E-Paper
  • logo
  • Thursday 24th September 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inକରୋନା ଭାଇରସ୍‌, ମେଟ୍ରୋ, ରାଜ୍ୟ

୭ ଜିଲାରେ ଅକ୍ସିଜେନ ପ୍ଲାଣ୍ଟ ଭିତ୍ତିପ୍ରସ୍ତର ସ୍ଥାପନ
10:57 amJune 10, 2021

ଭୁବନେଶ୍ୱର,୧୦ା୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ରାଜ୍ୟର ୭ ଜିଲାରେ ତରଳ ମେଡିକାଲ ଅକ୍ସିଜେନ ପ୍ଲାଣ୍ଟ ଏବଂ ୭ଟି ପିଏସ୍‌ଏ ବ୍ୟବସ୍ଥାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିସହିତ ବାଲେଶ୍ବରରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ସହାୟତାରେ ଏକ ଅତିରିକ୍ତ ସ୍ବାସ୍ଥ୍ୟ ସୁବିଧା କେନ୍ଦ୍ର, ଡେଙ୍ଗୁ ଓ ଡାଇରିଆ ୱାର୍ଡ, ରକ୍ତ ବର୍ଗୀକରଣ ୟୁନିଟ୍‌, କଟକରେ ଫୁସ୍‌ଫୁସ ରୋଗର ଚିକିତ୍ସା ପାଇଁ ଉତ୍କର୍ଷ କେନ୍ଦ୍ର ଏବଂ ନବରଙ୍ଗପୁରରେ ଆର୍‌ଟି-ପିସିଆର ଟେଷ୍ଟ ଲାବୋରେଟୋରିର ଲୋକାର୍ପଣ କରିଛନ୍ତି। ଏହି ସମସ୍ତ ସ୍ବାସ୍ଥ୍ୟ ଭିତ୍ତିଭୂମି ପାଇଁ ୨୯ କୋଟି ୪୧ ଲକ୍ଷ ଟଙ୍କା ବିନିଯୋଗ କରାଯାଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ, କରୋନାର ଦ୍ବିତୀୟ ଲହରରେ ମେଡିକାଲ ଅକ୍ସିଜେନ ଆବଶ୍ୟକତା ବହୁତ ବଢ଼ିଯାଇଥିଲା। ଏହି ସମୟରେ ଓଡ଼ିଶା ନିଜର ଆବଶ୍ୟକତା ପୂରଣ କରିବା ସହ ଦେଶର ୧୭ ରାଜ୍ୟକୁ ଅକ୍ସିଜେନ ଯୋଗାଇ ଅନେକ ମୂଲ୍ୟବାନ ଜୀବନ ରକ୍ଷା କରିପାରିଛି। ପ୍ରତି ଓଡ଼ିଆଙ୍କ ପାଇଁ ଏହା ଆତ୍ମସନ୍ତୋଷର ବିଷୟ। ଅକ୍ସିଜେନ ଉତ୍ପାଦନଠାରୁ ଆରମ୍ଭ କରି ରୋଗୀଙ୍କ ପାଖରେ ପହଞ୍ଚତ୍ାଇବା ଏକ ଜଟିଳ ପ୍ରକ୍ରିୟା। ଏଥିରେ ଅନେକ ଯନ୍ତ୍ରପାତି, ଯାନବାହନ, ନିରନ୍ତର ତଦାରଖ ଏବଂ ଅନ୍ୟାନ୍ୟ ବ୍ୟବସ୍ଥାର ଆବଶ୍ୟକତା ଜରୁରୀ। ଦ୍ୱିତୀୟ ଲହର ମୁକାବିଲା ଲାଗି ଓଡ଼ିଶାକୁ ଦେଶର ବିଭିନ୍ନ ସ୍ଥାନ ସମେତ ଚାଇନାରୁ ଅକ୍ସିଜେନ ସିଲିଣ୍ଡର ଅଣାଯାଇଛି। ଏହାଦ୍ୱାରା ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଅଧିକ ସୁଦୃଢ଼ ହୋଇଛି। କରୋନା ଭୂତାଣୁ ସଂକ୍ରମଣର ଗତି ଅନିଶ୍ଚିତ। ଏଥିଲାଗି ଆମକୁ ପ୍ରସ୍ତୁତ ରହିବାକୁ ହେବ। ରାଜ୍ୟର ସ୍ବାସ୍ଥ୍ୟ ଭିତ୍ତିଭୂମି, ସ୍ବାସ୍ଥ୍ୟ କର୍ମଚାରୀ ଓ ପ୍ରଶିକ୍ଷଣ ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ କାମ କରାଯାଉଛି। ପ୍ରମୁଖ ହସ୍ପିଟାଲଗୁଡ଼ିକରେ ତରଳ ମେଡିକାଲ ଅକ୍ସିଜେନ ପ୍ଲାଣ୍ଟ ନିର୍ମାଣ କରାଯାଉଛି। ଆଜିର ନୂଆ ବ୍ୟବସ୍ଥା ଲୋକଙ୍କୁ ଖୁବ୍‌ଶୀଘ୍ର ସେବା ଯୋଗାଇବ। ଭିତ୍ତିଭୂମି ବିକାଶରେ କର୍ପୋରେଟ କ୍ଷେତ୍ରରୁ ଅକୁଣ୍ଠ ସହାୟତା ମିଳିଛି। ଏଥିଲାଗି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ରଜ, ସାବିତ୍ରୀ ଭଳି ଉତ୍ସବ ସମୟରେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।
କାର୍ଯ୍ୟକ୍ରମରେ ଝାରସୁଗୁଡ଼ାରୁ ଯୋଗ ଦେଇ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଛନ୍ତି, ଅକ୍ସିଜେନ କ୍ଷେତ୍ରରେ ଓଡ଼ିଶା ଦେଶ ପାଇଁ ନୂଆ ଆଶା ହୋଇପାରିଛି। ଆଜିର ଭିତ୍ତିଭୂମି ବ୍ୟବସ୍ଥା ଦ୍ବାରା ରାଜ୍ୟ ତୃତୀୟ ଲହରର ସଫଳ ମୁକାବିଲା କରିପାରିବ ବୋଲି ସେ ଆଶାପ୍ରକାଶ କରିଛନ୍ତି। ବଲାଙ୍ଗୀରରୁ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ, ଭୁବନେଶ୍ବରରୁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶୋକ ପଣ୍ଡା ପ୍ରମୁଖ ଯୋଗଦେଇ ସ୍ବାସ୍ଥ୍ୟ ଭିତ୍ତିଭୂମି କ୍ଷେତ୍ରରେ ଓଡ଼ିଶାର ଉଲ୍ଲେଖନୀୟ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱକୁ ପ୍ରଶଂସା କରିଥିଲେ। ସ୍ବାଗତ ଭାଷଣ ଦେଇ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର କହିଲେ, ନବରଙ୍ଗପୁରକୁ ମିଶାଇ ରାଜ୍ୟର ୧୭ ଜିଲାରେ ଆର୍‌ଟି-ପିସିଆର ଟେଷ୍ଟ ଲାବୋରେଟୋରି କରାଯାଇଛି। ରାଜ୍ୟର ସବୁ ଜିଲାରେ ଏହି ବ୍ୟବସ୍ଥା କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
କାର୍ଯ୍ୟକ୍ରମରେ ସରକାରୀ ଦଳର ଉପମୁଖ୍ୟ ସଚେତକ, ନବରଙ୍ଗପୁର ଏମ୍‌ପି, ବିଧାୟକ ବାଲେଶ୍ବର ବିଧାୟକ, କୋରାପୁଟ ବିଧାୟକ, ବଲାଙ୍ଗୀର ବିଧାୟକ, କଟକ-ଚୌଦ୍ବାର ବିଧାୟକ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ୍‌ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଓଡ଼ିଶା ମେଡିକାଲ କର୍ପୋରେଶନର ପରିଚାଳନା ନିର୍ଦ୍ଦେଶକ ଯାମିନୀ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ।


