ ଏକ ଘରୋଇ ହସ୍ପିଟାଲରେ...
୭ରୁ କଟକଣାରେ ଚାଲିବ ହାଇକୋର୍ଟ
କଟକ ଅଫିସ୍,୫।୬: ମହାମାରୀ କୋଭିଡ୍ ଏବଂ ରାଜ୍ୟରେ ଲକ୍ଡାଉନ୍ ଓ ଶଟ୍ଡାଉନ୍କୁ ଦୃଷ୍ଟିରେ ରଖି ଆସନ୍ତା ୭ ତାରିଖରୁ କେତେକ କଟକଣା ମଧ୍ୟରେ ଚାଲିବ ହାଇକୋର୍ଟ...
ଅନିର୍ଦ୍ଦିଷ୍ଟ କାଳ ଯାଏ ବସ୍ ଚଳାଚଳ ବନ୍ଦ
ଭୁବନେଶ୍ୱର,୩।୬(ବ୍ୟୁରୋ): କୋଭିଡ୍-୧୯ ମହାମାରୀ ଦ୍ୱିତୀୟ ଲହରରେ ଯାତ୍ରୀ ପରିବହନ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି। ବିଶେଷକରି ଯାତ୍ରୀବାହୀ ବସ୍ଗୁଡ଼ିକ ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଛନ୍ତି। ଲକ୍ଡାଉନ,...