[mc4wp_form id="252536"] All Right Reserved By Dharitri.Com

Posted inକରୋନା ଭାଇରସ୍‌, ମେଟ୍ରୋ, ରାଜ୍ୟ View All

ଆଇୟୁସିଏନ୍‌ ପୋର୍ଟାଲ୍‌ରେ ‘ପୃଥିବୀ ମନ୍ଥନ’

ଭୁବନେଶ୍ୱର, ୧୩।୬(ବ୍ୟୁରୋ): ଜାତିସଂଘ ସମର୍ଥିତ ସଂସ୍ଥା ଆଇୟୁସିଏନ୍‌ର ପୋର୍ଟାଲ୍‌ରେ ଅରୋମିରା ଏଣ୍ଟରଟେନ୍‌ମେଣ୍ଟର ଭାଇରାଲ୍‌ ମ୍ୟୁଜିକ୍‌ ଭିଡିଓ ‘ପୃଥିବୀ ମନ୍ଥନ’ ସ୍ଥାନ ପାଇଛି। ବିଶ୍ୱ ପରିବେଶ ସୁରକ୍ଷା...

ପୁରୀରେ ହେବ ଆନ୍ତର୍ଜାତିକ ବିମାନ ବନ୍ଦର

ପୁରୀ ଅଫିସ,୧୮ା୬: ପୁରୀରେ ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନବନ୍ଦର ପ୍ରତିଷ୍ଠା ପାଇଁ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ (ଏଏଆଇ)ଙ୍କ ପକ୍ଷରୁ ଏକ କେନ୍ଦ୍ରୀୟ ଟିମ୍‌ ଗୁରୁବାର ପ୍ରସ୍ତାବିତ...

ନିଜକୁ ଇଞ୍ଜିନିୟର କହୁଥିଲେ: ମିଛ ଧରାପଡିବା ପରେ ଦେଲେ ଏସିଡ୍‌ ମାଡ଼ ଧମକ

ଭଦ୍ରକ ଅଫିସ,୬।୬: ଭଦ୍ରକ ଗ୍ରାମାଞ୍ଚଳ ଥାନା ବରପଦା ପଖିଆଗୁଡ଼ି ଅଞ୍ଚଳର ଜଣେ ଯୁବତୀଙ୍କୁ ଚାରିଡିହା ଗ୍ରାମର ଜଣେ ଯୁବକ ବିବାହ କରିବାକୁ ବାଧ୍ୟ କରୁଛନ୍ତି। ତାଙ୍କୁ...

ଇ-ପାଠଶାଳା, ଇ-ମୂଲ୍ୟାଙ୍କନ ପୋର୍ଟାଲ

ଭୁବନେଶ୍ୱର,୧୮ା୬(ବ୍ୟୁରୋ): ଛାତ୍ରୀଛାତ୍ରଙ୍କୁ ଅନ୍‌ଲାଇନ ମାଧ୍ୟମରେ ଶିକ୍ଷାଦାନ ଓ ମୂଲ୍ୟାୟନ ପାଇଁ ଓପେପା ଦ୍ୱାରା ଇ-ପାଠଶାଳା ଓ ଇ-ମୂଲ୍ୟାଙ୍କନ ନାମରେ ଦୁଇଟି ପୋର୍ଟାଲ ପ୍ରସ୍ତୁତ କରାଯାଇଛି। ଗୁରୁବାର...

ଅନ୍‌ଲକ୍‌ ଅଙ୍କକଷା

ଭୁବନେଶ୍ୱର, ୧୫।୬(ବ୍ୟୁରୋ): ରାଜ୍ୟରେ ଏବେ ଲକ୍‌ଡାଉନ ଓ ଶଟ୍‌ଡାଉନ୍‌ ଜାରି ରହିଛି। ପ୍ରାୟ ଦେଢ଼ ମାସ ହେବ ଜୀବନ ଓ ଜୀବିକାକୁ ନେଇ ଲୋକେ ବିଭିନ୍ନ...

ଏଥର ବି ଲକ୍‌ଡାଉନ୍‌ରେ କଟିବ ରଜ; ଅନ୍‌ଲାଇନରେ ରଜପାନ, ସହର ବୁଲିବ ‘ପିଠା ଅନ୍‌ ହ୍ବିଲ୍‌’

ଭୁବନେଶ୍ୱର, ୧୩।୬ (ବ୍ୟୁରୋ): ଗତବର୍ଷ କରୋନା ପାଇଁ ଗଣପର୍ବ ରଜ ଫିକା ପଡିଥିଲା। ଲକ୍‌ଡାଉନ୍‌ କଟକଣା ଯୋଗୁ ଲୋକେ ଘରୁ ପଦାକୁ ବାହାରି ନ ପାରିବାରୁ...

ଟିକା ଲଢ଼େଇ ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର,୨ା୬(ବ୍ୟୁରୋ): କରୋନା ଟିକା ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟିକା ସଙ୍କଟ ଦୂର ନେଇ ସମସ୍ତଙ୍କ ସହମତି ଲୋଡ଼ିଛନ୍ତି...

ରଘୁନାଥଙ୍କ ସ୍ଥାନରେ ମହେଶ ଜେଠମାଲାନି ରାଜ୍ୟସଭାକୁ ମନୋନୀତ

ମୁମ୍ବାଇ, ୧।୬: ବିଶିଷ୍ଟ ଆଇନଜୀବୀ ମହେଶ ଜେଠମାଲାନିଙ୍କୁ ରାଜ୍ୟ ସଭାକୁ ମନୋନୀତ କରାଯାଇଛି। କେନ୍ଦ୍ର ସରକାରଙ୍କ ସୁପାରିଶ ପରେ ସ୍ବର୍ଗତ ଆଇନଜୀବୀ ତଥା ପୂର୍ବତନ ଆଇନ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ରେଲଓ୍ବେକୁ ମିଳିବ ୫ ମେଗାହର୍ଜ ସ୍ପେକ୍ଟ୍ରମ
Next Post Next post:
ଫ୍ରେଞ୍ଚ୍‌ ଓପନ୍‌ ଟେନିସ: ନାଡାଲ, ସିତ୍‌ସିପାସ, ଜେଭରେଭ ସେମିଫାଇନାଲରେ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts